ଭୁବନେଶ୍ୱର: ୨୮ ଦିନରୁ ପୁଣି ୧୪ ଦିନକୁ କ୍ୱାରେଣ୍ଟିନ୍ ଅବଧି ହ୍ରାସ କଲେ ରାଜ୍ୟ ସରକାର। ଗ୍ରାମାଞ୍ଚଳରେ ସପ୍ତାହେ କ୍ୱାରେଣ୍ଟିନ ସେଣ୍ଟର ଓ ସପ୍ତାହେ ହୋମ୍ କ୍ୱାରେଣ୍ଟିନରେ ପ୍ରବାସ ଫେରନ୍ତା ରହିବାକୁ ଥିବା ବେଳେ, ସହରାଞ୍ଚଳରେ ୨ ସପ୍ତାହ ହୋମ୍ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କେନ୍ଦ୍ରର ଗାଇଡଲାଇନ ଅନୁସାରେ, ସଂଗରୋଧ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଥିବା କହିଥିବା ବେଳେ, କ୍ୱାରେଣ୍ଟିନ ସେଣ୍ଟର ଅବ୍ୟବସ୍ଥାର ଭିଡିଓ ସାମ୍ନାକୁ ଆସିବା ଜାରି ରହିଛି। ତେବେ ପ୍ରଶ୍ନ […]
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ ଓ ୩ ମହିଳା ଅଛନ୍ତି। ନିକଟରେ ସମସ୍ତେ ମହାରାଷ୍ଟ୍ରରୁ ଫେରଥିଲେ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି। ଏହାସହ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ୨୩ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୦ଟି ଆକ୍ଟିଭ କେଶ ରହିଛି। ରାଜ୍ୟରେ ନୂଆ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ […]
ଭୁବନେଶ୍ୱର: ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାର କମ୍ୟୁନିଟି ସ୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ ହୋଇନି। ଆଗରୁ ଆମ ରାଜ୍ୟରେ ସ୍ଥିତି ଭଲ ଥିଲା। ହେଲେ ଏବେ ପ୍ରବାସ ଫେରନ୍ତାଙ୍କ ଦ୍ୱାରା କିଛି କରୋନା ପଜିଟିଭ ସଂଖ୍ୟା ବଢିଛି। ହେଲେ ସ୍ଥିତି ଏତେ ଖରାପ ହୋଇଥିବା କହିହେବନି, ଏହା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା। ICMR ଗାଇଡଲାଇନ୍ସ ଅନୁଯାୟୀ, ଏଣିକି କେବଳ ଲକ୍ଷଣ ଥିବା ଲୋକଙ୍କର ଟେଷ୍ଟ ହେବ ବୋଲି ସେ କହିଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଲା କରୋନା। ଗୋଟିଏ ପଟେ ହଜାରେ ଟପିଲା, ଅନ୍ୟପଟେ ଜଣଙ୍କ ଜୀବନ ନେଲା। ପୁଣି ଆଉ ଜଣଙ୍କ ଜାବନ ନେଲା କରୋନା। ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚରକ୍ତଚାପ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଏହି ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ଏହାଛଡ଼ା ରାଜ୍ୟରେ […]
ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଦ୍ୱାରା ବିକଶିତ କୋଭିଡ୍-19 ଟିକା ଦୁନିଆରେ ଭଲଭାବେ ଚାଲୁଥିବା ଟିକା ମଧ୍ୟରେ ଗୋଟିଏ। ବହୁତ ଦୃତ ଗତିରେ ଆଶା ସଞ୍ଚାର କରୁଥିବା ଏହି ଟିକା କିନ୍ତୁ ଏବେ ଯୁବବର୍ଗଙ୍କ ପାଇଁ ବିପଦର କାରଣ ହୋଇପଡିଛି। ଟିକାକରଣ ଓ ପ୍ରତିଷେଧନ ପାଇଁ ନିର୍ମିତ ବ୍ରିଟେନର ଜଏଣ୍ଟ କମିଟି ବୁଧବାର ଏହା କହିଛି ଯେ, ବ୍ଲଡ କ୍ଲଟିଂ ଭଳି ସାମାନ୍ୟ ସାଇଟ ଇଫେକ୍ଟ ଯୋଗୁ 30 ବର୍ଷରୁ କମ ଯୁବକ ଏହି ଟିକା ନ ନେବା ଉଚିତ। ବ୍ରିଟେନ […]
ଭୁବନେଶ୍ୱର: ଜଗତସିଂହପୁରରେ ଆଉ ୨୦ ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲା କରୋନାମୁକ୍ତ ହେବାର କିଛି ଘଣ୍ଟା ନଯାଉଣୁ ଏକାଥରକେ ୨୦ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇଛି। ଏମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୯ ଓ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟିନ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। […]
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଏବେ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି l ଭାଇରସ୍ ବିରୋଧରେ ଲଢେଇ ଜୋରଦାର୍ ଚାଲିଥିବା ବେଳେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। କିନ୍ତୁ ପରିତାପର ବିଷୟ ଯେ ଟିକା ନେବାପରେ ମଧ୍ୟ ଲୋକେ କରୋନା ସଂକ୍ରମଣ ହେଉଥିବା ସୂଚନା ମିଳୁଛି। ଏହା ସରକାରର ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ସରକାର ଉପାୟ ଖୋଜିବାରେ ଲାଗିପଡିଛନ୍ତି। ବର୍ତ୍ତମାନ କୋଭିଡ୍ ଟେଷ୍ଟର ଫର୍ମରେ ନୂଆ ସ୍ତମ୍ବ ଯୋଡାଯିବା ଜଣାଯାଇଛି। […]
ଭୁବନେଶ୍ୱର: ପୁରୀରେ ବିଚାରଧିନ କଏଦୀଙ୍କ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ଚିନ୍ତାରେ ପ୍ରଶାସନ। ବିଚାରଧୀନ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଥାନା, ଡାକ୍ତରଖାନା, କୋର୍ଟ ଏବଂ ଜେଲ୍ କର୍ମଚାରୀଙ୍କ ଚିନ୍ତା ବଢାଇଛି। କୁମ୍ଭାରପଡ଼ା ପୋଲିସ ଓ ପୁରୀ ଜେଲ୍ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ଏହା ସହ କୋର୍ଟରେ ବେଲ୍ ପିଟିସନ୍ ବେଳେ କଏଦୀଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସେହିପରି କଏଦୀଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ […]
ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲାର। ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି। ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ଚିହ୍ନଟ। ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ୍ରେ ଥିଲେ। ଅନ୍ୟ ଆକ୍ରାନ୍ତ ଜଣଙ୍କ କୁମ୍ଭାରପଡ଼ା ପୋଲିସ ଦ୍ୱାରା ଗିରଫ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଘର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ତାହା […]
ପୁରୀ: କ୍ୱାରେଣ୍ଟିନରେ ଗଲେ ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀ। ପୁରୀ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି। ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ ଏସପି କହିଛନ୍ତି। ଜଣେ ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ ଥାନା IICଙ୍କ ସହ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭାରପଡ଼ା ଥାନା ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାରଙ୍କ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨ ପଜିଟିଭ ଚିହ୍ନଟ। ବଲାଙ୍ଗିରରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଇଁତଳା ବ୍ଲକ୍ ବଡ଼ବନ୍ଧ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏମାନେ ସୂରତ ଫେରନ୍ତା ଓ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଗତକାଲି ବି ବଲାଙ୍ଗିରରେ ୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା। ବଲାଙ୍ଗିରରେ କେହି ସୁସ୍ଥ ହୋଇନଥିବାରୁ ଜିଲ୍ଲାରେ ଆକ୍ଟିଭ କେଶ ୬ ରହିଛି। ଆଜି […]
ନୂଆଦିଲ୍ଲୀ: ଦେଶରେ ମେ ୩୧ ତାରିଖ ଯାଏଁ ବଢ଼ିଲା ଲକଡାଉନ୍। ଲକ୍ଡାଉନ୍ ୪.୦ ଏବେ ନୂଆ ରୂପରେ ଆସିଛି। ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନରେ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଲକଡାଉନ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ NDMAର ନିର୍ଦ୍ଦେଶ। NECକୁ ଗାଇଡଲାଇନରେ ସଂଶୋଧନ ପାଇଁ NDMAର ନିର୍ଦ୍ଦେଶ। ଆସନ୍ତାକାଲିଠୁ ୪ର୍ଥ ପର୍ଯ୍ୟାୟ ଲକଡାଉନ ସାରା ଦେଶରେ ଲାଗୁ ହେବ। ଏହି ପ୍ରସଙ୍ଗରେ ଆଜି ରାତି ୯ଟାରେ କେନ୍ଦ୍ର କ୍ୟାବିନେଟ୍ ସଚିବ ସବୁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ଏମାନେ ମଧ୍ୟରେ ଗଂଜାମରୁ ୧୯, ଯାଜପୁର ୩, ବାଲେଶ୍ୱରରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଲା। ଗଂଜାମରେ ସମୁଦାୟ ୨୯୨ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ୍ ୪୯ ଜଣ ସୁସ୍ଥ ହୋଇଛନ୍ତି। ଆହୁରି ୨୪୧ ଆକ୍ଟିଭ କେଶ ରହିଛି ଓ ୨ଜଣଙ୍କ ମୃତ୍ୟୁ […]
ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ ଚିହ୍ନଟ। ବଲାଙ୍ଗିର ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାଲପାଲିପଡ଼ା ଅଞ୍ଚଳର। ସେମାନେ ସୁରତ ଫେରନ୍ତା ଓ ଉଭୟ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ମିଳିଛି। ଏହାସହ ବଲାଙ୍ଗିରରେ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏଠାରେ କେହି ସୁସ୍ଥ ହୋଇନଥିବାରୁ ଆକ୍ଟିଭ କେଶ ୪ ରହିଛି। ଆଜି ସକାଳେ ରାଜ୍ୟରେ ଆଉ ନୂଆ ୬୫ […]
ଭୁବନେଶ୍ୱର: କରୋନାକୁ ନେଇ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କୁ କିପରି ହୋମ କ୍ୱାରେଣ୍ଟିନରେ ରଖାଯିବ ସେ ନେଇ ବିସ୍ତୃତଭାବେ ଆଲୋଚନା ହୋଇଛି। ଅଧିକରୁ ଅଧିକ ପ୍ରବାସୀ ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବାରୁ ହୋମ କ୍ୱାରେଣ୍ଟିନକୁ କଡାକଡି ଭାବେ ପାଳନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ରାଜନେତା, ପୋଲିସ ଅଧିକାରୀ, ବିଭିନ୍ନ ସମ୍ପ୍ରଦାୟର ନେତା ସମସ୍ତଙ୍କୁ ସାମିଲ କରାଯାଇଥିଲା। ଏସବୁ […]
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି। ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ଛୋଟ ପିଲା। ସେମାନଙ୍କ ବୟସ ୧୪ ବର୍ଷରୁ କମ୍ ହେବ। ତେବେ ମହାମାରୀ ‘କରୋନା’ରେ ରାଜ୍ୟରେ ୨୦ ଜଣ ଛୋଟପିଲା ଆକ୍ରାନ୍ତ ହୋଇଥିଲେ। […]
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ। ଖାତା ଦେଖିବାକୁ ଆସିବାକୁ ଥିବା ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ। ୧୦ କିଲୋମିଟର ଦୂରରୁ କେତେ ପରିମାଣର ଶିକ୍ଷକ ଆସୁଛନ୍ତି, […]
ଭୁବନେଶ୍ୱର: କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ଛୋଟ ପିଲା। ସେମାନଙ୍କ ବୟସ ୧୪ ବର୍ଷରୁ କମ୍ ହେବ। ତେବେ ମହାମାରୀ ‘କରୋନା’ରେ ରାଜ୍ୟରେ ୨୦ ଜଣ ଛୋଟପିଲା ଆକ୍ରାନ୍ତ ହୋଇଥିଲେ। ଏବେ ସେମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି କୋଭିଡ୍ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ଆଜି ସୁଦ୍ଧା ରାଜ୍ୟରେ ୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ […]
ସୋର: ସୁରତରୁ ଆସି କ୍ୱାରେଣ୍ଟିନ କେନ୍ଦ୍ରରେ ନରହିବାରୁ ଗାଁରେ ଉତ୍ତେଜନା। ରାସ୍ତା ବନ୍ଦ କରି ଧାରଣାରେ ଗ୍ରାମବାସୀ, ବୁଝାସୁଝା ପାଇଁ ଆସିଥିବା ପୋଲିସ ଗାଡ଼ି ଗାଁରେ ଅଟକ। ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ବଡନୂଆଁଗା ପଞ୍ଚାୟତ ଅଧୀନ ପିହାଣଗଡିଆ ଗାଁରେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ଏକ ସୁରତ ଫେରନ୍ତା ଦମ୍ପତି ଆଜି ନିଜ ଘରକୁ ଫେରିଥିଲେ କିନ୍ତୁ ନିୟମ ଅନୁଯାୟୀ ସେମାନେ କ୍ୱାରେଣ୍ଟିନ୍ କେନ୍ଦ୍ରରେ ନରହି ଗାଁକୁ ପଳାଇ ଆସିଥିଲେ। ଏପରିକି ଘରେ […]
ବାରିପଦା: ପେଟରେ ଭୋକ, ହେଲେ ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ। ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି। ଟ୍ରଲି ଓ କାଠପଟାରେ […]
ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ରହିଯାଇଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜାରି ରହିଥିବା ଟ୍ରେନ୍ ସେବା କ୍ରମରେ ଦିଲ୍ଲୀରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ଆଜି ଭୁବନେଶ୍ୱରରେ ପହଞ୍ଚୁଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ-ଭୁବନେଶ୍ୱର ମଧ୍ୟରେ ଏହି ଟ୍ରେନ ସେବା ଆରମ୍ଭ ହୋଇଛି। ସେପଟେ ହାଇଦ୍ରାବାଦରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଓଡ଼ିଶା ଆସୁଛି ଆଉ ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ। ୬ ଘଣ୍ଟା ବିଳମ୍ବରେ ଆସୁଥିବା ଏହି ଟ୍ରେନରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଗଂଜାମ ଆଦି ୪ଟି ଜିଲ୍ଲାର […]
ଭୁବନେଶ୍ୱର: ଓଡ଼ିଶା ଦେଇ କୌଣସି ପ୍ରବାସୀ ଚାଲି ଚାଲି ଯିବେନି। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଶ୍ରମିକଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଅଭୟ। ଓଡ଼ିଶା ଆସନ୍ତୁ କିମ୍ବା ଓଡ଼ିଶା ଦେଇ ଯାଆନ୍ତୁ, ସମସ୍ତ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଶ୍ରମିକମାନେ ଚାଲନ୍ତୁ ନାହିଁ ବରଂ ପାଖ ଥାନାକୁ ଯାଆନ୍ତୁ, ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ପୋଲିସ୍ ବ୍ୟବସ୍ଥା କରିବ। ରାଜ୍ୟ ସୀମାରେ ନେଇ ସେମାନଙ୍କୁ […]