• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

mewwwt
ହୋମ କ୍ୱରେଣ୍ଟିନରେ କେମିତି ରହିବେ ପ୍ରବାସୀ; ବୁଝିବେ ନେତା, ପୋଲିସ୍

ଭୁବନେଶ୍ୱର: କରୋନାକୁ ନେଇ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କୁ କିପରି ହୋମ କ୍ୱାରେଣ୍ଟିନରେ ରଖାଯିବ ସେ ନେଇ ବିସ୍ତୃତଭାବେ ଆଲୋଚନା ହୋଇଛି। ଅଧିକରୁ ଅଧିକ ପ୍ରବାସୀ ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବାରୁ ହୋମ କ୍ୱାରେଣ୍ଟିନକୁ କଡାକଡି ଭାବେ ପାଳନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ରାଜନେତା, ପୋଲିସ ଅଧିକାରୀ, ବିଭିନ୍ନ ସମ୍ପ୍ରଦାୟର ନେତା ସମସ୍ତଙ୍କୁ ସାମିଲ କରାଯାଇଥିଲା। ଏସବୁ […]

  • Wednesday, 14 July 2021
cobid
ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି। ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ଛୋଟ ପିଲା। ସେମାନଙ୍କ ବୟସ ୧୪ ବର୍ଷରୁ କମ୍ ହେବ। ତେବେ ମହାମାରୀ ‘କରୋନା’ରେ ରାଜ୍ୟରେ ୨୦ ଜଣ ଛୋଟପିଲା ଆକ୍ରାନ୍ତ ହୋଇଥିଲେ। […]

  • Wednesday, 14 July 2021
samir das
ଆରମ୍ଭ ହେବ ୧୦ କିଲୋମିଟର ଦୂରରୁ ଆସୁଥିବା ମାଟ୍ରିକ ମୂଲ୍ୟାୟନକାରୀଙ୍କ ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ। ଖାତା ଦେଖିବାକୁ ଆସିବାକୁ ଥିବା ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ। ୧୦ କିଲୋମିଟର ଦୂରରୁ କେତେ ପରିମାଣର ଶିକ୍ଷକ ଆସୁଛନ୍ତି, […]

  • Wednesday, 14 July 2021
corona
କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ଛୋଟ ପିଲା

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ଛୋଟ ପିଲା। ସେମାନଙ୍କ ବୟସ ୧୪ ବର୍ଷରୁ କମ୍ ହେବ। ତେବେ ମହାମାରୀ ‘କରୋନା’ରେ ରାଜ୍ୟରେ ୨୦ ଜଣ ଛୋଟପିଲା ଆକ୍ରାନ୍ତ ହୋଇଥିଲେ। ଏବେ ସେମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଆଜି ସୁଦ୍ଧା ରାଜ୍ୟରେ ୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ […]

  • Wednesday, 14 July 2021
khaira
କ୍ୱାରେଣ୍ଟିନ କେନ୍ଦ୍ରରେ ରହିଲେନି ସୁରତ ଫେରନ୍ତା ଦମ୍ପତି, ତାତିଲେ ଗାଁ ଲୋକେ

ସୋର: ସୁରତରୁ ଆସି କ୍ୱାରେଣ୍ଟିନ କେନ୍ଦ୍ରରେ ନରହିବାରୁ ଗାଁରେ ଉତ୍ତେଜନା। ରାସ୍ତା ବନ୍ଦ କରି ଧାରଣାରେ ଗ୍ରାମବାସୀ, ବୁଝାସୁଝା ପାଇଁ ଆସିଥିବା ପୋଲିସ ଗାଡ଼ି ଗାଁରେ ଅଟକ। ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ବଡନୂଆଁଗା ପଞ୍ଚାୟତ ଅଧୀନ ପିହାଣଗଡିଆ ଗାଁରେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ଏକ ସୁରତ ଫେରନ୍ତା ଦମ୍ପତି ଆଜି ନିଜ ଘରକୁ ଫେରିଥିଲେ କିନ୍ତୁ ନିୟମ ଅନୁଯାୟୀ ସେମାନେ କ୍ୱାରେଣ୍ଟିନ୍ କେନ୍ଦ୍ରରେ ନରହି ଗାଁକୁ ପଳାଇ ଆସିଥିଲେ। ଏପରିକି ଘରେ […]

  • Wednesday, 14 July 2021
dadan
ଛୋଟ ଛୁଆକୁ ଭାରରେ ରଖି ୧୨୦ କିଲୋମିଟର ଚାଲିଲେ ବାପା

ବାରିପଦା: ପେଟରେ ଭୋକ, ହେଲେ ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ।  ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି। ଟ୍ରଲି ଓ କାଠପଟାରେ […]

  • Wednesday, 14 July 2021
nirgundi
ଦିଲ୍ଲୀରୁ ସ୍ୱତନ୍ତ୍ର ଟ୍ରେନରେ ଆସୁଛନ୍ତି ପ୍ରବାସୀ, ନିର୍ଗୁଣ୍ଡି ଷ୍ଟେସନରେ ୧୪୪ ଧାରା

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ରହିଯାଇଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜାରି ରହିଥିବା ଟ୍ରେନ୍ ସେବା କ୍ରମରେ ଦିଲ୍ଲୀରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ଆଜି ଭୁବନେଶ୍ୱରରେ ପହଞ୍ଚୁଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ-ଭୁବନେଶ୍ୱର ମଧ୍ୟରେ ଏହି ଟ୍ରେନ ସେବା ଆରମ୍ଭ ହୋଇଛି। ସେପଟେ ହାଇଦ୍ରାବାଦରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଓଡ଼ିଶା ଆସୁଛି ଆଉ ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ। ୬ ଘଣ୍ଟା ବିଳମ୍ବରେ ଆସୁଥିବା ଏହି ଟ୍ରେନରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଗଂଜାମ ଆଦି ୪ଟି ଜିଲ୍ଲାର […]

  • Wednesday, 14 July 2021
mig
ଚାଲି ଚାଲି ଯାଉଥିବା ପ୍ରବାସୀଙ୍କ କଥା ବୁଝିବ ଓଡ଼ିଶା ପୋଲିସ୍

ଭୁବନେଶ୍ୱର: ଓଡ଼ିଶା ଦେଇ କୌଣସି ପ୍ରବାସୀ ଚାଲି ଚାଲି ଯିବେନି। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଶ୍ରମିକଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଅଭୟ। ଓଡ଼ିଶା ଆସନ୍ତୁ କିମ୍ବା ଓଡ଼ିଶା ଦେଇ ଯାଆନ୍ତୁ, ସମସ୍ତ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଶ୍ରମିକମାନେ ଚାଲନ୍ତୁ ନାହିଁ ବରଂ ପାଖ ଥାନାକୁ ଯାଆନ୍ତୁ, ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଓଡ଼ିଶା ପୋଲିସ୍ ବ୍ୟବସ୍ଥା କରିବ। ରାଜ୍ୟ ସୀମାରେ ନେଇ ସେମାନଙ୍କୁ […]

  • Wednesday, 14 July 2021
plane
ସ୍ୱତନ୍ତ୍ର ବିମାନରେ ଓଡ଼ିଶା ବାହୁଡ଼ିଲେ ଦୁବାଇରେ ଥିବା ପ୍ରବାସୀ

ଭୁବନେଶ୍ୱର: ଦୁବାଇରୁ ଆସିଲେ ପ୍ରବାସୀ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଦୁବାଇରୁ ପ୍ରାୟ ୧୫୦ ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୧୨ଟି ଜିଲ୍ଲାର ୧୫୦ ଜଣ ଯାତ୍ରୀ ଆସିଥିବା ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ପଠାଯିବାର ବ୍ୟବସ୍ଥା କରାଯାଉଛି। ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ତେବେ ବିମାନ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ […]

  • Wednesday, 14 July 2021
MAIN-MANTRI
'କରୋନା' ବେଳେ ଆଗରେ ଅମଲା, ମନ୍ତ୍ରୀ ଗଲେ କୁଆଡେ?

ଭୁବନେଶ୍ୱର: ଦୁଇମାସ ହେବ ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା। ଅମଲାଙ୍କୁ ଆଗରେ ରଖି ଏବେ କରୋନା ସହ ଯୁଦ୍ଧ ଲଢୁଛନ୍ତି ସରକାର କିନ୍ତୁ ମଇଦାନରେ ଦେଖିବାକୁ ମିଳୁନାହାନ୍ତି ଅସଲ ସେନାପତି। ଆମେ କହୁଛୁ ବିଭିନ୍ନ ବିଭାଗର ଦାୟିତ୍ୱ ମୁଣ୍ଡାଇଥିବା ଆମ ରାଜ୍ୟର ମନ୍ତ୍ରୀମାନଙ୍କ କଥା ୨-୩ ଜଣଙ୍କୁ ଛାଡ଼ିଦେଲେ ଅନେକ ଦିନ ହେବ ମନ୍ତ୍ରୀଙ୍କ ଚେହେରା ଦେଖିନାହାନ୍ତି ରାଜ୍ୟବାସୀ। ତେଣୁ ସାଧାରଣରେ ପ୍ରଶ୍ନ ଅଫିସରଙ୍କ ଭିଡ଼ ଭିତରେ ମନ୍ତ୍ରୀ ଓ ଜନପ୍ରତିନିଧିଙ୍କୁ ପାସୋରି ଗଲେ କି […]

  • Wednesday, 14 July 2021
bdo
ମହିଳା ପ୍ରବାସୀଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର: କହିଲେ, ଯେଉଁଠି ରଖାଯାଉଛି ସେଠି ରୁହ ନହେଲେ ଚାଲିଯାଅ

ଛେଣ୍ଡିପଦା: ପୁଣି ଥରେ ଆଉ ଜଣେ ବିଡିଓଙ୍କ ନାଁରେ ଆସିଛି ଦୁର୍ବବ୍ୟହାର ଅଭିଯୋଗ। ପ୍ରବାସୀ ଓଡ଼ିଆଙ୍କୁ ଫୋନରେ ଦୁର୍ବ୍ୟବହାର କରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେର୍କେଟା। ଖୋଲାଖୋଲି ଫୋନରେ ମହିଳା ଶ୍ରମିକଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ଅଭିଯୋଗ ହୋଇଛି। ବଅଁରପାଲ ଓ ତାଲଚେର ବ୍ଲକର କିଛି ପ୍ରବାସୀ ଶ୍ରମିକଙ୍କୁ ଛେଣ୍ଡିପଦା ବ୍ଲକର ବରପଦା ବିଦ୍ୟାଳୟରେ ରଖିବାକୁ ବନ୍ଦୋବସ୍ତ କରାଯାଇଥିଲା। ହେଲେ ପ୍ରବାସୀ ଶ୍ରମିକ ମାନେ ଏନେଇ ମନା କରିବା ସହ ସେଠି ନରଖିବାକୁ […]

  • Wednesday, 14 July 2021
testing
ବେସରକାରୀ ହସ୍ପିଟାଲରେ କରୋନା ଟେଷ୍ଟକୁ ଅନୁମତି, କଡ଼ାକଡ଼ି ହେବ ଟବାକୋ ଆଇନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।  ‘କରୋନା’ ରୋଗୀଙ୍କ ପାଇଁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ କୋଭିଡ୍ ବେଡ୍ ଆବଶ୍ୟକ। ଏନେଇ ରାଜ୍ୟରେ କୋଭିଡ୍ ଟେଷ୍ଟ ବଢାଯିବା ସହ କୋଭିଡ୍ ବେଡ୍ ସଂଖ୍ୟା ବଢାଯିବ। ବେସରକାରୀ ହସ୍ପିଟାଲରେ କୋଭିଡ ପରୀକ୍ଷାକୁ ଅନୁମତି ସହ ରାଜ୍ୟରେ ଦିନକୁ ୧୫ ହଜାର ଟେଷ୍ଟ କରାଯିବା ନେଇ ରାଜ୍ୟ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ସୂଚନା। ତାସହ ବଲାଙ୍ଗିରରେ […]

  • Wednesday, 14 July 2021
corona
ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୫ ଜଣ କରୋନା ଆକ୍ରାନ୍ତ। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ ୧୫୮ଜଣ ଆରୋଗ୍ୟ ହେଲେଣି। ଯାଜପୁର ଜିଲ୍ଲାରେ ସମୁଦାୟ ୮୮ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇଛନ୍ତି। ଏବେବି ଜିଲ୍ଲାରେ ୪୦ ଆକ୍ଟିଭ କେଶ ରହିଛି। ତେବେ ଯାଜପୁର ରେଡ୍ ଜୋନ୍ ହୋଇଥିବାରୁ ଏତେ ମାତ୍ରାରେ ଆରୋଗ୍ୟ ହେବା ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଆଜି ସକାଳେ ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ […]

  • Wednesday, 14 July 2021
china-main-main
ପୁଣି ଥରେ ଚୀନ୍‌ର ଉହାନକୁ ଫେରିଲା କରୋନା, ଚିହ୍ନଟ ହେଲେଣି ନୂଆ ପଜିଟିଭ

ଉହାନ୍: କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନର ଉହାନ ସହରର ସମସ୍ତ ନାଗରିକଙ୍କ ଟେଷ୍ଟ କରିବାକୁ ଯୋଜନା। କିଛି ଦିନର ବିରତି ପରେ ପୁଣି ଥରେ ସହରରେ କରୋନା ପଜିଟିଭ ମାମଲା ସାମନାକୁ ଆସିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି। ଉହାନର ୧୧ କୋଟି ଲୋକଙ୍କର ନ୍ୟୁକ୍ଲିକ୍ ଏସିଡ୍ ପରୀକ୍ଷା କରାଯିବ। ୧୦ ଦିନ ଭିତରେ ଏହି କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ଓ ସୋମବାର ଦୁଇ ଦିନରେ ସହରର ଏକ […]

  • Wednesday, 14 July 2021
positive
ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ

ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ ଚିହ୍ନଟ। ଏମାନେ ଉଭୟ କେନ୍ଦୁଝର ଜିଲ୍ଲାର। ହାଟଡିହି ବ୍ଲକ୍‌ର ଢେଙ୍କା ପଞ୍ଚାୟତ ଓ ଧନୁର୍ଜୟପୁର ପଞ୍ଚାୟତରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତ ସୁରତରୁ ଫେରି କ୍ୱାରେଣ୍ଟିନ୍‌ରେ ଥିଲେ। ଜଣଙ୍କର ଳକ୍ଷଣ ନଥିଲା ବୋଲି କେନ୍ଦୁଝର ଜିଲ୍ଲାପାଳ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ତେବେ କେନ୍ଦୁଝରରେ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ଟିଭ କେଶ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ସକାଳେ ଆଜି ୨୩ […]

  • Wednesday, 14 July 2021
recover
ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ସୁସ୍ଥ ହେଲେ ଆଉ ୩୧ ଜଣ କରୋନା ଆକ୍ରାନ୍ତ। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ପ୍ରକାଶଥାଉକି, ଯାଜପୁରରେ ୬୪ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଆଗରୁ ୨ ଜଣ ସୁସ୍ଥ ହୋଇଥିବାବେଳେ ଆଜି ୩୧କୁ ମିଶାଇ ଜିଲ୍ଲାରେ କରୋନାରେ ଆରୋଗ୍ୟ ହେବା ୩୩ରେ ପହଞ୍ଚିଛି। ଏବେ ବି ୩୧ଟି ଆକ୍ଟିଭ କେଶ ରହିଛି। ଏମାନେ […]

  • Wednesday, 14 July 2021
test
କୋଭିଡ୍ ଭୂତାଣୁର ମେଡିସିନ ବାହାର କରିବ ଭାରତ! କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: କୋଭିଡ୍-୧୯ ଭୂତାଣୁ ଚିକିତ୍ସା ନେଇ କ୍ଲିନିକାଲ ଟ୍ରାଏଲ ଆରମ୍ଭ। ଦେଶର ପ୍ରମୁଖ ୧୦ଟି  ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଏହି ପରୀକ୍ଷା ଆରମ୍ଭ ହେବ। ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମାସ ମଧ୍ୟରେ ଏହି ପରୀକ୍ଷଣ ଶେଷ ହେବ ବୋଲି ଅନୁମାନ କରାଯାଉଛି। କୋଭିଡ-୧୯ ଭୂତାଣୁର କବଳରୁ ରକ୍ଷା ପାଇବାକୁ ଫାଭିପିରାଭିର ନାମକ ଏକ ଔଷଧର ପରୀକ୍ଷା ଆରମ୍ଭ କରିଛି ଗ୍ଲେନମାର୍କ। କରୋନା ଭାଇରସ ଭୂତାଣୁର ମୁକାବିଲା ପାଇଁ ଏହି ଔଷଧକୁ ପରୀକ୍ଷଣ କରିବାକୁ ଗତ […]

  • Wednesday, 14 July 2021
nabina
୬ ଜିଲ୍ଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର: ୬ ଜିଲ୍ଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା। ରାଜ୍ୟର ୬ଟି ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଶଯ୍ୟା ବଢାଯିବ ଗଂଜାମ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବଲାଙ୍ଗିରରେ ଏହି ଶଯ୍ୟା ବଢ଼ିବ। ଶଯ୍ୟା ସଂଖ୍ୟା ବଢ଼ାଇବାକୁ ନେଇ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ୬ ଜିଲ୍ଲାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ।ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଉଛି।  ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର […]

  • Wednesday, 14 July 2021
vijay
'ପ୍ରବାସୀଙ୍କ ପ୍ରକୃତ ହିସାବ ସରକାରଙ୍କ ପାଖରେ ନାହିଁ'

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ଅଭିଯୋଗ କରିଛନ୍ତି, ପ୍ରବାସୀଙ୍କ ପ୍ରକୃତ ହିସାବ ସରକାରଙ୍କ ପାଖରେ ନାହିଁ। କେଉଁ ରାଜ୍ୟରେ କେତେ ପ୍ରବାସୀ ଓଡ଼ିଆ ଅଛନ୍ତି, ତାର ତାଲିକା ହୋଇପାରିନି। ସରକାର ବୋଧହୁଏ କରୋନା ଭୟାବହତାକୁ ଅନୁଭବ କରିପାରିନାହାନ୍ତି। କେବଳ କ୍ୱାରେଣ୍ଟିନ୍ ସେଣ୍ଟର ପାଇଁ କଣ କିଣା ହେବ ସେଥିରେ ବ୍ୟସ୍ତ  ଅଛନ୍ତି। ସରକାର ଅହମିକା ଓ ଅହଙ୍କାର ଛାଡ଼ନ୍ତୁ।ଅଫିସରମାନେ […]

  • Wednesday, 14 July 2021
air
୧୪ରେ ଉଡ଼ିବ ଦୁବାଇରୁ ଭୁବନେଶ୍ୱରକୁ ପ୍ରଥମ ଫ୍ଲାଇଟ୍, ଆସିବେ ପ୍ରବାସୀ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ଦୁବାଇରୁ ୧୭୯ ଯାତ୍ରୀଙ୍କୁ ନେଇ ସିଧା ଭୁବନେଶ୍ୱର ଆସିବ ଏକ ସ୍ୱତନ୍ତ୍ର ବିମାନ। ପ୍ରବାସୀ ଭାରତୀୟ ଓ UAEରେ ଥିବା ଓଡ଼ିଶା ସମାଜର ପ୍ରୟାସରେ ଏହି ବିମାନ ୧୭୯ ଯାତ୍ରୀଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା UAEର ଏକ ଗଣମାଧ୍ୟମ ସଂସ୍ଥା ଖଲିଜ ଟାଇମର ୱେବସାଇଟରେ ଖବର ପ୍ରକାଶ ପାଇଛି। ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଭିନ୍ନ କରୋନା ସଂକ୍ରମିତ ଦେଶରୁ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଫେରାଇ ଆଣୁଛନ୍ତି। […]

  • Wednesday, 14 July 2021
india
ଦିନକରେ ଦେଶରେ ୪୨୦୦ କରୋନା ପଜିଟିଭ ଚିହ୍ନଟ, ମହାରାଷ୍ଟ୍ରରେ ବଢୁଛି ମୃତ୍ୟୁ ସଂଖ୍ୟା

ଦେଶରେ ୨ ହଜାର ୨ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କୋଭିଡ୍ ୧୯ରେ ଆଜି ସୁଦ୍ଧା ଭାରତରେ ମୋଟ୍ ୨ ହଜାର ୨ ଶହ ୬ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସେହିଭଳି ଆକ୍ରାନ୍ତ ସଂଖ୍ୟା ୬୭ ହଜାର ପାର ହୋଇଛି। ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଛନ୍ତି ୪୨ ଶହରୁ ଅଧିକ ଲୋକ। ଏପଟେ ଦିନକରେ ୧ ହଜାର ୫୫୦ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୧.୧୫ […]

  • Wednesday, 14 July 2021