ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ ସେଣ୍ଟର ନିର୍ମାଣ କରି ବାହାଦୂରୀ ମାରୁଛନ୍ତି ରାଜ୍ୟ ସରକାର। ହେଲେ ଗ୍ରାମାଞ୍ଚଳର ସେହି କ୍ୱାରେଣ୍ଟିନ ବ୍ୟବସ୍ଥା ଯେ କେତେ ହୁଗୁଳା, ସେକଥା କିନ୍ତୁ ରହିଯାଉଛି ଆଢ଼ୁଆଳରେ। ଆଜି ଆମେ କ୍ୱାରେଣ୍ଟିନ୍ ଅବ୍ୟବସ୍ଥାର ସାଂଘାତିକ ଅଭିଯୋଗର ଚିତ୍ର ଦେଖାଉଛୁ। କ୍ୱାରେଣ୍ଟିନ ସେଣ୍ଟର ତଥା ଟିଏମସି ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ୱାବ୍ ସଂଗ୍ରହ କରାଯାଉନାହିଁ। ଫଳରେ କ୍ୱାରେଣ୍ଟିନ ଅବଧି ସାରି ଘରକୁ ଫେରିବା ପରେ ବି କିଏ ପଜିଟିଭ୍ ହେଉଛନ୍ତି ତ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଯାଜପୁରରୁ ସର୍ବାଧିକ ୬୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ଗଜପତିରୁ ୯, ନୟାଗଡ଼ରୁ ୬, ସୁନ୍ଦରଗଡ଼ରୁ ୫, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟଙ୍କ ମଧ୍ୟରେ ଗଞ୍ଜାମ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ଏବଂ ସମ୍ୱଲପୁରରୁ ଜଣେ ଅଛନ୍ତି। ଆଜି ସକାଳେ ୧୯ ଜିଲ୍ଲାରୁ ରାଜ୍ୟରେ ୧୫୬ […]
ଭୁବନେଶ୍ୱର: ଓଡ଼ିଶାରେ କୋହଳ ହେବନି ରାତ୍ରକାଳୀନ କର୍ଫ୍ୟୁ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତ୍ରକାଳୀନ କର୍ଫ୍ୟୁରେ କୌଣସି କୋହଳ କରାଯିବ ନାହିଁ। ଏନେଇ ପ୍ରେସମିଟରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ରାତ୍ରକାଳୀନ କର୍ଫ୍ୟୁରେ କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ଏହି କୋହଳ ନିୟମ କିନ୍ତୁ ଓଡ଼ିଶାରେ ଲାଗୁ ହେବ ନାହିଁ। ସେହିପରି ବାହାରେ ଛେପ ପକାଇଲେ କିମ୍ବା ମାସ୍କ ନପିନ୍ଧିଲେ ଅଧିକ ଜରିମାନା ଦେବାକୁ ହେବ। ଏମିତିକି […]
ଆମେରିକା: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ବ୍ରାଜିଲରେ କାୟା ମେଲାଇ ଚାଲିଛି କୋଭିଡ୍-୧୯ ଗତକାଲି ଗୋଟିଏ ଦିନରେ ୩୩ ହଜାର ସଂକ୍ରମିତ ଚିହ୍ନଟ ହେବା ପରେ ସଙ୍କଟ ଦେଖା ଦେଇଛି। ରେକର୍ଡ ସଂଖ୍ୟକ ୩୩ ହଜାର ୨୭୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଥିବା ବେଳେ ପ୍ରାୟ ୨୯ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଗତ ୨୪ […]
ନୂଆଦିଲ୍ଲୀ: କାଲିଠୁ ଆରମ୍ଭ ହେବ ୫ମ ପର୍ଯ୍ୟାୟ ଲକଡାଉନ୍। କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଲକଡାଉନ କୋହଳ ସହ କରୋନା ମାର୍ଗଦର୍ଶିକା କେନ୍ଦ୍ର ସରକାର ଜାରି କରିଛନ୍ତି। ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳରେ ମାସ୍କ ପିନ୍ଧିବା ଜରୁରୀ। ଗାଡ଼ିରେ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସର୍ବସାଧାରଣ ସ୍ଥଳରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତ୍ୱ […]
ନୂଆଦିଲ୍ଲୀ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଏବେ ଆସନ୍ତୁ ନଜର ପକାଇବା ନୂଆ ଗାଇଡଲାଇନ୍ ଅନୁସାରେ କଣ ଖୋଲା ଓ କଣ ବନ୍ଦ ରହିବ। କଣ ଖୋଲା ରହିବ? ଜୁନ୍ ୮ରୁ ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳୀ, ହୋଟେଲ୍, ରେଷ୍ଟୁରାଣ୍ଟ […]
ଭୁବନେଶ୍ୱର: ଆଜି ଆଉ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ହଜାରେ ଟପିଲା। ସେମାନଙ୍କ ଭିତରୁ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି ଓ ଅନୁଗୋଳରୁ ୨ ଜଣେ ଲେଖାଏଁ ଏବଂ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। Another 73 #Covid19 patients have recovered and are being discharged. 28 from […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର। ଏମାନେ ସମସ୍ତେ ମୁମ୍ବାଇ ଫେରନ୍ତା ଓ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ପବନ ନିଖିଲ କଲ୍ୟାଣ ସୂଚନା ଦେଇଛନ୍ତି। ୧୩ ପଜିଟିଭ ମଧ୍ୟରୁ ୪ ଜଣ ରାଉଲକେଲା ଅଞ୍ଚଳର। ୮ଜଣ ଟାଙ୍ଗରିପାଲୀ ମଙ୍ଗଶପୁର ହୋଇଥିବା ବେଳେ ଆଉ ଜଣେ ଡର୍ଲ୍ଲିପାଲି ଅଞ୍ଚଳର। ଏହାକୁ ମିଶାଇ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୨୭ ଜଣ ସୁସ୍ଥ ହୋଇଛନ୍ତି। ୨୭ଟି […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୋଧରେ ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି ଦେଶର ପ୍ରମୁଖ କମ୍ପାନୀ ତଥା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି। ଚୀନ୍ଠାରୁ ୧୦ ଗୁଣ ଶସ୍ତା ଟେଷ୍ଟିଂ ସ୍ୱାବ୍ ରିଲାଏନ୍ସ ପକ୍ଷରୁ ପ୍ରସ୍ତୁତ କରାଯିବା ସହିତ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। କରୋନା ସଂକ୍ରମଣ ବିରୋଧରେ ଭାରତର […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ୧୨ କରୋନା ପଜିଟିଭ ଚିହ୍ନଟ। ୧୨ ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲାପାଳ ମଧୁସ୍ମିତା ସାହୁ। ନୂଆପଡା ଜିଲ୍ଲାରୁ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ମୁମ୍ୱାଇ ଫେରନ୍ତା ଓ ଜଣେ ହାଇଦ୍ରାବାଦ ଫେରନ୍ତା। ୪ ଜଣଙ୍କ ଲକ୍ଷଣ ଥିଲା କିନ୍ତୁ ୮ ଜଣଙ୍କ ଲକ୍ଷଣ ଜଣା ପଡୁ ନ ଥିଲା। ସମସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଏମାନଙ୍କ ମଧ୍ୟରେ ଖଡିଆଳ […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ମିଳିଲାନି ସରକାରୀ ସହାୟତା। ଘରକୁ ଫେରିବାକୁ ଚାଲି ଚାଲି ଯିବାକୁ ପଡ଼ିଲା ୫୦ କିଲୋମିଟରରୁ ଅଧିକ ବାଟ। ଏଭଳି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ତେଲେଙ୍ଗାନାରେ ଦାଦନ ଭାବେ କାମ କରୁଥିବା ଜିଲ୍ଲାର କିଛି ଶ୍ରମିକ ଲକଡାଉନ୍ ପରେ ଜୀବିକା ହରାଇଥିଲେ। ବହୁ କଷ୍ଟରେ ନିଜ ଜିଲ୍ଲାକୁ ଫେରିବା ପରେ ତାଙ୍କୁ ଝରିଗାଁ ବ୍ଲକର ଫୁପୁଗାଁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ତେବେ କ୍ୱାରେଣ୍ଟିନ୍ ଅବଧି ସରିବା ପରେ ସ୍ତ୍ରୀ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ଜଗତସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ୱଲପୁରରୁ ୨ ଜଣ ଲେଖାଏଁ, ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏପର୍ଯ୍ୟନ୍ତ ଜଗତସିଂହପୁରରେ ୨୮, ଯାଜପୁରରୁ ୧୭୩, ଭଦ୍ରକରୁ ୯୫, ଗଞ୍ଜାମରୁ ୩୧୭, କଟକରୁ ୨୬, ଖୋର୍ଦ୍ଧାରୁ ୬୦, ସମ୍ବଲପୁରରୁ ୩, ବାଲେଶ୍ୱରରୁ […]
ମୁମ୍ବାଇ: କରୋନା ଯୁଦ୍ଧରେ ବିଜୟୀ ହେଲା ୩୬ ଦିନର ଶିଶୁ। ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ଏଭଳି ଖୁସି ଖବର। ୩୬ ଦିନର କରୋନା ପଜିଟିଭ୍ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫମାନେ ତାଳି ମାରି ଶିଶୁକୁ ଉତ୍ସାହିତ କରିଛନ୍ତି। ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ […]
ଭୁବନେଶ୍ୱର: କରୋନା ଲଢେଇ ଭିତରେ ଜୀବିକାକୁ ନେଇ ଚିନ୍ତା। ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଶା ଫେରୁଥିବାରୁ କିଭଳି ସେମାନଙ୍କୁ କାମଧନ୍ଦା ମିଳିବ? କଣ ହେବ ସେମାନଙ୍କ ରୋଜଗାରର ପନ୍ଥା? କେବଳ ଶ୍ରମିକ ଶ୍ରେଣୀ ନୁହଁନ୍ତି, ବହୁ କୁଶଳୀ ଓ ବୃତ୍ତିଧାରୀ ବି ଫେରିଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଜୀବିକା ଯୋଗାଇ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ରାଜ୍ୟ ସରକାର ନରେଗା ଓ କିଛି ନୂଆ ଯୋଜନାକୁ ଭରସା କରିଥିବା ବେଳେ ଲକ୍ଷ ଲକ୍ଷ […]
ନୂଆଦିଲ୍ଲୀ: ପାଣ୍ଠି ଯୋଗାଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏକ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଛି। ଏହି ଫାଉଣ୍ଡେସନ ଦ୍ୱାରା ସର୍ବସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଉଛି। ଏଥିସହ କର୍ପୋରେଟ ସଂସ୍ଥାମାନଙ୍କ ଠାରୁ ମଧ୍ୟ ପାଣ୍ଠି ସଂଗ୍ରହ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଫାଉଣ୍ଡେସନ ଜରୁରୀକାଳୀନ ପରିସ୍ଥିତି ଓ ମହାମାରୀର ମୁକାବିଲା ପାଇଁ ପଦକ୍ଷେପ ନେବ। ଗତ ୭୫ ଦିନ ମଧ୍ୟରେ ଏହି ଫାଉଣ୍ଡେସନ ଦ୍ୱାରା ୪ଲକ୍ଷ ଲୋକ ଓ କଂପାନୀଙ୍କ ଠାରୁ ମିଳିତଭାବେ ୨୧୪ […]
ନୂଆଦିଲ୍ଲୀ: ଟୀକା ଏବଂ ଔଷଧ ହିଁ କରୋନାକୁ ମାତ୍ ଦେଇପାରିବ। ଆଉ ଏହା ପାଇଁ ଦେଶର ୩୦ଟି ସଂଗଠନ କାମ କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ୍। ଦେଶର ବଡ଼ ବଡ଼ କମ୍ପାନି, ସଂଗଠନ, ବୈଜ୍ଞାନିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏଦିଗରେ ଅହରହ କାମ କରୁଛନ୍ତି। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଭାରତ ଆଣିପାରେ କରୋନା ଭ୍ୟାକ୍ସିନ। ଏବେ ପ୍ରିକ୍ଲିନିକାଲ ଷ୍ଟେଜରେ ଅଛି। ଆସନ୍ତା ଅକ୍ଟୋବ ସୁଦ୍ଧା ପ୍ରିକ୍ଲିକାଲ […]
ଭୁବନେଶ୍ୱର: ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଏସ୍ଓପି ଅନୁସାରେ, ୫ ଦିନ ଭିତରେ ପ୍ରବାସ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ହେବା କଥା କିନ୍ତୁ ୨ ସପ୍ତାହ ଧରି କ୍ୱାରେଣ୍ଟିନ ସେଣ୍ଟରରେ ରହିବା ପରେ ବି ପ୍ରବାସୀଙ୍କ କରୋନା ପରୀକ୍ଷା ହେଉନି ଏବଂ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ତେଣୁ ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ଅବ୍ୟବସ୍ଥାକୁ ନେଇ ଏହିଭଳି ଢଙ୍ଗରେ ରାଜ୍ୟ […]
ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଯାଜପୁରରୁ ୨୫, ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮, ନୟାଗଡ଼ ଓ କେନ୍ଦ୍ରପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାଛଡ଼ା କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି […]
ଭୁବନେଶ୍ୱର: କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବା ପରେ ପୋଲିସ କର୍ମଚାରୀଙ୍କୁ ଭବ୍ୟ ସ୍ୱାଗତ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ପ୍ରଥମ କରୋନା ଆକ୍ରାନ୍ତ ଜଣେ କନଷ୍ଟେବଳ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଆଜି ପୋଲିସ ସେବା ଭବନରେ ସମ୍ବର୍ଦ୍ଧନା ଦିଆଯାଇଛି। ଟ୍ୱିନସିଟି ପୋଲିସ କମିଶନର ତାଙ୍କୁ ଫୁଲତୋଡା ପ୍ରଦାନ କରିଥିବା ବେଳେ ଡ଼ିସିପି ଓ ସାଥି ପୋଲିସ କର୍ମୀ ତାଳି ମାରି ସ୍ୱାଗତ କରିଥିଲେ। ସୁସ୍ଥ ହୋଇଥିବା ପୋଲିସ କର୍ମୀ ଜଣକ ଏବେ ୧୪ଦିନ କ୍ୱାରେଣ୍ଟିନରେ […]
ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ। କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି। ଏନେଇ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ସେ କେନ୍ଦ୍ରାପଡାର ସମ୍ପର୍କୀୟଙ୍କ ଘରୁ ଫେରିଥିଲେ। ତେବେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛି, ତାହା ଜଣାପଡ଼ିନି। ଆଜି ରାଜ୍ୟରେ […]
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂପର୍କରେ ୧୫ ଦିନ ଧରି କରାଯିବ ବ୍ୟାପକ ସଚେତନତା। ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ତଥ୍ୟ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ନୂଆ ଗାଇଡଲାଇନ୍ ଅନୁସାରେ ପଞ୍ଚାୟତ ସ୍ତରରେ ଗ୍ରୀନ୍, ରେଡ୍ ଓ ଅରେଂଜ ଜୋନ୍ ଚିହ୍ନଟ ହେବ। ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟିନ ସେଣ୍ଟରର ସୁରକ୍ଷା କଡ଼ାକଡ଼ି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏଯାଏଁ ଲକ୍ଷେ ଲୋକ ସଫଳତାର […]
କଟକ: ବଜ୍ରକାପ୍ତାର କରାଯିବ କରୋନା ଟେଷ୍ଟ। କ୍ୱାରେଣ୍ଟିନ ସେଣ୍ଟରରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବାରୁ ଟେଷ୍ଟ ହେବ। ସ୍ୱାବ ନମୁନା ନିଆଯାଇ ଲ୍ୟାବ୍କୁ ଟେଷ୍ଟ ପାଇଁ ପଠାଯିବ, ଟେଷ୍ଟ ଓଡ଼ିଶାରେ ହିଁ ହେବ। କରୋନା ପରୀକ୍ଷା ନେଇ ଆଠଗଡ଼ ଡିଏଫ୍ଓ ଦେଲେ ସୂଚନା। ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳରୁ ଗତକାଲି ରାତିରେ ଏକ କ୍ଵାରେଣ୍ଟିନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର କରିଛି ଆଠଗଡ଼ ବନବିଭାଗ। ଆଠଗଡ ଡିଏଫ୍ଓଙ୍କ ସୂଚନା ମୁତାବକ, […]
ନୂଆଦିଲ୍ଲୀ: ଭାରତରେ ଉଦବେଗଜନକ ଭାବେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଦେଶରେ ୬ହଜାର ୯୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାରରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି। ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଦେଶରେ ୭୭ ହଜାର ୧୦୩ ଜଣ ଆକ୍ଟିଭ କେସ […]
ବ୍ରାଜିଲ: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ଦକ୍ଷିଣ ଆମେରିକାର ସର୍ବବୃହତ ରାଷ୍ଟ୍ର ବ୍ରାଜିଲ ପାଇଁ କାଳ ହେଲା କି ରାଷ୍ଟ୍ରପତି ଜେୟାର ବୋଲସୋନାରୋଙ୍କ ବୃଥା ଅସ୍ଫାଳନ? ବ୍ରାଜିଲରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଓ ଏହାର ଗରମ ଜଳବାୟୁ ହେତୁ କରୋନା ଇଟାଲୀ ଭଳି ସ୍ଥିତି ସୃଷ୍ଟି କରିପାରିବନି ବୋଲି ଦମ୍ଭୋକ୍ତି ଦେଖାଇଥିଲେ ରାଷ୍ଟ୍ରପତି ବୋଲସୋନାରୋ। ମାର୍ଚ୍ଚ ୨୪ ଯେତେବେଳେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଲକଡାଉନ ଘୋଷଣା କରୁଥିଲେ। ସେତେବେଳେ କରୋନାକୁ […]