ମୁମ୍ୱାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ। ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶନିବାର ସଂଧ୍ୟାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ହସ୍ପିଟାଲର ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି। ସେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହୋଇଥିବା ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ବିଗବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ ଟେଷ୍ଟ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା କ୍ଷେତ୍ରରେ ଏବେ ତିିନିଟି ଚ୍ୟାଲେଞ୍ଜ। ହଟସ୍ପଟ୍, ହସ୍ପିଟାଲ୍ ଏବଂ ସାମାଜିକ ଦୂରତା। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନ୍ର ପ୍ରେମଚନ୍ଦ୍ର ଚୌଧୁରୀ। ହଟସ୍ପଟ୍:- ହଟସ୍ପଟ୍ ଜିଲ୍ଲାରୁ ଲୋକେ ରାଜଧାନୀକୁ ଆସୁଛନ୍ତି। ଯାହା ଫଳରେ ଏବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ଲମ୍ କମିଟି ଗଠନ ହୋଇଛି। ଏହାସହ ୱାର୍ଡ କମିଟି ସକ୍ରିୟ ରହିଛନ୍ତି। ବାହାର ଅଞ୍ଚଳରୁ ଆସୁଥିବା […]
ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୮୩୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଅରୋଗ୍ୟଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୭ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭, କଟକରୁ ୨୬, ନୟାଗଡ଼ରୁ […]
ବାଲିଗୁଡା: କ୍ୱାରେଣ୍ଟିନ ସେଣ୍ଟରରେ ସେଲ୍ଫି ନିଶା। ପ୍ରବାସୀ ଯୁବତୀଙ୍କ ସହ ଫଟୋ ଉଠାଇଲେ ଦାୟିତ୍ୱରେ ଥିବା ଦୁଇ ଅଧିକାରୀ। ସେଲଫି ଉଠାଇବା ବେଳର ଫଟୋ ଏବେ କନ୍ଧମାଳ ଜିଲ୍ଲାରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ଘଟଣା ଘଟିଛି ଜିଲ୍ଲାର କ.ନୂଆଗାଁ ଏକ କ୍ୱାରେଣ୍ଟିନ ସେଣ୍ଟରରେ। ରାଜ୍ୟ ବାହାରୁ ଆସିଥିବା ଜଣେ ଯୁବତୀ କ୍ୱାରେଣ୍ଟିନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ସେଲଫି ନେଇଥିଲେ। ଆଉ ଏହି ଫଟୋ ଭାଇରାଲ […]
କଟକ: କଟକ ଜିଲ୍ଲାରେ ଆଜି ଆଉ ୫୦ କରୋନା ଆକ୍ରାନ୍ତ ଚିହ୍ନଟ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ଆକ୍ରାନ୍ତ ଚିହ୍ନଟ ସୂଚନା ମିଳିଛି। ୫୦ ଆକ୍ରାନ୍ତଙ୍କ ମଧ୍ୟରୁ SCBରେ ୧୩ ସଂକ୍ରମିତ ସୂଚନା। ବଡ଼ମ୍ବାରୁ ୩୩ ଓ CMCରୁ ଆଉ ୨ ଆକ୍ରାନ୍ତ ଚିହ୍ନଟ। ନିଶ୍ଚିନ୍ତକୋଇଲି ଓ ଅଡ଼ଶପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବଡ଼ମ୍ବାରୁ ଆଉ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮ଟି ପଞ୍ଚାୟତରୁ ଆଉ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]
ଭୁବନେଶ୍ୱର: ଅଣାୟତ୍ତ ଗଞ୍ଜାମ, ଅସମ୍ଭାଳ ଓଡ଼ିଶା। ରାଜ୍ୟରେ ଦିନକୁ ଦିନ ଅଧିକରୁ ଅଧିକ ବିସ୍ଫୋରକ ରୂପ ଧାରଣ କରୁଥିବା କରୋନା ଗଡ଼ାଇଛି। ଆଉ ୪ ମୁଣ୍ଡ ଫଳରେ ଓଡ଼ିଶାରେ ୬୪ରେ ପହଞ୍ଚିଛି କରୋନା ମୃତ୍ୟୁ। ସେହିଭଳି ଗତ କିଛି ଦିନ ଧରି ଚାଲିଥିବା ୫୦୦ ପ୍ଲସ୍ ସଂକ୍ରମଣର ଟ୍ରେଣ୍ଡ୍ ବି ଭାଙ୍ଗିଛି। ଆଜି ଚିହ୍ନଟ ହୋଇନ୍ତି ରେକର୍ଡ ସଂଖ୍ୟକ ୭୫୫ ଜଣ ଆକ୍ରାନ୍ତ। ଏପଟେ ଭାଇରସର ମୁକାବିଲା ପାଇଁ ବି ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ […]
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ କ୍ୱାରେଣ୍ଟିନ, ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏହାକୁ ମିଶାଇ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୨କୁ ବୃଦ୍ଧି ପାଇଛି। ୭ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦୮ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏବେବି ୨୮୬ ଆକ୍ଟିଭ କେଶ କହିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ: […]
ଭୁବନେଶ୍ୱର: ରାଜ୍ୟରେ ଦିନକରେ ସୁସ୍ଥ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା। ଆଜି ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ ୭୪୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨ ଓ ଦେବଗଡ଼ରୁ ୧୯, କୋରାପୁଟରୁ ୧୮, […]
ପୁରୀ: ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତିର ପବିତ୍ର ସ୍ଥଳ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର, ଯେଉଁଠି ଅହନ୍ନିଶି ଜଳୁଥାଏ ଅଖଣ୍ଡ ଜୁଇ। କାରଣ ଏଠାରେ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ହେଲେ ତାର କୁଆଡ଼େ ଆଉ ପୁନର୍ଜନ୍ମ ନାହିଁ ବୋଲି ହିନ୍ଦୁ ଧର୍ମରେ ରହିଛି ପ୍ରଚଣ୍ଡ ବିଶ୍ୱାସ। ସେଇଥିପାଇଁ ତ ବର୍ଷତମାମ ଏଠାକୁ ଦୂର ଦୂରାନ୍ତରୁ ଶବ ଧରି ଧାଇଁ ଆସନ୍ତି ଆତ୍ମୀୟ ସ୍ୱଜନ ହେଲେ ଆଜି ସକାଳୁ କିନ୍ତୁ ଏ ସ୍ଥାନ ଖାଁ ଖାଁ। କାରଣ କୋଭିଡ୍ ସଂକ୍ରମଣ […]
ଭୁବନେଶ୍ୱର: ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ଆସିଥିବା ଏଇ ଟେଷ୍ଟ କିଟ୍ ମଧ୍ୟରୁ କଟକ SCBକୁ ୧୫ଶହ, ଅନ୍ୟ ୫ଟି ମେଡିକାଲ କଲେଜକୁ ହଜାରେ ଲେଖାଏଁ କିଟ୍ ଏବଂ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ୫ ଶହ କିଟ୍ ଯୋଗାଇ ଦିଆଯାଇଛି ବୋଲି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେହିପରି ଗଂଜାମ ଜିଲ୍ଲାକୁ ୩ ହଜାର, ଗଜପତି ଜିଲ୍ଲାକୁ ୫ଶହ ଏବଂ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ମଧ୍ୟରେ ଗଜାମରୁ ସର୍ବାଧିକ ସୁସ୍ଥ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ ୭୦୦୬ ଜଣ କରୋନାରୁ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁର ୪୬, ଖୋର୍ଦ୍ଧା ୨୮, କଟକ ୨୧, କେନ୍ଦୁଝରରୁ ୧୬, ନୟାଗଡ଼ରୁ ୧୪, ନବରଙ୍ଗପୁରରୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବେକାବୁ କରୋନା। ଆଜି ଚିହ୍ନଟ ହୋଇଛନ୍ତି ଆଉ ୪୬ କରୋନା ଆକ୍ରାନ୍ତ, ଯେଉଁଥିରେ କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୨ ଏବଂ ଲୋକାଲ କେସ୍ ୨୪ ଥିବା ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିପରି ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏବେ ସୁଦ୍ଧା ୫୨୫ ଜଣ ମୋଟ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫ ଜଣ ସୁସ୍ଥ ହୋଇଛନ୍ତି। କେଉଁଠି କେତେ ଆକ୍ରାନ୍ତ:- ପାତ୍ରପଡ଼ାରୁ ଜଣେ, କଟକ ରୋଡ୍ […]
ପୁରୀ: କୋଭିଡ ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି। ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଳ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ ଜଟିଳ ସ୍ଥିତି ଆଡକୁ ଗତି କରୁଛି […]
ଭୁବନେଶ୍ୱର: ରାଜ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ବନ୍ଦ ହେବ। ପୃଷ୍ଠପୋଷକତା ଅଭାବରୁ ରାଜ୍ୟ ଭିତରେ ଚଳାଚଳ କରୁଥିବା ତିନିଟି ସ୍ୱତନ୍ତ୍ର ଟ୍ରେନକୁ ବନ୍ଦ କରାଗଲା। ଏଭଳି ପଦକ୍ଷେପ ନେଇଛି ପୂର୍ବତଟ ରେଳବାଇ। ପ୍ରକାଶଥାଉକି ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ରେଲୱେ ପକ୍ଷରୁ ଜୁନ ୮ ତାରିଖରୁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା। ପରେ ଏହି ରେଳସେବାକୁ ଜୁଲାଇ ମାସ ୧ […]
ଭୁବନେଶ୍ୱର: କମିଲା ସିବିଏସ୍ଇ ସିଲାବସ୍। ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କରୋନା ଭଳି ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍ଇକୁ ୩୦ ପ୍ରତିଶତ ସିଲାବସ୍ ଚଳିତ ବର୍ଷ ହ୍ରାସ କରିବାକୁ କୁହାଯାଇଛି। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୂର୍ବରୁ ସିବିଏସ୍ଇ ଏନେଇ ପ୍ରସ୍ତାବ ଦେଇଥିଲା। ତେବେ ସିଲାବସ୍ରୁ ଅନ୍ୟ ପାଠ ସହ ସଂପର୍କ ଥିବା […]
ଭୁବନେଶ୍ୱର: ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଲେ ବଢ଼ିବ ପରୀକ୍ଷା ସଂଖ୍ୟା। ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ ଏହାକୁ କନଫର୍ମ ପଜିଟିଭ ଭାବେ ଧରାଯିବ। ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ RTPCR ଟେଷ୍ଟ ପାଇଁ ସ୍ୱାବ ପଠାଯିବ। ଏଭଳି ଟେଷ୍ଟ ଦ୍ୱାରା ଦିନକୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ସଂସ୍ଥାନ ର ନିର୍ଦ୍ଦେଶକ। ଦେଶରେ କରୋନା ଭାଇରସର ଯେଉଁ […]
କଟକ: କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ସଟଡାଉନ୍ ଅବଧି। ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ସଟଡାଉନ୍। ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଆସନ୍ତାକାଲି ଶେଷ ହେବାକୁ ଥିବା କଟକ ସହର ସଟଡାଉନ୍ ଅବଧି ୧୦ ତାରିଖ ଶୁକ୍ରବାର ଯାଏଁ ବୃଦ୍ଧି କରାଯାଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। After reviewing the current situation, in addition to the order no. 5621 dated […]
ଭୁବନେଶ୍ୱର: କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପ: ସବୁ ବିଭାଗକୁ ଚିଠି ଲେଖିଲେ ପ୍ରମୁଖ ସଚିବ ଅଶୋକ ମୀନା; କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ, […]
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଏଯାବତ୍ ୬,୭୦୩ ଆକ୍ରାନ୍ତ ସୁସ୍ଥ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୯୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଦାରୁ ୧୮, ବାଲେଶ୍ୱରରୁ ୧୫, ମୟୁରଭଞ୍ଜରୁ ୧୩, ବରଗଡ଼ରୁ ୧୨, କେନ୍ଦୁଝରରୁ ୮, ଝାରସୁଗୁଡ଼ାରୁ ୭, ମାଲକାନଗିରିରୁ ୭ ଏବଂ ଯାଜପୁରରୁ ୬ ଜଣ ଅଛନ୍ତି। ସେହିପରି ଅନୁଗୁଳ, […]
ଭୁବନେଶ୍ୱର: ସିଲ ହେଲା ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସ। ତିନି ଦିନ ଭିତରେ ଏହି ଅଫିସ୍ର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ସିଲ୍ କରିଛି। ଆଜିଠାରୁ ପୂରା ବିଲ୍ଡିଂକୁ ସିଲ୍ କରାଯାଇଛି। ଏହାସହ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍ସି ପକ୍ଷରୁ ଟେକ୍ ମହିନ୍ଦ୍ରାର ସମସ୍ତ ୬୭ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରକାଶଥାଉକି, […]
ଭୁବନେଶ୍ୱର: କଟକ ପରେ ଏବେ ଗଂଜାମର ସଟଡାଉନ ପାଳି। ଜିଲ୍ଲାରେ ସଂକ୍ରମଣ ମାତ୍ରାଧିକ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ରୁ ୧୩ ତାରିଖ ଯାଏ ଗଂଜାମର ସହରାଞ୍ଚଳ ହେବ ସଟଡାଉନ୍। ଏହି ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ସମୟରେ ବ୍ରହ୍ମପୁର ମହାନଗ ନିଗମ ଅଞ୍ଚଳ, ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ NAC ଓ ବ୍ଲକ ହେଡ୍ କ୍ୱାର୍ଟର ଯଥା ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ସଟଡାଉନ୍ […]
ଭୁବନେଶ୍ୱର: ଆଜି ରାଜଧାନୀରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ ମଧ୍ୟରୁ ଲୋକାଲ କଣ୍ଟାକ୍ଟ ୧୪, କ୍ୱାରେଣ୍ଟିନ ୧୪ ଓ ଜଣେ କୋଭିଡ଼ ଯୋଦ୍ଧା ଅଛନ୍ତି। ଏହାକୁ ମିଶାଇ ରାଜଧାନୀରେ ୪୭୯ ଜଣ ସଂକ୍ରମିତ ହେଲେଣି। ୨୭୭ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୯୫ ଆକ୍ଟିଭ କେଶ ରହିଛି। ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେଉଁଠି ବାହାରିଲେ ପଜିଟିଭ:- ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଡୁମୁଡୁମା ସୁବାସନଗର ବସ୍ତିରୁ ଜଣେ, ଖଣ୍ଡଗିରିର ଜଣେ ମହିଳା, […]
ଭୁବନେଶ୍ୱର: ମୋ ସରକାରରେ ସାମିଲ୍ ହେବ କୋଭିଡ୍ ପରିଚାଳନା। ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଗୀ ଓ କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଫିଡ୍ବ୍ୟାକ୍ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ, ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଫିଡବ୍ୟାକ୍ ସଂଗ୍ରହ କରିବେ। ଫିଡ୍ବ୍ୟାକ୍ ଦ୍ୱାରା ବ୍ୟବସ୍ଥାରେ ଉନ୍ନତି ଆସିବ କହିଛନ୍ତି ମୁଖ୍ୟମନ୍ତ୍ରୀ। ସଂକ୍ରମଣରୁ ବର୍ତ୍ତିବା ପାଇଁ […]
ନୂଆଦିଲ୍ଲୀ: କେବେ ଆସିବ ସ୍ୱାଭାବିକ ସ୍ଥିତି? କେବେ ଫେରିବ ସେଇ ପୁରୁଣା ଦିନ? ଯେତେବେଳେ, ବିନା ମାସ୍କରେ ନିଶ୍ୱାସ ନେଇ ହେଉଥିଲା, ବିଶ୍ୱାସରେ କାହାକୁ ଛୁଇଁ ହେଉଥିଲା, ବିନା ଭୟରେ ଭିଡ଼କୁ ଯାଇ ହେଉଥିଲା। ବୋଧହୁଏ ଏସବୁର ଗୋଟିଏ ଉତ୍ତର, କରୋନା ଟୀକା ଆସିବା ପରେ। ସେଥିପାଇଁ ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ […]
ଭୁବନେଶ୍ୱର: ସେଲ୍ଫ କ୍ୱାରେଣ୍ଟିନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ ହେବା ପରେ, ପ୍ରତାପ ନିଜ ଆଡ଼ୁ କ୍ୱାରେଣ୍ଟିନରେ ଥିବା ଟୁଇଟ୍ କରି ଜଣାଇଛନ୍ତି। On being informed that MLA Nilagiri has been tested positive for #COVIDI19 . I self […]