ଭୁବନେଶ୍ୱର: ବିଏମ୍ସି କମିଶନର୍ଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠି ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। କର୍ପୋରେସନ୍ ଆକ୍ଟରେ ୱାର୍ଡରେ ପ୍ରତିନିଧି ରଖିବାର କିଛି ବ୍ୟବସ୍ଥା ନାହିଁ। ଭୁବନେଶ୍ୱରରେ ଜଣେ ସାଂସଦ ଓ ୩ ଜଣ ବିଧାୟକ ରହିଛନ୍ତି। ଯଦି ପରାମର୍ଶ ଦେବାକୁ ଅଛି, ତେବେ ସେମାନେ କମିଶନର ଓ ପ୍ରଶାସକଙ୍କୁ ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି ଅଶୋକ। ଏଥିସହିତ ପ୍ରତିନିଧି ବ୍ୟବସ୍ଥା କଲେ ବିଭ୍ରାଟ ହେବ। ଏବେ କରୋନା ବିରୋଧରେ ଲଢ଼ିବା ନା ପ୍ରତିନିଧି […]
ଗଞ୍ଜାମ: ଆସନ୍ତାକାଲିଠାରୁ ଲକ୍ଡାଉନ୍ ନିୟମରେ କିଛିଟା କୋହଳ ହେବ। ଗଂଜାମ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଇକ୍ରେ ଜଣେ ଓ କାରରେ ୨ଜଣ ହିଁ ଯାଇପାରିବେ। ଅତ୍ୟାବଶ୍ୟକ ସେବା ପାଇଁ ଏହି ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯିବ। ପବ୍ଲିକ ଟ୍ରାନ୍ସପୋର୍ଟ କିନ୍ତୁ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଗୁଡ଼ିକ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର ଯାଂଚ […]
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଭ୍ୟାକ୍ସିନ୍ ବିକଶିତ କରିବାରେ ଲାଗିଛନ୍ତି, ଯାହା ନୋଭେଲ୍ କରୋନା ଭାଇରସ୍କୁ ମାତ୍ ଦେବ। ସେପ୍ଟେମ୍ବର ମାସରେ ଏହି ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହି ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର୍ସା ରା ଗିଲବର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସାରା କହିଛନ୍ତି, ଆମେ ବିକଶିତ କରୁଥିବା ChAdOx1 ଭ୍ୟାକ୍ସିନ୍ କରୋନାକୁ ମାତ୍ ଦେଇପାରିବ। ସେପ୍ଟେମ୍ବର ମାସରେ ଏହି ଭ୍ୟକ୍ସିନ୍ର ଏକ ମିଲିୟନ୍ […]
ଗଞ୍ଜାମ: ଘରକୁ ଫେରିବା ଆଶା ଏବେ ଏମାନଙ୍କୁ ଚଲାଇଛି ୬ ଶହ କିଲୋମିଟର୍। ଚାଲି ଚାଲି ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରୁ ଘରକୁ ଫେରିଛନ୍ତି ଗଞ୍ଜାମ ଛତ୍ରପୁର ଅଞ୍ଚଳର ଦୁଇ ଜଣ ଶ୍ରମିକ। ବିଜୟୱାଡ଼ାରେ ମିସ୍ତ୍ରୀ ଭାବେ କାମ କରୁଥିବା ଏହି ଦୁଇ ଜଣ ବ୍ୟକ୍ତି ଲକ୍ଡାଉନ୍ ପରେ କାମ ହରାଇଥିଲେ। ତେଣୁ ଘରକୁ ଫେରିବାକୁ ନିଶ୍ଚିତ କରିବା ପରେ ଜାତୀୟ ରାଜପଥରେ ଚାଲି ଆସି ଘରେ ପହଞ୍ଚିଛନ୍ତି। ଲଗାତାର ୬ ଦିନ ଧରି ଚାଲିବା ପରେ ଶେଷରେ ସେ […]
ପୁରୀ: କରୋନା ପାଇଁ ଲକ୍ଡାଉନରେ ରହିଛି ରାଜ୍ୟ ସମେତ ପୂରା ଦେଶ। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍ଡାଉନରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ଅନେକ ଲୋକ ଘରକୁ ଫେରି ପାରୁନାହାନ୍ତି। ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଥିଲେ ୪ ଯୁବକ। କୋଣାର୍କର ୪ଜଣ ଯୁବକ ଛତିଶଗଡ଼ ରାୟପୁରର ଏକ ପୁଟି କଂପାନୀରେ କାମ କରୁଥିଲେ। କମ୍ପାନୀ ପାଖରୁ ୨ମାସର ଦରମା ମିଳିନଥିବାବେଳେ ପାଖରେ ଟଙ୍କା ସରିଯାଇଥିବାରୁ କଂପାନୀ ଦେଇଥିବା ସାଇକେଲ ଚଢ଼ି ରାୟପୁରରୁ ପୁରୀ […]
ଭୁବନେଶ୍ୱର: କାଲିଠୁ ଅଫିସ୍ ଆସିବେ ସମସ୍ତ ଗ୍ରୁପ୍ ଏ ଅଧିକାରୀ। ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇଙ୍କ ସହିତ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ। ୯ଟି ଜିଲ୍ଲାରେ ଗ୍ରୁପ୍ ବି, ସି’ ଓ ଡି’ ର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ। ଏହି ୯ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର। ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ […]
ନୂଆଦିଲ୍ଲୀ: ଦେଶରେ ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍ସାଇଟର ସଦ୍ୟତମ ସୂଚନା ଅନୁସାରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚିଛି। ଦେଶରେ ମୋଟ ଆକ୍ରାନ୍ତ ୧୫ ହଜାର ୭୦୭ ହୋଇଥିବା ବେଳେ ଏବେ ୧୨ ହଜାର ୯୬୯ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୨୩୧ ଜଣ ଆରୋଗ୍ୟ ଲାଭ କଲେଣି। ସେପଟେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କରୋନା ସ୍ଥିତି […]
ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଛି। ସହରର ସ୍ଥିତି ସୁଧୁରିବାରୁ ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩କୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଏହିସବୁ ଅଞ୍ଚଳରେ ଲକଡାଉନ ନିୟମାବଳୀ ପୂର୍ବଭଳି ଲାଗୁ ରହିବ। ୨ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ସଂସ୍ପର୍ଶରେ ଆସିଥିବା କୌଣସି ଲୋକଙ୍କ ନମୁନା ପଜିଟିଭ୍ ନ ଆସିବାରୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରିନେଇଛି। ଏନେଇ ଜିଲ୍ଲାପାଳ […]
ବ୍ରହ୍ମପୁର: ବିଦେଶରେ ଏକମାତ୍ର ପୁଅ। ଏପଟେ ଘରେ ବାପାଙ୍କ ଦେହାନ୍ତ। ମଝିରେ ଲକ୍ଷ୍ମଣରେଖା ଟାଣିଛି କରୋନା କଟକଣା। ନା ଶେଷ ସମୟରେ ବାପାଙ୍କୁ ଆଖିରେ ଦେଖିବା ସମ୍ଭବ ହେଲା, ନା ମୁଖାଗ୍ନି ଦେବା। ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ବ୍ରହ୍ମପୁର ବଡ଼ବଜାରର କେ. ନରସିଂହ ମୂର୍ତ୍ତିଙ୍କ ପରିବାରକୁ। ଗତକାଲି ସକାଳୁ ନରସିଂହଙ୍କ ହଠାତ୍ ହୃଦ୍ଘତରେ ମୃତ୍ୟୁ ଘଟିଥିଲା ସେ ମାତ୍ର ଅଧଘଣ୍ଟା ପୂର୍ବରୁ ଆମେରିକାର ଫ୍ଲୋରିଡାରେ ରହୁଥିବା ଏକମାତ୍ର ପୁଅ ସୁଦୀପ ସହ ଫୋନରେ […]
ସମ୍ବଲପୁର: ଆଜି ଠାରୁ ବୁର୍ଲା ଭିମ୍ସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ତେବେ ଏଠାରେ ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ପ୍ରଥମ ପଯର୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଭିମ୍ସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ବିସ୍ତୃତ ଆଲୋଚନା […]
ବାଲେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାକୁ ମାଡ଼ିଲା କରୋନା ଭାଇରସ। ବାଲେଶ୍ୱର ଜିଲ୍ଲାରୁ ପ୍ରଥମ ପଜିଟିଭ୍ ଚିହ୍ନଟ ହେବା ପରେ ୬୧ରେ ପହଞ୍ଚିଲା ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରଶାସନ ତରଫରୁ ବାଲେଶ୍ୱର ସହରର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୨୯ ନମ୍ବର ୱାର୍ଡକୁ ପୂରା ସିଲ୍ କରାଯାଇଥିବା ବେଳେ ୧୮ ଏବଂ ୨୮ ନମ୍ବର ୱାର୍ଡକୁ ଆଂଶିକ ଭାବେ ସିଲ୍ କରାଯାଇଛି। ଏହି ୩ଟି […]
ଭୁବନେଶ୍ୱର:କରୋନା ହଟ୍ସପଟ୍ ଭୁବନେଶ୍ୱରରେ ଆଜି ମଧ୍ୟ ରାପିଡ୍ ଟେଷ୍ଟିଂ ଜାରି ରହିବ। ୭ ଦିନ ମଧ୍ୟରେ ୫ ହଜାର ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ଥିବାରୁ ବିଏମ୍ସି ଏଥିପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି। ମାତ୍ର ୨୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡ଼ବ। ଏଥିପାଇଁ ୧୩ଟି ଟିମ୍ ଗଠନ ହୋଇଛି। ବିଏମ୍ସିର ବିଭିନ୍ନ ଜୋନ୍କୁ ଏହି ୧୩ ଟିମ୍ ମଧ୍ୟରେ ବଣ୍ଟା ଯାଇଛି। ନମୁନା ସଂଗ୍ରହ ସକାଳ ୮ଟାରୁ ଦିନ ୧୧ଟା ଏବଂ ଅପରାହ୍ଣ ୪ଟାରୁ ସଂଧ୍ୟା […]
ଭୁବନେଶ୍ୱର: ରାଜସ୍ଥାନ କୋଟାରେ ଅଟକି ରହିଛନ୍ତି ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ। ସେଠାରେ ସେମାନେ ମେଡିକାଲ୍ ଓ ଇଞ୍ଜିନିୟରିଂ କୋଚିଂ ନେଉଥିଲେ। ତେବେ ରାଜସ୍ଥାନରେ କୋରାନା ବ୍ୟାପିବା ପରେ ଆତଙ୍କିତ ଅବସ୍ଥାରେ ଥିବାରୁ ଏବଂ ଲକ୍ଡାଉନ୍ ପରେ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଥିବାରୁ ଏହି ଛାତ୍ରଛାତ୍ରୀମାନେ ଘରକୁ ଫେରିବାକୁ ଚାହୁଁଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ। ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି […]
ନୂଆଦିଲ୍ଲୀ: ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା। ୨୪ ଘଣ୍ଟାରେ ଗଲାଣି ୪୩ ଜଣଙ୍କ ଜୀବନ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୪ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ୯୯୧ ନୂଆ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୧୫ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ଭାରତରେ ଆରୋଗ୍ୟ ହାର ୧୩. ୮୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର […]
ନୂଆଦିଲ୍ଲୀ: ଲକଡାଉନ ସମୟରେ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ଦେଶର ସମସ୍ତ ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ। ଏମାନେ ଭାରତରେ ଶକ୍ତି ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାରୁ ଏମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଲପିଜି ଡେଲିଭରି କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଆଜି ପ୍ରଧାନମନ୍ତ୍ରୀ ପଟ୍ରୋଲିୟମ ମନ୍ତ୍ରୀଙ୍କ ଟ୍ୱିଟ୍କୁ ରି ଟ୍ୱିଟ୍ କରି ଏଲପିଜି […]
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମୁକାବିଲାର ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମହାମାରୀକୁ ରୋକିବାରେ ଏବଂ ଲକ୍ଡାଉନବେଳେ ଜନସାଧାରଣଙ୍କୁ ସହାୟତା ଯୋଗାଇବାରେ ବିଭିନ୍ନ ମନ୍ତ୍ରାଳୟ କେଉଁ ଭୂମିକା ଗ୍ରହଣ କରିପରିବ ଏନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ରାମ ବିଲାସ ପାସୱାନ, ଗିରିରାଜ ସିଂ ଓ ରମେଶ ପୋଖରିୟାଲଙ୍କ ସହ ରାଜନାଥ ଆଲୋଚନା କରିଥିଲେ। ଲକଡାଉନ ପରେ […]
ଯାଜପୁର: ମାସ୍କ ପିନ୍ଧି ନଥିବା ୩ ଯୁବକଙ୍କୁ ଧରିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ବିଡିଓ। ଯାଜପୁର କୁଆଖିଆ ଥାନା ଗୋପୀନାଥପୁର ଗାଁରେ ଲକ୍ଡାଉନ୍ ପାଇଁ ଚେକିଂ ଚାଲିଥିଲା। ଏଇ ସମୟରେ ୩ ଜଣ ଯୁବକ ମାସ୍କ ନପିନ୍ଧି ଏକ ବାଇକରେ ଯିବାବେଳେ ସେମାନଙ୍କୁ ଅଟକାଇଥିଲେ ତହସିଲଦାର ଏବଂ ବିଡିଓ। ମାସ୍କ ପିନ୍ଧିନଥିବା ନେଇ ତାଗିଦ୍ କରିବା ପରେ ଯୁବକ ଏବଂ ସଂପୃକ୍ତ ଗୋପୀନାଥପୁର ଗାଁର କିଛି ଲୋକେ ଘଟଣାସ୍ଥଳରେ ପାଟିତୁଣ୍ଡ କରିବା ସହ ସଂଘବଦ୍ଧ […]
ନ୍ୟୁୟର୍କ: କରୋନା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନସୁଦ୍ଧା ସାରା ବିଶ୍ୱରେ ଏକ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ସ୍ମୃତିରେ ଜାତିସଂଘ ପକ୍ଷରୁ ନ୍ୟୁୟର୍କ ସ୍ଥିତ ମୁଖ୍ୟାଳୟରେ ଥିବା ପତାକାକୁ ଅର୍ଦ୍ଧନମିତ କରାଯାଇଛି। ମୃତକଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଜାତିସଂଘ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। The UN lowered its flag at NYC Headquarters in a gesture of solidarity and in honour of those who […]
ଲୁଧିଆନା: କରୋନା ଭାଇରସ୍ ସହିତ ଲଢ଼ୁଥିବା କରୋନା ଯୋଦ୍ଧାମାନଙ୍କ ସହ ଏକତା ପ୍ରଦର୍ଶନ କରିବା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସରକାରଙ୍କୁ ସମର୍ଥନ କରିବା ପାଇଁ ପଞ୍ଜାବ କଂଗ୍ରେସ, ପିଏମ ମୋଦିଙ୍କ ‘ଥାଳି ବଜାଓ’ କାର୍ଯ୍ୟକ୍ରମ ପରି ଏପ୍ରିଲ ୨୦ ରେ ସନ୍ଧ୍ୟା ୬ଟା ସମୟରେ ‘ଜୟଗୋଶ ଦିବସ’ ପାଳନ କରିବାକୁ ଘୋଷଣା କରିଛନ୍ତି। ପଞ୍ଜାବ କଂଗ୍ରେସ ଏପ୍ରିଲ ୨୦ରେ ଘରେ ରହି ‘ଜୋ ବୋଲେ ସୋ ନିହାଲ’ ଏବଂ ‘ହର-ହର ମହାଦେବ’ର ସ୍ଲୋଗାନ ଦେବାକୁ […]
ନାଇଜେରିଆ: କରୋନା ଭାଇରସକୁ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଲକଡାଉନ୍ ଜାରି କରାଯାଇଛି। ଅନେକ ସ୍ଥାନରେ ଲକ୍ଡାଉନ୍ ନିୟମକୁ ଲୋକମାନେ ମାନୁ ନଥିବା ଖବର ରହିଛି। ଆମେରିକାର କେତେକ ସହରର ଲୋକମାନେ ଏହି ଲକ୍ଡାଉନ୍ ନିୟମକୁ ରାସ୍ତାରେ ବିରୋଧ କରୁଛନ୍ତି। କିନ୍ତୁ ନାଇଜେରିଆରେ ଲକ୍ଡାଉନ୍ କାରଣରୁ ୧୮ ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଲକ୍ଡାଉନ୍ର ନିୟମକୁ ପାଳନ କରିବା ନେଇ ନାଇଜେରିଆର ପୋଲିସ ଏବଂ ଅନ୍ୟ ସୁରକ୍ଷା କର୍ମୀ ୧୮ ଜଣଙ୍କୁ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାର ଡିଏମ୍(DM) କହିଛନ୍ତି, ଦିଲ୍ଲୀର ମରକଜରୁ ଆସି ଏଠାରେ ଲୁଚି ରହିଥିବା ତବଲିଗ୍ ଜମାତମାନଙ୍କ ବିଷୟରେ ଯେଉଁ ବ୍ୟକ୍ତି ସୂଚନା ଦେବେ ତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦିଆଯିବ। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଅଧିକାଂଶ ତବଲିଗ୍ ଜମାତର ବୋଲି ଜଣାପଡିବା ପରେ ଏପରି ଘୋଷଣା କରଯାଇଛି। ଜୋନପୁରର ଡିଏମ୍ ଦୀନେଶ କୁମାର ସିଂ କହିଛନ୍ତି, ‘ଦିଲ୍ଲୀର ତବଲିଗ୍ ଜମାତରେ ଯୋଗ ଦେଇଥିବା […]
ପୁଣେ: ମହାମାରୀ କରୋନାକୁ ନେଇ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା ପରେ ଘରୋଇ ହିଂସା ମାମଲାକୁ ଦୃଷ୍ଟିରେ ରଖି ପୁଣେ ଜିଲ୍ଲା ପରିଷଦ ଏକ ନିଆରା ପଦକ୍ଷେପ ନେଇଛନ୍ତି। ପରିଷଦର ଅଧିକାରୀମାନେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଘରୋଇ ହିଂସା ମାମଲାରେ ଜଡ଼ିତ ଥିବେ ତେବେ ତାଙ୍କୁ ପ୍ରାଥମିକ ସ୍ତରରେ ୧୪ଦିନ କ୍ୱାରେଣ୍ଟାଇନ୍ରେ ରଖାଯିବ। ପରିଷଦର ଏହି ନୂଆ ନିଷ୍ପତ୍ତି, ଘରୋଇ ମହିଳାମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି। ଜିଲ୍ଲା ପରିଷଦର ଅଧିକାରୀଙ୍କ ମତରେ ଲକ୍ଡାଉନ୍ କାରଣରୁ […]
କରାଚି: ବର୍ତ୍ତମାନର କରୋନା ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଆଉ ଏହି ସମୟରେ ଅହମଦୀୟା ମୁସଲିମ୍ ଗୋଷ୍ଠୀ ମଧ୍ୟ ‘ହ୍ୟୁମାନିଟି ଫାର୍ଷ୍ଟ’ ଅଭିଯାନ କରିଛନ୍ତି। ଏହି ସଂଗଠନ ସେଠାକାର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବା ସହ ବିଭିନ୍ନ ସ୍ଥାନରେ ରାସନ୍ ସାମଗ୍ରୀ ବଣ୍ଟନ କରିଛନ୍ତି। କିନ୍ତୁ ପାକିସ୍ତାନର କିଛି ଗୋଷ୍ଠୀ ଏହାକୁ ବିରୋଧ କରିବା ଚର୍ଚ୍ଚାରେ ରହିଛି। ତେବେ ବିଭିନ୍ନ ଚରମପନ୍ଥୀ, ଉଗ୍ର ସଂଗଠନ ଏବଂ କିଛି ଧାର୍ମିକ ସଂଗଠନ ଅହମଦୀୟାଙ୍କ ସେବା କାର୍ଯ୍ୟକୁ ଗ୍ରହଣ […]
ନୂଆଦିଲ୍ଲୀ: ଚୀନର ଉହାନ୍ ଲ୍ୟାବ୍କୁ ନେଇ ଏବେ ବଢ଼ୁଛି ସସ୍ପେନ୍ସ। ସତରେ କ’ଣ ଏହି ଲ୍ୟାବରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ମାଡ଼ି ଯାଇଛି କରୋନା ? ଏଭଳି ପ୍ରଶ୍ନ ଏବେ ଚୀନ ସମ୍ମୁଖରେ। ଆଉ ଏହାକୁ ଏବେ ଅନୁଧ୍ୟାନ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଏନେଇ ସନ୍ଦେହ ଆହୁରି ଘନିଭୂତ ହୋଇଛି। ହେଲେ ଚୀନ ଅଭିଯୋଗକୁ ଖଣ୍ଡନ କରିବା ସହ ଟ୍ରମ୍ପଙ୍କ କଡ଼ା ସମାଲୋଚନା କରିଛି। କରୋନା ପାଇଁ ସାରା ବିଶ୍ୱରେ […]
ରାୟଗଡ଼ା: ଭାରତରେ କରୋନା ମୁକାବିଲା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଲଢ଼େଇ ଜାରି ରଖିଛନ୍ତି। ପୁଲିସ୍ ହେଉ କି ଡାକ୍ତର ଅବା ସଫେଇ କର୍ମୀ ସମସ୍ତଙ୍କର ପ୍ରୟାଶକୁ ପ୍ରଶଂସା କରାଯାଉଛି। ସେହିଭଲି ଚିତ୍ରକରମାନେ ମଧ୍ୟ କରୋନା ଲଢ଼େଇରେ ନିଜକୁ ସାମିଲ୍ କରି ଚିତ୍ର ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା। ନିଜସ୍ୱ ଖର୍ଚ୍ଚରେ କାନ୍ଥବାଡ଼ରେ ଚିତ୍ର ଆଙ୍କି କରୋନା ସଚେତନତାର ବାର୍ତ୍ତା ଦେଇଛି ଚିତ୍ରକର ସଂଘ। କରୋନା ପାଇଁ ଦେଶର ଲକ୍ଡାଉନ୍ ସ୍ଥିତି ଥିବା ବେଳେ […]