ଭୁବନେଶ୍ୱର: ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଆରଟିପିସିଆର(RTPCR) ଟେଷ୍ଟ କରାଯାଇଛି। ରାଜ୍ୟରେ ୨୦୨୭ଟି ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆରଏମଆରସିରେ ୧୨୩୪, ଏମସ୍ରେ ୭୭, କଟକ ଏସସିବିରେ ୩୭୮, ବ୍ରହ୍ମପୁର ଏମକେସିଜିରେ ୪୧, ଭିମସାର ୩୩, ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନସ ୧୯୨, ଇସ୍ପାତ ଜେନେରାଲ ହସ୍ପିଟାଲରେ ୫୧ ଓ ଆପୋଲୋରେ ୨୧ ଟି ନମୁନା ପରୀକ୍ଷା କରାଯାଇଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପୃଥିବୀ ଦିବସ(International Earth Day) ଅବସରରେ ଧରିତ୍ରୀ ମା’ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ନିଜ ଟ୍ୱିଟ୍ରେ କହିଛନ୍ତି ଯେ ‘ଏହି ଦିବସରେ ଆମ ଗ୍ରହ ପୃଥିବୀ ମା’ ଅପାର ଦୟା କରୁଥିବାରୁ ଓ ଆମର ଯତ୍ନ ନେଉଥିବାରୁ କୃତଜ୍ଞତା ଜଣାଉଛି। ଆସ, ଆମେ ସମସ୍ତେ ମିଶି ଆମ ଗ୍ରହକୁ ଏକ ପରିଷ୍କାର, ସ୍ୱାସ୍ଥ୍ୟକର ଏବଂ ଅଧିକ ସମୃଦ୍ଧ ଗ୍ରହ କରିବାକୁ ସଙ୍କଳ୍ପ ନେବା। କରୋନା ପରି ବିଶ୍ୱ ମହାମାରୀକୁ […]
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ କରୋନା ଭାଇରସ ଯୋଗୁ ଏପର୍ଯ୍ୟନ୍ତ ୬୦୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୯ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୫୬ରେ ପହଞ୍ଚିଛି। ହେଲେ ଏହା ଭିତରେ ଏକ ଭଲ ଖବର ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୫ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ କୌଣସି ଲୋକ ମୃତ୍ୟୁବରଣ କରିନାହାନ୍ତି। […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କରୋନା ସହାୟତା କରିଛନ୍ତି ୬୨ଟି ମନ୍ଦିର ଓ ମଠ କର୍ତ୍ତୃପକ୍ଷ। ମୋଟ୍ ଏକ କୋଟି ୩୭ ଲକ୍ଷ ୭୨ ହଜାର ୮୧୮ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିଆଯାଇଛି। କେନ୍ଦୁଝର ଘଟଗାଁ ତାରିଣୀ, ରାୟଗଡ଼ା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଦିଆଯିବା ନେଇ ଘୋଷଣା ହୋଇଛି। ସେହିଭଳି ପୁରୀ ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ, କାକଟପୁର ମଙ୍ଗଳା ମନ୍ଦିର ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ […]
ଗଞ୍ଜାମ: କରୋନାରେ ଲକ୍ଡାଉନ୍ ଓ ଗାଡ଼ି ମୋଟର ଯାତାୟତରେ ବାଧା ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ଅଭାବୀ ବିକ୍ରି ସାଙ୍ଗକୁ ମାଲ ପରିବହନ ଠିକ୍ ହେଉନଥିବାରୁ ଚାଷୀ ଆଉ ପନିପରିବା ବିକ୍ରି କରିପାରୁନାହାନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବୁରୁପଡ଼ା ଗାଁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଛରେ ବଢ଼ି ଗଛରେ ହିଁ ପାଚି ଝଡ଼ି ଯାଉଛି ପିକେଟର ଲଙ୍କା। ମାର୍କେଟରେ ଏହାର ଡିମାଣ୍ଡ ଅଧିକ ଥିଲେ ବି ଏବେ ଏହାକୁ ବ୍ୟବସାୟୀ କିଣୁନାହାଁନ୍ତି। ସେପଟେ […]
ଚେନ୍ନାଇ: ଚେନ୍ନାଇ ସ୍ଥିତ ତାମିଲ ଚ୍ୟାନେଲ୍ରେ ୨୭ ଜଣ କର୍ମଚାରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ତାମିଲ ନ୍ୟୁଜ୍ ଚ୍ୟାନେଲ୍ ସତିୟମ୍ ଟିଭିର ୨୭ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏହି ସମସ୍ତ ଆକ୍ରାନ୍ତ ଡେସ୍କ ଏବଂ ରିପୋର୍ଟର ରହିଛନ୍ତି। ୨୪ ବର୍ଷିୟ ଜଣେ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଫିସ୍ର ୯୪ ଜଣ କର୍ମଚରୀଙ୍କ କରୋନା ପରୀକ୍ଷା ହୋଇଥିଲା। ଯେଉଁଥିରୁ ୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ […]
ବାଲେଶ୍ୱର: ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଅଭୟ ଓ କେନ୍ଦ୍ରାଞ୍ଚଳ RDC ଅନୀଲ ସାମଲ। କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ତଦାରଖ କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ଆଲୋଚନା ହୋଇଛି। ଗତ ୨ ମାସ ଭିତରେ ଶତାଧିକ ଲୋକ ଆସିଛନ୍ତି। ସୀମା ଡେଇଁ ପଡ଼ୋଶୀ ରାଜ୍ୟରେ କାମ କରୁଥିବା ରାଜ୍ୟର ଅନେକ ଲୋକ ରାଜ୍ୟ ଭିତରେ ପ୍ରବେଶ କରିଛନ୍ତି। ଲକ୍ଡାଉନ୍ ପରେ ମଧ୍ୟ କିଛି ଲୋକ […]
ଭୁବନେଶ୍ୱର: ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ହେବ ସ୍ୱତନ୍ତ୍ର ପ୍ରକୋଷ୍ଠ। ସମସ୍ତ ବିଧାୟକ ଓ ସାଂସଦ ସେମାନଙ୍କ ଅଞ୍ଚଳର ଲୋକଙ୍କ ସୁବିଧା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୁଝିବେ। କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ରାଜ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଲୋଚନା କରିବା ଏହି ସୂଚନା ଦେଇଛନ୍ତି। ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଲୋକଙ୍କୁ ଉଦ୍ଧାର ପାଇଁ ସେହି ରାଜ୍ୟର ବାଚସ୍ପତି ଏବଂ ସରକାରଙ୍କୁ ଏନେଇ […]
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୬ ଜଣ କରୋନା ରୋଗୀଙ୍କ ଭ୍ରମଣ ତାଲିକା ଜାରି ହୋଇଛି। ରୋଗୀ ନମ୍ବର ୬୧, ୬୨, ୬୩, ୬୪ ,୬୫ ଏବଂ ୬୬ ନମ୍ବର ଆକ୍ରାନ୍ତଙ୍କ ଭ୍ରମଣ ଇତିହାସ ସାମ୍ନାକୁ ଆସିଛି। ୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ରେ ଝାଡ଼ଖଣ୍ଡରୁ ଫେରିଥିଲେ। ୭ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ ୧୩ରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ। ସେହିଦିନ ଆପୋଲୋରୁ କିମ୍ସ ଆସିଥିଲେ। ୧୪ରୁ ୧୬ ଯାଏ ଭୁବନେଶ୍ୱର […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁରାଦାବାଦ୍ରେ ଡାକ୍ତରୀ ଟିମ୍ ଉପରେ ପଥର ଫିଙ୍ଗିବା ଘଟଣାରେ ଗିରଫ୍ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏନେଇ ମଙ୍ଗବାର ସରକାରୀ ଭାବେ ସୂଚନା ଦିଆଯାଇଛି। ଏମାନଙ୍କ ବ୍ୟତୀତ ଜିଲ୍ଲାରେ ଆଉ ୧୦ ଜଣଙ୍କଠାରେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ଗତ ସପ୍ତାହରେ କେତେକ କରୋନା ରୋଗୀଙ୍କ ପରିବାରକୁ ଆଇସୋଲେସନ୍ ନେବାକୁ ଏକ ଡାକ୍ତରୀ ଟିମ୍ ମୁରାଦାବାଦର ନୱାବ୍ପୁର ଅଞ୍ଚଳକୁ ଯାଇଥିଲା। […]
ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ ଭାରତକୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏନେଇ ICMR(ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଦୁଇଦିନ ପାଇଁ ସମସ୍ତ ରାଜ୍ୟରେ କରୋନା ଟେଷ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହିତ ତ୍ରୁଟିପୂର୍ଣ୍ଣ ରାପିଡ୍ ଟେଷ୍ଟ କିଟ୍ର ତଦନ୍ତ କରାଯିବ ବୋଲି ଆଇସିଏମ୍ଆର୍ କହିଛି। ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସରକାରଙ୍କ ଦ୍ୱାରା କିଣାଯାଇଥିଲା। ହଟ୍-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ […]
ଭୁବନେଶ୍ୱର: ଗୋଟିଏ ପଟେ ୫ କରୋନା ରୋଗୀ ସୁସ୍ଥ ହେବା ଭଳି ଖୁସି ଖବର ଆସିଥିବା ବେଳେ ଏପଟେ ଏକ ଦୁଃଖ ଖବର ଆସି ପହଞ୍ଚିଛି। ଓଡ଼ିଶାରେ ୪୪ ନମ୍ବର କରୋନା କ୍ୟାସ୍ ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଛି। ତାଙ୍କର କରୋନାରେ ମୃତ୍ୟୁ ହୋଇନଥିବା ସ୍ପଷ୍ଟ ହୋଇଛି। ମୃତ ରୋଗୀଙ୍କର ବୟସ ୭୦ ଏବଂ ସେ ୪୪ ନମ୍ବର କରୋନା ରୋଗୀ ଥିଲେ। ଏହି ସୂଚନା ଦେଇଛି […]
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଧୀନରେ ଥିବା ନୀତି ଆୟୋଗର ସିଇଓ ଅମିତାଭ କାଣ୍ଟ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟୁଇଟ୍ କରି କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ଭାରତର ୬ଟି କମ୍ପାନୀ ଭ୍ୟାକ୍ସିନ୍ ତିଆରି କରିବାରେ ସାମିଲ୍ ହୋଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ କରୋନା ଭାଇରସ(CoVID-19) ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରଥମ ୬ଟି କମ୍ପାନୀ ସାମିଲ୍ ହୋଇଛି। ବିଶ୍ୱରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ଭାରତ ହେଉଛି କେନ୍ଦ୍ରସ୍ଥଳି। ଭାରତ […]
ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର ଆସ୍ୱସ୍ତିର ଖବର। ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ। ଏମାନେ ହେଲେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡିର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି। ଏହି ୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ୪ ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪୯ ଜଣ ରାଜ୍ୟରେ ବିଭିନ୍ନ […]
ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ଏବଂ ଲୋକସଭା ସଚିବାଳୟ ପରେ ପାଣିପାଗ ବିଭାଗ ବିଭାଗକୁ ବ୍ୟାପିଲା କରୋନା। ଏଠାରେ ଜଣେ କର୍ମଚାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ମଲ୍ଟି ଟାସ୍କିଂ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ପାଣିପାଗ ବିଭାଗର କର୍ମଚାରୀ ୧୭ ଏପ୍ରିଲରେ ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଏହା ପରେ ପାଣିପାଗ ବିଭାଗରେ ଭୟର ବାତାବରଣ ଦେଖାଦେଇଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନେକ କର୍ମଚାରୀଙ୍କୁ ସଜାଗ ରହିବାକୁ ମଧ୍ୟ କୁହାଯାଇଛି। ଏହାପରେ ସାନିଟାଇଜିଂ ମଧ୍ୟ କରାଯାଇଥିଲା। ମୃତ […]
ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ସଚିବାଳୟରେ କରୋନା ଭାଇରସ ସଙ୍କଟ ଦେଖାଦେଇଛି। ସେଠାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେ ହାଉସ୍ କିପିଙ୍ଗ୍ ବିଭାଗରେ କାମ କରୁଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ରାମ ମନୋହର ଲୋହିଆ ହସ୍ପିଟାଲରେ ହେଉଛି। ଉକ୍ତ କର୍ମଚାରୀ ଜଣକ ଗତ କିଛି ଦିନ ହେଲା ଜ୍ୱର, କାଶ ଏବଂ ଶ୍ୱାସ ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ କିଛି ଦିନ ହେଲା କାର୍ଯ୍ୟାଳୟକୁ […]
ବିଜାପୁର: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡର ବିଜାପୁର ଅଞ୍ଚଳରେ। ଜଣେ ୧୨ ବର୍ଷର ନାବାଳିକା(ଜମଲୋ ମଡକାମୀ) କାମ ଅନ୍ୱେଷଣରେ ବିଜାପୁରର ଆଦେଡ଼ ଗ୍ରାମରୁ ତେଲେଙ୍ଗାନାର ପେରୁ ଗାଁକୁ ଯାଇଥିଲେ। ଲକ୍ଡାଉନ୍(୨)ର ଅବଧି ବଢ଼ାଇ ଦେବାରୁ ପିଲାଟି ନିଜ ଗାଁକୁ ଚାଲି ଚାଲି ଆସିବାକୁ ସ୍ଥିର କଲା। ସେଠାରେ ଥିବା ନିଜ ଗାଁର୧୧ଜଣ ସାଙ୍ଗମାନଙ୍କ ସହିତ ଜଙ୍ଗଲ ରାସ୍ତା ଦେଇ ଚାଲିଚାଲି ବିଜାପୁର […]
ନୂଆଦିଲ୍ଲୀ: ଦିଲ୍ଲୀର କନ୍ନାଟ୍ ପ୍ଲେସ୍ର ଜୀବନ ଭାରତ ବିଲଡିଂରେ ଥିବା ଆୟୁଷ୍ମାନ ଭାରତର(Ayushman Bharat) କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କାରଣ ସେହି ଅଫିସ୍ର ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୫ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍କୁ ପଠାଯାଇଥିଲା। କାର୍ଯ୍ୟାଳୟକୁ ସିଲ୍ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟାଳୟକୁ ପାଞ୍ଚ ଦିନ ପୂର୍ବରୁ ସିଲ୍ କରାଯାଇଛି। କାର୍ଯ୍ୟାଳୟଟି ଏପ୍ରିଲ୍ ୨୪ରେ ଖୋଲାଯିବ ବୋଲି ଆୟୁଷ୍ମାନ ଭାରତର ସିଇଓ ଡକ୍ଟର ଇନ୍ଦୁ ଭୂଷଣ […]
ନୂଆଦିଲ୍ଲୀ: ମହମାରୀ କରୋନା ଭାଇରସ ଭାରତର ରାଷ୍ଟ୍ରପତି ଭବନ ପରିସରରେ ପ୍ରବେଶ କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ରାଷ୍ଟ୍ରପତି ଭବନ ପରିସର ମଧ୍ୟରେ ହିଁ ରହୁଥିଲେ। ହେଲେ ସେ ରାଷ୍ଟ୍ରପତି ଭବନର କର୍ମଚାରୀ ନୁହନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ପରେ […]
ଗାଜିଆବାଦ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍କୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗାଜିଆବାଦରେ। ଅତ୍ୟଧିକ ଜ୍ୱରରେ ପୀଡିତ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବାକୁ ମନା କରିଥିଲେ ବୋଲି ଅଭିଯୋଗ ହୋଇଛି। ପରେ ବ୍ୟକ୍ତି ଜଣଙ୍କ ୨୭ କିଲୋମିଟର ଚାଲି ଚାଲି ତାଙ୍କ ଘରେ ପହଞ୍ଚିଥିଲେ। ବ୍ୟକ୍ତିଙ୍କ ପରିବାର ଲୋକ ଭୟ କରୁଛନ୍ତି ଯେ ତାଙ୍କ ପାଖରେ […]
ବେଲଜିୟମ୍: ପଶୁଙ୍କଠୁ ମଣିଷକୁ କରୋନା ବ୍ୟାପୁଥିବା ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ପଶୁମାନଙ୍କ ଠାରେ ପରୀକ୍ଷା କରୁଛନ୍ତି। ବେଲଜିୟମର ଗବେଷକମାନେ ଦାବି କରିଛନ୍ତି ଯେ ଆମେରିକାରେ ଥିବା ଏକ ଓଟ ପ୍ରଜାତିର ପଶୁମାନଙ୍କ(ଲାମା) ରକ୍ତରୁ କରୋନା ଭାଇରସ ଭ୍ୟାକ୍ସିନ୍ (ଟୀକା) ତିଆରି ହୋଇପାରିବ। ‘ୱିଲାମସ୍ ଇନଷ୍ଟିଚ୍ୟୁଟ୍ ଫର ବାୟୋଟେକ୍ନୋଲୋଜିର’ର ଗବେଷକମାନେ ଦାବି କରିଛନ୍ତି ଯେ ଲାମାର ରକ୍ତରୁ କରୋନା ଭାଇରସଠୁ ରକ୍ଷା ମିଳିପାରବ। କାରଣ ଲାମାର ରକ୍ତରେ ଥିବା ଆଣ୍ଟି-ବଡିଗୁଡିକ […]
ଯୋଧପୁର: ଲକ୍ଡାଉନ୍ ବେଳେ ରାଜସ୍ଥାନର ଯୋଧପୁର ଜିଲ୍ଲାର ବାୱଡି ତହସିଲ ଅଞ୍ଚଳରେ ସୋମବାର ସକାଳେ ଏକ ୫ ବର୍ଷର ଶିଶୁ ଏକ ବୋରୱେଲରେ ପଡ଼ିଯାଇଥିଲା। ଯୋଣ୍ଟାରା ଗାଁର ଏହି ଘଟଣାରେ ବୋରୱେଲରେ ଖସି ପଡିଥିବା ଖବର ଜିଲ୍ଲା ପ୍ରଶାସନ ପାଇବା ପରେ ତୁରନ୍ତ ଉଦ୍ଧାର କରିବା ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଛୁଆଟି ବାହାରକୁ ଆସିବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିବା ଡାକ୍ତର ଟିମ୍ ଶିଶୁଙ୍କ ପାଇଁ ବୋରୱେଲକୁ ଅକ୍ସିଜେନ୍ ପାଇପ୍ ଯୋଗାଇଛନ୍ତି। ଅକ୍ସିଜେନ୍କୁ ଆମ୍ୱୁଲାନ୍ସ […]
ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ମୁକାବିଲା ପାଇଁ ଖୋଲିଲା ଆଉ ୫ଟି କୋଭିଡ୍ ହସ୍ପିଟାଲ୍। ସୁନ୍ଦରଗଡ଼, ନବରଙ୍ଗପୁର, ପାରଦୀପ ସହ ରାଜ୍ୟରେ ୫ ହସ୍ପିଟାଲ ଉଦ୍ଘାଟିତ ହୋଇଛି। ଏହି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆଇଓସିଏଲ, ପାରାଦୀପ ପୋର୍ଟ, ଏମସିଏଲ, ଏନଟିପିସି, ନାଲକୋ ପ୍ରମୁଖ ସହଯୋଗ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ଏହି ସବୁ ହସ୍ପିଟାଲ୍ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ […]
ଝାଡଖଣ୍ଡ: ଝାଡଖଣ୍ଡର ଏକ ଗାଁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ନିଆରା ଉପାୟ ଅବଲମ୍ୱନ କରିଛନ୍ତି। ମୁସଲିମ ସମ୍ପ୍ରଦାୟର ଜାମତାଡା ବ୍ଲକର ନାଲା ବ୍ଲକର କାସ୍ତା ଗ୍ରାମରେ ମହିଳାଙ୍କ ବ୍ୟତୀତ ସମସ୍ତ ଲୋକ ସେମାନଙ୍କର କେଶ କାଟି ଲଣ୍ଡା ହୋଇଛନ୍ତି। ଗାଁର ପିଲା, ବୃଦ୍ଧ, ଯୁବକ ଓ ପୁରୁଷମାନେ ସମସ୍ତେ ଲଣ୍ଡା ହୋଇଥିବାର ଦେଖିବାକୁ ମିଳିଛି। କରୋନା ଭାଇରସ କାରଣରୁ ଏପରି କରିଥିବା କହିଛନ୍ତି। ଖବର ଅନୁଯାୟୀ, କରୋନା ଭାଇରସରୁ ରକ୍ଷା ପାଇବା […]
ଗୌହାଟୀ: ସମଗ୍ର ଦେଶରେ କରୋନାର ବିପର୍ଯ୍ୟୟ ଜାରି ରହିଛି। କରୋନା ଭାଇରସ୍ରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଦେଶରେ ୩ମଇ ପର୍ଯ୍ୟନ୍ତ ଲକ୍ଡାଉନ୍କୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତିନି ଜଣ ବ୍ୟକ୍ତି ୧୨ ଫୁଟ୍ ଲମ୍ୱର […]