ଭୁବନେଶ୍ୱର: ଓଟିଭି ନାଁରେ ଶଟ୍ଡାଉନ୍କୁ ନେଇ ମିଛ ପ୍ରଚାର କରାଯାଉଛି। ଯାଜପୁର, ବ୍ୟାସନଗର, ଚଣ୍ଡିଖୋଲ ଶଟ୍ଡାଉନ୍ ନେଇ ଫେକ୍ ନ୍ୟୁଜ୍ ପ୍ରଚାର କରାଯାଇଛି। ଓଟିଭିର ଗ୍ରାଫିକ୍ସ ପ୍ଲେଟ୍କୁ ଅପବ୍ୟବହାର କରି ଏଭଳି କରାଯାଇଥିବା ଜଣାପଡ଼ିଛି। ଯେଉଁଥିରେ ରାତି ୮ରୁ ୬ ତାରିଖ ରାତି ୮ଟା ଯାଏ ଶଟ୍ଡାଉନ୍ ହୋଇଥିବା ନେଇ ଉଲ୍ଲେଖ ରହିଛି। ତେବେ ଏହା ସମ୍ପୂର୍ଣ୍ଣ ମିଛ। କେହି ଦୃବର୍ତ୍ତ ଏପରି କରି ସୋସିଆଲ ମିଡିଆରେ ଏହାକୁ ଭାଇରାଲ୍ କରିଛି। ଏଇଠି ଆମେ କହି ରଖୁଛି […]
ଭୁବନେଶ୍ୱର: ଫି ଛାଡ଼ ନେଇ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ। କରୋନା ପାଇଁ ସ୍କୁଲ ଫି ଓ ବିଦ୍ୟୁତ ବିଲ୍ ଛାଡ଼ ନେଇ ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ କରିଛନ୍ତି ହାଇକୋର୍ଟ। କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ମୋଟ ୧୩ ପକ୍ଷଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନର ଫି ଛାଡ଼ ନେଇ ନୋଟିସ ଜାରି କରାଯାଇଛି। ରାସନ […]
ଭୁବନେଶ୍ୱର: ସୁପର ସ୍ପ୍ରେଡର ସାଜିଲେ ୪୧ନଂ କରୋନା ଆକ୍ରାନ୍ତ। ଏହି ଆକ୍ରାନ୍ତ ଜଣକ ୪ ଜଣଙ୍କୁ କରୋନା ସଂକ୍ରମିତ କରିଛନ୍ତି। ଏପରିକି ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ୪୧ ନଂ ଲିଙ୍କ ଥିବା ଜଣଯାଇଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭୁବନେଶ୍ୱର ବୋଲି ଜଣାପଡିଛି। ଆକ୍ରାନ୍ତ ଜଣକ ୭୭ ବର୍ଷୀୟ ପୁରୁଷ। ସେ ଭୁବନେଶ୍ୱର ମଧୁସୂଦନ ନଗର ଅଂଚଳର ବାସିନ୍ଦା। ସେ ୪୧ ନମ୍ବର […]
ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନରେ ଆରମ୍ଭ ହୋଇଛି ଡ୍ରୋନ୍ ସର୍ଭେ। କଣ୍ଟେନମେଣ୍ଟ ଜୋନରେ ଥିବା ନାଲା ରୋଡ, ପ୍ଲାଣ୍ଟସାଇଟ ରୋଡ, ଡେଲିମାର୍କେଟ ଜନବହୁଳ ଅଞ୍ଚଳ ଥିବାରୁ ଗଳି ଗଳିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଏବଂ ଏହି ଅଞ୍ଚଳକୁ ସାନିଟାଇଜ କରାଯିବାକୁ ଡ୍ରୋନ୍ର ସାହାଯ୍ୟ ନିଆଯାଉଛି। ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ପ୍ରତ୍ୟକ୍ଷ ଭାବେ ଏହି ସର୍ଭେକୁ ମନିଟରିଂ କରୁଛନ୍ତି। ସେପଟେ ଆସନ୍ତା ଶୁକ୍ରବାରରୁ ଡ୍ରୋନ୍ ଦ୍ୱାରା କଣ୍ଟେନମେଣ୍ଟ ଜୋନ୍ରେ ସାନିଟାଇଜ ଆରମ୍ଭ ହେବ ବୋଲି […]
ମୁମ୍ୱାଇ: ବଲିଉଡର ଗାୟିକା କନିକା କପୁର କରୋନା ଭାଇରସ ସହ ଯୁଦ୍ଧରେ ଲଢ଼ି ଜିତିଛନ୍ତି। ସୁସ୍ଥ ହେବା ପରେ ସେ କରୋନା ରୋଗୀଙ୍କ ପାଇଁ ତାଙ୍କ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଖବର ଅନୁଯାୟୀ, କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର କୁଳପତି ପ୍ରଫେସର ଏମଏଲବି ଭଟ୍ଟ ମଙ୍ଗଳବାର କହିଛନ୍ତି ଯେ, କନିକାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ତାଙ୍କ ରକ୍ତରେ ଥିବା ସମସ୍ତ ପାରାମିର୍ଟସଗୁଡିକ ପ୍ଲାଜମା ଦାନ ପାଇଁ ପ୍ରାୟ ଠିକ୍ ଥିଲା । କିନ୍ତୁ ହେମୋଗ୍ଲୋବିନ୍ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଲୋକଙ୍କୁ ବାରମ୍ବାର ଲକ୍ଡାଉନ୍ ଏବଂ ସାମାଜିକ ଦୂରତାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଉଛି। ଏଭଳି କରିବା ସତ୍ତ୍ୱେ ଲୋକେ ଲକ୍ଡାଉନ୍ ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। A perfect #SocialDistancing seen near Bhalukpong in Arunachal Pradesh along Assam-Arunachal boundary. If we observe carefully, animals […]
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଜଣେ ୫୫ ବର୍ଷିୟ ସିଆରପିଏଫ୍(CRPF) ଅଧିକାରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। CRPF ରେ କୋଭିଡ -୧୯ ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଏହା ହେଉଛି ପ୍ରଥମ। ମୃତ ଯବାନ ଜଣଙ୍କ ସିଆରପିଏଫ୍ରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମହମ୍ମଦ ଇକ୍ରାମ ହୁସେନ୍। କିଛି ଦିନ ପୂର୍ବରୁ ସେ କରୋନା ଭାଇରସରେ ସଂକ୍ରମିତ ହୋଇ ସଫଦରଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସିଆରପିଏଫ୍ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଗୃହମନ୍ତ୍ରୀ ଅମିତ […]
ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ଜଣେ କଳାକାରଙ୍କ ସଚେତନତା କରୋନା ସଂକ୍ରମଣରୁ ଲୋକେ ଦୂରେଇ ରହିବା ଲାଗି ନିଜ ଆକ୍ଟିଭା ଗାଡ଼ିରେ କରୋନା ଭୂତାଣୁର ଆକୃତି କରି ଲୋକଙ୍କୁ ସଚେତନ କରୁଛନ୍ତି କଳାକାର ପ୍ରମୋଦ ମୁଦୁଲି। ସାମାଜିକ ଦୂରତା ରଖିବା, ଘରୁ ବାହାରିଲେ ମାସ୍କ ପିନ୍ଧିବା ଲାଗି ସେ ବାର୍ତ୍ତା ଦେଉଛନ୍ତି। କେବଳ ସେତିକି ନୁହେଁ କରୋନା ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧାଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି। ରାଜଧାନୀର ବିଭିନ୍ନ ଗଳିକନ୍ଦି ବୁଲି ସେ ଲୋକଙ୍କୁ […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭରତ ଏବେ ସାଜିଛି ସାରା ବିଶ୍ୱର ବିପଦର ବନ୍ଧୁ। ଆମେରିକା ଠାରୁ ଆରମ୍ଭ କରି ଫ୍ରାନ୍ସ, ଜପାନ, ଜର୍ମାନୀ ଭଳି ଅନେକ ଶକ୍ତିଶାଳୀ ରାଷ୍ଟ୍ର ଭାରତର ସହଯୋଗ ଲୋଡ଼ୁଛନ୍ତି। ମାନବିକତା ଦୃଷ୍ଟିରୁ ଭାରତ ମଧ୍ୟ ସମସ୍ତଙ୍କୁ ସହଯୋଗ କରିଛି। ଏବେ ଭାରତର ସହଯୋଗ ଲୋଡ଼ିଛି ୟୁଏଇ(ୟୁନାଇଟେଡ୍ ଆରବ ଏମିରେଟ୍ )। ଭାରତରେ ରହୁଥିବା ଡାକ୍ତର ଓ ନର୍ସଙ୍କୁ ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ପଠାନ୍ତୁ ବୋଲି […]
ନୂଆଦିଲ୍ଲୀ: ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା। ଅଦ୍ୟାବଧି ୨ ଲକ୍ଷ ୧୨ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ ସଂକ୍ରମଣ ସଂଖ୍ୟା ୩୦ ଲକ୍ଷ ୮୪ ହଜାର ପାର କରିଛି। କେବଳ ଆମେରିକାରେ ୫୬ ହଜାର ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାସହ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଆମେରିକା ପରେ ସ୍ପେନ୍ରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୨ ହଜାର ପାର ସହ ମୃତ୍ୟୁ […]
ଭୁବନେଶ୍ୱର: କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସହ ଆଜି ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀମାନେ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ଆଲୋଚନାଏ ଯୋଗ ଦେଇଥିଲେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ବିଭାଗୀୟ ସଚିବ ଚିତ୍ରା ଆରୁମଗମ। ଏଥିରେ ସାମିଲ ହୋଇଥିଲେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ୫ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ୩ ମାସର ମିଡ୍ ଡେ ମିଲ୍ ପିଲାଙ୍କୁ ଦେଇସାରିଥିବା ଜଣାଇଛନ୍ତି। […]
ଭୁବନେଶ୍ୱର: କୋଭିଡ୍ ଲଢ଼େଇରେ ଏବେ ପ୍ରବାସୀ ଫେରନ୍ତାଙ୍କୁ ନେଇ ଚିନ୍ତା। ରାଜ୍ୟକୁ ପ୍ରକୃତରେ କେତେ ଲୋକ ଆସିବେ ସେ ନେଇ କାହା ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନ ଥିଲା ବେଳେ ଏବେ ସୁଦ୍ଧା ଅଢ଼େଇ ଲକ୍ଷ ପ୍ରବାସୀଙ୍କ ରହିବା ପାଇଁ ବି ଭିତ୍ତିଭୂମି ନାହିଁ। ଏଭଳି ସ୍ଥିତିରେ ଭିତ୍ତିଭୂମି ସଜାଡ଼ିବା ପରେ ପ୍ରବାସୀଙ୍କୁ ଆଣିବାକୁ ବିରୋଧୀ ପରାମର୍ଶ ଦେଇଛନ୍ତି। ତେବେ ପରିବହନ ମନ୍ତ୍ରୀ କହିଛନ୍ତି ସମସ୍ୟା ଉପୁଜିଲେ ସମାଧାନ ହେବ। ସେପଟେ କାର୍ଡ ନଥିଲେ ବି ଓଡ଼ିଶା […]
ପୁରୀ: ଲକ୍ ଡାଉନରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା। କେବଳ ସେବାୟତମାନେ ପ୍ରବେଶ କରିପାରିବେ। କିନ୍ତୁ ଅକ୍ଷୟତୃତୀୟା ଦିନ ଶ୍ରୀ ଜଗନ୍ନାଥ ମନ୍ଦିରକୁ କିଭଳି ଗଲେ ଭୁବନେଶ୍ୱର ଏୟାର୍ପୋର୍ଟ ଛାତ ଭୁଶୁଡ଼ିବା ଘଟଣାରେ ଗିରଫ ହୋଇ ଫେରିଥିବା ବିବାଦୀୟ କଣ୍ଟ୍ରାକ୍ଟର ଦିଲ୍ଲୀପ ଖଟେଇ । କେବଳ ସେ ଏକା ନୁହେଁ, ତାଙ୍କ ସାଙ୍ଗରେ ଅନ୍ୟ ଜଣେ ବି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ତାହା ପୁଣି ବିନା ଥର୍ମାଲ୍ ସ୍କାନିଂରେ। ତେଣୁ ସଂକ୍ରମଣକୁ ନେଇ […]
ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ କେବେ ହୋଇନଥିଲା। ୨୪ ଘଣ୍ଟା ସମୟସୀମା ଭିତରେ ଏହା ସର୍ବାଧିକ ମୃତ୍ୟୁ ହାର। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୩ ଜଣ ନୂଆ ପଜିଟିଭ ଚିହ୍ନଟ ସହ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୪୩୫ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୬୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମୁଦୟ ୬ ହଜାର ୮୬୮ଜଣ ସୁସ୍ଥ ହେବା ସହ ଆରୋଗ୍ୟ […]
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରୂପ ବଦଳାଉଥିବା କୋରନା ଭାଇରସ୍ ଏବେ ତାର ଲକ୍ଷଣ ବଦଳାଇଲାଣି। କରୋନା ରୋଗୀଙ୍କଠାରେ ଏବେ ନୂଆ ନୂଆ ସବୁ ଲକ୍ଷଣ ଦେଖାଦେଲାଣି। ପୂର୍ବରୁ ଜ୍ୱର, କାଶ, ଥଣ୍ଡା ଭଳି ଲକ୍ଷଣ ଦେଖା ଦେଉଥିଲେ କରୋନା ସନ୍ଧିଗ୍ଧ ବୋଲି କୁହାଯାଉଥିଲା। ଏବେ କିନ୍ତୁ କିଛି ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଏହି ନୂଆ ଲକ୍ଷଣର ସୂଚନା ଦେଇଛି ଆମେରିକା ଗବେଷଣା ସଂସ୍ଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍(ରୋଗ ନିୟନ୍ତ୍ରଣ ଏବଂ […]
ରାୟଗଡ଼ା: ରାଜସ୍ଥାନର କୋଟାରେ ମେଡିକାଲ କୋଚିଂ ନେଉଥିବା ରାୟଗଡ଼ା ଅଞ୍ଚଳର କେତେକ ଛାତ୍ର ଲକଡାଉନ ପାଇଁ ଫସି ରହିଛନ୍ତି। ସେମାନଙ୍କୁ କୋଟାରୁ ଉଦ୍ଧାର କରି ଆଣିବା ଲାଗି ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ସେମାନଙ୍କ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିଜ ଅଞ୍ଚଳକୁ ଫେରିଥିବାବେଳେ କେବଳ ଓଡ଼ିଆ ଚାତ୍ରଛାତ୍ରୀ ଅଟକି ରହିଛନ୍ତି। ଏଣୁ ସେମାନଙ୍କୁ ଉଦ୍ଧାର କରି ଆଣିବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଯୋଗାଯୋଗ […]
ପାରଳାଖେମୁଣ୍ଡି: କରୋନାର କାୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ରାଜ୍ୟ ଲୋକଙ୍କୁ ନିଜ ରାଜ୍ୟରେ ପୂରାଇ ନଦେବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ଲୋକେ। କେତେବେଳେ ରାସ୍ତାରେ ରାତାରାତି କାନ୍ଥ ନିର୍ମାଣ ତ ଆଉ କେତେବେଳେ ଜାତୀୟ ରାଜପଥକୁ ଅବରୋଧ କରି ଲୋକଙ୍କୁ ଅଟକାଉଛନ୍ତି। ଆମ ରାଜ୍ୟକୁ ନେଇ ମଧ୍ୟ ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶ-ଓଡ଼ିଶାର ସୀମାରେ ରାସ୍ତାକୁ ଲୋକେ ଖୋଳି ପକାଇଥିବା ଖବର ଚର୍ଚ୍ଚା ହେଉଛି। ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଏକ […]
ନୂଆଦିଲ୍ଲୀ: ନିତି ଆୟୋଗ କାର୍ଯ୍ୟାଳୟ ସିଲ୍ କରାଯାଇଛି। ନିତି ଆୟୋଗର ଜଣେ ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ସୂଚନା ମିଳିଛି। ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ଆସିଥିବା ସଂପର୍କରେ ଆଜି ସକାଳ ୯ଟାରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହାପରେ କରୋନା ପ୍ରୋଟୋକଲ ଅନୁସାରେ କାର୍ଯ୍ୟାଳୟକୁ ୨ ଦିନ ପାଇଁ ଏହାକୁ ସିଲ୍ କରାଯାଇଛି। ଏହାସହ କାର୍ଯ୍ୟାଳୟ ପରିସରରେ ବିଶୋଧନ ଆରମ୍ଭ ହୋଇଛି। ସଂପୃକ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ କ୍ୱାରେଣ୍ଟିନରେ […]
ଭୁବନେଶ୍ୱର: ଲକ୍ଡାଉନ କଟକଣା ଯାଞ୍ଚ ବେଳେ ସୁରତରେ ପୋଲିସ ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସୁରତର ଭିନ୍ନ ଭିନ୍ନ ଦୁଇଟି ଅଞ୍ଚଳରେ କିଛି ପ୍ରବାସୀ ଶ୍ରମିକ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ସକାଳୁ ପୋଲିସ ପାଟ୍ରୋଲିଂ ବେଳେ ପିସିଆର ଭ୍ୟାନ ଉପରକୁ ଏହି ଆକ୍ରମଣ ହୋଇଛି। ପ୍ରଥମ ଘଟଣାଟି ସୁରତର ଦିନ୍ଦୋଲି ଏବଂ ଅନ୍ୟଟି ନୌଗାମ ଅଞ୍ଚଳର ବୋଲି ଜଣାପଡ଼ିଛି। ସକାଳୁ ସକାଳୁ ବହୁ ସଂଖ୍ୟାରେ […]
ନୟାଗଡ଼: ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ନୟାଗଡ଼ ଜିଲ୍ଲା କେନ୍ଦୁଢିପିରେ ତୁମୁଳକାଣ୍ଡ। ସରପଞ୍ଚଙ୍କ ସ୍ୱାମୀଙ୍କ ମାଡ଼ରେ ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଆହତ ହୋଇଛନ୍ତି। ଗତକାଲି ସକାଳେ ଭୁବନେଶ୍ୱରରେ ରହୁଥିବା କେନ୍ଦୁଢିପିର ମଧୁସୂଦନ ସାହୁ ନିଜ ଗାଁକୁ ଫେରିଥିଲେ। ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ମଧୁସୂଦନଙ୍କୁ ନେଇ ହୋମ୍ କ୍ୱାରେଣ୍ଟାଇନ୍ରେ ରଖିଥିଲେ। ଏହାକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଆରତ ବେହେରା ଓ ନାଏବ ସରପଞ୍ଚ ଅରୁପ ସାହୁ, ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଶଶଧର […]
ବ୍ରହ୍ମପୁର: ବାହାର ରାଜ୍ୟରୁ ସମୁଦ୍ର ପଥରେ ଶ୍ରମିକଙ୍କ ଫେରିବା ଜାରି ରହିଛି। ଗତକାଲି ରାତିରେ ପୁଣି ୩୩ ଜଣ ଶ୍ରମିକ ଏକ ଡଙ୍ଗା ସାହାଯ୍ୟ ରେଚେନ୍ନାଇରୁ ଓଡ଼ିଶାକୁ ଫେରିଛନ୍ତି। ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରବେଳାରେ ଆସି ପହଞ୍ଚିଛନ୍ତି ସମସ୍ତ ଶ୍ରମିକ। ୨ ଲକ୍ଷ ୧୦ ହଜାର ଟଙ୍କାରେ ଏକ ଡଙ୍ଗା କିଣି ଗତ ୨୪ ତାରିଖରେ ଚେନ୍ନାଇରୁ ବାହାରିଥିଲେ। ଡଙ୍ଗାରେ ଆସିଥିବା ୩୩ଜଣଙ୍କ ମଧ୍ୟରୁ ଗଂଜାମ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧, ମାର୍କଣ୍ଡି ଗାଁର […]
ଲକ୍ଷ୍ନୌ: ଲକ୍ଡାଉନ୍ ସମୟରେ ଜଣେ ଯୁବକ ମୁମ୍ୱାଇରୁ ୧୬୦୦ କିଲୋମିଟର ଦୂରରୁ ଚାଲି ଚାଲି ୟୁପିର ଶ୍ରାବସ୍ତି ଜିଲ୍ଲାରେ ପହଞ୍ଚିଥିଲେ। ସେଠାରୁ ସେ ତାଙ୍କ ଗାଁକୁ ମଧ୍ୟ ଯାଇଥିଲେ, କିନ୍ତୁ ପ୍ରଶାସନ କରୋନା ଭୟରେ ତାଙ୍କୁ ଗ୍ରାମର ଏକ ସ୍କୁଲ ଘରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଥିଲା। କିନ୍ତୁ କ୍ୱାରେଣ୍ଟାଇନରେ ରହିବାର ୬ଘଣ୍ଟାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହେଉଛନ୍ତି ଶ୍ରାବସ୍ତର ଜିଲ୍ଲାର ମାହ୍ଲିପୁର ଅଞ୍ଚଳର ମଠଖାନୱା ଗାଁର। ଖବର ଅନୁଯାୟୀ, ସୋମବାର ଦିନ […]
ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୮ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୫୦ରୁ ଅଧିକ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଗତ ତିନି ଦିନରେ ୩ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ମୁମ୍ୱାଇ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି। ମୁମ୍ୱାଇ ପୋଲିସ ଅଫିସିଆଲ୍ ଟ୍ୱିଟ୍ରେ ଟ୍ୱିଟ୍କରି କହିଛନ୍ତି ଯେ, […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କରୋନାରେ ସଂକ୍ରମିତ ହୋଇଥିବା କର୍ମଚାରୀ ୧୬ ଏପ୍ରିଲରେ କୋର୍ଟକୁ ଆସିଥିଲେ। ସେଠାରେ କାର୍ଯ୍ୟରତ ଦୁଇ ରେଜିଷ୍ଟ୍ରାରଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ଖୋଜା ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୮୩୮୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା […]