ମୁମ୍ବାଇ: କରୋନା ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୩ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗତକାଲି ହିଁ ମହାରାଷ୍ଟ୍ରରେ ୨୫ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ପୁନେରେ ୧୪ଜଣ, ମୁମ୍ବାଇରେ ୯ଜଣ, ମାଲେଗା ଓ ରତ୍ନଗିରିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଞ୍ଚିଛି। ପରିସ୍ଥିତିକୁ ନଜରରେ ରଖି […]
ମୁମ୍ବାଇ: କୋଭିଡ୍-୧୯ ସହିତ ମୁକାବିଲା କରିବା ପାଇଁ ପ୍ରାୟ ସମସ୍ତେ ସରକାରଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବ୍ୟାବସାୟୀଙ୍କଠାରୁ ଆରମ୍ଭ କରି ନେତା, କ୍ରିକେଟର୍ ଓ ବଲିଉଡ୍ ସେଲିବ୍ରିଟି ନିଜ ନିଜର ସାଧ୍ୟମତେ ସହାୟତା କରୁଛନ୍ତି। ଏବେ ପୁଣି ଜଣେ ବଲିଉଡ୍ ଅଭିନେତା ସଚିନ ଯୋଶୀ ନିଜର ବିଳାସମୟ ହୋଟେଲ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର୍ କରିବା ପାଇଁ ବିଏମ୍ସି(ବ୍ରିହାନ୍ମୁମ୍ବାଇ ମ୍ୟୁନିସପାଲିଟି କୋର୍ପୋରେସନ୍)କୁ ଦେଇଛନ୍ତି। ମୁମ୍ବାଇର ପାଓଇ ଅଞ୍ଚଳରେ ଥିବା ୩୬ ରୁମ୍ ବିଶିଷ୍ଟ ଏହି ହୋଟେଲ୍ର ନାଁ ହେଉଛି ‘ବିଟଲ୍’। […]
ନ୍ୟୁୟର୍କ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚାଇନାର ଉହାନ ସହରରୁ ଆସିଥିବା ଏହି ଭାଇରସ ଆମେରିକାରେ ୧୬ରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଉହାନ ସହର ଅପେକ୍ଷା ଆମେରିକାର ନ୍ୟୁୟର୍କ ସହରରେ ଅଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦେଖିବାକୁ ମିଳିଛି। ତେବେ କାହିଁକି ନ୍ୟୁୟର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବଢ଼ୁଛି ଏ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ କିଛି ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ପ୍ରଦୂଷଣକୁ ଦାୟୀ […]
ମୁମ୍ୱାଇ: କରୋନା ଭାଇରସ ମହାମାରୀରୁ ରକ୍ଷା କରିବା ପାଇଁ ସହଯୋଗର ହାତ ବଢ଼ାଉଛନ୍ତି ବଲିଉଡର କଳାକାରମାନେ। ଅକ୍ଷୟ କୁମାର ପିଏମ୍ କେୟାରସ୍ ପାଣ୍ଠିକୁ ପୂର୍ବରୁ ୨୫ କୋଟି ଟଙ୍କା ଦେଇସାରିଛନ୍ତି। ବର୍ତ୍ତମାନ ଅକ୍ଷୟ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ୩ କୋଟି ଟଙ୍କା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଷୟ ମାସ୍କ ଏବଂ ଟେଷ୍ଟିଂ କିଟ୍ ଇତ୍ୟାଦି କିଣିବା ପାଇଁ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଏହି ଟଙ୍କା ଦେଇଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ବିଶ୍ୱ କଠିନ ପରିଶ୍ରମ […]
ହାଇଦ୍ରାବାଦ: ଆମେରିକାରେ ଗତ କିଛି ଦିନ ପୂର୍ବେ ‘ଜୁ’ରେ ଥିବା ଏକ ବାଘ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହି ଘଟଣା ପରେ ଲୋକମାନେ ପଶୁମାନଙ୍କର ଯନ୍ତ୍ରଣାଦାୟକ ଚିତ୍ର ସୋଶାଲ ମିଡିଆରେ ସେୟାର କରିବା ସହ କହିଥିଲେ- ‘ଆମେ ତ କିଛି ଦିନ ହେବ ଲକ୍ଡାଉନ୍ରେ ରହିଛୁ, କିନ୍ତୁ ଜଙ୍ଗଲୀ ପଶୁମାନେ ଚିଡିଆଖାନାରେ କେବେଠାରୁ ଲକ୍ଡାଉନ୍ ହୋଇ ରହିଛନ୍ତି ?’ ଏହି ଘଟଣାକୁ ନେଇ ଏକ ମଜାଦାର ଖବର ଆସିଛି ଆନ୍ଧ୍ର ପ୍ରଦେଶରୁ। କାଲୁର ମଣ୍ଡଳ ଅଞ୍ଚଳର […]
ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍ଡାଉନ୍। ଲକ୍ଡାଉନ୍ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗରିବ, ଦିନ ମଜୁରିଆ, ଶ୍ରମିକ ଶ୍ରଣୀର ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କରୋନା ଯୁଦ୍ଧ ସମୟରେ ବଲିଉଡର ମେଗାଷ୍ଟାର Big B ତାଙ୍କର ବଡାପନ୍ ଦେଖାଇଛନ୍ତି। ମୁମ୍ବାଇର ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ଅମିତାଭ ଦିନକୁ ୨୦୦୦ ଖାଦ୍ୟ ପ୍ୟାକେଟ ବଣ୍ଟନ କରିବା ଆରମ୍ଭ କରିଛନ୍ତି। ସେତିକି ନୁହେଁ, […]
ନୂଆଦିଲ୍ଲୀ: ପୂରା ବିଶ୍ୱକୁ ଚିନ୍ତିତ କରିଥିବା କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ସନରାଇଜର୍ସ ହାଇଦ୍ରାବାସ ଆଗକୁ ଆସିଛି। ସନରାଇଜର୍ସ ହାଇଦ୍ରବାଦର ମାଲିକାନାସତ୍ୱ ସନ୍ ଟିଭି ଗୁରୁବାର କୋଭିଡ୍-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୧୦ କୋଟି ଟଙ୍କାର ଦାନ କରିବାକୁ ଘୋଷଣା କରିଛି। ତେବେ ଏହି ଅର୍ଥରାଶି ହାଇଦ୍ରାବାଦ ରାଜ୍ୟ ସରକାର ନା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ, ତାହା ଜଣା ପଡ଼ିନାହିଁ। ସନରାଇଜର୍ସ ହାଇଦ୍ରାବାଦ ତା’ର ଅଫିସିଆଲ୍ ଟ୍ୱିଟର୍ […]
ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କେଉଁଠାରେ ଲକଡାଉନ୍ ତ କେଉଁଠାରେ କର୍ଫ୍ୟୁ ଲଗାଯାଇଛି। ଅତି ଆବଶ୍ୟକ କାମ ନଥିଲେ ବାହରକୁ ଯିବାକୁ ମନା କରାଯାଇଛି। ଏଭଳି ସମୟରେ କାର୍ ଚଳାଇ ବଜାର ଯିବା ଜଣେ କ୍ରିକେଟର୍ଙ୍କୁ ମହଙ୍ଗା ପଡ଼ିଛି। ସେହି କ୍ରିକେଟର୍ ହେଲେ ହିମାଚଳ ପ୍ରଦେଶର କ୍ରିକେଟର ଋଷି ଧୱନ। ଋଷି କାର୍ ଚଳାଇ ବଜାର୍ ଆସୁଥିବାରୁ ପୁଲିସ୍ ୫୦୦ ଟଙ୍କାର ଚାଲାନ ମଧ୍ୟ କାଟିଛି। ତେବେ ଖବର ଅନୁସାରେ, ଋଷି କର୍ଫ୍ୟୁ କୋହଳ ହେବା ପରେ ବାହାରକୁ […]
ଭୁବନେଶ୍ୱର: କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଆଜିଠାରୁ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ହେଲ୍ପରଙ୍କୁ ଗୋଟିଏ ୟୁନିଟ କରାଯାଇଛି। ଏହି ୟୁନିଟ ଲୋକଙ୍କୁ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ଘର ଘର ବୁଲି କାହାକୁ ଥଣ୍ଡା ଜ୍ୱର କିମ୍ବା କାଶ ହେଉଛି କି ପଚାରି […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ରୁ ବ୍ରହ୍ମପୁର ମେଡିକାଲ କଲେଜ, ୧୫ରୁ ଭିମସାର ଓ ୧୭ରୁ ରାଉରକେଲା ଆଇଜିଏଚ୍ରେ ରକ୍ତ ନମୁନା ପରୀକ୍ଷା କରାଯିବ। ରାଜ୍ୟ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ ବୈଠକରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। କରୋନାର ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହୋଇଥିଲା। ଏଥିସହ ଦିଲ୍ଲୀ ଏମ୍ସ ଢାଞ୍ଚାରେ ଏସସିବି ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର […]
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱରେ ଚାଲିଥିବା କରୋନା ଯୁଦ୍ଧରେ ପ୍ରକୃତ ଯୋଦ୍ଧା ହେଉଛନ୍ତି ଡାକ୍ତର। ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ହେଲେ ସେମାନଙ୍କୁ ପୁରସ୍କୃତ ତ କରାଯାଉନି। ବରଂ ଅନେକ ଜାଗାରେ ସେମାନଙ୍କୁ ଅପମାନିତ କରାଯାଉଛି, ଆକ୍ରମଣ କରାଯାଉଛି। ଏମିତି ଏକ ଘଟଣା ଘଟିଛି ସଫଦରଜଙ୍ଗ ଅଞ୍ଚଳରେ। ସଫଦରଜଙ୍ଗ ହସ୍ପିଟାଲର କାର୍ଯ୍ୟରତ ଦୁଇଜଣ ମହିଳା ଡାକ୍ତର ଦିଲ୍ଲୀର ଗୌତମ ନଗର ଅଞ୍ଚଳରେ ରୁହନ୍ତି।ଏହି ଡାକ୍ତରଙ୍କୁ ସେମାନଙ୍କ ପଡ଼ୋଶୀମାନେ ଆକ୍ରମଣ କରିଥିବା […]
ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କିନ୍ତୁ ଏହି ସମୟରେ ୟୁପିରୁ ଏକ ଖୁସି ଖବର ଆସିଛି। ପିଲିଭିତ୍ ଜିଲ୍ଲାରେ ୭୦ ବର୍ଷର ବୃଦ୍ଧା କିଲର କରୋନା କବଳରୁ ଜିତିଛନ୍ତି। ମହିଳା ଜଣକ କରୋନାରେ ପଜିଟିଭ୍ ବୋଲି ଜଣାପଡିଥିଲେ। କିନ୍ତୁ ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ କ୍ରମାଗତ ଭାବେ ନେଗେଟିଭ୍ ଆସିଛି। ପିଲିଭିତ୍ ଜିଲ୍ଲାରେ ଦୁଇଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ। ଏହି ଦୁଇଜଣ ସାଉଦି ଆରବରୁ ଫେରିଥିଲେ। […]
ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ, ସେନେଇ ଜିଲ୍ଲାପାଳ ଏବଂ ଡିଏଏମ୍ଓ ବା ଡିଏଚ୍ଏମ୍ଓଙ୍କ ସହ ପରାମର୍ଶ […]
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆଇନତଃ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କାଲିଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ୫ ମିନିଟ ପାଇଁ ଲୁଣ ପାଣିରେ ଫୁଟାଇ ଖରାରେ ସମ୍ପୂର୍ଣ୍ଣ ଶୁଖାଇ ମାସ୍କ ତିଆରି କରିପାରିବେ। ଗାମୁଛା ଓ […]
ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଛିା ମୋଟ ସଂକ୍ରମଣ ସଂଖ୍ୟା ସାଢ଼େ ୧୪ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶ୍ୱର ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ତେବେ ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ସ୍ଥିତି ଦିନକୁ ଦିନ ଉଦବେଗଜନକ ହେଉଛି। ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ନ୍ୟୁୟର୍କରେ ସାଢ଼େ ୫ ହଜାର ଜଣଙ୍କ […]
ଭୁବନେଶ୍ୱର: ସତ୍ୟନଗରରେ ହଠାତ୍ କୁଆଡୁ ଆସିଲେ ଚାରି କୋଭିଡ୍-୧୯ ଆକ୍ରାନ୍ତ। ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ସୂର୍ଯ୍ୟନଗର ପରେ ବମିଖାଲ, ଯଦୁପୁର-ବେଗୁନିଆ, ସୁନ୍ଦରପଦା, ଆଉ ଏବେ କରୋନା ପାଇଁ ରାଜଧାନୀ ଭୁବନେଶ୍ୱରର ଆଉ ଏକ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ସରକାର ସତ୍ୟନଗର ନା ଘୋଷଣା କରିଥିଲେ। ହେଲେ ସତ୍ୟନଗରରେ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏବଂ ସଂକ୍ରମଣ ରୋକିବାକୁ ଏହାକୁ ଆବଦ୍ଧାଞ୍ଚଳ ଘୋଷଣା କରାଯିବା ନେଇ ଆଜି ସକାଳେ ବିଏମ୍ସିର ଏକ ନୋଟିସ୍ […]
ବ୍ରହ୍ମପୁର: ମାସ୍କ ନପିନ୍ଧିଲେ ମିଳିବନି ରାସନ୍। ନୋ ମାସ୍କ, ନୋ ରାସନ୍, ଏଭଳି ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନ କରାଇଛନ୍ତି ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘ। ବଡ଼ ବଜାରରେ ଥିବା ଏହି ମାର୍କେଟ ସଂଘ ପକ୍ଷରୁ ଏବେ ଲୋକଙ୍କ ପାଇଁ ଏଭଳି ନିୟମ ଲାଗୁ କରାଯାଇଛି। ମାର୍କେଟରେ ଥିବା ଦୋକାନ ଗୁଡ଼ିକରେ ସାମାଜିକ ଦୂରତା ରଖିବା ସହ ଗ୍ରାହକଙ୍କ ମାନେ କିଭଳି ମାସ୍କ ପିନ୍ଧିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଏବେ […]
ଭୋପାଲ: ମଧ୍ୟପ୍ରଦେଶର ଶୋୟପୁର ଜିଲ୍ଲାର ଆଦିବାସୀ ବିକାଶ ଅଞ୍ଚଳରେ କରାହଲର ବଛେରୀ ଗ୍ରାମରେ ସୋମବାର ଜନ୍ମ ହୋଇଥିବା ଏକ ଶିଶୁକୁ ତାଙ୍କ ପିତାମାତା ‘ଲକଡାଉନ୍’ ନାମରେ ନାମିତ କରିଛନ୍ତି। ସେ କହିଛନ୍ତି ଯେ କରୋନା ଭାଇରସ ମହାମାରୀରକୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍କୁ ମନେରଖିବା ପାଇଁ ସେ ତାଙ୍କ ପୁଅର ନାମ “ଲକଡାଉନ୍” ରଖିଛନ୍ତି। ବଛେରୀ ଗାଁର ରଘୁନାଥ ମାଲିଙ୍କ ପତ୍ନୀ ମଞ୍ଜୁ ଗତ ସୋମବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀକୁ ନେଇ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏପରି ପରିସ୍ଥିତିରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଛନ୍ତି, ତେଣୁ ସେମାନଙ୍କର ଯତ୍ନ ନେବା ପାଇଁ ମାସ୍କ ପ୍ରତି ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଦେଶରେ ମାସ୍କର ଅଭାବ ନହେଉ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଘରେ ରହି ମାସ୍କ ତିଆରି କରିବାକୁ ଅପିଲ୍ କରିଛନ୍ତି। ଅଭାବୀ ଲୋକଙ୍କୁ ମାସ୍କ ଦେବା ପାଇଁ ମଧ୍ୟ ନିବେଦନ […]
ଲକ୍ଷ୍ନୌ: ମହାମାରୀର ରୂପ ନେଇଥିବା କରୋନା ଭାଇରସକୁ ଦୂର କରିବା ପାଇଁ ଦେଶରେ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ସବୁ କିଛି ଠପ୍ ହୋଇଯାଇଛି। ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି। ଲକ୍ଡାଉନ୍ ସମୟରେ ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଲକ୍ଡାଉନ ଗାଇଡଲାଇନ କାର୍ଯ୍ୟକାରୀ କରିବା ପାଇଁ ଦିନରାତି ବାହାରେ ଜଗିଛନ୍ତି। ଲୋକଙ୍କୁ ସଚେତନ […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୭୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୩୩ଟି ମାମଲା ସହ ମରକଜ୍ ଜମାତି ସମ୍ପର୍କ ରହିଛି । ଏପରି ସମୟରେ ଦିଲ୍ଲୀର ଜଣେ ଟ୍ରାଫିକ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ମଧ୍ୟ କରୋନାରେ ପଜିଟିଭ୍ ବୋଲି ଜଣାପଡିଛି। ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି। ଦିଲ୍ଲୀ ଟ୍ରାଫିକ ପୋଲିସର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । […]
ଭୁବନେଶ୍ୱର: କରୋନା ଭାଇରସ୍ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ସରକାରଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରୁଛନ୍ତି। ସୋନି ଟିଭି ଏକ ସର୍ଟ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛି ଯେଉଁଥିରେ ସାମାଜିକ ଦୂରତାର ବାର୍ତ୍ତା ଦିଆଯାଇଛି। ଏହି ସର୍ଟ ଚଳଚ୍ଚିତ୍ରର ନାଁ ‘ଫ୍ୟାମିଲି’। ଏଥିରେ ଅମିତାଭ ବଚ୍ଚନ, ରଜନୀକାନ୍ତ, ଆଲିଆ ଭଟ୍ଟ, ରଣବୀର କପୁର, ପ୍ରିୟଙ୍କା ଚୋପ୍ରା, ଚିରଞ୍ଜୀବୀ ଏବଂ ମୋହନଲାଲ ମଧ୍ୟ ଅଭିନୟ କରିଛନ୍ତି। […]
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ରେ କରୋନା ଭାଇରସ୍ ସମ୍ପର୍କିତ ଗୁଜବ ପ୍ରଚାର ବହୁଳ ମାତ୍ରାରେ ହେଉଥିବାରୁ ଏଥିରେ କଟକଣା ଲଗାଇଛି କମ୍ପାନୀ। ହ୍ୱାଟ୍ସଆପ ଫରୱାର୍ଡରେ କଟକଣା ଲାଗିଛି। ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଏହି ମେସେଞ୍ଜର ଆପ୍ର ୨ ବିଲିଅନ୍ ୟୁଜର ଅଛନ୍ତି। ଏହି ୟୁଜରଙ୍କ ମଧ୍ୟରେ ଗୁଜବ ପ୍ରଚାରିତ ହେବାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ ପକ୍ଷରୁ ଏକ ବ୍ଲଗ୍ ପୋଷ୍ଟରେ କୁହାଯାଇଛି, କରୋନା ଭାଇରସ୍ ବ୍ୟାପିବା ପରେ ହ୍ୱାଟ୍ସଆପ୍ ଫରୱାର୍ଡ ସଂଖ୍ୟା ହଠାତ ବଢ଼ିଯାଇଛି। ଏହି ବିବୃତ୍ତିରେ କୁହାଯାଇଛି, […]
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ଯୋଗୁ ସମସ୍ତ ଅନର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ସ୍ଥଗିତ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଆଗାମୀ ଜୁନ୍ ମାସ ଯାଏ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦେଇଛି। ଜୁନ୍ ମାସ ଭିତରେ ଦୁଇଟି ଏଫଆଇଏଚ୍ ପ୍ରୋ ଲିଗ୍, ସିନିୟର୍ ପୁରୁଷ ଟିମ୍, ଜୁନିୟର ପୁରୁଷ ଏସିଆ କପ୍ ଏବଂ ମହିଳା ସିନିୟର ଏସିଆନ୍ ଚାମ୍ପିୟନ୍ସ ଆୟୋଜିତ ହେବାର ଥିଲା, ଯେଉଁଥିରେ ଭାରତ ଅଂଶଗ୍ରହଣ କରିଥାନ୍ତା। କିନ୍ତୁ କରୋନାଭାଇରସ୍ ଯୋଗୁ ଏସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ […]