• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

marathe
ହୋମ୍‌ କ୍ୱାରେଣ୍ଟିନ୍‌କୁ ଗଲେ ୭୬ ଜଣ ନେତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ତ୍ତମାନର କାଉନ୍‌ସିଲର, ପୂର୍ବତନ କାଉନ୍‌ସିଲରଙ୍କ ସମେତ ୭୬ ଜଣ ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଅନୁଯାୟୀ, ଜଣେ ବିଜେପି ନେତାଙ୍କର ପିତା ଓ ଭାଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନେତାମାନଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରଖାଯିବା ପାଇଁ ନୋଟିସ୍‌ […]

  • Monday, 26 July 2021
plagma therapy
ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ

ମୁମ୍ୱାଇ: ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ମୃତକଙ୍କ ବୟସ ୫୩ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମାଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଏହା ପ୍ଲାଜ୍‌ମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ ରୋଗୀଙ୍କୁ ବିଳମ୍ବରେ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା। କରୋନା ଭାଇରସ ଯୋଗୁ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ […]

  • Monday, 26 July 2021
england
କରୋନାରେ ପତ୍ନୀଙ୍କ ମୃତ୍ୟୁକୁ ସହି ପାରିଲେନି, ଜୀବନ ହାରିଲେ ସ୍ୱାମୀ

ଇଂଲଣ୍ଡ: ସେ ଦୁହିଁଙ୍କ ଭଲ ପାଇବା ଥିଲା  ଅନାବିଳ ପ୍ରେମର ଆଉ ଏକ ଉଦାହରଣ। ହାତ ଧରି ଚାଲିବେ ବୋଲି ଦୁହେଁ ଦୁହିଁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।  ଆଉ ସେଇ ପ୍ରତିଶ୍ରୁତି ରକ୍ଷା କରି ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ। ଏହା ଗପ ନୁହେଁ, ଏକ ଅଙ୍ଗେନିଭା ଘଟଣା ଯାହା ଘଟିଛି  ଇଂଲଣ୍ଡର ସାଉଥହମ୍ପଟନ ସହରରେ। ସାଉଥହମ୍ପଟନ ସହରରେ ଏକ ବୃଦ୍ଧ ଦମ୍ପତ୍ତି ଡାକ୍ତରଖାନାରେ ପଡ଼ିଥିଲେ। ପତ୍ନୀଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଲା। ପତ୍ନୀଙ୍କ ମୃତ୍ୟୁ […]

  • Monday, 26 July 2021
ଏହୱପୋତୋଂସଗ
ଓଟିଭିରେ ଖବର ପ୍ରସାରଣ ପରେ ୯୦ ବର୍ଷୀୟା ଡି. ଶୁଭଲକ୍ଷ୍ମୀଙ୍କୁ ମିଳିଲା ସହାୟତା

କୋରାପୁଟ: ଘରେ ତିନି ତିନି ଜଣ ରୋଗଗ୍ରସ୍ତ ଲୋକଙ୍କ ବୋଝ ନିଜ କାନ୍ଧରେ ବୋହୁଥିବା ୯୦ ବର୍ଷୀୟା ଡି. ଶୁଭଲକ୍ଷ୍ମୀଙ୍କ କରୁଣ କାହାଣୀ ଓଟିଭିରେ ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପ୍ରଶାସନ ଓ ବିଭିନ୍ନ ବର୍ଗର ଲୋକେ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବ୍ରାହ୍ମଣୀ ଗାଁର ଶୁଭଲକ୍ଷ୍ମୀଙ୍କ ଘରେ ଅତିରିକ୍ତ ତହସିଲଦାର ପହଞ୍ଚି ତାଙ୍କ ସମସ୍ୟା କଥା ବୁଝିବା ସହ ତାରପଲିନ୍ ଦେଇଛନ୍ତି। ଏଥିସହ ସରକାରୀ ଯୋଜନାରେ ଘର ଯୋଗାଇବାର ବ୍ୟବସ୍ଥା କରିବେ ବୋଲି […]

  • Monday, 26 July 2021
udhab
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଆଶ୍ୱସ୍ତିର ଖବର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଆଶ୍ୱସ୍ତିର ଖବର। ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ଆସନରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶାରି। କାରଣ ଏହି ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହେବାକୁ ଆଶା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ଯଦି ସେ ଏପରି କରିବାରେ ସଫଳ ନହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିବ। ମେ ୨୮ ତାରିଖରେ […]

  • Monday, 26 July 2021
sarmika
ଲକ୍‌ଡାଉନ୍‌ ଯୋଗୁ ରିୟଲ-ଇଷ୍ଟେଟ୍‌ କାମ ଅଚଳ: ପୁଣି ଆରମ୍ଭ ହେଲେ ଏହିସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ

ଭୁବନେଶ୍ୱର: ଅର୍ଥନୀତିର ଅନ୍ୟତମ ପ୍ରମୁଖ କ୍ଷେତ୍ର ରିୟଲ-ଇଷ୍ଟେଟ୍‌କୁ କରୋନା ଝଟ୍‌କା ଲାଗିଛି। ମାସେରୁ ଅଧିକ ସମୟ ହେଲା ବେପାର ପୂରା ଅଚଳ ହୋଇଯାଇଛି। ଖାଲି ଘର କିଣାବିକା ନୁହେଁ, ନିର୍ମାଣ କାମ ବି ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ଏଣେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ଏହି କ୍ଷେତ୍ରରେ ନିୟୋଜିତ ହଜାର ହଜାର ଶ୍ରମିକଙ୍କ ଭାଗ୍ୟ। ଖାସ୍ କରି ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ଫସି ରହିଥିବା […]

  • Monday, 26 July 2021
patient
ବିଶ୍ୱରେ ସ୍ଥିତି ଗମ୍ଭୀର କଲାଣି କରୋନା: ଆମେରିକାରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ, ୬୧ ହଜାର ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ଭାଇରସ୍। ବର୍ତ୍ତମାନ ୩୨ ଲକ୍ଷ ୩୬ ହଜାରରୁ ଅଧିକ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ରୋଗରେ ଗଲାଣି ୨ ଲକ୍ଷ ୨୮ ହଜାରରୁ ଅଧିକ ଜୀବନ। ଆମେରିକାରେ ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡୁଛି। ଏଠାରେ ହୁ ହୁ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆମେରିକାରେ ବର୍ତ୍ତମାନ ୧୦ ଲକ୍ଷ ୬୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧ ହଜାରରୁ ଅଧିକ ଲୋକଙ୍କ […]

  • Monday, 26 July 2021
corona
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୬ ଶହ ୩୦ଜଣ। ୧୪ ଦିନ ତଳେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୧୪.୦୬ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଏବେ ୨୫.୧୯ ପ୍ରତିଶତରେ ପହଞ୍ଚିଛି। ଯାହାକି ଦେଶ ପାଇଁ ଶୁଭ ସଙ୍କେତ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର […]

  • Monday, 26 July 2021
oni
ଗୋଟିଏ ସିଫ୍ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର: ଗୋଟିଏ ସିଫ୍ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର। ଲକ୍ ଡାଉନ୍ ପରେ ଏୟାରପୋର୍ଟ ଦିନକୁ ଗୋଟିଏ ସିଫ୍ଟ ଚାଲିବ। ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ରହିବ ସିଫ୍ଟ। ପୂର୍ବଭଳି ଅଧିକ ବିମାନ ଆସିବନି। ଘଣ୍ଟାକୁ ୨ଟି ବିମାନ ଆସିପାରିବ ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି। ବିମାନ ବନ୍ଦର ପରିଚାଳନା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ରହିବ। ହାତ ଧୋଇବା ପାଇଁ ଏୟାରପୋର୍ଟରେ ପର୍ଯ୍ୟାପ୍ତ ୱାସ୍ ବେସିନ୍ ରଖାଯିବ ବୋଲି ଏୟାରପୋର୍ଟ ପକ୍ଷରୁ […]

  • Monday, 26 July 2021
engis
୨୦ ଦିନର ଶିଶୁକୁ କରୋନା

ଥାନେ: ୨୦ ଦିନର ଶିଶୁକୁ କରୋନା ରୋଗ। ଗୁରୁବାର ମହାରାଷ୍ଟ୍ରର ଥାନେ ଜିଲ୍ଲା କଲ୍ୟାଣ ଟାଉନ୍‌ରେ ଜଣେ ୨୦ ଦିନର ଶିଶୁଠାରେ ମାରାତ୍ମକା କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ଏହି କୁନି ଶିଶୁ ସହିତ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଉକ୍ତ ଅଞ୍ଚଳରେ ୧୬୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା କଲ୍ୟାଣ ଡୋମ୍ବିବ୍ଲି ମ୍ୟୁନିସିପାଲ୍‌ କୋରପୋରେସନ୍‌ ଅଞ୍ଚଳର ମେଡିକାଲ୍‌ ଅଫିସର୍‌ ଡ.ରାଜୁ ଲୱାଙ୍ଗରେ କହିଛନ୍ତି। […]

  • Monday, 26 July 2021
kolkata
କରୋନା ନାହିଁ ବୋଲି କହି ବାପାଙ୍କୁ ଡିସ୍‌ଚାର୍ଜ କରିଥିଲେ, କିନ୍ତୁ ୨୪ ଘଣ୍ଟା ପରେ ଫୋନ୍‌ ଆସିଲା ସେ ପଜିଟିଭ୍

କୋଲକାତା: ରାଜ ଗୁପ୍ତା ନାମକ ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ଡାକ୍ତରଖାନାରୁ ଏକ ଆମ୍ବୁଲାନ୍ସ ଆସିଛି, ତାଙ୍କ ବାପାଙ୍କୁ ନେବା ପାଇଁ। ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ବାପା ଓ ପ୍ରକାଶଙ୍କୁ୨୪ଘଣ୍ଟା ପୂର୍ବରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ତୁମ ବାପା କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିନ୍ତୁ କିଛି ସମୟ ପରେ ରାଜଙ୍କୁ ମେଡିକାଲରୁ ଫୋନ୍‌ ଆସିଥିଲା ଯେ , ତୁମ ବାପାଙ୍କର କରୋନା ପରୀକ୍ଷାରେ କିଛି ଭୁଲ ହୋଇଥିଲା। […]

  • Monday, 26 July 2021
EW1ThnEXgAAhNAB
ଘରୁ ବାହାରିଲେ ଛତା ଧର

ବ୍ରହ୍ମପୁର: ଗଞ୍ଜାମକୁ ଫେରିବା ପାଇଁ ପ୍ରାୟ ୨ ଲକ୍ଷ ଲୋକ ରେଜିଷ୍ଟ୍ରେସନ୍ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଛି। ପ୍ରତି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ବାହାରୁ ଆସୁଥିବା ଲୋକଙ୍କୁ ରଖାଯିବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେହିପରି ଗଞ୍ଜାମରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଯଦି ଘରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରିଲେ ଛତା ଧରି ବାହାରିବାକୁ କହିଛନ୍ତି। କାରଣ ଛତା ଧରିବା […]

  • Monday, 26 July 2021
minster
କରୋନା ଆକ୍ରାନ୍ତ ସାମ୍ୱାଦିକଙ୍କ ସଂସ୍ପର୍ଶରେ ଆସି ୪ମନ୍ତ୍ରୀ ହୋମ୍‌ କ୍ୱାରେଣ୍ଟିନରେ

କର୍ଣ୍ଣାଟକ: କର୍ଣ୍ଣାଟକ ସରକାରଙ୍କ ଚାରିଜଣ ମନ୍ତ୍ରୀ ଏବେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି।। ସ୍ଥାନୀୟ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣେ ଭିଡିଓ ସାମ୍ବାଦିକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେଣ୍ଟିନରେ ଖାଯାଇଛି। ସାମ୍ୱଦିକ ଜଣକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ତେଣୁ ଏମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଡକ୍ଟର ଅଶ୍ୱତ ନାରାୟଣ ଅଛନ୍ତି। ସମସ୍ତେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ନେଇ ନିଜ ନିଜର ଟ୍ୱିଟରେ ସୂଚନା ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ତିନିଜଣ […]

  • Monday, 26 July 2021
mask555
ମାସ୍କ ନପିନ୍ଧିଲେ ୫୦,୦୦୦ ଜରିମାନା

ଅହମ୍ମଦାବାଦ: ସହରରେ କରୋନା ଭାଇରସ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ  ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଅର୍ଥତଣ୍ଡ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଏକ ନିୟମ ଜାରି କରି ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇଛି, ରାସ୍ତାଘାଟରେ ବିକୁଥିବା ଦୋକାନୀ , ଦୋକାନ ବଜାର, ମଲ୍ର କର୍ମଚାରୀ ତଥା ସେଠାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ଲଗାଇବା ଜରୁରୀ ।  ଯଦି ସେମାନେ ମାସ୍କ ବ୍ୟବହାର ନ […]

  • Monday, 26 July 2021
maribaku
କରୋନା ମୁକାବିଲା: ମେ’ ୪ରୁ ଲାଗୁ ହେବ ନୂଆ ଗାଇଡ୍‌ଲାଇନ୍ସ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ର ଅବଧି ମେ’ ୩ରେ ଶେଷ ହେବ। ତେବେ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ର ଅବଧି ବୃଦ୍ଧି ହେବ ନା ନାହିଁ ତା’ହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।କରୋନା ମୁକାବିଲା ଲାଗି ଆସିବ କୋଭିଡ୍-୧୯ ନୂଆ ଗାଇଡ୍‌ଲାଇନ୍ସ। ‌ଆସନ୍ତା ମେ’ ୪ ତାରିଖରୁ ଏହି ନୂଆ ଗାଇଡ୍‌ଲାଇନ୍ସ ଲାଗୁ ହେବ। ନୂଆ ଗାଇଡ୍‌ଲାଇନ୍ସରେ ଅନେକ […]

  • Monday, 26 July 2021
puir
୩ ତାରିଖରେ ପରେ ରଥଯାତ୍ରା ନିଷ୍ପତ୍ତି

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବ କି ନାହିଁ, ତାହା ଆସନ୍ତା ୩ ତାରିଖ ଅର୍ଥାତ ଲକଡାଉନ ପରେ ହିଁ ନିଷ୍ପତ୍ତି  ନିଆଯିବ। ୩ ତାରିଖ ପରେ ସରକାର ଯେଉଁ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗର ବୈଠରେ ଏହି ସହମତି ପ୍ରକାଶ ପାଇଛି। ରଥଯାତ୍ରା ନେଇ ଅନୁକଳ୍ପ ପନ୍ଥା ବାହାର କରିବା ନା ପ୍ରଶାସନର ଅନୁମତିରେ ଯାତ୍ରାକୁ ବର୍ତ୍ତମାନ ସ୍ଥିତିରେ ଉଚିତ ରୂପ ଦେଇ […]

  • Monday, 26 July 2021
lopd
କରୋନା ସଂକ୍ରମଣ କମିଥିବା ରାଜ୍ୟରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଏଭଳି ନିଷ୍ପତ୍ତି ନେଇଥିବା ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରମିଡିଏଟ୍ ସେମିଷ୍ଟାର୍ ଛାତ୍ରଛାତ୍ରୀଙ୍କ ପୂର୍ବ ସେମିଷ୍ଟାର ପ୍ରଦର୍ଶନକୁ ନେଇ ଫଳାଫଳ ପ୍ରକାଶ କରାଯିବ। ଲକ୍‌ଡାଉନ୍ ପରେ ବହୁ ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ପାଠପଢ଼ା ବାକି ରହି ଯାଇଛି। ତେଣୁ ଏବର୍ଷ ଶିକ୍ଷାବର୍ଷ ବିଳମ୍ବରେ […]

  • Monday, 26 July 2021
s
କରୋନା ଅପ୍‌ଡେଟ୍‌: ଦେଶ ବିଦେଶରେ କରୋନା ସ୍ଥିତି କେମିତି ?

ନୂଆଦିଲ୍ଲୀ: ଦେଶରେ ୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା। ୨୪ ଘଣ୍ଟାରେ ଯାଇଛି ୭୩ ଜୀବନ। ଏହାକୁ ମିଶାଇ  ୧ ହଜାର ୮କୁ ଛୁଇଁଛି ମୃତକଙ୍କ ସଂଖ୍ୟା। ୧୮୯୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏମାନଙ୍କ ସଂଖ୍ୟା ୩୧ ହଜାର ୭୮୭କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଏବେ ଦେଶରେ ୨୨ ହଜାର ୯୮୨ ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ପ୍ରାୟ ୭ […]

  • Monday, 26 July 2021
d
ଲକ୍‌ଡାଉନ୍‌ ପରିବହନ ବନ୍ଦ: ଟ୍ରକ୍‌ ମାଲିକମାନେ କେମିତି ସୁଝିବେ ଋଣ ?

ଭୁବନେଶ୍ୱର: ଲକ୍‌ଡାଉନ୍‌ ମାଡ଼ରେ ଦୋହଲି ଯାଇଛି ରାଜ୍ୟର ଟ୍ରକ ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ସ୍ଥିତି। ପ୍ରାୟ ଦେଢ଼ ମାସ ହେଲାଣି, ପରିବହନ ବ୍ୟବସ୍ଥା ଠପ୍‌ ଯୋଗୁ ରୋଜଗାର ହରାଇଛନ୍ତି ହଜାର ହଜାର ଟ୍ରକ ମାଲିକ, ଡ୍ରାଇଭର ଓ ହେଲ୍‌ପର। ଏଭଳି ସ୍ଥିତିରେ ଟ୍ରକ୍‌ ମାଲିକମାନେ କେମିତି ଋଣ ସୁଝିବେ? କର୍ମଚାରୀଙ୍କ ପରିବାରକୁ ଦାନା ଯୋଗାଇବ କିଏ? ସେନେଇ ସମସ୍ତେ ଚିନ୍ତାରେ ପଡ଼ିଥିବାବେଳେ ଏମାନଙ୍କୁ ବୀମା ସହ ବର୍ଷେ ଯାଏଁ ବ୍ୟାଙ୍କ କିସ୍ତି ଘୁଞ୍ଚାଇବାକୁ ଉଠିଛି ଦାବି। […]

  • Monday, 26 July 2021
coronavirus
ଦେଶରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କରୋନା ଭାଇରସ। ଗତ ୩ ଦିନ ମଧ୍ୟରେ ଦ୍ୱିଗୁଣ ହାର ୧୧ ଦଶମିକ ୩ ଦିନରେ ରହିଛି। ଅର୍ଥାତ ୧୧ ଦଶମିକ ୩ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗଣ ହେଉଛି। ଏହାସହ ସାରା ବିଶ୍ୱରେ ୭ ପ୍ରତିଶତ ମୃତ୍ୟୁ ହାର ଥିବା ବେଳେ ଭାରତରେ ଏହା ୩ ପ୍ରତିଶତ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଦନ। ଦେଶରେ କରୋନା ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ […]

  • Monday, 26 July 2021
corona-update
ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ। ସମସ୍ତ ୩ ଜଣ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ୩ ପଜିଟିଭ୍‌ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଁଛି। ଏହି ନୂଆ ୩ ପଜିଟିଭ୍‌କୁ ମିଶାଇ ବାଲେଶ୍ୱରରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ରାଜ୍ୟରେ ମୋଟ ୩୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ […]

  • Monday, 26 July 2021
salini
ଗତ ୪ ସପ୍ତାହରେ ବଢ଼ିଛି କରୋନା ଟେଷ୍ଟିଂ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ରାଜ୍ୟରେ ଗତ ୪ ସପ୍ତାହରେ ବଢ଼ିଛି କରୋନା ଟେଷ୍ଟିଂ। ଦ୍ରୁତ ଗତିରେ ଟେଷ୍ଟ ବଢ଼ିବା ଯୋଗୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ମାସକ ପୂର୍ବେ ସପ୍ତାହକୁ ୧୫ ଶହ ସାମ୍ପଲ ଟେଷ୍ଟ କରାଯାଉଥିଲା। ତେବେ ପ୍ରତି ସପ୍ତାହରେ ଏବେ ୧୫ ହଜାର ଟେଷ୍ଟ କରାଯାଉଛି। ରାଜ୍ୟରେ ୮ଟି ଲ୍ୟାବ୍‌ରେ କରୋନା ଟେଷ୍ଟ ହେଉଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁପାତରେ ଚିହ୍ନଟ ହେଉଛନ୍ତି। ଏବେ […]

  • Monday, 26 July 2021
corona
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହୋଇଥିବା ବ୍ୟକ୍ତି ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି  ସୂଚନା ଦେଇଛି। ଏଥି ସହିତ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ସେହିଭଳି  କେବଳ ଭୁବନେଶ୍ୱରରୁ ସୁସ୍ଥ  ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ସେପଟେ ଦୁଇ ସପ୍ତାହ ପରେ ପୁଣି ଭୁବନେଶ୍ୱରରୁ ଆଜି ଆଉ ଜଣେ କରୋନା ଆକ୍ରାନ୍ତ […]

  • Monday, 26 July 2021
opd
୧୪ ଦିନରେ ୧୮ ଶହ କିମି ସାଇକେଲିଂ କରି ଫେରିଲେ ଯୁବକ

ଗଞ୍ଜାମ: ସାଇକେଲ୍‌ରେ ସୁରତରୁ ଓଡ଼ିଶା ଫେରିଲେ ଯୁବକ। ୧୪ ଦିନର ଯାତ୍ରା ପରେ ୧୮ ଶହ କିଲୋମିଟର ଅତିକ୍ରମ କରି ନିଜ ଗାଁରେ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାର କିଛି ଯୁବକ। ଏହି ଯୁହକମାନେ ହେଲେ ଗଂଜାମ ବୁଗୁଡ଼ା ବିଷ୍ଣୁଚକ୍ର ଗାଁର ପିଣ୍ଟୁ ସ୍ୱାଇଁ, ଡୁଙ୍କାପଡ଼ା ଗାଁର ବାବୁଲି ବେହେରା ଓ ବାଲିଛାଇ ଗାଁର କର୍ପୁର ନାହାକ। ଏହି ୩ ଯୁବକ ସାଇକେଲରେ ସୁରତରୁ ଗାଁକୁ ଫେରିଛନ୍ତି। ଲକ୍‌ଡାଉନ୍ ପରେ କାମ ବନ୍ଦ ହୋଇଯିବାରୁ ସୁରତରେ ନାନା ଅସୁବିଧା […]

  • Monday, 26 July 2021
lopold
କରୋନା ଆକ୍ରାନ୍ତ ୧୯ରେ ପହଞ୍ଚିବା ପରେ ତତ୍ପର ହେଲା ଭଦ୍ରକ ପ୍ରଶାସନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସରେ ରଖାଯାଇଛି। ଆଜିଠୁ ଜିଲ୍ଲାରେ ପ୍ରଥମ ଥର ଲାଗି ଡ୍ରୋନ୍ ଯୋଗେ ସର୍ଭେଲାନ୍ସ କାମ ଆରମ୍ଭ ହୋଇଛି। ଏଥିସହ କୋଲକାତା ଫେରନ୍ତାଙ୍କ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ନଜର ରଖିଛି। ପ୍ରଥମ ଥର ଲାଗି ଭଣ୍ଡାରୀପୋଖରୀ […]

  • Monday, 26 July 2021