ରାଉରକେଲା (ପବନ ତିୱାରୀ): ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ। କେବଳ ଗତକାଲି ବିଳମ୍ବିତ ରାତିରେ ବିଭାଗ ପକ୍ଷରୁ […]
କୋଲକାତା: ଦେଶବ୍ୟାପୀ ଲକଡାଉନ ପାଳନ ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ ଲାଇନ ପାଳନ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏବେ ବି ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଛି। ପରିବା ବଜାର, ମାଛ ଓ ମାଂସ ହାଟ, ଫୁଲ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ ଆଦୌ ପାଳନ କରାଯାଉନଥିବା ସୁରକ୍ଷା ସଂସ୍ଥା ନଜରକୁ ଆସିଛି। ଏପରିକି ରାଜ୍ୟରେ ଅନାବଶ୍ୟକ ଦୋକାନ ଖୋଲା ରହୁଛି। ସେହିଭଳି ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି […]
ଗାନ୍ଧିନଗର: ଗୁଜରାଟ ସୁରତ ସହରରେ ପ୍ରବାସୀ ଓଡ଼ିଆଙ୍କ ପୋଡ଼ାଜଳା ଘଟଣାରେ ୮୧ ଜଣ ଶ୍ରମିକଙ୍କୁ ଗିରଫ କରିଛି ଗୁଜରାଟ୍ ପୋଲିସ। ଗୁଜରାଟର ସରଥାଣା ଥାନା ଅଞ୍ଚଳର ଡାଇମଣ୍ଡ ନଗରୀରେ ରହୁଥିବା ଓଡ଼ିଆ କାରୀଗରମାନେ ପୋଲିସ ଉପରକୁ ପଥର ମାଡ଼ କରିବା ସହ ୧୦ରୁ ଅଧିକ ପରିବା ଟ୍ରକରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା। ଲକ୍ଡାଉନ ଅବିଧି ବଢ଼ିବା ଆଶଙ୍କା ପରେ ଶ୍ରମିକ ମାନେ ନିଜ ଗାଁକୁ ଯିବା ଲାଗି କହିଥିଲେ। ପରେ ଉତ୍ତେଜିତ ହୋଇ ଓଡ଼ିଆ […]
ନୂଆଦିଲ୍ଲୀ: ଦେଶରେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୋଲିସ କମିଶନରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। କରୋନା ସଂକ୍ରମଣ ଚିକିତ୍ସା କରାଯାଉଥିବା ହସ୍ପିଟାଲ ସମେତ କ୍ୱାରେଣ୍ଟିନ କେନ୍ଦ୍ର ମାନଙ୍କରେ ନିୟୋଜିତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ଗୃହ […]
ଭୁବନେଶ୍ୱର: କରୋନା ସ୍ଥିତି ନେଇ ଗତକାଲି ଭିଡିଓ କନ୍ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଅଧିକାଂଶ ରାଜ୍ୟ ଲକ୍ଡାଉନ୍ ଅବଧି ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଆଉ ଏ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ତେବେ ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ପ୍ରସ୍ତାବ ଦେଇଥିଲେ। ଜାତୀୟ ସ୍ତରରେ ଲକ୍ଡାଉନ୍ ପିରିୟଡ୍କୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରିବା, […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ଜାରି ରହିଥିବାବେଳେ ଆଗକୁ ଲକ୍ଡାଉନ୍ ବଢ଼ିବ ନା ନାହିଁ, ସେନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା ଏହି ଆଲୋଚନା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି। ଆପଣମାନେ ଯେ କୌଣସି ସମୟରେ ମୋତେ ପରାମର୍ଶ ଦେଇପାରିବେ। ବର୍ତ୍ତମାନ ସ୍ଥିତିରେ କାନ୍ଧକୁ କାନ୍ଧ ମିଶାଇ କରୋନା ବିରୋଧରେ ଲଢ଼େଇ […]
ବେଙ୍ଗାଲୁରୁ: ଦେଶରେ କୋଭିଡ୍-୧୯ ଭଳି ବିପତ୍ତି ସମୟରେ ଦେଶବାସୀଙ୍କୁ ଖାଦ୍ୟ ଓ ପାନୀୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଟାଟା ପ୍ରଡକ୍ଟ ଓ ଇ- କମର୍ସ କମ୍ପାନୀ ଫ୍ଲିପ୍କାର୍ଟ। ଦେଶରେ ଚାଲିଥିବା ଲକ୍ଡାଉନ୍ ସ୍ଥିତି ସାମ୍ଭାବ୍ୟ ବୃଦ୍ଧି ନେଇ ଏହି ଦୁଇ କମ୍ପାନୀ ମିଳିତ ହୋଇ ଗ୍ରାହକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିବା ଉଭୟ କମ୍ପାନୀ ପକ୍ଷରୁ କୁହାଯାଇଛି। ଫଳରେ ଦୁଇ କମ୍ପାନୀର ଆର୍ଥିକ ସ୍ଥିତିକୁ ମଜଭୁତ୍ ହେବା ସହିତ ସାମାଜିକ […]
ନୂଆଦିଲ୍ଲୀ: ଲକ୍ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଆସିଛି। ଲକ୍ ଡାଉନ୍ କଟକଣାରୁ ମତ୍ସ୍ୟ ଚାଷକୁ ବାଦ୍ ଦେଇଛନ୍ତି କେନ୍ଦ୍ର ସରକାର। ସମୁଦ୍ରରେ ମାଛ ଧରିବା ଏବଂ ମତ୍ସ୍ୟ ପାଳନ ଉଦ୍ୟୋଗରେ ଲକ୍ଡାଉନ୍ କଟକଣା ଲାଗିବ ନାହିଁ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍ଲାଇନ୍ ଜାରି ହୋଇଛି। ଏହି ଅନୁସାରେ ଏଣିକି ମାଛ ଧରିବାକୁ ସମୁଦ୍ରକୁ ଯାଇପାରିବେ ମତ୍ସ୍ୟଜୀବୀ। ସେହିପରି ମାଛ ଚାଷ କରୁଥିବା ବ୍ୟକ୍ତି ମଧ୍ୟ ଏ […]
ଭୁବନେଶ୍ୱର: କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲ୍ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡ ମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ମେଡିକାଲ୍ ଟିମର ଏପରି ନମୁନା ସଂଗ୍ରହ ଓ ଟେଷ୍ଟ ପ୍ରକ୍ରିୟା ୧୭ ତାରିଖ […]
ଭୁବନେଶ୍ୱର: ସାଣ୍ଡ ଆର୍ଟ ଓ ଆନିମେସନ ମାଧ୍ୟମରେ କରୋନା ସଚେଚନତାର ବାର୍ତ୍ତା ବାଣ୍ଟିଲେ ବାଲୁକା ଶିଳ୍ପୀ ମାନସ ସାହୁ। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସବୁବେଳେ ମାସ୍କ ପିନ୍ଧନ୍ତୁ ଏବଂ ଆବଶ୍ୟକ ନଥିଲେ ଘର ବାହାରକୁ ଯାଆନ୍ତୁ ନାହିଁ। ଅନିମେଟେଡ୍ ବାଲୁକା କଳା ମାଧ୍ୟମରେ ଏମିତି କିଛି ସଚେତନାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ସାଣ୍ଡ ଆନିମେନସରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କୋଭିଡ-୧୯ ମୁକାବିଲା […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ଆଲୋଚନାରେ କରୋନା ମୁକାବିଲା କି ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହେବ। ଦେଶବ୍ୟାପୀ ଲକ୍ଡାଉନ୍ ଅବଧି ଆଉ ବୃଦ୍ଧି ହେବ କି ନାହିଁ ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇପାରନ୍ତି। ତିନି ଦିନ ତଳେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମ୍ପର୍କରେ ସବୁ ଦଳର ସାଂସଦଙ୍କ […]
ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସ୍ଥିତି। ଲକ୍ଷେ ଟପିଲା ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ୧ ଲକ୍ଷ ୨ ହଜାର ୭୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୭ ହଜାର ୮୪୮ରେ ପହଞ୍ଚିଛି। ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୧୦୮ ଜଣଙ୍କ ଜୀବନ ଯାଇଛି। ବିଶ୍ୱରେ ଆମେରିକାରେ ସର୍ବାଧିକ ୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ […]
ଭୁବନେଶ୍ୱର: ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଶୁକ୍ରବାର ଆଉ ୨ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍ରେ ତଥ୍ୟ ଦିଆଯାଇଛି। ଏହି ତଥ୍ୟ ଅନୁଯାୟୀ ୧୦ ତାରିଖ ବା ଶୁକ୍ରବାର ଦିନ ମୋଟ ୨୯୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୯୬ ଜଣଙ୍କ ନମୁନା ନେଗେଟିଭ୍ ଆସିଛି। ଅନ୍ୟପକ୍ଷରେ ଏଯାଏ ମୋଟ ୩୫୪୭ ନମୁନା ପରୀକ୍ଷା ସରିଲାଣି। ଏଥିରୁ […]
ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର। ପୂର୍ବରୁ ୫୦ଲକ୍ଷ ଟଙ୍କାର ସହାୟତାର ପ୍ରଦାନ କରିଥିବା ସଚିନ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସଚିନ ଏବେ ଗୋଟିଏ ମାସରେ ୫ହଜାର ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ଅଣ ସରକାରୀ ସଂଗଠନ (ଏନଜିଓ) ଅପନାଳୟ ଏ ସମ୍ବନ୍ଧରେ ଟ୍ୱିଟ୍ କରି ସୂଚନା ଦେଇଛି। ଏହି ସଂଗଠନ ସଚିନଙ୍କୁ ଧନ୍ୟବାଦ ଜଣାଇ ଲେଖିଛି, […]
ଭୁବନେଶ୍ୱର: ରାଜ୍ୟର କରୋନା ପରୀକ୍ଷଣରେ ନୂଆ ମୋଡ଼ ଆଣିବ ରାପିଡ୍ ଟେଷ୍ଟ୍। ରାଜ୍ୟରେ ପ୍ରାୟ ୨ ଲକ୍ଷ ଲୋକଙ୍କ ଆଣ୍ଟିବଡି ବେସ୍ଡ ରାପିଡ ଟେଷ୍ଟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ DMET ସିବିକେ ମହାନ୍ତି କହିଛନ୍ତି। ଡିଏମ୍ଇଟି କହିଛନ୍ତି ଯେ, ଲକ୍ଡାଉନ ପୂର୍ବରୁ ଓଡ଼ିଶାକୁ ବାହାର ରାଜ୍ୟରୁ ବହୁ ଲୋକ ଫେରିଛନ୍ତି ଏବଂ ଲକ୍ଡାଉନ ଉଠିବା ପରେ ଲକ୍ଷାଧିକ ଲୋକ ଫେରିବାର ସମ୍ଭାବନା ରହିଛି। ତେଣୁ ଏତେ ଲୋକଙ୍କୁ ୧୪ ଦିନ […]
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନାର ଆକ୍ରାନ୍ତ ହୋଇଛନ୍ତି ଶିଶୁ ଗତକାଲି ଚିହ୍ନଟ ହୋଇଥିବା ରାଜ୍ୟର ନୂଆ ୬ ଜଣ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟାଙ୍କ ସହ ଜଣେ ମହିଳା ରହିଥିବା ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ବର୍ଷ ଓ ଅନ୍ୟଜଣଙ୍କର ୯ ବର୍ଷ ହୋଇଥିବା ବେଳେ ଆକ୍ରାନ୍ତ ମହିଳାଙ୍କ ବୟସ ୩୭ ବର୍ଷ। ଏମାନେ ସମସ୍ତେ ଭୁବନେଶ୍ୱର ଝାରପଡ଼ା ବାସିନ୍ଦା। କୋଭିଡ୍-୧୯ରେ […]
ନୂଆଦିଲ୍ଲୀ: ଦେଶରେ ବଢ଼ିପାରେ ଲକ୍ଡାଉନ ଅବଧି। ଏଭଳି ସଂକେତ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ପ୍ରାୟତଃ ୫ରୁ ୬ ସପ୍ତାହ ଲକ୍ଡାଉନ କରିଛନ୍ତି। ଭାରତରେ ବର୍ତ୍ତମାନ ଲକ୍ଡାଉନ ତୃତୀୟ ସପ୍ତାହରେ ପହଞ୍ଚିଥିବାବେଳେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବି ବଢ଼ିବାରେ ଲାଗିଛି। ତେଣୁ ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ […]
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟ୍ୱିଟର୍ ଫଲୋ କଲା ଆମେରିକାର କ୍ଷମତା କେନ୍ଦ୍ର ହ୍ୱାଇଟ୍ ହାଉସ୍। ପ୍ରଥମ ଥର ପାଇଁ ଆମେରିକା ବ୍ୟତିରେକ ଅନ୍ୟ କୌଣସି ରାଷ୍ଟ୍ର ନେତାଙ୍କୁ ଫଲୋ କରିଛି ହ୍ୱାଇଟ୍ ହାଉସ୍। ସୂଚନାଯୋଗ୍ୟ ଯେ, ହ୍ୱାଇଟ୍ ହାଉସ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ। ବର୍ତ୍ତମାନ ହ୍ୱାଇଟ୍ ହାଉସ୍ ୧୯ ଜଣଙ୍କୁ ଅନୁସରଣ କରୁଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଷ୍ଟେଜ-୩ ବା ଗୋଷ୍ଠୀ ସଂକ୍ରମଣରେ ପହଞ୍ଚି ସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ଏକ ରିପୋର୍ଟ ଦେଇଥିଲା। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଭୁଲ ସ୍ୱୀକାର କରିଛି। ତା ସହ ଭାରତରେ କରୋନା ଏଯାଏ ଗୋଷ୍ଠୀ ସଂକ୍ରମଣର ରୂପ ନେଇ ନାହିଁ ବୋଲି ଡବ୍ଲୁଏଚ୍ଓ କହିଛି। ବର୍ତ୍ତମାନ କରୋନା କିଛି ସ୍ଥାନରେ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଅର୍ଥାତ କରୋନା କ୍ଲଷ୍ଟର ସଂକ୍ରମଣ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ […]
ଭୁବନେଶ୍ୱର: ଏପର୍ଯ୍ୟନ୍ତ ରାଜ୍ୟରେ ବୟସ୍କ କିମ୍ବା ଯୁବକମାନଙ୍କୁ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଥିଲେ। ତେବେ ଆଜି ପ୍ରଥମ ଥର ପାଇଁ ଦୁଇଟି ଶିଶୁଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ରାଜ୍ୟରେ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ୨ ଶିଶୁ ଅଛନ୍ତି। ଝାରପଡ଼ାର ୪୨ ନମ୍ବର ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କୀୟ ୯ ଓ ୫ ବର୍ଷର ଦୁଇ ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ସ୍ପଷ୍ଟ କରିଛି। କରୋନାରେ ଶିଶୁ ଆକ୍ରାନ୍ତ ହେବା […]
ଥିରୁନେଲଭେଲି: କରୋନା ପାଇଁ ସାରା ଦେଶରେ ଲକ୍ଡାଉନ ଘୋଷଣା ହୋଇଥିବା ବେଳେ ସଫେଇ କର୍ମଚାରୀମାନେ ତାଙ୍କର ସେବା ଜାରି ରଖିଛନ୍ତି। ସେମାନେ ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସଫାସୁତୁରା ରଖିଛନ୍ତି। କଠିନ ପରିସ୍ଥିତିରେ ସେମାନଙ୍କର ଅବଦାନ ପାଇଁ ସେମାନଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ତାମିଲନାଡୁର ଥିରୁନେଲଭେଲି ଅଂଚଳରେ ସଫେଇ କର୍ମଚାରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ବିପରୀତ ପରିସ୍ଥିତିରେ ପରିବେଶକୁ ସଫା କରୁଥିବାରୁ ତାମିଲନାଡୁ ପୋଲିସ ପକ୍ଷରୁ ସେମାନଙ୍କୁ ପ୍ରଶଂସା କରାଯାଇଥିଲା। […]
ପୁରୀ: କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ନିଷ୍ପତ୍ତି ଅବସରରେ ରାଜ୍ୟବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। କରୋନା ଭୂତାଣୁର ଭୟାବହତା ଦୃଷ୍ଟିରୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍ଡାଉନକୁ ବଳବତ୍ତର ରଖିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଗଜପତି ମହାରାଜା। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ଏହି ବିପଦ ଅତିଶୀଘ୍ର ଟଳିଯାଉ ବୋଲି ନିଜର ବାର୍ତ୍ତାରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କେଜ୍ରିୱାଲ ସରକାରଙ୍କର ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ସୁଦ୍ଧା ୭୨୦ଜଣଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଥିବାବେଳେ ୨୫ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ୧୨ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ଆଇସିୟୁରେ ରଖାଯାଇଥିବା ବେଳେ ୭ଜଣ ଭେଣ୍ଟିଲେଟରରେ ଅଛନ୍ତି। କରୋନା ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଅଂଚଳ ବା ହଟ୍ସ୍ପଟ୍ ଉପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଶେଷ ନଜର ରଖାଯାଇଛି। ପରିସ୍ଥିତିକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଜାମା ମସଜିଦ […]