ଯୋଜପୁର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଆଜି ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କ ରାଯାଇଛି। ସେ ହେଲେ ୩୮ ବର୍ଷ ବୟସ୍କ ଯୁବକ। ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି। ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଅଦ୍ୟାବଧି ସେମାନଙ୍କ ମଧ୍ୟରୁ ୩୨ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ […]
କେନ୍ଦୁଝର: କେନ୍ଦୁଝର ଜଣେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଜ୍ୱରରେ ପୀଡ଼ିତ ପୁଅକୁ ଡାକ୍ତରଖାନା ନେବା ସମୟରେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେପଟେ ଏହି ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛି କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ। ଅଭିଯୋଗ ଅନୁଯାୟୀ ଦୈନିକ ଖବରକାଗଜରେ କାମ କରୁଥିବା ସୁବ୍ରତ ସ୍ୱାଇଁ ନାମକ ଜଣେ ସାମ୍ବାଦିକ ଆଜି ସକାଳ ୮ଟାରେ ଜ୍ୱରରେ ପୀଡ଼ିତ ପୁଅକୁ ନେଇ ମେଡିକାଲ ଯାଉଥିଲେ। ଏହି […]
ଲକ୍ଷ୍ନୌ: ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କୁ ରାସ୍ତା ଉପରେ ପୂଜାର୍ଚ୍ଚନା କଲେ ପୋଲିସ୍। ଆଳତୀ, ଧୂପ, ଦୀପ ଲଗାଇ ପୂଜା କଲେ।ଏଭଳି କିଛି ଘଟଣା ଏବେ ଉତ୍ତରପ୍ରଦେଶ କାନପୁର ପୋଲିସ୍ ପାଇଁ ବେଶ ଚର୍ଚ୍ଚା ସାଉଁଟିଛି। ଆଜି ସକାଳୁ କିଛି ଲୋକେ ନିୟମ ଖିଲାପ କରିଥିବା ଦେଖିବାକୁ ମିଳିଥିଲା। ବିନା କାରଣରେ କିଛି ଲୋକ ବାହାରେ ବୁଲୁଥିଲେ। ଯାହାପରେ ପୋଲିସ୍ ସେମାନଙ୍କୁ ଅଭିନବ ଭାବେ ଦଣ୍ଡ ଦେଇଛି। ନା ମାଡ଼ ନା ଜେଲ୍…ବିଚ୍ ରାସ୍ତା ଉପରେ ହିଁ ପୋଲିସ୍ ସେମାନଙ୍କ […]
ଲକ୍ଷ୍ନୌ: ଲକ୍ଡାଉନ୍ ଡ୍ୟୁଟିରେ ଥିବା ପୋଲିସ୍କୁ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଆଲିଗଡ଼ରେ ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କରିଛନ୍ତି ସ୍ଥାନୀୟଲୋକେ। ଆଜି ସକାଳୁ ଲକ୍ଡାଉନ୍ କଡ଼ାକଡ଼ି କରିବାକୁ ସହରରେ ପୋଲିସ୍ ପଇନ୍ତରା ମାରିଥିଲେ। ତେବେ ଏହି ସମୟରେ କିଛି ଲୋକ ବାହାରେ ବୁଲୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସ୍ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ୍ ଉପରକୁ ସ୍ଥାନୀୟଲୋକେ ପଥର ମାଡ଼ […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଦିଆଯାଇଥିବା ବିକ୍ଷୋଭ ଡାକରା ପ୍ରତ୍ୟାହାର ହୋଇଛି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ପ୍ରତିନିଧି ଓ ଅନ୍ୟ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା। ଏଭଳି କଠିନ ପରିସ୍ଥିତି ସମୟରେ ଡାକ୍ତରମାନେ କୌଣସି ଆନ୍ଦୋଳନ ନ କରିବାକୁ ସେ ଅପିଲ କରିଥିଲେ। ଏପରିକି ପ୍ରତୀକ ଆନ୍ଦୋଳନ ମଧ୍ୟ ନ କରିବାକୁ କହିଥିଲେ। ଡାକ୍ତରମାନଙ୍କ […]
ଭୁବନେଶ୍ୱର: ଚଳିତ ରମ୍ଜାନ ମାସରେ ହେବନି ସମୁହ ନମାଜ ପାଠ। ମସଜିଦ୍ରେ ସମୁହ ନମାଜ ପାଠ ଉପରେ କଟକଣା ଲାଗିଛି। ଏନେଇ ଆଜି କମିଶନରେଟ୍ ପୋଲିସ୍ ସହ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ମସଜିଦ୍ର ମୁଖ୍ୟଙ୍କ ସହ ଆଲୋଚନା ହୋଇଛି। ରମଜାନ୍ ପାଳନ ହେବ। ହେଲେ ସମୁହ ନମାଜ ପାଠ ହେବନି। ଲୋକେ ଘରେ ରହି ନମାଜ ପାଠ କରିବେ। ଏହାସହ ଇଫ୍ତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଭୁବନେଶ୍ୱରରେ ଛୋଟ ବଡ଼ […]
ନୂଆଦିଲ୍ଲୀ: ରାଜୀବଗାନ୍ଧି ଭବନ ପରିସରରେ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱିଙ୍ଗ୍ କୁ ସିଲ୍ କରାଯାଇଛି। ଗତ ୧୫ ତାରିଖରେ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଥମ ମନ୍ତ୍ରାଳୟ ଭାବେ ଏହି କାର୍ଯ୍ୟାଳୟ ସିଲ୍ ହୋଇଛି। ଏହା ପୂର୍ବରୁ […]
ବିହାର: ତଳିଆ କର୍ମଚାରୀ ନିଜ କର୍ତ୍ତବ୍ୟବୋଧ ପ୍ରତି ଯେତିକି ସଚେତନ ବରିଷ୍ଠ ଅଧିକାରୀମାନେ ସେତିକି ସଚେତନ ନୁହଁନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ଜଣେ ହୋମଗାର୍ଡ ତାଙ୍କ କର୍ତ୍ତବ୍ୟକୁ ବୁଝି ଲକ୍ ଡାଉନବେଳେ ଗାଡି ଚାଳକଙ୍କୁ ପାସ୍ ମାଗିଛନ୍ତି। ଆଉ ଏଥିପାଇଁ ଗାଡିରେ ବସିଥିବା କୃଷି ବିଭାଗର ଜଣେ ଅଫିସର ତାଙ୍କୁ ଉଠବସ୍ କରାଉଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି, ବରିଷ୍ଠ ପୋଲିସ ଅଧିକାରୀ ସେଠାରେ ଉପସ୍ଥିତି ରହି ଏହାକୁ ଦେଖୁଥିଲ ମଧ୍ୟ କିଛି […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ସେମାନଙ୍କର ନମୁନା ପରୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ପ୍ରତିଶତଙ୍କ ଠାରେ କୌଣସି ଲକ୍ଷଣ ନଥିଲା କିନ୍ତୁ ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ କରୋନା ସଂକ୍ରମିତ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ନିଜର ଓ ପରିବାରର ସୁରକ୍ଷାପାଇଁ […]
ଭୁବନେଶ୍ୱର: ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଆରଟିପିସିଆର(RTPCR) ଟେଷ୍ଟ କରାଯାଇଛି। ରାଜ୍ୟରେ ୨୦୨୭ଟି ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆରଏମଆରସିରେ ୧୨୩୪, ଏମସ୍ରେ ୭୭, କଟକ ଏସସିବିରେ ୩୭୮, ବ୍ରହ୍ମପୁର ଏମକେସିଜିରେ ୪୧, ଭିମସାର ୩୩, ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନସ ୧୯୨, ଇସ୍ପାତ ଜେନେରାଲ ହସ୍ପିଟାଲରେ ୫୧ ଓ ଆପୋଲୋରେ ୨୧ ଟି ନମୁନା ପରୀକ୍ଷା କରାଯାଇଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପୃଥିବୀ ଦିବସ(International Earth Day) ଅବସରରେ ଧରିତ୍ରୀ ମା’ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ନିଜ ଟ୍ୱିଟ୍ରେ କହିଛନ୍ତି ଯେ ‘ଏହି ଦିବସରେ ଆମ ଗ୍ରହ ପୃଥିବୀ ମା’ ଅପାର ଦୟା କରୁଥିବାରୁ ଓ ଆମର ଯତ୍ନ ନେଉଥିବାରୁ କୃତଜ୍ଞତା ଜଣାଉଛି। ଆସ, ଆମେ ସମସ୍ତେ ମିଶି ଆମ ଗ୍ରହକୁ ଏକ ପରିଷ୍କାର, ସ୍ୱାସ୍ଥ୍ୟକର ଏବଂ ଅଧିକ ସମୃଦ୍ଧ ଗ୍ରହ କରିବାକୁ ସଙ୍କଳ୍ପ ନେବା। କରୋନା ପରି ବିଶ୍ୱ ମହାମାରୀକୁ […]
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ କରୋନା ଭାଇରସ ଯୋଗୁ ଏପର୍ଯ୍ୟନ୍ତ ୬୦୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୯ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୫୬ରେ ପହଞ୍ଚିଛି। ହେଲେ ଏହା ଭିତରେ ଏକ ଭଲ ଖବର ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୫ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ କୌଣସି ଲୋକ ମୃତ୍ୟୁବରଣ କରିନାହାନ୍ତି। […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କରୋନା ସହାୟତା କରିଛନ୍ତି ୬୨ଟି ମନ୍ଦିର ଓ ମଠ କର୍ତ୍ତୃପକ୍ଷ। ମୋଟ୍ ଏକ କୋଟି ୩୭ ଲକ୍ଷ ୭୨ ହଜାର ୮୧୮ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିଆଯାଇଛି। କେନ୍ଦୁଝର ଘଟଗାଁ ତାରିଣୀ, ରାୟଗଡ଼ା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଦିଆଯିବା ନେଇ ଘୋଷଣା ହୋଇଛି। ସେହିଭଳି ପୁରୀ ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ, କାକଟପୁର ମଙ୍ଗଳା ମନ୍ଦିର ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ […]
ଗଞ୍ଜାମ: କରୋନାରେ ଲକ୍ଡାଉନ୍ ଓ ଗାଡ଼ି ମୋଟର ଯାତାୟତରେ ବାଧା ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ଅଭାବୀ ବିକ୍ରି ସାଙ୍ଗକୁ ମାଲ ପରିବହନ ଠିକ୍ ହେଉନଥିବାରୁ ଚାଷୀ ଆଉ ପନିପରିବା ବିକ୍ରି କରିପାରୁନାହାନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବୁରୁପଡ଼ା ଗାଁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଛରେ ବଢ଼ି ଗଛରେ ହିଁ ପାଚି ଝଡ଼ି ଯାଉଛି ପିକେଟର ଲଙ୍କା। ମାର୍କେଟରେ ଏହାର ଡିମାଣ୍ଡ ଅଧିକ ଥିଲେ ବି ଏବେ ଏହାକୁ ବ୍ୟବସାୟୀ କିଣୁନାହାଁନ୍ତି। ସେପଟେ […]
ଚେନ୍ନାଇ: ଚେନ୍ନାଇ ସ୍ଥିତ ତାମିଲ ଚ୍ୟାନେଲ୍ରେ ୨୭ ଜଣ କର୍ମଚାରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ତାମିଲ ନ୍ୟୁଜ୍ ଚ୍ୟାନେଲ୍ ସତିୟମ୍ ଟିଭିର ୨୭ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏହି ସମସ୍ତ ଆକ୍ରାନ୍ତ ଡେସ୍କ ଏବଂ ରିପୋର୍ଟର ରହିଛନ୍ତି। ୨୪ ବର୍ଷିୟ ଜଣେ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଫିସ୍ର ୯୪ ଜଣ କର୍ମଚରୀଙ୍କ କରୋନା ପରୀକ୍ଷା ହୋଇଥିଲା। ଯେଉଁଥିରୁ ୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ […]
ବାଲେଶ୍ୱର: ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଅଭୟ ଓ କେନ୍ଦ୍ରାଞ୍ଚଳ RDC ଅନୀଲ ସାମଲ। କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ତଦାରଖ କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ଆଲୋଚନା ହୋଇଛି। ଗତ ୨ ମାସ ଭିତରେ ଶତାଧିକ ଲୋକ ଆସିଛନ୍ତି। ସୀମା ଡେଇଁ ପଡ଼ୋଶୀ ରାଜ୍ୟରେ କାମ କରୁଥିବା ରାଜ୍ୟର ଅନେକ ଲୋକ ରାଜ୍ୟ ଭିତରେ ପ୍ରବେଶ କରିଛନ୍ତି। ଲକ୍ଡାଉନ୍ ପରେ ମଧ୍ୟ କିଛି ଲୋକ […]
ଭୁବନେଶ୍ୱର: ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ହେବ ସ୍ୱତନ୍ତ୍ର ପ୍ରକୋଷ୍ଠ। ସମସ୍ତ ବିଧାୟକ ଓ ସାଂସଦ ସେମାନଙ୍କ ଅଞ୍ଚଳର ଲୋକଙ୍କ ସୁବିଧା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୁଝିବେ। କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ରାଜ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଲୋଚନା କରିବା ଏହି ସୂଚନା ଦେଇଛନ୍ତି। ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଲୋକଙ୍କୁ ଉଦ୍ଧାର ପାଇଁ ସେହି ରାଜ୍ୟର ବାଚସ୍ପତି ଏବଂ ସରକାରଙ୍କୁ ଏନେଇ […]
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୬ ଜଣ କରୋନା ରୋଗୀଙ୍କ ଭ୍ରମଣ ତାଲିକା ଜାରି ହୋଇଛି। ରୋଗୀ ନମ୍ବର ୬୧, ୬୨, ୬୩, ୬୪ ,୬୫ ଏବଂ ୬୬ ନମ୍ବର ଆକ୍ରାନ୍ତଙ୍କ ଭ୍ରମଣ ଇତିହାସ ସାମ୍ନାକୁ ଆସିଛି। ୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ରେ ଝାଡ଼ଖଣ୍ଡରୁ ଫେରିଥିଲେ। ୭ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ ୧୩ରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ। ସେହିଦିନ ଆପୋଲୋରୁ କିମ୍ସ ଆସିଥିଲେ। ୧୪ରୁ ୧୬ ଯାଏ ଭୁବନେଶ୍ୱର […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁରାଦାବାଦ୍ରେ ଡାକ୍ତରୀ ଟିମ୍ ଉପରେ ପଥର ଫିଙ୍ଗିବା ଘଟଣାରେ ଗିରଫ୍ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏନେଇ ମଙ୍ଗବାର ସରକାରୀ ଭାବେ ସୂଚନା ଦିଆଯାଇଛି। ଏମାନଙ୍କ ବ୍ୟତୀତ ଜିଲ୍ଲାରେ ଆଉ ୧୦ ଜଣଙ୍କଠାରେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ଗତ ସପ୍ତାହରେ କେତେକ କରୋନା ରୋଗୀଙ୍କ ପରିବାରକୁ ଆଇସୋଲେସନ୍ ନେବାକୁ ଏକ ଡାକ୍ତରୀ ଟିମ୍ ମୁରାଦାବାଦର ନୱାବ୍ପୁର ଅଞ୍ଚଳକୁ ଯାଇଥିଲା। […]
ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ ଭାରତକୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏନେଇ ICMR(ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଦୁଇଦିନ ପାଇଁ ସମସ୍ତ ରାଜ୍ୟରେ କରୋନା ଟେଷ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହିତ ତ୍ରୁଟିପୂର୍ଣ୍ଣ ରାପିଡ୍ ଟେଷ୍ଟ କିଟ୍ର ତଦନ୍ତ କରାଯିବ ବୋଲି ଆଇସିଏମ୍ଆର୍ କହିଛି। ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସରକାରଙ୍କ ଦ୍ୱାରା କିଣାଯାଇଥିଲା। ହଟ୍-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ […]
ଭୁବନେଶ୍ୱର: ଗୋଟିଏ ପଟେ ୫ କରୋନା ରୋଗୀ ସୁସ୍ଥ ହେବା ଭଳି ଖୁସି ଖବର ଆସିଥିବା ବେଳେ ଏପଟେ ଏକ ଦୁଃଖ ଖବର ଆସି ପହଞ୍ଚିଛି। ଓଡ଼ିଶାରେ ୪୪ ନମ୍ବର କରୋନା କ୍ୟାସ୍ ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଛି। ତାଙ୍କର କରୋନାରେ ମୃତ୍ୟୁ ହୋଇନଥିବା ସ୍ପଷ୍ଟ ହୋଇଛି। ମୃତ ରୋଗୀଙ୍କର ବୟସ ୭୦ ଏବଂ ସେ ୪୪ ନମ୍ବର କରୋନା ରୋଗୀ ଥିଲେ। ଏହି ସୂଚନା ଦେଇଛି […]
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଧୀନରେ ଥିବା ନୀତି ଆୟୋଗର ସିଇଓ ଅମିତାଭ କାଣ୍ଟ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟୁଇଟ୍ କରି କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ଭାରତର ୬ଟି କମ୍ପାନୀ ଭ୍ୟାକ୍ସିନ୍ ତିଆରି କରିବାରେ ସାମିଲ୍ ହୋଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ କରୋନା ଭାଇରସ(CoVID-19) ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରଥମ ୬ଟି କମ୍ପାନୀ ସାମିଲ୍ ହୋଇଛି। ବିଶ୍ୱରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ପାଇଁ ଭାରତ ହେଉଛି କେନ୍ଦ୍ରସ୍ଥଳି। ଭାରତ […]
ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର ଆସ୍ୱସ୍ତିର ଖବର। ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ। ଏମାନେ ହେଲେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡିର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି। ଏହି ୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ୪ ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪୯ ଜଣ ରାଜ୍ୟରେ ବିଭିନ୍ନ […]
ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ଏବଂ ଲୋକସଭା ସଚିବାଳୟ ପରେ ପାଣିପାଗ ବିଭାଗ ବିଭାଗକୁ ବ୍ୟାପିଲା କରୋନା। ଏଠାରେ ଜଣେ କର୍ମଚାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ମଲ୍ଟି ଟାସ୍କିଂ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ପାଣିପାଗ ବିଭାଗର କର୍ମଚାରୀ ୧୭ ଏପ୍ରିଲରେ ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଏହା ପରେ ପାଣିପାଗ ବିଭାଗରେ ଭୟର ବାତାବରଣ ଦେଖାଦେଇଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନେକ କର୍ମଚାରୀଙ୍କୁ ସଜାଗ ରହିବାକୁ ମଧ୍ୟ କୁହାଯାଇଛି। ଏହାପରେ ସାନିଟାଇଜିଂ ମଧ୍ୟ କରାଯାଇଥିଲା। ମୃତ […]