• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona
୨୪ ଘଣ୍ଟାରେ ୧୭୫୨ ନୂଆ କରୋନା ସଂକ୍ରମିତ ଓ ୩୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୭୫୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭  ଜଣଙ୍କ ମୃତ୍ୟୁ ହୋଇଛି। ଏହା ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୪୫୨ରେ ପହଞ୍ଚିଛି। ଏବଂ ୭୨୩ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ୍ ଏହି ସୂଚନା ଦେଇଛନ୍ତି। ତେବେ ଆରୋଗ୍ୟ ହାର ୨୦ ପ୍ରତିଶତରୁ ଅଧିକ ଥିବା ନେଇ ସେ କହିଛନ୍ତି। ଏହାସହ ଗତ ୨୮ ଦିନରେ […]

  • Monday, 26 July 2021
bhdrak
୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ: ରାଜରାସ୍ତାରେ ରାଜୁତି କରୁଛି ନୀରବତା

ଭୁବନେଶ୍ୱର: ଯାଜପୁରରୁ ଭଦ୍ରକ ହେଉ କିମ୍ବା ଭଦ୍ରକରୁ ବାଲେଶ୍ୱର। ରାଜରାସ୍ତାରେ ରାଜୁତି କରିଛି ନୀରବତା। ରାଜ୍ୟରେ କରୋନାର କରିଡର ସାଜିଥିବା ୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନର ପ୍ରଥମ ଦିନର ଦୃଶ୍ୟ ଥିଲେ ପୂରା ଖାଁ ଖାଁ। ଯାଜପୁର ଜିଲ୍ଲା ବାରବାଟୀର ପ୍ରମୁଖ ପରିବା ମଣ୍ଡି। ଯେଉଁଠି ଗ୍ରାହକ ଆଉ ବ୍ୟବସାୟୀଙ୍କ ଭିଡ଼ ଜମେ, ତାହା ଜନଶୂନ୍ୟ ହୋଇ ପଡ଼ିଛି। ଆଉ ଭଦ୍ରକ-ଯାଜପୁର ସୀମାନ୍ତ ଷଠିପୁର ପୋଲିସ ପହରା ଭିତରେ ରହିଛି। ଆନ୍ଧ୍ର ଇଛାପୁରମ୍‌ରୁ ଉତ୍ତରପ୍ରଦେଶର ଆଗ୍ରାକୁ […]

  • Monday, 26 July 2021
u;lsd
କେନ୍ଦ୍ରର ଚାପ ପରେ କରୋନା ମୃତ୍ୟୁସଂଖ୍ୟା ପ୍ରକାଶ କଲା ପଶ୍ଚିମବଙ୍ଗ

କୋଲକାତା: ପଶ୍ଚିମ ବଙ୍ଗଳା ସରକାରଙ୍କ ଚୀନ ମୋଡେଲ୍ ! ପ୍ରଥମଥର ପାଇଁ କରୋନା ମୃତ୍ୟୁ ସଂଖ୍ୟା ପ୍ରକାଶ କଲ ମମତା ସରକାର। ରାଜ୍ୟରେ ୫୭ ଜଣ କରୋନାରେ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ପଶ୍ଚିମବଙ୍ଗ। ତେବେ ଏମାନଙ୍କ ମଧ୍ୟରୁ ୩୯ ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗରୁ ମୃତ୍ୟୁ ହୋଇଥିବା ଦର୍ଶାଇଛି କୋଲକାତା। ତେଣୁ ମୋଟ ୧୮ ଜଣଙ୍କ କରୋନାରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା ଗଣମାଧ୍ୟମକୁ କହିଛନ୍ତି। ଯଦିଓ ରାଜ୍ୟରେ ଆକ୍ରାନ୍ତଙ୍କ […]

  • Monday, 26 July 2021
chin
କରୋନା ମୁକାବିଲା ପାଇଁ ବାହାଘର ଘୁଞ୍ଚାଇଲେ ଡାକ୍ତର

ବାଲିଗୁଡ଼ା( ଅଜିତ ନାୟକ): ମହାମାରୀ କରୋନା ସହି ମୁକାବିଲା କରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି କରୋନା ଆଗଧାଡ଼ିର ଯୋଦ୍ଧା। ଘର ପରିବାର ସବୁ ଛାଡ଼ି ଲାଗିଛନ୍ତି ସେବାରେ। ଆମେ କହୁଛୁ ଡାକ୍ତରମାନଙ୍କ କଥା। କିଏ ବାପାର ଶବକୁ କାନ୍ଧ ଦେଇପାରୁନି ତ କିଏ ଇଚ୍ଛା ଥିଲେ ବି ଘରେ ଛାଡ଼ି ଆସିଥିବା ତା’ର କଅଁଳ ଶିଶୁର ମୁହଁ ଦେଖିପାରୁନି, ତ ଆଉ କିଏ ସେବା ପାଇଁ ନିଜ ବାହାଘରକୁ ଘୁଞ୍ଚାଇ ଦେଉଛନ୍ତି। ସେମିତି ଜଣେ […]

  • Monday, 26 July 2021
ranedra
ରାସନକାର୍ଡ ନଥିଲେ ବି ମିଳିବ କିରୋସିନ୍

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ଲୋକମାନଙ୍କର ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଫଳରେ ଦିନ ମଜୁରିଆ ଓ ଗରିବ ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସରକାର ବିଭିନ୍ନ ଉପାୟମାନ କରୁଥିବାବେଳେ ଏବେ ରାଜ୍ୟରେ ଥିବା ଅଣ ରାସନକାର୍ଡଧାରୀଙ୍କ ପାଇଁ ମଧ୍ୟ ଏକ ଘୋଷଣା କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଅଣ […]

  • Monday, 26 July 2021
aged man
ଲକ୍‌ଡାଉନ୍ ଦୁଃଖ:, ରୋଗୀଣା ଝିଅକୁ କାନ୍ଧରେ ବସାଇ ୨୬କି.ମି ଚାଲିଲେ ବୃଦ୍ଧ

ମୁମ୍ୱାଇ: ନିକଟରେ ଲକଡାଉନ ବେଳେ ଜଣେ ପୁଅ ତାଙ୍କ ବୃଦ୍ଧ ରୋଗୀଣା ବାପାଙ୍କୁ ଟେକି ଟେକି ଆଣୁଥିବାର ଦୃଶ୍ୟ ଦେଖିଥିଲେ।  ଏବେ ଠିକ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ। ଜଣେ ୬୦ ବର୍ଷର ବୃଦ୍ଧ ତାଙ୍କର ୧୭ ବର୍ଷର ରୋଗୀଣା ଝିଅକୁ କାନ୍ଧରେ ବସାଇ ଖରାରେ ଚାଲିଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ମହାମାରୀକୁ ନେଇ ଲକ୍‌ଡାଉନ୍‌ ଜାରି କରାଯାଇଥିବା ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଦେଶରେ କରୋନା ମହାମାରୀ ବଢ଼ୁଥିବାରୁ […]

  • Monday, 26 July 2021
gujurat
ଏଟିଏମ୍‌ରୁ ଟଙ୍କା ଉଠାଇ କରୋନା ଆକ୍ରନ୍ତ ହେଲେ ୩ ଯବାନ !

ଗୁଜୁରାଟ: ଗୁଜୁରାଟର ବରୋଡ଼ାଠାରେ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ସେମାନେ ଏକ ଏଟିଏମ୍‌ ବୁଥରୁ ଟଙ୍କା ଉଠାଇଥିଲେ। ଗୋଟିଏ ଦିନରେ ୩ଜଣଯାନ  ଯବାନ ସେହି ଏଟିଏମ୍‌ରୁ ଟଙ୍କା ଉଠାଇଥିଲେ। ତେଣୁ ଏଟିଏମ୍‌ ଯୋଗୁ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଯବାନଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବାପରେ, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୨୮ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରାଖାଯାଇଛି।  ୨୮ଜଣଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡିଛି। ପୂର୍ବରୁ ଏହି […]

  • Monday, 26 July 2021
gautam
ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ: ଏହି ଓଡ଼ିଆ ମହିଳାଙ୍କ ଶବସତ୍କାର କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ। ତେଣୁ ଦିଲ୍ଲୀରେ ଶବସତ୍କାର କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର। ମୃତ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ସରସ୍ୱତୀ ପାତ୍ର। ଗତ କିଛି ବର୍ଷ ହେବ ସେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବେ କାର୍ଯ୍ୟ କରୁଥିଲେ। ମଧୁମେହ ରୋଗରେ ପୀଡ଼ିତ ହୋଇ ସଙ୍କଟାପନ୍ନ ହେବା ପରେ ଗମ୍ଭୀରଙ୍କ ପରିବାର ଲୋକେ ତାଙ୍କୁ […]

ghraku
ଲକ୍‌ଡାଉନ୍‌ ପରେ ଓଡ଼ିଶା ଫେରିବେ ପ୍ରାୟ ୫ ଲକ୍ଷ ଓଡ଼ିଆ: ଘରକୁ ନୁହେଁ ସିଧା ଯିବେ କ୍ୱାରେଣ୍ଟାଇନ୍ ସେଣ୍ଟର

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ। ଓଡ଼ିଶା ଫେରିଲେ ସେମାନଙ୍କ ରହିବା ବ୍ୟବସ୍ଥା ପାଇଁ ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟିନ୍ ସେଣ୍ଟର କାମ ବି ଜୋରସରରେ ଚାଲିଛି। ଯାହାର ତଦାରଖ ପାଇଁ ସବୁଠି ସରପଞ୍ଚଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗଠନ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେପଟେ ବର୍ତ୍ତମାନ ସମୟରେ […]

  • Monday, 26 July 2021
ddo
'କରୋନା ଏତେ ସାଂଘାତିକ ରୋଗ ନୁହେଁ, ୯୦ରୁ ୯୫ ପ୍ରତିଶତ ଭଲ ହେଉଛନ୍ତି'

ନୂଆଦିଲ୍ଲୀ: କୋଭିଡ୍‌-୧୯ ଏକ ଗୁରୁତର‌ ରୋଗ ନୁହେଁ। ୯୦ରୁ ୯୫ ପ୍ରତିଶତ ରୋଗୀ ଏଥିରେ ଭଲ ହୋଇଯାଉଛନ୍ତି। ତେଣୁ କୋଭିଡ୍‌-୧୯ ଏକ ରୋଗ କିନ୍ତୁ ତାହା ଏତେ ଭୟଙ୍କର‌ ନୁହେଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ। କରୋନା ପାଇଁ ଦେଶରେ ନାନା ପ୍ରକାର ସାମାଜିକ କଳଙ୍କ ବା ଟାହିଟାପରା ଭଳି ସ୍ଥିତି ଦେଖା ଦେଇଥିବାରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରଣଦୀପ। ସେ କହିଛନ୍ତି, ଦେଶରେ ଅନେକ ଲୋକ କରୋନା ରୋଗ […]

  • Monday, 26 July 2021
swigy
ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଦେଶର ବିଭିନ୍ନ ବ୍ୟବସାୟିକ ସେକ୍ଟରରେ ଏହାର ସାଂଘାତିକ  ପ୍ରଭାବ ପଡ଼ିଛି। ଏଥିପାଇଁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରି ଉପରେ ବି ସଂକଟର ବାଦଲ ଦେଖା ଦେଇଛି। ଗତ କିଛିଦିନ ହେବ ଲଗାତର ଛଟେଇର ଖବର ବି ଶୁଣିବାକୁ ମିଳୁଛି। ଖବର ଅନୁସାରେ, ଅନ୍‌ଲାଇନ୍‌ ଫୁଡ୍ ଡେଲିଭର କମ୍ପାନୀ ସ୍ୱିଗୀ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଶୁଣିବାକୁ ମିଳୁଛି। କରୋନା ସଂକଟ […]

  • Monday, 26 July 2021
covid 1
କୋରାପୁଟ୍ ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ଓ 5T ସଚିବ

କୋରାପୁଟ: କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ ଭିକେ ପାଣ୍ଡିଆନ୍‌। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ  5ଟି ସଚିବ ଭି.କେ. ପାଣ୍ଡିଆନ୍ ଜୟପୁର ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ମେଡିକାଲରେ ପହଞ୍ଚିବା ପରେ ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। କୋଭିଡ୍ ମେଡିକାଲରେ କରୋନା ରୋଗୀଙ୍କ ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି। କେତେ ବେଡ୍ ପଡ଼ିଛି ସେ ସବୁ ବୁଲି ଦେଖିଛନ୍ତି। […]

  • Monday, 26 July 2021
baby death
କରୋନାରେ ୬ ମାସର ଶିଶୁ ମୃତ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ କରୋନା ସଂକ୍ରମିତ ହୋଇଥିବା ୬ମାସ ଶିଶୁର ମୃତ୍ୟୁ ହୋଇଛି। ୧୦ ଦିନ ପୂର୍ବରୁ ଏହି ଶିଶୁଟିକୁ ହାର୍ଟ ସର୍ଜରୀ ପାଇଁ ପିଜିଆଇରେ (PGI) ଭର୍ତ୍ତି କରାଯାଇଥିଲା। ସର୍ଜରୀ କରିବା ପୂର୍ବରୁ ଡାକ୍ତରମାନେ ଶିଶୁର ସ୍ୱାବ ପରୀକ୍ଷା କରିଥିଲେ। ପରେ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।  ଶିଶୁଟି ଜନ୍ମରୁ ହିଁ ଏହି ରୋଗରେ ପୀଡ଼ିତ ଥିଲା। ତେଣୁ ଶିଶୁଟିକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। କରୋନାରେ ପଜିଟିଭ୍ ଥିବା ଶିଶୁଟି ଫଗୱାଡା ଅଞ୍ଚଳର ବୋଲି […]

  • Monday, 26 July 2021
goa free
ଭାରତର ଏହି ୩ଟି ରାଜ୍ୟ ହେଲା କରୋନା ମୁକ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବଢ଼ୁଛି କିନ୍ତୁ ଅନ୍ୟ ପଟେ କିଛି ଭଲ ଖବର ମଧ୍ୟ ରହିଛି।  ଦେଶର ମୋଟ ୩୨ ଟି ରାଜ୍ୟ ମଧ୍ୟରୁ ତିନୋଟି ରାଜ୍ୟ କରୋନା ଭାଇରସ୍ (COVID-19) ମୁକ୍ତ ହୋଇସାରିଛି। ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ଗୋଆ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜଣେ ବି କରୋନାରେ ଆକ୍ରାନ୍ତ ହୋଇନଥିବା ଜଣାପଡିଛି। ଏହି ରାଜ୍ୟର କରୋନା ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏପରିକି ସେହି ରାଜ୍ୟର […]

  • Monday, 26 July 2021
corona
କରୋନା ଭ୍ୟାକ୍ସିନ୍ ’ଚାଡାକ୍ସ ୱାନ’: ଆଉ ଅଳ୍ପ ଦିନର ଅପେକ୍ଷା

ବ୍ରିଟେନ: ମହାମାରୀ କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନା କେବେ ଶେଷ ହେବ ଓ ମୃତ୍ୟୁ ସଂଖ୍ୟା କିପରି ବନ୍ଦ ହେବ ସେନେଇ ସମଗ୍ର ବିଶ୍ୱ ଚିନ୍ତାପ୍ରକଟ କରୁଛି। ଏପରି ସମୟରେ ବ୍ରିଟେନର ବୈଜ୍ଞାନିକମାନେ ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛନ୍ତି। କରୋନାକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବା ପାଇଁ  ଭ୍ୟାକ୍ସିନ୍‌ ପ୍ରସ୍ତୁତ ହୋଇସାରିଛି ଏବଂ ଏହି ଭ୍ୟାକ୍ସିନ୍‌ର ପରୀକ୍ଷା ଆଜିଠାରୁ ଲୋକଙ୍କ ଉପରେ କରାଗଲାଣି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭ୍ୟାକ୍ସିନ୍‌ଟି […]

  • Monday, 26 July 2021
corona777777
ହାର୍ଟ ସର୍ଜରୀ ପାଇଁ ଆସିଥିଲା ୬ମାସର ଶିଶୁ,ବାହାରିଲା କରୋନା

ଚଣ୍ଡିଗଡ଼: ଚଣ୍ଡିଗଡ଼ର ପିଜିଆଇ (PGI) ରେ ୬ ମାସର ଶିଶୁ କରୋନାରେ ପଜିଟିଭ୍ ଥିବା ଜଣାପଡିଛି। ଶିଶୁଟି ସଂସ୍ପର୍ଶରେ ଆସିଥିବା ୫୪ ମେଡିକାଲ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୧୮ଜଣ ଡାକ୍ତର ଥିବା ଜଣାପଡିଛି। ହାର୍ଟ ସର୍ଜରୀ କରିବା ପାଇଁ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ମେଡିକାଲ କର୍ମଚାରୀମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା। ଖବର ଅନୁଯାୟୀ, କରୋନାରେ ପଜିଟିଭ୍ ଥିବା ଶିଶୁଟି ଫଗୱାଡା ଅଞ୍ଚଳର। ଏପ୍ରିଲ […]

  • Monday, 26 July 2021
ki
୧୦୪କୁ ଫେକ୍ କଲ କରିଥିବା ୩୮ ଜଣଙ୍କ ନାଁରେ ଏତଲା

ଭୁବନେଶ୍ୱର: କରୋନା ସଂପର୍କିତ ତଥ୍ୟ ଦେବାକୁ ସରକାରଙ୍କ ହେଲ୍ପଲାଇନ ନମ୍ବର ୧୦୪କୁ ଫେକ୍ କଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା। ୧୦୪ ପରିଚାଳନାକାରୀ ଜିକିଜା ହେଲ୍‌ଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ମୋଟ ୩୮ ଜଣ ଫେକ୍ କଲର୍‌ଙ୍କ ନାଁରେ ଏତଲା ଦିଆଯାଇଛି। କେଉଁ ନମ୍ବରରୁ କେତେଥର କଲ୍ ହୋଇଛି, ସେସବୁର ପୂର୍ଣ୍ଣ ତଥ୍ୟ ସହ ଏତଲା ହୋଇଛି। ଗୋଟେ ଗୋଟେ ନମ୍ବରରୁ ବହୁ ବାର, ଏମିତିକି ଗୋଟିଏ ନମ୍ବରରୁ ୨୭୯ […]

  • Monday, 26 July 2021
fr
କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର। ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଥିବା ନେଇ ବିଏମ୍ସି ପକ୍ଷରୁ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ବି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ଏସବୁ ଅଞ୍ଚଳରେ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏସବୁ ଅଞ୍ଚଳରେ କରୋନା ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଏପ୍ରିଲ ୨ରେ […]

  • Monday, 26 July 2021
corona
ସୁସ୍ଥ ହେଲେ ଦୁଇ କରୋନା ରୋଗୀ

  ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୨ ଜଣ କରୋନା ଆକ୍ରାନ୍ତ। ଆରୋଗ୍ୟ ହୋଇଥିବା ୨ ଆକ୍ରାନ୍ତ ଭୁବନେଶ୍ୱରର। ତେବେ ସେମାନଙ୍କ ସମ୍ପର୍କରେ ଅଧିକ କିଛି ତଥ୍ୟ ବର୍ତ୍ତମାନ ଯାଏ ସୂଚନା ପ୍ରଦାନ କରାଯାଇନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ଦୁଇ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ଟିଭ୍‌ କେସ୍ ୨୫କୁ ଖସି ଆସିଛି।   ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଏହି […]

  • Monday, 26 July 2021
low
୧୧ ଜଣ ଆକ୍ରାନ୍ତଙ୍କ ଭ୍ରମଣ ତାଲିକା ଜାରି; କିଏ ତାସ୍ ଖେଳିଥିଲେ ତ ଆଉ କିଏ ସାଙ୍ଗଙ୍କ ସହ ଭୋଜି ଖାଇଥିଲେ

ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନ ସମୟରେ ସଙ୍ଗରୋଧ ନିୟମ ମାନୁ ନାହାନ୍ତି ଲୋକେ। ଆଜି ୧୧ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍  ହିଷ୍ଟ୍ରି ଜାରି ବେଳେ ଏ ତଥ୍ୟ ପଦାକୁ ଆସିଛି। ଯାଜପୁର ବାସୁଦେବପୁର ଅଞ୍ଚଳର ୭୩ ନମ୍ବର ଆକ୍ରାନ୍ତ ୨୯ରେ କୋଲକତାରୁ ଫେରିଥିଲେ। ୧୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ଥିଲେ ବି ୧୭ରେ ରାସନ ପାଇଁ ଯାଇଥିଲେ। ୨୦ ତାରିଖରେ ସାଙ୍ଗମାନଙ୍କ ସହ ତାସ୍ ବି ଖେଳିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ନଥାଇ ବି ପଜିଟିଭ୍ ଚିହ୍ନଟ […]

  • Monday, 26 July 2021
ramjna
ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ

ଯୋଜପୁର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଆଜି ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କ ରାଯାଇଛି। ସେ ହେଲେ ୩୮ ବର୍ଷ ବୟସ୍କ ଯୁବକ। ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି। ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଅଦ୍ୟାବଧି ସେମାନଙ୍କ ମଧ୍ୟରୁ ୩୨ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ […]

  • Monday, 26 July 2021
kenjj
କେନ୍ଦୁଝରରେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜଣେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଜ୍ୱରରେ ପୀଡ଼ିତ ପୁଅକୁ ଡାକ୍ତରଖାନା ନେବା ସମୟରେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେପଟେ ଏହି ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛି କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ। ଅଭିଯୋଗ ଅନୁଯାୟୀ ଦୈନିକ ଖବରକାଗଜରେ କାମ କରୁଥିବା ସୁବ୍ରତ ସ୍ୱାଇଁ ନାମକ ଜଣେ ସାମ୍ବାଦିକ ଆଜି ସକାଳ ୮ଟାରେ ଜ୍ୱରରେ ପୀଡ଼ିତ ପୁଅକୁ ନେଇ ମେଡିକାଲ ଯାଉଥିଲେ। ଏହି […]

  • Monday, 26 July 2021
dd
ଲକ୍‌ଡାଉନ୍ ଉଲ୍ଲଂଘନକାରୀଙ୍କୁ ପୂଜା କରିବା ସହିତ କଦଳୀ ଭୋଗ ଲଗାଇଲା ପୁଲିସ୍

ଲକ୍ଷ୍ନୌ: ଲକ୍‌ଡାଉନ୍ ଉଲ୍ଲଂଘନକାରୀଙ୍କୁ ରାସ୍ତା ଉପରେ ପୂଜାର୍ଚ୍ଚନା କଲେ ପୋଲିସ୍। ଆଳତୀ, ଧୂପ, ଦୀପ ଲଗାଇ ପୂଜା କଲେ।ଏଭଳି କିଛି ଘଟଣା ଏବେ ଉତ୍ତରପ୍ରଦେଶ କାନପୁର ପୋଲିସ୍ ପାଇଁ ବେଶ ଚର୍ଚ୍ଚା ସାଉଁଟିଛି। ଆଜି ସକାଳୁ କିଛି ଲୋକେ ନିୟମ ଖିଲାପ କରିଥିବା ଦେଖିବାକୁ ମିଳିଥିଲା। ବିନା କାରଣରେ କିଛି ଲୋକ ବାହାରେ ବୁଲୁଥିଲେ। ଯାହାପରେ ପୋଲିସ୍ ସେମାନଙ୍କୁ ଅଭିନବ ଭାବେ ଦଣ୍ଡ ଦେଇଛି। ନା ମାଡ଼ ନା ଜେଲ୍…ବିଚ୍ ରାସ୍ତା ଉପରେ ହିଁ ପୋଲିସ୍ ସେମାନଙ୍କ […]

  • Monday, 26 July 2021
police
ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କଲେ ସ୍ଥାନୀୟ ଲୋକେ

ଲକ୍ଷ୍ନୌ: ଲକ୍‌ଡାଉନ୍ ଡ୍ୟୁଟିରେ ଥିବା ପୋଲିସ୍‌କୁ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଆଲିଗଡ଼ରେ ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କରିଛନ୍ତି ସ୍ଥାନୀୟଲୋକେ। ଆଜି ସକାଳୁ ଲକ୍‌ଡାଉନ୍ କଡ଼ାକଡ଼ି କରିବାକୁ ସହରରେ ପୋଲିସ୍ ପଇନ୍ତରା ମାରିଥିଲେ। ତେବେ ଏହି ସମୟରେ କିଛି ଲୋକ ବାହାରେ ବୁଲୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସ୍ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ୍ ଉପରକୁ ସ୍ଥାନୀୟଲୋକେ ପଥର ମାଡ଼ […]

  • Monday, 26 July 2021
amit-shha
ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିକ୍ଷୋଭ ଡାକରା ପ୍ରତ୍ୟାହାର କଲା ଆଏମ୍‌ଏ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଦିଆଯାଇଥିବା ବିକ୍ଷୋଭ ଡାକରା ପ୍ରତ୍ୟାହାର ହୋଇଛି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ପ୍ରତିନିଧି ଓ ଅନ୍ୟ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା। ଏଭଳି କଠିନ ପରିସ୍ଥିତି ସମୟରେ ଡାକ୍ତରମାନେ କୌଣସି ଆନ୍ଦୋଳନ ନ କରିବାକୁ ସେ ଅପିଲ କରିଥିଲେ। ଏପରିକି ପ୍ରତୀକ ଆନ୍ଦୋଳନ ମଧ୍ୟ ନ କରିବାକୁ କହିଥିଲେ। ଡାକ୍ତରମାନଙ୍କ […]

  • Monday, 26 July 2021