ଭୁବନେଶ୍ୱର: ସମୁଦ୍ର ପଥ ଦେଇ ଡଙ୍ଗାରେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ଘଟଣାରେ ସମ୍ପୃକ୍ତ ଡଙ୍ଗା ଜବତ ହୋଇଛି। ଏଭଳି ପରିସ୍ଥିତି ଆଗରୁ ଉପୁଜି ନଥିଲା। ଜଙ୍ଗଲ ଓ ପାହାଡ଼ ଦେଇ ମଧ୍ୟ ଲୋକ ଆସୁଛନ୍ତି। ଏପରି ବିପଦଜନକ ଭାବେ କେହି ଆସିବା କଥା ନୁହେଁ, ପୁଣି ଯଦି କେହି ଆସନ୍ତି, ତାହାଲେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏପଟେ […]
ଭୁବନେଶ୍ୱର: ଗୁଜରାଟରୁ ବସ୍ରେ ଫେରିବେ ପ୍ରବାସୀ ଓଡ଼ିଆ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବସ୍ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ। ବସ୍ରେ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ୩ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ। ଉଭୟ ଗୁଜରାଟ ଓ ଓଡ଼ିଶାରୁ ୪ ବରିଷ୍ଠ ଅଫିସରଙ୍କୁ ନେଇ ସମନ୍ୱୟ କମିଟି […]
ନୂଆଦିଲ୍ଲୀ: ଆଡି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧରେ ଲଢୁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ପ୍ରତ୍ୟେକ ନାଗରିକ କରୋନା ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଲୋକମାନଙ୍କର ଏହି କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ କହିଛନ୍ତି ମୋଦି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ମନ୍ କି ବାତ୍ର କାର୍ଯ୍ୟକ୍ରମ ତୁଳନାରେ ଏଥର କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ଲକ୍ଡାଉନ ଅବଧି ଶେଷ ହୋଇଛି। ଏପ୍ରିଲ ୨୩ ତାରିଖରୁ ଲାଗୁ ହୋଇଥିବା ୬୦ ଘଣ୍ଟିଆ ସଟ୍ ଡାଉନ ଅବଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ସଟ୍ଡାଉନ ଅବଧି ସରିଥିଲେ ବି ଲକଡାଉନ କଟକଣା ପୂର୍ବ ଭଳି ଜାରି ରହିବ। ସଟଡାଉନ ସରିଥିବାରୁ ବଜାରକୁ ଯାଇ ଭିଡ଼ ନ କରିବା ଲାଗି ଜିଲ୍ଲାବାସୀଙ୍କୁ ନିବେଦନ କରିଛି ଭଦ୍ରକ ପୋଲିସ। ଏନେଇ ଜିଲ୍ଲା ପୋଲିସ […]
ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୭୬୨୮ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିଭଳି ୪୮ ଘଣ୍ଟାରେ ୨୩ ଜଣ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ୫୭ ବର୍ଷୀୟ ପୋଲିସ ହାବିଲଦାର। ସେ ଶନିବାର ଦିନ ମୁମ୍ୱାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହାରାଷ୍ଟ୍ରରେ କରୋନା ଭାଇରସ ଯୋଗୁ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେବା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ ନୂଆ ୩ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ସୁନ୍ଦରଗଡ଼ର ୩ ନୂଆ ଆକ୍ରାନ୍ତ ରାଉରକେଲାର ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ମହିଳାଙ୍କ ବୟସ ୫୭ ବର୍ଷ ହୋଇଥିବାବେଳେ ପୁରୁଷଙ୍କ ମଧ୍ୟରୁ ଜଣେ ବୟସ ୨୩ ବର୍ଷ ର ଯୁବକ ଓ ଅନ୍ୟ ଜଣଙ୍କ ବୟ ୬୦ ବର୍ଷ। ଚିହ୍ନଟ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ): ସାର୍ ହେବ ତ ଏମିତି। ପିଲାମାନଙ୍କୁ ପଢ଼ା ବହି ଯୋଗାଇବା ପାଇଁ ପ୍ରଧାନଶିକ୍ଷକ ସାଜିଲେ ରିକ୍ସାବାଲା। ରିକ୍ସାରେ ପିଲାଙ୍କ ବହି ନେଇ ପିଲାଙ୍କ ଘରେ ବହି ଯୋଗାଉଛନ୍ତି ପ୍ରଧାନଶିକ୍ଷକ। ତାଙ୍କ ପଛରେ ଚାଲୁଛନ୍ତି ସ୍କୁଲ୍ର ଶିକ୍ଷୟତ୍ରୀ। ଲକ୍ଡାଉନ୍ ଯୋଗୁ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସାନଖେମୁଣ୍ଡି ବ୍ଲକ୍ ପୁଡ଼ାମାରୀ ଗାଁରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଘର ଘର ବୁଲି ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଉଛନ୍ତି। Head master of […]
ଯାଜପୁର: କରୋନା ଯୁଦ୍ଧରେ ଆଶା ଦିଦି। ୮ ମାସର ଗର୍ଭବତୀ ଥାଇ ବି ସେ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି। କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ। କରୋନା ଯୁଦ୍ଧରେ ଏପରି ଜଣେ ଯୋଦ୍ଧା ହେଲେ ଯାଜପୁର ବିଞ୍ଝାରପୁର ଫତେପୁର ପଞ୍ଚାୟତ ମଲିଆ ଗାଁର ଆଶା କର୍ମୀ ମମତା ସାହୁ। ୮ ମାସର ଗର୍ଭବତୀ ଥାଇ ବି ସେ କରୋନା ସଂପର୍କରେ ଲୋକଙ୍କୁ ସଚେତନା କରୁଛନ୍ତି। ମମତାଙ୍କର ଏକ ଛୋଟ […]
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଶ୍ରୀମନ୍ଦିର ପରିସରରେ ଆଜି ରଥକାଠ ଅନୁକୂଳ ହେବ। କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଥିବାରୁ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ। ଚାହାଣି ମଣ୍ଡପ ଓ ସ୍ନାନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ବନଯାଗ ବିଦ୍ଧିରେ ରଥ ଅନୁକୂଳ କାମ ହେବ। ୧୧ ଜଣ ଶୋତ୍ରୀୟ ବ୍ରାହ୍ମଣ ଓ ୨ କ୍ଷତ୍ରୀୟ ପୁରୋହିତ ଏହି କାମ ସମାପନ କରୁଥିବାବେଳେ ଏଥର ଏହି ସଂଖ୍ୟା ୭କୁ ସୀମିତ କରାଯାଇଛି। ୩ […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ନେଲାଣି ୨ ଲକ୍ଷରୁ ଅଧିକ ଜୀବନ। ସାରା ପୃଥିବୀରେ ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ଏବେ ଯାଏଁ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷକୁ ପାର କରିଛି। ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସୁପରପାୱାର ଆମେରିକାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣ ନେଉଛି କରୋନା। ଗତ ୨୪ ଘଣ୍ଟାରେ ଆମେରିକାରେ ୨ହଜାରରୁ ଅଧିକ ଲୋକଙ୍କ […]
ନୂଆଦିଲ୍ଲୀ: ଦେଶରେ ୨୫ ହଜାର ମୁହାଁ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୧୪୨୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୭ ଜଣଙ୍କ ଜୀବନ ଯିବା ସହ ୭୭୯ ଛୁଇଁଛି ମୋଟ୍ ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏବେ ୧୮ ହଜାର ୯୫୩ ଆକ୍ଟିଭ କେସ୍ ରହିଛି। ୫ ହଜାର ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୨୦ ଦଶମିକ ୬୬ ପ୍ରତିଶତ […]
ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ସଟ୍ଡାଉନ୍ର ଆଜି ସରୁଛି ଅବଧି। ଆଜି ସକାଳ ୧୦ଟା ବେଳେ ଏହି ତିନି ଜିଲ୍ଲାରେ ସମ୍ପୂର୍ଣ୍ଣ ସଟ୍ଡାଉନ୍ ଉଠିବ। ତେବେ ସଟ୍ଡାଉନ୍ ଉଠିବା ପରେ ବି ଲାଗୁ ରହିବ ଲକ୍ଡାଉନ୍ ନିୟମ। ଏହାସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ପରେ କିଛି ଦୋକାନ ଖୋଲା ରହିବ। ଯାଜପୁର ଜିଲ୍ଲାରେ ସକାଳ ୬ଟାରୁ ରାତି ୧୦ଟା ଯାଏ ଏବଂ ଅପରାହ୍ନ […]
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲାର। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛିଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ମଧ୍ୟ ୩। ୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି। ସମସ୍ତେ ରାଉରକେଲାର ବୋଲି ସୂଚନା […]
ପୁରୀ: ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାର୍ଯ୍ୟ ଅନୁକୁଳ- ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି। ଚନ୍ଦନ ଯାତ୍ରା ପାଇଁ ୨ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ। କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ୨୧ ଦିନ ବ୍ୟାପୀ ହେବ ଚନ୍ଦନ ଯାତ୍ରା। ଏଥି ପାଇଁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ମାଣ୍ଡୁଅ ଭୋଗ ପ୍ରସ୍ତୁତ ହେବ। ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହେବ। ଚାହାଣି ମଣ୍ଡପ ଓ ସ୍ନାନ […]
ଭୁବନେଶ୍ୱର: କରୋନା ମାଡ଼ରେ ଦୁର୍ବଳ ହୋଇଥିବା ଶିଳ୍ପକୁ ଟ୍ରାକ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ ଜାରି ରହିଛି। ଖୁବ୍ଶୀଘ୍ର ଶିଳ୍ପ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏନେଇ ଆନ୍ତଃମନ୍ତ୍ରିସ୍ତରୀୟ ବୈଠକରେ ପ୍ରାଥମିକ ଭାବେ ଆଲୋଚନା ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କର କଣ ସମସ୍ୟା ରହିଛି ଏବଂ କଣ ଆବଶ୍ୟକତା ରହିଛି ସେନେଇ ରାଜ୍ୟ ସରକାରଙ୍କୁ ଜଣାଇବାକୁ ସମସ୍ତ ଶିଳ୍ପ ସଂଘକୁ କୁହାଯାଇଛି। ଆସନ୍ତା ସପ୍ତାହ ମଧ୍ୟରେ ଆଉ ଏକ […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ଏବେ ଆଉ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଏହି ଲକ୍ଷଣ ସାଧାରଣତଃ ଛୋଟ ପିଲା ଓ ଯୁବକମାନଙ୍କଠାରେ ଦେଖାଯାଉଛି। ମାର୍ଚ୍ଚ ମାସରେ ଇଟାଲୀର କିଛି ଚର୍ମରୋଗ ବିଶେଷଜ୍ଞ କୋଭିଡ୍-୧୯ ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖିଥିଲେ। କେତେକ ରୋଗୀଙ୍କର ଆଙ୍ଗୁଳି ଫୁଲି ଯାଇଥିଲା ତ ଆଉ କେତେଙ୍କର ଶରୀର କିଛି ଅଙ୍ଗର ରଙ୍ଗ ପରିବର୍ତ୍ତନ ହୋଇଥିଲା। ଥଣ୍ଡାରେ ହାତ ଗୋଡ଼ ଯେମିତି କୋଲାପ୍ସ ହୋଇଯାଏ, ଠିକ୍ ସେହିଭଳି ହେଉଥିବାର ଦେଖିବାକୁ ମିଳିଥିଲା। […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୯୭ ହଜାରରୁ ଅଧିକ ଜୀବନ। ସାରା ପୃଥିବୀରେ ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ୪୬ହଜାରକୁ ବୃଦ୍ଧି ପାଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ବଡ଼ ବୃଦ୍ଧି ଘଟିଛି। ଆମେରିକାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାରକୁ ବୃଦ୍ଧି ପାଇଛି। ଏଠାରେ ମୃତ୍ୟୁ ସଂଖ୍ୟା ୫୨ ହଜାର ଅତିକ୍ରମ କରିଛି। ସେହିଭଳି ଇଟାଲୀରେ ୧ ଲକ୍ଷ ୯୨ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଛୁଇଁବାକୁ ବସିଲାଣି। ଗତ ୨୪ ଘଣ୍ଟା ଭିତରେ ୧୪୨୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୭ ଜଣଙ୍କ ଜୀବନ ଯିବା ସହ ମୋଟ ମୃତ୍ୟୁ ସଂଖ୍ୟା ୭୭୯ କୁ ଛୁଇଁଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏବେ ୧୮ ହଜାର ୯୫୩ ଆକ୍ଟିଭ୍ କେସ୍ ରହିଛି। ୫ ହଜାର ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୨୦ ଦଶମିକ […]
ବ୍ରହ୍ମପୁର: ଲକଡାଉନବେଳେ ଚୋରାରେ ମଦ ବିକୁଥିବା ଜଣେ ବାର୍ ମାଲିକ ଓ ୨ କର୍ମଚାରୀଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଧରିଛି। ଭାପୁର ବଜାରରେ ଥିବା ବାର୍ ମୋତି ମହଲର ମାଲିକ ଓ ୨ କର୍ମଚାରୀଙ୍କୁ ପୋଲିସ ଧରିଛି। ଧରାପଡ଼ିଥିବା ୩ ଜଣ ହେଲେ ବ୍ରହ୍ମପୁର ଗାନ୍ଧିନଗରର ବାସିନ୍ଦା ତଥା ମୋତି ମହଲର ମାଲିକ ଦୁର୍ଗାପ୍ରସାଦ ପାତ୍ର ଓ ନରେନ୍ଦ୍ରପୁର ଅଞ୍ଚଳର ୨ କର୍ମଚାରୀ ରମେଶ ସେଠୀ ଓ ଭାସ୍କର ନାୟକ। ଲକଡାଉନ ପାଇଁ ମଦ ବିକ୍ରି […]
ଭୁବନେଶ୍ୱର: ଲକ୍ ଡାଉନ୍ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଶ୍ୱସ୍ତିର ଖବର। ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ ଯେକୌଣସି ସ୍ଥାନରେ କାମ କରିପାରିବେ। ଶ୍ରମିକମାନେ କାମ କରୁଥିବା ସଂସ୍ଥା ବା ସେମାନଙ୍କ ଠିକାଦାର ସେମାନଙ୍କୁ ନେବାଆଣିବା କରିପାରିବେ। ଶ୍ରମିକଙ୍କୁ ନେବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନେ ଯାଆସ ପାଇଁ ପାସ୍ ଦେବେ। ଏମିତିକି ଶ୍ରମିକଙ୍କୁ ନେବା ଆଣିବା ପାଇଁ ଠିକାଦାରମାନେ ବସ୍ ବ୍ୟବହାର କରିପାରିବେ। ଶ୍ରମିକ ପରିବହନରେ ନିୟୋଜିତ ହେଉଥିବା ବସ୍କୁ ମାସିକ […]
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ଲୋକମାନେ ଘରେ ରହୁଛନ୍ତି। ଅଧିକାଂଶ ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖାଯାଇଛି ଯେ, ଲକ୍ଡାଉନ୍ ସରିଯିବା ପରେ ବାହାରକୁ ଯେତେବେଳେ ବାହାରିବେ କ’ଣ ସବୁ କରିବେ? ଏହା ମଧ୍ୟ ଆମେ ସମସ୍ତେ ଜାଣିଛି ଯେ ଏହି ଲକ୍ଡାଉନ୍ ସରିଯିବା ପରେ, ପୂର୍ବଭଳି ପରିସ୍ଥିତି ସ୍ୱାଭାବିକ ହେବ। କିନ୍ତୁ ଅଧିକାଂଶ ଲୋକଙ୍କ ମନରେ କରୋନା ଭାଇରସର ଡ଼ର ଏତେ ସହଜରେ ଯିବ ନାହିଁ। ଯଦି […]
କେରଳ: କରୋନା ଭାଇରସ ମହାମାରୀ ବିରୋଧରେ ସାରା ଦେଶ ଲଢ଼େଇ କରୁଥିବାବେଳେ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି କେତେକ ଘରୋଇ କମ୍ପାନୀ ଦରମା କାଟ କରିବା କଥା ଶୁଣାଯାଉଛି। ହେଲେ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ କଟିବ। କେରଳ ସରକାର ଏମିତି ଘୋଷଣା କରିଛନ୍ତି। କେରଳ ସରକାରୀ କର୍ମଚାରୀଙ୍କ ଦରମାରୁ ପ୍ରତ୍ୟେକ ମାସର ଛଅଦିନର ଦରମା କଟାଯିବ। ଏପରି ଆସନ୍ତା ପାଞ୍ଚମାସ ପର୍ଯ୍ୟନ୍ତ କରାଯିବ। ତେବେ ଯେଉଁ କର୍ମଚାରୀଙ୍କ ଦରମା ୨୦,୦୦୦ରୁ କମ୍ ହେଇଥିବ ସେମାନଙ୍କର ଦରମା […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ-୧୯ରେ ମୃତ୍ୟୁ ସଂଖ୍ୟା ୭୭୫ରେ ପହଞ୍ଚିଥିବାବେଳେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୪,୫୦୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାସହ ୫୭ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଖ୍ୟା ସର୍ବାଧିକ ହୋଇଥିବା ସୂଚନା ମିଳିଛି। ଏହି ଭାଇରସରେ ୫,୦୬୨ଜଣ ରୋଗୀ […]
ନୂଆଦିଲ୍ଲୀ: ଦିଲ୍ଲୀରେ ୯ ଜଣ ସିଆରପିଏଫ୍ ଯବାନଙ୍କଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସେନା ଅଧିକାରୀ। କିଛି ଦିନ ପୂର୍ବରୁ ନର୍ସିଂ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ହେଡ୍ କନଷ୍ଟେବଳଙ୍କଠାରେ କରୋନା ପଜିଟିଭ୍ ରହିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରାସିଂ କରାଯିବା ପରେ ଏହି ସିଆରପିଏଫ୍ ଯବାନମାନେ ପରୀକ୍ଷା କରାଇଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଜାତୀୟ ରାଜଧାନୀରେ ସିଆରପିଏଫ୍ର ୩୧ ବାଟାଲିୟନରେ ଏହି ଯବାନମାନେ କାର୍ଯ୍ୟ କରୁଥିଲେ। ଏହି ଆକ୍ରାନ୍ତଙ୍କ […]