• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

lokoseba bhaban
ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ଭବନରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ସଚିବାଳୟରେ କରୋନା ଭାଇରସ ସଙ୍କଟ ଦେଖାଦେଇଛି। ସେଠାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେ ହାଉସ୍‌ କିପିଙ୍ଗ୍‌ ବିଭାଗରେ କାମ କରୁଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ରାମ ମନୋହର ଲୋହିଆ ହସ୍ପିଟାଲରେ ହେଉଛି। ଉକ୍ତ କର୍ମଚାରୀ ଜଣକ ଗତ କିଛି ଦିନ ହେଲା ଜ୍ୱର, କାଶ ଏବଂ ଶ୍ୱାସ ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ କିଛି ଦିନ ହେଲା କାର୍ଯ୍ୟାଳୟକୁ […]

  • Monday, 26 July 2021
nabalak
ଘର ଥିଲା ଆଉ ଅଳ୍ପ ବାଟ; ହେଲେ ଚାଲି ପାରିଲାନି, ଆଖି ବୁଜିଲା ୧୨ ବର୍ଷର ନାବାଳିକା

ବିଜାପୁର: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡର ବିଜାପୁର ଅଞ୍ଚଳରେ। ଜଣେ ୧୨ ବର୍ଷର ନାବାଳିକା(ଜମଲୋ ମଡକାମୀ)  କାମ ଅନ୍ୱେଷଣରେ ବିଜାପୁରର ଆଦେଡ଼ ଗ୍ରାମରୁ ତେଲେଙ୍ଗାନାର ପେରୁ ଗାଁକୁ ଯାଇଥିଲେ। ଲକ୍‌ଡାଉନ୍‌(୨)ର ଅବଧି ବଢ଼ାଇ ଦେବାରୁ ପିଲାଟି ନିଜ ଗାଁକୁ ଚାଲି ଚାଲି ଆସିବାକୁ ସ୍ଥିର କଲା। ସେଠାରେ ଥିବା ନିଜ ଗାଁର୧୧ଜଣ ସାଙ୍ଗମାନଙ୍କ ସହିତ ଜଙ୍ଗଲ ରାସ୍ତା ଦେଇ ଚାଲିଚାଲି ବିଜାପୁର […]

  • Monday, 26 July 2021
newdelhi pm
କେବେ ଖୋଲିବ ଆୟୁଷ୍ମାନ ଭାରତ କାର୍ଯ୍ୟାଳୟ, ଉତ୍ତର ରଖିଲେ ସିଇଓ

ନୂଆଦିଲ୍ଲୀ: ଦିଲ୍ଲୀର କନ୍ନାଟ୍ ପ୍ଲେସ୍‌ର ଜୀବନ ଭାରତ ବିଲଡିଂରେ ଥିବା ଆୟୁଷ୍ମାନ ଭାରତର(Ayushman Bharat) କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କାରଣ ସେହି ଅଫିସ୍‌ର ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୫ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଥିଲା। କାର୍ଯ୍ୟାଳୟକୁ ସିଲ୍ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟାଳୟକୁ ପାଞ୍ଚ ଦିନ ପୂର୍ବରୁ ସିଲ୍ କରାଯାଇଛି। କାର୍ଯ୍ୟାଳୟଟି ଏପ୍ରିଲ୍ ୨୪ରେ ଖୋଲାଯିବ ବୋଲି ଆୟୁଷ୍ମାନ ଭାରତର ସିଇଓ ଡକ୍ଟର ଇନ୍ଦୁ ଭୂଷଣ […]

  • Monday, 26 July 2021
president house
ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ମହିଳା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ମହମାରୀ କରୋନା ଭାଇରସ ଭାରତର ରାଷ୍ଟ୍ରପତି ଭବନ ପରିସରରେ ପ୍ରବେଶ କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ରାଷ୍ଟ୍ରପତି ଭବନ ପରିସର ମଧ୍ୟରେ ହିଁ ରହୁଥିଲେ। ହେଲେ ସେ ରାଷ୍ଟ୍ରପତି ଭବନର କର୍ମଚାରୀ ନୁହନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ପରେ […]

  • Monday, 26 July 2021
gajiabada
ଜ୍ୱର ହୋଇଥିବା ରୋଗୀଙ୍କ ଚିକିତ୍ସା କଲେନି ଡାକ୍ତର, ତା'ପରେ...

ଗାଜିଆବାଦ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌କୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗାଜିଆବାଦରେ। ଅତ୍ୟଧିକ ଜ୍ୱରରେ ପୀଡିତ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବାକୁ ମନା କରିଥିଲେ ବୋଲି ଅଭିଯୋଗ ହୋଇଛି। ପରେ ବ୍ୟକ୍ତି ଜଣଙ୍କ ୨୭ କିଲୋମିଟର ଚାଲି ଚାଲି ତାଙ୍କ ଘରେ ପହଞ୍ଚିଥିଲେ। ବ୍ୟକ୍ତିଙ୍କ ପରିବାର ଲୋକ ଭୟ କରୁଛନ୍ତି ଯେ ତାଙ୍କ ପାଖରେ […]

  • Monday, 26 July 2021
lama
ଏହି ପ୍ରଜାତିର ପଶୁଙ୍କ ରକ୍ତରୁ ତିଆରି ହେବ କରୋନା ଭ୍ୟାକ୍ସିନ୍‌!

ବେଲଜିୟମ୍‌: ପଶୁଙ୍କଠୁ ମଣିଷକୁ କରୋନା ବ୍ୟାପୁଥିବା ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ପଶୁମାନଙ୍କ ଠାରେ ପରୀକ୍ଷା କରୁଛନ୍ତି। ବେଲଜିୟମର ଗବେଷକମାନେ ଦାବି କରିଛନ୍ତି ଯେ ଆମେରିକାରେ ଥିବା ଏକ ଓଟ ପ୍ରଜାତିର ପଶୁମାନଙ୍କ(ଲାମା) ରକ୍ତରୁ କରୋନା ଭାଇରସ ଭ୍ୟାକ୍ସିନ୍‌ (ଟୀକା) ତିଆରି ହୋଇପାରିବ। ‘ୱିଲାମସ୍ ଇନଷ୍ଟିଚ୍ୟୁଟ୍ ଫର ବାୟୋଟେକ୍ନୋଲୋଜିର’ର ଗବେଷକମାନେ ଦାବି କରିଛନ୍ତି ଯେ ଲାମାର ରକ୍ତରୁ କରୋନା ଭାଇରସଠୁ ରକ୍ଷା ମିଳିପାରବ। କାରଣ ଲାମାର ରକ୍ତରେ ଥିବା ଆଣ୍ଟି-ବଡିଗୁଡିକ […]

  • Monday, 26 July 2021
5years boy
ବୋରୱେଲରେ ଖସି ପଡିଲେ ୫ବର୍ଷର ଶିଶୁ, ତା' ପରେ...

ଯୋଧପୁର: ଲକ୍‌ଡାଉନ୍‌ ବେଳେ ରାଜସ୍ଥାନର ଯୋଧପୁର ଜିଲ୍ଲାର ବାୱଡି ତହସିଲ ଅଞ୍ଚଳରେ ସୋମବାର ସକାଳେ ଏକ ୫ ବର୍ଷର ଶିଶୁ ଏକ ବୋରୱେଲରେ ପଡ଼ିଯାଇଥିଲା। ଯୋଣ୍ଟାରା ଗାଁର ଏହି ଘଟଣାରେ ବୋରୱେଲରେ ଖସି ପଡିଥିବା ଖବର ଜିଲ୍ଲା ପ୍ରଶାସନ ପାଇବା ପରେ ତୁରନ୍ତ ଉଦ୍ଧାର କରିବା ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଛୁଆଟି ବାହାରକୁ ଆସିବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିବା ଡାକ୍ତର ଟିମ୍‌ ଶିଶୁଙ୍କ ପାଇଁ ‍ବୋରୱେଲକୁ ଅକ୍ସିଜେନ୍‌ ପାଇପ୍‌ ଯୋଗାଇଛନ୍ତି। ଅକ୍ସିଜେନ୍‌କୁ ଆମ୍ୱୁଲାନ୍ସ […]

  • Monday, 26 July 2021
odisha
ରାଜ୍ୟରେ ଖୋଲିଲା ଆଉ ୫ କୋଭିଡ ହସ୍ପିଟାଲ୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ମୁକାବିଲା ପାଇଁ ଖୋଲିଲା ଆଉ ୫ଟି କୋଭିଡ୍ ହସ୍ପିଟାଲ୍।  ସୁନ୍ଦରଗଡ଼, ନବରଙ୍ଗପୁର, ପାରଦୀପ ସହ ରାଜ୍ୟରେ ୫ ହସ୍ପିଟାଲ ଉଦ୍‌ଘାଟିତ ହୋଇଛି। ଏହି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆଇଓସିଏଲ, ପାରାଦୀପ ପୋର୍ଟ, ଏମସିଏଲ, ଏନଟିପିସି, ନାଲକୋ ପ୍ରମୁଖ ସହଯୋଗ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ଏହି ସବୁ ହସ୍ପିଟାଲ୍‌ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ […]

  • Monday, 26 July 2021
jharkhand
ଭୟରେ ଗଲେନି ସେଲୁନ୍, କରୋନା ପାଇଁ ଗାଁଲୋକେ କଲେ ଏପରି କାମ

ଝାଡଖଣ୍ଡ: ଝାଡଖଣ୍ଡର ଏକ ଗାଁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ନିଆରା ଉପାୟ ଅବଲମ୍ୱନ କରିଛନ୍ତି। ମୁସଲିମ ସମ୍ପ୍ରଦାୟର ଜାମତାଡା ବ୍ଲକର ନାଲା ବ୍ଲକର କାସ୍ତା ଗ୍ରାମରେ ମହିଳାଙ୍କ ବ୍ୟତୀତ ସମସ୍ତ ଲୋକ ସେମାନଙ୍କର କେଶ କାଟି ଲଣ୍ଡା ହୋଇଛନ୍ତି। ଗାଁର ପିଲା, ବୃଦ୍ଧ, ଯୁବକ ଓ ପୁରୁଷମାନେ ସମସ୍ତେ ଲଣ୍ଡା ହୋଇଥିବାର ଦେଖିବାକୁ ମିଳିଛି। କରୋନା ଭାଇରସ କାରଣରୁ ଏପରି କରିଥିବା କହିଛନ୍ତି। ଖବର ଅନୁଯାୟୀ, କରୋନା ଭାଇରସରୁ ରକ୍ଷା ପାଇବା […]

  • Monday, 26 July 2021
king cobra
ଖାଇବାକୁ ମିଳିଲାନି, ଶେଷରେ କିଙ୍ଗ୍‌ କୋବ୍ରାକୁ ମାରିଦେଲେ

ଗୌହାଟୀ: ସମଗ୍ର ଦେଶରେ କରୋନାର ବିପର୍ଯ୍ୟୟ ଜାରି ରହିଛି। କରୋନା ଭାଇରସ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହାକୁ  ଦୃଷ୍ଟିରେ ରଖି ଦେଶରେ ୩ମଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତିନି ଜଣ ବ୍ୟକ୍ତି ୧୨ ଫୁଟ୍‌ ଲମ୍ୱର […]

  • Monday, 26 July 2021
ashoke
ଅପରାଜିତା ଷଡ଼ଙ୍ଗୀଙ୍କ ଚିଠିର ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର: ବିଏମ୍‌ସି କମିଶନର୍‌ଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠି ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। କର୍ପୋରେସନ୍ ଆକ୍ଟରେ ୱାର୍ଡରେ ପ୍ରତିନିଧି ରଖିବାର କିଛି ବ୍ୟବସ୍ଥା ନାହିଁ। ଭୁବନେଶ୍ୱରରେ ଜଣେ ସାଂସଦ ଓ ୩ ଜଣ ବିଧାୟକ ରହିଛନ୍ତି। ଯଦି ପରାମର୍ଶ ଦେବାକୁ ଅଛି, ତେବେ ସେମାନେ କମିଶନର ଓ ପ୍ରଶାସକଙ୍କୁ ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି ଅଶୋକ। ଏଥିସହିତ ପ୍ରତିନିଧି ବ୍ୟବସ୍ଥା କଲେ ବିଭ୍ରାଟ ହେବ। ଏବେ କରୋନା ବିରୋଧରେ ଲଢ଼ିବା ନା ପ୍ରତିନିଧି […]

  • Monday, 26 July 2021
kk
ଆସନ୍ତାକାଲିଠାରୁ ଲକ୍‌ଡାଉନ୍ ନିୟମ କୋହଳ ହେବ: ଗଞ୍ଜାମରେ ଏସବୁ କାମ ପାଇଁ ମିଳିବ ଅନୁମତି

ଗଞ୍ଜାମ: ଆସନ୍ତାକାଲିଠାରୁ ଲକ୍‌ଡାଉନ୍ ନିୟମରେ କିଛିଟା କୋହଳ ହେବ। ଗଂଜାମ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଇକ୍‌ରେ ଜଣେ ଓ କାରରେ ୨ଜଣ ହିଁ ଯାଇପାରିବେ। ଅତ୍ୟାବଶ୍ୟକ ସେବା ପାଇଁ ଏହି ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯିବ। ପବ୍ଲିକ ଟ୍ରାନ୍ସପୋର୍ଟ କିନ୍ତୁ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଗୁଡ଼ିକ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର ଯାଂଚ […]

  • Monday, 26 July 2021
lol
କରୋନା ଭାଇରସ୍‌ କବଳରୁ ରକ୍ଷା କରିବାକୁ ଭ୍ୟାକ୍ସିନ ବାହାର କଲା ଅକ୍ସଫୋର୍ଡ ୟୁନିଭର୍ସିଟିର ଏକ ଗବେଷଣା ଟିମ୍‌

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଭ୍ୟାକ୍ସିନ୍‌ ବିକଶିତ କରିବାରେ ଲାଗିଛନ୍ତି, ଯାହା ନୋଭେଲ୍‌ କରୋନା ଭାଇରସ୍‌କୁ ମାତ୍ ଦେବ। ସେପ୍ଟେମ୍ବର ମାସରେ ଏହି ଭ୍ୟାକ୍ସିନ୍‌ ଉପଲବ୍ଧ ହେବ। ଏହି ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର୍ସା ରା ଗିଲବର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସାରା କହିଛନ୍ତି, ଆମେ ବିକଶିତ କରୁଥିବା ChAdOx1 ଭ୍ୟାକ୍ସିନ୍‌ କରୋନାକୁ ମାତ୍‌ ଦେଇପାରିବ। ସେପ୍ଟେମ୍ବର ମାସରେ ଏହି ଭ୍ୟକ୍ସିନ୍‌ର ଏକ ମିଲିୟନ୍‌ […]

  • Monday, 26 July 2021
ganjam
ଘରକୁ ଫେରିବା ଆଶା ଏମାନଙ୍କୁ ଚଲାଇଛି ୬ ଶହ କିଲୋମିଟର୍

ଗଞ୍ଜାମ: ଘରକୁ ଫେରିବା ଆଶା ଏବେ ଏମାନଙ୍କୁ ଚଲାଇଛି ୬ ଶହ କିଲୋମିଟର୍। ଚାଲି ଚାଲି ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରୁ ଘରକୁ ଫେରିଛନ୍ତି ଗଞ୍ଜାମ ଛତ୍ରପୁର ଅଞ୍ଚଳର ଦୁଇ ଜଣ ଶ୍ରମିକ। ବିଜୟୱାଡ଼ାରେ ମିସ୍ତ୍ରୀ ଭାବେ କାମ କରୁଥିବା ଏହି ଦୁଇ ଜଣ ବ୍ୟକ୍ତି ଲକ୍‌ଡାଉନ୍ ପରେ କାମ ହରାଇଥିଲେ। ତେଣୁ ଘରକୁ ଫେରିବାକୁ ନିଶ୍ଚିତ କରିବା ପରେ ଜାତୀୟ ରାଜପଥରେ ଚାଲି ଆସି ଘରେ ପହଞ୍ଚିଛନ୍ତି। ଲଗାତାର ୬ ଦିନ ଧରି ଚାଲିବା ପରେ ଶେଷରେ ସେ […]

  • Monday, 26 July 2021
youtuh
କରୋନା ଲକ୍‌ଡାଉନ୍‌: ସାଇକେଲ୍‌ରେ ଛତିଶଗଡ଼ରୁ କୋଣାର୍କ ଯାତ୍ରା

ପୁରୀ: କରୋନା ପାଇଁ ଲକ୍‌ଡାଉନରେ ରହିଛି ରାଜ୍ୟ ସମେତ ପୂରା ଦେଶ। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍‌ଡାଉନରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ଅନେକ ଲୋକ ଘରକୁ ଫେରି ପାରୁନାହାନ୍ତି। ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଥିଲେ ୪ ଯୁବକ। କୋଣାର୍କର ୪ଜଣ ଯୁବକ ଛତିଶଗଡ଼ ରାୟପୁରର ଏକ ପୁଟି କଂପାନୀରେ କାମ କରୁଥିଲେ। କମ୍ପାନୀ ପାଖରୁ ୨ମାସର ଦରମା ମିଳିନଥିବାବେଳେ ପାଖରେ ଟଙ୍କା ସରିଯାଇଥିବାରୁ କଂପାନୀ ଦେଇଥିବା ସାଇକେଲ ଚଢ଼ି ରାୟପୁରରୁ ପୁରୀ […]

  • Monday, 26 July 2021
corona-virus-w
ଆସିଲା ନୂଆ ଗାଇଡ୍‌ ଲାଇନ୍; ଅଫିସ୍‌ ଆସିବେ ଗ୍ରୁପ୍‌ ଏ ଅଧିକାରୀ, ଚାଲୁ ରହିବ ଏସବୁ କାମ

ଭୁବନେଶ୍ୱର: କାଲିଠୁ ଅଫିସ୍ ଆସିବେ ସମସ୍ତ ଗ୍ରୁପ୍‌ ଏ ଅଧିକାରୀ। ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇଙ୍କ ସହିତ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ। ୯ଟି ଜିଲ୍ଲାରେ ଗ୍ରୁପ୍ ବି, ସି’ ଓ ଡି’ ର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ। ଏହି ୯ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର। ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ […]

  • Monday, 26 July 2021
corona
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ  ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟର ସଦ୍ୟତମ ସୂଚନା ଅନୁସାରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚିଛି। ଦେଶରେ ମୋଟ ଆକ୍ରାନ୍ତ ୧୫ ହଜାର ୭୦୭ ହୋଇଥିବା ବେଳେ ଏବେ ୧୨ ହଜାର ୯୬୯ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୨୩୧ ଜଣ ଆରୋଗ୍ୟ ଲାଭ କଲେଣି। ସେପଟେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କରୋନା ସ୍ଥିତି […]

  • Monday, 26 July 2021
bhadrak-3333
ଭଦ୍ରକରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପ୍ରତ୍ୟାହାର

ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଛି। ସହରର ସ୍ଥିତି ସୁଧୁରିବାରୁ ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩କୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଏହିସବୁ ଅଞ୍ଚଳରେ ଲକଡାଉନ ନିୟମାବଳୀ ପୂର୍ବଭଳି ଲାଗୁ ରହିବ। ୨ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ସଂସ୍ପର୍ଶରେ ଆସିଥିବା କୌଣସି ଲୋକଙ୍କ ନମୁନା ପଜିଟିଭ୍ ନ ଆସିବାରୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରିନେଇଛି। ଏନେଇ ଜିଲ୍ଲାପାଳ […]

  • Monday, 26 July 2021
savef
ପୁଅକୁ ରୋକିଲା ଲକ୍‌ଡାଉନ୍‌: ଏପଟେ ବାପା ଚାଲିଗଲେ ମହାଯାତ୍ରାରେ

ବ୍ରହ୍ମପୁର: ବିଦେଶରେ ଏକମାତ୍ର ପୁଅ। ଏପଟେ ଘରେ ବାପାଙ୍କ ଦେହାନ୍ତ। ମଝିରେ ଲକ୍ଷ୍ମଣରେଖା ଟାଣିଛି କରୋନା କଟକଣା।  ନା ଶେଷ ସମୟରେ ବାପାଙ୍କୁ ଆଖିରେ ଦେଖିବା ସମ୍ଭବ ହେଲା, ନା ମୁଖାଗ୍ନି ଦେବା। ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ବ୍ରହ୍ମପୁର ବଡ଼ବଜାରର କେ. ନରସିଂହ ମୂର୍ତ୍ତିଙ୍କ ପରିବାରକୁ। ଗତକାଲି ସକାଳୁ ନରସିଂହଙ୍କ ହଠାତ୍ ହୃଦ୍‌ଘତରେ ମୃତ୍ୟୁ ଘଟିଥିଲା ସେ ମାତ୍ର ଅଧଘଣ୍ଟା ପୂର୍ବରୁ ଆମେରିକାର ଫ୍ଲୋରିଡାରେ ରହୁଥିବା ଏକମାତ୍ର ପୁଅ ସୁଦୀପ ସହ ଫୋନରେ […]

  • Monday, 26 July 2021
katha
କେମିତି ହୁଏ କୋଭିଡ-୧୯ ପୁଲ୍‌ ଟେଷ୍ଟ, ଆସନ୍ତୁ ଜାଣିବା

ସମ୍ବଲପୁର: ଆଜି ଠାରୁ ବୁର୍ଲା ଭିମ୍‌ସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ତେବେ ଏଠାରେ ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ପ୍ରଥମ ପଯର୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଭିମ୍‌ସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ବିସ୍ତୃତ ଆଲୋଚନା […]

  • Monday, 26 July 2021
kol
ରାଜ୍ୟର ୧୦ଟି ଜିଲ୍ଲାକୁ ମାଡ଼ିଲା କରୋନା: ବାଲେଶ୍ୱରର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବାଲେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାକୁ ମାଡ଼ିଲା କରୋନା ଭାଇରସ। ବାଲେଶ୍ୱର ଜିଲ୍ଲାରୁ ପ୍ରଥମ ପଜିଟିଭ୍ ଚିହ୍ନଟ ହେବା ପରେ ୬୧ରେ ପହଞ୍ଚିଲା ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରଶାସନ ତରଫରୁ ବାଲେଶ୍ୱର ସହରର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୨୯ ନମ୍ବର ୱାର୍ଡକୁ ପୂରା ସିଲ୍ କରାଯାଇଥିବା ବେଳେ ୧୮ ଏବଂ ୨୮ ନମ୍ବର ୱାର୍ଡକୁ ଆଂଶିକ ଭାବେ ସିଲ୍ କରାଯାଇଛି। ଏହି ୩ଟି […]

  • Monday, 26 July 2021
rapid
ଆଜି ବି ଭୁବନେଶ୍ୱରରେ ହେବ କରୋନା ରାପିଡ୍ ଟେଷ୍ଟିଂ

ଭୁବନେଶ୍ୱର:କରୋନା ହଟ୍‌ସପଟ୍ ଭୁବନେଶ୍ୱରରେ ଆଜି ମଧ୍ୟ ରାପିଡ୍ ଟେଷ୍ଟିଂ ଜାରି ରହିବ। ୭ ଦିନ ମଧ୍ୟରେ ୫ ହଜାର ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ଥିବାରୁ ବିଏମ୍ସି ଏଥିପାଇଁ  ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି। ମାତ୍ର ୨୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡ଼ବ। ଏଥିପାଇଁ ୧୩ଟି ଟିମ୍ ଗଠନ ହୋଇଛି। ବିଏମ୍‌ସିର ବିଭିନ୍ନ ଜୋନ୍‌କୁ ଏହି ୧୩ ଟିମ୍ ମଧ୍ୟରେ ବଣ୍ଟା ଯାଇଛି। ନମୁନା ସଂଗ୍ରହ ସକାଳ ୮ଟାରୁ ଦିନ ୧୧ଟା ଏବଂ ଅପରାହ୍ଣ ୪ଟାରୁ ସଂଧ୍ୟା […]

  • Monday, 26 July 2021
student
ରାଜସ୍ଥାନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ: ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କଲେ ଗୁହାରି

ଭୁବନେଶ୍ୱର: ରାଜସ୍ଥାନ କୋଟାରେ ଅଟକି ରହିଛନ୍ତି ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ। ସେଠାରେ ସେମାନେ ମେଡିକାଲ୍ ଓ ଇଞ୍ଜିନିୟରିଂ କୋଚିଂ ନେଉଥିଲେ। ତେବେ ରାଜସ୍ଥାନରେ କୋରାନା ବ୍ୟାପିବା ପରେ ଆତଙ୍କିତ ଅବସ୍ଥାରେ ଥିବାରୁ ଏବଂ ଲକ୍‌ଡାଉନ୍ ପରେ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଥିବାରୁ ଏହି ଛାତ୍ରଛାତ୍ରୀମାନେ ଘରକୁ ଫେରିବାକୁ ଚାହୁଁଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ। ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି […]

  • Monday, 26 July 2021
mask
ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଗଲା ୪୩ ଜୀବନ

ନୂଆଦିଲ୍ଲୀ: ଦେଶରେ ୪୮୮ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା। ୨୪ ଘଣ୍ଟାରେ ଗଲାଣି ୪୩ ଜଣଙ୍କ ଜୀବନ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୪ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ୯୯୧ ନୂଆ ଆକ୍ରାନ୍ତ  ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୧୫ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ଭାରତରେ ଆରୋଗ୍ୟ ହାର ୧୩. ୮୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର […]

  • Monday, 26 July 2021
pm
ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଲକଡାଉନ ସମୟରେ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ଦେଶର ସମସ୍ତ ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀ। ଏମାନେ ଭାରତରେ ଶକ୍ତି ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବାରୁ ଏମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଲପିଜି ଡେଲିଭରି କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଆଜି ପ୍ରଧାନମନ୍ତ୍ରୀ ପଟ୍ରୋଲିୟମ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ରି ଟ୍ୱିଟ୍ କରି ଏଲପିଜି […]

  • Monday, 26 July 2021