ରାତି ପାହିଲେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍-୨୦୨୫। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦ୍ଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମଇଦାନ, ପୂରା ପ୍ରସ୍ତୁତ ଓଡ଼ିଶା। ଶିଳ୍ପ ପ୍ରତିଷ୍ଠା ଲାଗି ଓଡ଼ିଶାରେ ଥିବା ପ୍ରତିଟି...
ଭାରତୀୟ କ୍ରିକେଟ ଦଳର ଖେଳାଳି ଯଶପ୍ରୀତ ବୁମରା ଓ ସ୍ମୃତି ମନ୍ଧାନା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଉଭୟ ଖେଳାଳି ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଆଇସିସି କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି।
ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥିଲେ।
ଆମେରିକା ରାଷ୍ଟ୍ରପତି ଭାବେ ଦ୍ବିତୀୟ ଇନିଂସ ଆରମ୍ଭ କରୁକରୁ, ପ୍ରଥମ ଦିନରେ ବର୍ଥରାଇଟ୍ ସିଟିଜେନସିପ୍ ବା ଜନ୍ମଗତ ନାଗରିକତ୍ବ ଅଧିକାର ଆଇନରେ ସଂଶୋଧନ କରିଥିଲେ ଡୋନାଲ୍ଡ ଟ୍ରମ୍ପ୍। ଫେବ୍ରୁଆରୀ ୨୦ ପରେ ଆମେରିକାରେ ଜନ୍ମିତ ଶିଶୁଙ୍କୁ ଆପେ ଆପେ ଆମେରିକାର ନାଗରିକତ୍ବ ମିଳିବନି ବୋଲି ଏକ୍ଜିକ୍ୟୁଟିଭ୍ ଅର୍ଡର୍ ସାଇନ୍...
ଆଲୋକ ଓରଫ୍ ମୁନ୍ନା ଓରଫ୍ ବାଉରୀବନ୍ଧୁ ସେଠୀ। ଘର କଟକ ଜିଲ୍ଲା ନିଆଳି ଥାନା କୁଳଶ୍ରୀ ଗାଁରେ। ଯିଏ ୨୦ ବର୍ଷ ତଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସଂସ୍ପର୍ଶରେ ଆସି ଗାଁ ଛାଡ଼ି ମାଓ ସଂଗଠନରେ ମିଶିଥିବା ଗାଁ ଲୋକେ କହିଛନ୍ତି।
ବୁର୍ଜ ଖଲିଫା ଯାହାକି ବର୍ତ୍ତମାନ ବିଶ୍ବର ସବୁଠାରୁ ସୁଉଚ୍ଚ ବିଲ୍ଡିଂ ଏହାର ରେକର୍ଡ ଭାଙ୍ଗିବାକୁ ଯାଉଛି। ସାଉଦି ଆରବର ସହର ଜେଡାହରେ ନିର୍ମିତ ହେଉଛି ଜେଇସି ଟାୱାର। ଏହି ବିଲ୍ଡିଂର ଉଚ୍ଚତା ରହିଛି ୦.୬୨ ମାଇଲ ବା ୧ କି.ମି.।
କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା ଦେବା ନିମନ୍ତେ ପୋଶ (POSH) ଆକ୍ଟ ରହିଛି। ବର୍ତ୍ତମାନ ଏହି ଆଇନକୁ ଆହୁରି ମଜବୁତ କରିଛନ୍ତି କୋର୍ଟ। ଅନିଚ୍ଛା ସତ୍ତ୍ବେ ହାତ ମିଳାଇବାକୁ ଯୌନ ଶୋଷଣ ଭାବରେ ବିବେଚନା କରାଯିବ।
ରାଜକୁମାର ହିରାନୀଙ୍କ ନିର୍ଦ୍ଦଶିତ ଫିଲ୍ମ ଡଙ୍କିରେ ଶାହରୁଖ ଖାନଙ୍କ କୋ ଷ୍ଟାର ରହିଥିବା ବରୁଣ କୁଲକର୍ଣ୍ଣୀ କିଡନୀ ଜନିତ ସମସ୍ୟାରେ ପଡି ଗୁରୁତର ଅଛନ୍ତି। ବରୁଣ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ସପ୍ତାହରେ ଦୁଇ ଥର ଡାୟାଲିସିସର ଆବଶ୍ୟକତା ରହିଛି।
ଗେରୁଆ ବସ୍ତ୍ରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ। କପାଳରେ ଚିତା ,ହାତ ଓ ବେକରେ ରୁଦ୍ରାକ୍ଷ ମାଳା। ଏପରି ଫଟୋ ନିଜେ ତାଙ୍କ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିଛନ୍ତି।
ତାଙ୍କ କଟକ ଘରେ ଯୁବ ବିଜେଡି ନେତାଙ୍କ ମେଳି ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ । ଦଳକୁ ଏହି ଯୁବ ପିଢ଼ି ମାନେ ହିଁ ଆଗେଇ ନେବେ ବୋଲି ସେ କହିଛନ୍ତି। ଏହି ପିଢ଼ି ଦଳକୁ ଟେକ୍ ଓଭର କଲେ ବିଜେଡି ଆଗକୁ ଆଗେଇବ। ନବୀନଙ୍କ ସ୍ବପ୍ନ ସାକାର...
ଡ୍ରୋନ ଗୁଡିକ ବିନା ପାଇଲଟରେ କାର୍ଯ୍ୟ କରିବାରେ ସିଦ୍ଧହସ୍ତ। ଏହା ବ୍ୟତୀତ କେବଳ ଯୁଦ୍ଧ ନୁହେଁ ଅନ୍ୟାନ୍ୟ ମିଶନ ଗୁଡିକ ପାଇଁ ମଧ୍ୟ ଡ୍ରୋନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରେସକ୍ୟୁ ଅପରେସନ ଠାରୁ ଆରମ୍ଭ କରି ତଥ୍ୟ ସଂଗ୍ରହରେ ଏହି ଡ୍ରୋନ ଗୁଡିକର ଭୂମିକା ସବୁଠୁ ଆଗରେ।
ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଦେଶର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି। ଅର୍ଜୁନ ଇରିଗାସୀଙ୍କୁ ହଟାଇ ଗୁକେଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।
ଆଉ ଚଳିବନି ବିଶୃଙ୍ଖଳା। ବିରୋଧୀ ଦଳ ବିଧାୟକ ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ବଜେଟ୍ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ବିଶୃଙ୍ଖଳିତ ବିଧାୟକଙ୍କୁ ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ବାଚସ୍ପତି। ଯାହାକୁ ନେଇ ତେଜିଛି ରାଜନୀତି।
ଜାନୁଆରୀ ନସରୁଣୁ ରାଜ୍ୟରେ ଅନୁଭୂତ ହେଲାଣି ଗରମ। ଅନେକ ଅଞ୍ଚଳରେ ବଢିଲାଣି ତାତି। ଦିନରେ ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ରାତିରେ ବି ଫ୍ୟାନର ଆବଶ୍ୟକତା ପଡିଲାଣି। କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଜାନୁଆରୀର ତାପମାତ୍ରା।
ଜୀବନଧର୍ମୀ ମନୋରଞ୍ଜନ ଚ୍ୟାନେଲ୍ ପ୍ରାର୍ଥନା ଲାଇଫ୍ ପକ୍ଷରୁ ଆୟୋଜିତ ହୋଇଛି ଆଧ୍ୟାତ୍ମିକ ଆଲୋଚନାଚକ୍ର-ମନ୍ଥନ। ଏଥିରେ ଜୀବନ ଜିଜ୍ଞାସାକୁ ନେଇ ମତ ରଖିଥିଲେ ଖ୍ୟାତନାମା ପ୍ରବଚିକା ଜୟା କିଶୋରୀ, ମୋଟିଭେସନାଲ୍ ସ୍ପିକର ଅକ୍ଷତ ଗୁପ୍ତାଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିତ୍ବ।
ସରକାର ଆଉ ସଙ୍ଗଠନ ଭିତରେ ଥିବା ଫାଟକୁ ସଜାଡି ଆଗକୁ ବଢିବାକୁ ବିଜେପିର ପ୍ରୟାସ। ସରକାରର ମୁଖ୍ୟ ମୁଖ୍ୟମନ୍ତ୍ରୀ ଏବେ ଦଳର ମୁଖ୍ୟ ସଭାପତିକୁ ଧରି ପ୍ରଭାରୀଙ୍କ ମାନସ ମନ୍ଥନ।
ସଇତାନ ସାଜିଲା, ଜହ୍ଲାଦ ପାଲଟିଗଲା ସ୍ବାମୀ। କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି।
କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। ପୋଲିସ୍ ଆଗରେ ହତ୍ୟାକାରୀ ସ୍ବାମୀ ସବୁ ମାନିଛି।
ଗୁରୁବାର ଠାରୁ ରଣଜୀ ଟ୍ରଫି ଆରମ୍ଭ ହୋଇଥିବା ବେଳେ ଭାରତୀୟ ଦଳର ଏକାଧିକ ସୁପରଷ୍ଟାର ମଇଦାନକୁ ଓହ୍ଲାଇଥିଲେ। ତେବେ ପ୍ରଥମ ଦିନରେ ସମସ୍ତ ସୁପରଷ୍ଟାର ଖେଳାଳିଙ୍କ ଫ୍ଲପ ଶୋ ଦେଖିବାକୁ ମିଳିଛି।
କାଣି ଆଙ୍ଗୁଠି ଓ ଅନାମିକା ଆଙ୍ଗୁଠି ମଧ୍ୟରେ ଥିବା ରେଖାରୁ କୌଣସି ବ୍ୟକ୍ତି ମାନସିକ ଭାବରେ କିଭଳି ତାହା ଜଣା ପଡିଥାଏ। କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖା ମଧ୍ୟରେ ଥିବା ଦୂରତାରୁ ଏହା ନିର୍ଦ୍ଧାରଣ କରାଯାଏ।