Advertisment

Vicky Kaushal : ଭିକି କୌଶଲଙ୍କୁ ମରାଠାଙ୍କ ବିରୋଧ, ଶମ୍ଭାଜୀ ରାଓଙ୍କ ଚରିତ୍ରରେ ନାଚିଥିଲେ

ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
vicky kaushal

vicky kaushal

ଭିକି କୌଶଲରଶ୍ମିକା ମନ୍ଦାନାଙ୍କ ଅଭିନୀତ ହିଷ୍ଟୋରିକାଲ ଆକ୍ସନ ଡ୍ରାମା ଛାବା ବର୍ତ୍ତମାନ ବିବାଦରେ। ଭିକି କୌଶଲ ଓ ଏହି ଫିଲ୍ମକୁ ମହାରାଷ୍ଟ୍ରର କିଛି ଅଞ୍ଚଳରେ ବିରୋଧ କରାଯାଉଛି। ଏହି ଫିଲ୍ମଟି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥିଲେ।

Advertisment

ଫିଲ୍ମଟି ଫେବୃୟାରୀ ୧୪ ତାରିଖରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲରରେ ଏକ ଗୀତ ରହିଥିବା ବେଳେ ଏହାକୁ ନେଇ ବିବାଦ ଦେଖା ଦେଇଛି। ଉକ୍ତ ଗୀତରେ ଭିକି ଓ ରଶ୍ମିକା ନୃତ୍ୟ କରିଥିଲେ। ତେବେ ଏହି ନୃତ୍ୟକୁ ମରାଠା ସଂସ୍ଥାନ ଶମ୍ଭାଜୀ ବ୍ରିଗେଡ ପକ୍ଷରୁ ବିରୋଧ କରାଯାଇଛି। ଶମ୍ଭାଜୀ ରାଓ ରାଜେ ମରାଠା ଇତିହାସର ଜଣେ କିମ୍ବଦନ୍ତୀ ପୁରୁଷ ହୋଇଥିବା ବେଳେ ତାଙ୍କୁ ନଚାଇବାର ଆଇଡିଆକୁ ଅନେକ ନାପସନ୍ଦ କରିଛନ୍ତି।

ଅଧିକ ପଢ଼ନ୍ତୁ: ପିଠିରେ ପଶିଥିଲା ଛୁରୀ, ୬ ଘଣ୍ଟା ହୋଇଥିଲା ସର୍ଜରୀ...୫ ଦିନରେ କେମିତି ଏତେ ଫିଟ୍‌ ହେଲେ ସୈଫ୍‌ ?

Advertisment

ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଯିଏକି ବିକି କୌଶଲଙ୍କ ସହ ଫିଲ୍ମ 'ଜରା ହଟକେ ଜରା ବଚକେ' ନିର୍ଦ୍ଦେଶନା ଦେଇଥିଲେ । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଔରଙ୍ଗଜେବ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିବେ । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା, ନୀଲ ଭୂପଲମ, ପ୍ରଦୀପ ରାୱତ ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ପ୍ରଯୋଜକ ଦିନେଶ ଭିଜନ ରହିଥିବା ବେଳେ ଓସ୍କାର ବିଜୟୀ ସଙ୍ଗୀତଜ୍ଞ ଏ.ଆର. ରହମାନ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ।

୧୬୮୧ ଖ୍ରୀଷ୍ଟାବ୍ଦ ସମୟର ଟାଇମ ପିରିୟଡରେ ଏହି ଫିଲ୍ମଟି ରହିଛି। ଫିଲ୍ମରେ କଷ୍ଟ୍ୟୁମ ଓ ଲୋକେସନ ସବୁକିଛି ଅତ୍ୟନ୍ତ ଚମତ୍କାର ରହିଛି। ଏହି ଫିଲ୍ମ ପାଇଁ ଭିକି ୨୫ କିଗ୍ରା ଓଜନ କମ କରିଥିବା ବେଳେ ଘୋଡାଦୌଡ ମଧ୍ୟ ଶିଖିଛନ୍ତି। ଏହି ଫିଲ୍ମ ପ୍ରଥମେ ଡିସେମ୍ବର ୨୦୨୪ରେ ରିଲିଜ ହେବାର ଥିଲା। ମାତ୍ର ପୁଷ୍ପା-୨ ସହ କ୍ଲାଶ୍ ନ ହେବା ପାଇଁ ଏହାର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଏହି ଅଭିନେତା, ଶାହରୁଖ ଖାନଙ୍କ ସହ କରିଥିଲେ ଫିଲ୍ମ

Rashmika Mandanna Bollywood Vicky Kaushal
Advertisment
Advertisment