ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ। ସମ୍ବଲପୁର ରେଢ଼ାଖୋଲ ଗସ୍ତ ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।
ଏଣିକି ପାସ୍ପୋର୍ଟ ଭେରିଫିକେସନ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହାରାହାରି ୪ ଦିନ ମଧ୍ୟରେ ହେଉଛି ପାସ୍ପୋର୍ଟ ଭେରିଫିକେସନ୍। ପୂର୍ବାପେକ୍ଷା କମ୍ ସମୟ ମଧ୍ୟରେ ପାସ୍ପୋର୍ଟ ଭେରିଫିକେସନ ହେଉଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।
ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉତ୍ତେଜନା । ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସମ୍ପୃକ୍ତ ବେସରକାରୀ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାପଡ଼ିଛି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି। ୨୪ ଘଣ୍ଟାରେ ରାଜ୍ୟରେ ୪୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍ବର୍ଗର ୫୭ ଜଣ ଆକ୍ରାନ୍ତ ଅଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୭ ରହିଛି।
ଜିନିଷ କିଣିବାକୁ ଆସି ପ୍ରଥମେ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ତେବେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେବା ସହ ଅନ୍ଲାଇନ୍ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢେ ୩ ଲକ୍ଷ ଟଙ୍କାର ଶପିଂ କରିଥିଲେ।
ସାଙ୍ଗ ସାଥିଙ୍କ ସହ ସ୍କୁଲ୍ ଯାଉଛି ଶୁଆ। ମିଟୁ ଡାକ ଡାକି କେବେ ସାଙ୍ଗର ମୁଣ୍ଡ ଉପରେ ତ ପୁଣି କେବେ ସାଙ୍ଗର କାନ୍ଧ ଉପରେ ବସୁଛି ଶୁଆ। ସମୟରେ ସ୍କୁଲ୍ ଯାଉଛି ଆଉ ଛୁଟି ହେଲେ ଫେରୁଛି। ସ୍କୁଲ୍ କେତେବେଳେ ଖୋଲୁଛି ଆଉ କେତେବେଳେ ବନ୍ଦ ହେଉଛି ତାହା...
ନା ତାଙ୍କ ପାଖରେ ଥିଲା ଅସ୍ତ୍ର, ନା ଶସ୍ତ୍ର ନା ଅତ୍ୟାଧୁନିକ ସରଞ୍ଜାମ। ତଥାପି ବିଶାଳ ଇଂରେଜ ଶାସନକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା ତାଙ୍କ ଆଦର୍ଶ ଆଉ ଚିନ୍ତାଧାରା। ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କ...
ଭୂତ ଖାଉଛି ହିତାଧିକାରୀଙ୍କ ଭତ୍ତା। ସରକାରୀ ବ୍ୟବସ୍ଥା ଓ ଯୋଜନା କ’ଣ ଅସଲ ହିତାଧିକାରୀଙ୍କୁ ମିଳୁଛି ? କାରଣ ଭତ୍ତା ବଣ୍ଟନ ନେଇ ସରକାରୀ ବ୍ୟବସ୍ଥା ହୋଇଥିଲେ ବି ପ୍ରକୃତରେ କେତେ ହିତାଧିକାରୀଙ୍କୁ ମିଳୁଛି ତାର ଅଜବ ଚିତ୍ର ଏବେ ସାମ୍ନାକୁ ଆସିଛି।
ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ପଞ୍ଚାୟତ ଆଇନ ସଂଶୋଧନ କାର୍ଯ୍ୟକାରୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ଚିଠି କରିଛନ୍ତି ।
ପାଣି ଭିତରେ ମନ୍ଦିର ଓ ଏହାରି ଭିତରେ ଶୋଭା ପାଉଛି ମହାଦେବଙ୍କ ମନ୍ଦିର। ରାଜସ୍ଥାନ ବାଂଶବାଡ଼ାର ପ୍ରସିଦ୍ଧ ପୌରାଣିକ ସଙ୍ଗମେଶ୍ୱର ମନ୍ଦିର ବର୍ଷର ୮ ମାସ ପାଣିରେ ବୁଡ଼ି ରହେ। ୩୦୦ ବର୍ଷ ପୂର୍ବର ମନ୍ଦିର ଆଜି ବି ସୁନ୍ଦର ଓ ଆକର୍ଷଣୀୟ ରହିଛି।
ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏଣୁ ସଚେତନ ହେବାକୁ ଡିଏମ୍ଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବାକୁ ନେଇ ସେ ଅନୁରୋଧ କରିଛନ୍ତି।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାତୀୟ ରାଜପଥ ୨୦ର ଦରଖଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ମାନ ନିର୍ଦ୍ଧାରଣ ଅଧିକାରୀ ଗୁହାର ଚନ୍ଦ ପନୱାରଙ୍କ ମୃତ୍ୟୁ ଘଟିଛି।
ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ। ହେଲେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମୁହଁ ଖୋଲି ଥିଲେ।
ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ ହୋଇଛି। ଧୀରେ ଧୀରେ ଭୋଟିଂ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଛି।
ଗତକାଲି କରୋନା ସଂକ୍ରମଣ କମିଥିବା ବେଳେ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୫୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୯ ରହିଛି।
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁଆଡ଼େ ଗଲେ ମଧ୍ୟ ଅଥଳ ପାଣି ଭିତରେ ଡଙ୍ଗା ହିଁ ଭରସା। ଲୋକଙ୍କ ଦୁଃଖକୁ ବୁଝି ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସମସ୍ୟାର ସାମଧାନ ଖୁବ୍ ଶୀଘ୍ର କରାଯିବ ବୋଲି...
ବାତ୍ୟା ‘ଗୁଲାବ’ ପରେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ଯାହାର ନାଁ ‘ଶାହିନ୍’ ରଖାଯାଇଛି। ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଉତ୍ତର ପୂର୍ବ ଆରବ ସାଗରରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି।
୨୦୨୧ ମସିହା, ସେପ୍ଟେମ୍ବର ମାସ ୩୦ ତାରିଖ, ଗୁରୁବାର, କନ୍ୟା ୧୪ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ନବମୀତିଥି, ପୁନର୍ବସୁ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି। କିନ୍ତୁ ଏହା ଯେମିତି କେବଳ କାଗଜ କଲମରେ। ୨୦୧୪-୧୫ରେ ରାଉରକେଲା ସହରରେ ଆରମ୍ଭ ହୋଇଥିବା ସିଟି ବସ୍ ସେବାକୁ ଅନୁଧ୍ୟାନ କଲେ ଏହା ଯେ କେହି ବି ଜାଣିପାରିବେ।
ବୁର୍ଲା ଭିସୁଟ୍ରେ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି।