ମହାନଦୀରେ ଟଲିଲା ବନ୍ୟା ଆଶଙ୍କା। ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ। ହେଲେ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି।
ବୟସକୁ କମାଇବା ଅର୍ଥାତ୍ ଆୟୁଷ ବଢ଼ାଇବା ପାଇଁ ଚାଲିଥିବା ଗବେଷଣାରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ପୁଞ୍ଜି ବିନିଯୋଗ କରିବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି, ମହାକାଶ ଜୟ କରିବା ପରେ ଏବେ ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଛନ୍ତି ବେଜୋସ୍।...
ରାଜ୍ୟରେ ୨୪ ଘଣ୍ଟାରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୪୦୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୯୪ ରହିଛି।
ଦିନେ ସବୁଜ ବନାନୀରେ ଭରପୁର ଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବାଘୁଆପଲ୍ଲୀ ନିକଟ କାଶିଆ ପାହାଡ଼ ଏବେ ଲଣ୍ଡା ପାହାଡ଼ରେ ପରିଣତ ହେଲାଣି। ଦିନ ରାତି ଏଠାରେ ହେଉଛି ବ୍ଲାଷ୍ଟିଂ। ଆଉ ଫାଇଦା ଉଠାଉଛନ୍ତି ଏଠାରେ ଥିବା କ୍ରସର।
ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତ୍ୟୁର ୨ ଦିନ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ ଏହି ଓଡ଼ିଆ ଶ୍ରମିକ।
ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା। ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ହତ୍ୟାକାରୀ ବାପା ଓ ତାଙ୍କର ଆଉ ୨ ପୁଅଙ୍କୁ ଅଟକ ରଖିଛି।
କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି...
ବ୍ୟାଙ୍କ୍ ଆକାଉଣ୍ଟ ଚେକ୍ କରିବା ପାଇଁ ଯାଇଥିଲେ, ହେଲେ ଆକାଉଣ୍ଟରେ ୫୨ କୋଟି ଟଙ୍କା ଥିବା ଜାଣି ଉଡ଼ିଗଲା ହୋସ୍। ଜଣେ ବୃଦ୍ଧ ନିଜର ପେନସନ୍ ଆକାଉଣ୍ଟ ଚେକ୍ କରିବା ବେଳେ ଏତେ ପରିମାଣର ଟଙ୍କା ଆକାଉଣ୍ଟରେ ଥିବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆଜି ରାତି ୧୨ଟା ସୁଦ୍ଧା ସାଢ଼େ ୭ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରିବ। ତେଣୁ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସୁଛି। ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ଆଜିଠୁ ୫ ଦିନ ଯାଏ ଭୁବନେଶ୍ୱର ସବ୍କଲେକ୍ଟର ଅଫିସ ଓ ତହସିଲ ଅଫିସ ବନ୍ଦ। ଉଭୟ ଅଫିସ୍ର ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଆଜିଠୁ ୨୧ ତାରିଖ ଯାଏ ଉଭୟ ଅଫିସ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।
ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ଧୀରେ ଧୀରେ ବଢ଼ୁଥିବା ଦେଖିବାକୁ ମିଳିଛି। ଜୁଲାଇ ୧୬ରି ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଏମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିଲେ।
ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତାକାଲି ସକାଳୁ ୮ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମୁଣ୍ଡଳିରୁ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ପୁଣି ଏମାର ମଠରେ ରୂପା ଇଟା ଖୋଜା ଆରମ୍ଭ ହୋଇଯାଇଛି। ମଠରେ ଆଉ ରୂପା ଇଟା ଅଛି ନା ନାହିଁ ସେନେଇ ଯାଞ୍ଚ ଚାଲିଛି। ପୂର୍ବରୁ ୫୨୨ ଓ ପରେ ୪୨ ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ...
ନିଶାରେ ମାତାଲ ହୋଇ କିଛି ଯୁବକ ସେମାନଙ୍କର ହିତାହିତ ଜ୍ଞାନ ଭୁଲି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି। ନିଶାରେ ଏତେ ମାତାଲ୍ ଥିଲେ ଯେ, ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ।
ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ...