ନୂଆଦିଲ୍ଲୀ : ଦେଶରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ଆଇନକୁ କଡ଼ାକଡ଼ି କରିଛନ୍ତି କେନ୍ଦ୍ର ସରକାର। ଅନ ଲ ଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ ଆମେଣ୍ଡମେଣ୍ଟ ବିଲ୍-୨୦୧୯ ରାଜ୍ୟସଭାରେ ଗୃହିତ ହେବା ପରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଲାଗି ତଦନ୍ତ ଏଜେନ୍ସିଗୁଡିକୁ ଏଣିକି ଅଧିକ କ୍ଷମତା ମିଳିବ। ପୂର୍ବରୁ...
କଟକ : କଟକ ବାରବାଟୀ ଆସିବେ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ। ଫୋନି ବାତ୍ୟାରେ ବାରବାଟୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଫ୍ଲଡ ଲାଇଟ୍ ଭାଙ୍ଗିରୁଜି ଯାଇଛି। ଆସନ୍ତା ଡିସେମ୍ବର ୨୨ତାରିଖରେ କଟକରେ ୱାନଡେ ମ୍ୟାଚ୍ ଥିବାରୁ ତାପୂର୍ବରୁ ସମସ୍ତ ନିର୍ମାଣ କାମ ସାରିବା ପାଇଁ ବିସିସିଆଇକୁ...
ରାଜଗାଙ୍ଗପୁର/ ଭୁବନେଶ୍ୱର : ଚାଷୀଙ୍କ ପାଇଁ କାଳଭଳି ମାଡ଼ି ଆସୁଛି ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ। ଗୋଟିଏ ରାତିରେ ପ୍ରାୟ ୪ ଶହ କିଲୋମିଟର ଗତିକରୁଥିବା ଏ ବିଦେଶୀ ପୋକକୁ ନେଇ ଏବେ ସୁନ୍ଦରଗଡ଼ ଚାଷୀଙ୍କ ଭିତରେ ଆତଙ୍କ। କାରଣ ମକା ଫସଲରେ ଅଧିକ ଭାବେ ଦେଖାଦେଉଥିବା ଏ...
ନୂଆଦିଲ୍ଲୀ: ଦିନକୁ ଦିନ ଜଳ ସଙ୍କଟର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏକ ମାଙ୍କଡ଼ର ଟିକ୍ଟକ୍ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ଅଛି ,ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ସେ ମନଭରି ପାଣି ପିଇବା ପରେ ଟ୍ୟାପ୍ ବନ୍ଦ କରୁଛି ଏବଂ ତାପରେ ଯାଇ ସେଠାରୁ ବିଦାୟ ନେଉଛି। ପୂର୍ବତନ...
ମୁମ୍ୱାଇ : ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ। କୁଲି ଫିଲ୍ମ ଦୁର୍ଘଟଣା ପରେ ଆଜିର ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ଅମିତାଭ୍ ବଚ୍ଚନ। ତେଣୁ ଫ୍ୟାନ୍ ମାନେ ଅଗଷ୍ଟ ୨କୁ ତାଙ୍କର ଦ୍ୱିତୀୟ ଜନ୍ମ ଦିବସ ବା ପୁନର୍ଜନ୍ମ ଦିବସ ରୂପେ ପାଳିଥାନ୍ତି। ୧୯୮୨ ମସିହା ଜୁଲାଇ...
କଟକ : କଟକ ଓଏମ୍ପି ଛକ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ନାରାୟଣ ସାହୁକୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୁଲିସ। ତେବେ ଏହି ହତ୍ୟାକାଣ୍ଡରେ ଏବେ ବି ଅନେତ ତଥ୍ୟ ଲୁଚି ରହିଥିବା ବେଳେ ରାଣୀହାଟ ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତି ରହିଛି କି ନାହିଁ...
ଭୁବନେଶ୍ୱର : କଟକ ଏସ୍ସିବି ମେଡିକାଲ୍ ଆସିବେ ଜଗା ଓ କାଳିଆ। ଦିଲ୍ଲୀ ଏମ୍ସରୁ କଟକ ସ୍ଥାନାନ୍ତର ପାଇଁ ହୋଇଛି ନିଷ୍ପତ୍ତି। ଖୁବ୍ ଶୀଘ୍ର ସ୍ଥାନାନ୍ତରିତ ହେବେ ବୋଲି କହିଲେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଜଗା ଓ କାଳିଆଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର ପାଇଁ...
ଫୁଲବାଣୀ /ଚାନ୍ଦବାଲି : ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ। କନ୍ଧମାଳରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଛି। ଫଳରେ ଧାନ ଚାଷ ପ୍ରଭାବିତ ହୋଇଛି। କମ୍ ବର୍ଷା ଯୋଗୁ ଚାଷଜମି ଗୁଡିକରେ ମାଟି କାଦୁଅ ହୋଇପାରୁନି, ତେଣୁ ଚାଷୀ ତଳି ପ୍ରସ୍ତୁତ କରି...
ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଟଳିଲା। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରିଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି। ତେବେ ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବନି। କାଁ ଭାଁ ବର୍ଷା...
ଭୁବନେଶ୍ୱର : ଅକାଳରେ ଝଡ଼ିଗଲା ତିନି ତିନିଟି ଜୀବନ। ନିର୍ମାଣାଧୀନ ଓ୍ୱାଟର ସମ୍ପର ସେଣ୍ଟ୍ରି ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ। ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଲେ ସମାରନ ମୁନିଆନ, ବସୁଦେବ ମଣ୍ଡଳ ଓ ଭିଗୁରାମ ମଣ୍ଡଳ ।...
ଚେନ୍ନାଇ : ମଣିଷ ପାଟିରେ ୩୨ଟି ଦାନ୍ତ ଥିବା ସମସ୍ତେ ଜାଣିଛନ୍ତି। ହେଲେ ଯଦି ଜଣଙ୍କ ପାଟିରେ ୫୨୬ଟି ଦାନ୍ତ ଥିବ, ତା’ହେଲେ ସେ କ’ଣ କରିବ? ଚେନ୍ନାଇର ଜଣେ ୭ ବର୍ଷର ପିଲା ସହ ଏଭଳି ଘଟଣା ଘଟିଛି। ପିଲାଟିର ପାଟିରୁ ଶହେ କିଂ ୨ଶହ ନୁହେଁ,...
କୋରାପୁଟ(ସୂର୍ଯ୍ୟ ପଣ୍ଡା): ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୬ ଦିନର ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି। ଏହାକୁ ନେଇ ମେଡିକାଲ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାର୍ଲା ଲେଞ୍ଜିଗୁଡା ଗାଁର ସୁଭଦ୍ରା ଓ ପ୍ରହଲ୍ଲାଦ ସଗରିଆଙ୍କ...
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ଚିନ୍ତା। ରାଜ୍ୟର ଅନେକ ସ୍କୁଲରେ ଟଏଲେଟ୍ ନଥିବାରୁ ଶୌଚ ହେବାକୁ ପିଲା ବାହାରକୁ ଯାଉଛନ୍ତି। ଆଉ କେତେକ ଜାଗାରେ ଟଏଲେଟ୍ ଥିଲେ ବି ବ୍ୟବହାର ଅନୁପଯୋଗୀ। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ଆଜି ବିଧାନସଭାରେ...