ଲାଉଡରହିଲ୍: ଜବରଦସ୍ତ ଫର୍ମରେ ଥିବା ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଛନ୍ତି। ପ୍ରଥମ ଟି-୨୦ରେ ୨୪ ରନ୍ କରି ଆଉଟ୍ ହୋଇଥିବା ରୋହିତ୍ ଆଜି କୌଣସି ଭୁଲ୍ ନକରି ୪୦ ବଲରେ ନିଜର ୧୭ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅର୍ଦ୍ଧଶତକ ମାରିବା ପରେ ରୋହିତ୍...
ଅନୁଗୁଳ( ବିରଜା ଦାସ) : ନାତୁଣୀକୁ ନିର୍ଦ୍ଦୟ ଭାବେ ମାଡ଼ ମାରିଥିବା ପିଶାଚୀ ଜେଜେ ମାଆ ଗିରଫ। ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଗଡଡରାସ ଗାଁରେ ନାତୁଣୀକୁ ନିର୍ଦ୍ଦୟ ଭାବେ ମା଼ଡ଼ ମାରିଥିବା ଅଭିଯୋଗରେ ତାର ଜେଜେମାଆ କୁମୁଦିନୀ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।...
ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ନେଇ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆସିଛି। ହେଲେ ସତ ପଦାକୁ ଆସିପାରିନି। ରହସ୍ୟ ଘେରରେ ରହିଯାଇଛି କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲା। ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ମଧ୍ୟ ଘଟଣା...
ଭୁବନେଶ୍ୱର: ସୁଖରେ ଦୁଃଖରେ ଯିଏ ପାଖରେ ରହି ମନୋବଳ ବଢ଼ାଏ। ନିଜ କଷ୍ଟ ଭୁଲି ଯିଏ ଅନ୍ୟକୁ ହସାଏ, ତାକୁ ବନ୍ଧୁ କୁହାଯାଏ। ବନ୍ଧୁଙ୍କ ସହ ବିତାଇଥିବା ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ସାରା ବିଶ୍ୱ ପାଳୁଛି ଫ୍ରେଣ୍ଡସିପ୍ ଡେ’। ଆଉ ଏବେକାର ଟ୍ରେଣ୍ଡରେ ବନ୍ଧୁତା ଦିବସ...
ଭୁବନେଶ୍ୱର : କମିଶନରେଟ୍ ପୁଲିସର ଚାଞ୍ଚଲ୍ୟକର ଖୁଲାସା। ଆପାର୍ଟମେଣ୍ଟରେ ନକଲି ମଦ କାରବାରର ପର୍ଦ୍ଦାଫାସ୍। ନାମୀଦାମୀ ବ୍ରାଣ୍ଡର ବୋତଲ ସହ ବ୍ରାଣ୍ଡେଡ୍ ଠିପି, ଲେବଲ ଓ ମଦ ତିଆରି ସାମଗ୍ରୀରେ ଅସଲି ନାଁରେ ନକଲି ମଦ ତିଆରି କରି ଚାଲୁଥିଲା ବେଧଡ଼କ ବେପାର। ଧଉଳି ନିକଟ ବାପୁଜୀ ହାଇଟ୍...
କଟକ : ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ (OPSC) ପରୀକ୍ଷା ପରିଚାଳନାରେ ବିଭ୍ରାଟ ଯୋଗୁ ମେଧାବୀ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହେଉଛନ୍ତି। ପରୀକ୍ଷାରେ ଭଲ କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମାର୍କ ବାରମ୍ବାର ବଦଳି ଯାଉଛି। ଏପରିକି, ଖାତାର ନକଲ ପାଇବା ପାଇଁ ଲାଗୁଛି ଦେଢ଼ ବର୍ଷ। ଓପିଏସ୍ସିରେ...
ପୁରୀ : ପୁରୀ ବଡ଼ଦାଣ୍ଡରେ ଗତଥର ଭଳି ରବିବାର ବଡ଼ଦାଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବଦଦାଣ୍ଡରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକତା ପରିବେଶ। କେଉଁଠି ପଞ୍ଚବର୍ଣ୍ଣ ମୁରୁଜରେ ମହିଳା ମାନେ ପକାଇଥିଲେ ପାରମ୍ପରିକ ଝୋଟି ଚିତା ତ ପୁଣି କେଉଁ ମୁରୁଜରେ...
ଝାରସୁଗୁଡ଼ା : ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସୋମବାର ଠାରୁ ଡିଭିଓଆର ମେସିନ କାର୍ଯ୍ୟକ୍ଷମ କରାଯିବ। ଏହା ଦ୍ୱାରା ମେଘୁଆ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ ଅସୁବିଧା ହେବନାହିଁ। ଆଜି ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନ ସୂଚନା ଦେଇଛନ୍ତି। ଗତ କିଛି...
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ କୁଇକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର୍ ମିସାଇଲ୍ (QR-SAM)ର ସଫଳ ପରୀକ୍ଷଣ ହୋଇଛି। ୧ ନମ୍ବର ଲଞ୍ଚପ୍ୟାଡ୍ରୁ ଛଡ଼ାଯାଇଥିବା ଏହି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ‘ବଂଶୀ’କୁ ସଫଳତାର ସହ ଧ୍ୱଂସ କରିଥିଲା QR-SAM। ଏହାକୁ ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଛଡ଼ାଯାଇଥିଲା।...
ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଜି...
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଜେଡି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଆଜି ବିରୋଧର ସାମ୍ନା କରିବାକୁ ପଡ଼ିଛି। ଏକ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ତିର୍ତ୍ତୋଲ ବିଧାୟକଙ୍କ ସମର୍ଥକମାନେ ରାସ୍ତାରେ ଶୋଇ ତାଙ୍କୁ ବିରୋଧ କରିଥିଲେ। ଫଳରେ ସାଂସଦ ହଟହଟା ହୋଇଥିଲେ। ତିର୍ତ୍ତୋଲ...
ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୁଆ ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଗତକାଲି ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍ ଅଭିଯୁକ୍ତକୁ ଗତକାଲି ସନ୍ଧ୍ୟାଠୁ ଅଟକ ରଖି ପଚରାଉଚରା କରୁଛି। ଜୁଲାଇ ୩୧ ତାରିଖରେ...
ସାଲେପୁର(ମନୋଜ ଆଚାର୍ଯ୍ୟ): ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନେମାଳ ବଟରୁ ପୁଲିସ ନାଁ କହି ଜଣେ ଯୁବକଙ୍କୁ ୬ ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ନେମାଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଆଜି ଏପରି ଅପହରଣ କାଣ୍ଡ ଘଟିଛି। ହେଲେ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କୁ...
ଭୁବନେଶ୍ୱର : ବଦଳିପାରେ ରାଜ୍ୟସ୍ତରୀୟ ପରେଡ୍ ସ୍ଥଳ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଏଥର ସ୍ୱାଧୀନତା ଦିବସରେ ପରେଡ଼ ହୋଇନପାରେ। ମହାତ୍ମା ଗାନ୍ଧି ମାର୍ଗ ବଦଳରେ ରାଜଧାନୀର ଅନ୍ୟ କୌଣସି ସ୍ଥାନରେ ପରେଡ଼ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ସହରରେ ବିଭିନ୍ନ ସ୍ଥାନ ବଛା...
ନୂଆଦିଲ୍ଲୀ : ସଂସଦ ଭବନ ପରିସରରେ ଦଳୀୟ ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ସଂସଦର ଲାଇବ୍ରେରୀ ହଲ୍ରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଦୁଇ ଦିନିଆ ପ୍ରଶିକ୍ଷଣ...
ଦିଲ୍ଲୀ ( ଶିବାନନ୍ଦ) : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଅନ୍ତରୀଣ ଆବେଦନର ଶୁଣାଣି ଘୁଞ୍ଚିଲା। ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି। ସେହିପରି ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣି ସେମ୍ବେର ୨୮ ତାରିଖକୁ ଘୁଞ୍ଚିଛି।...
କଟକ : କଟକ ସିଡିଏ କୃଷକ ବଜାର ଅଞ୍ଚଳରୁ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। କୃଷକ ବଜାର ଅଞ୍ଚଳରେ କିଛି ବର୍ଷ ହେଲା ବେଆଇନ ଭାବେ ବସ୍ତି ଗଢ଼ି ଉଠିଥିଲା । ତେବେ ଆଜି ତହସିଲଦାରଙ୍କ...