ଭୁବନେଶ୍ୱର : ରାଜ୍ୟରେ ଏକ ବଡ଼ଧରଣର ଜିଏସ୍ଟି ଠକେଇ ଧରାପ଼ଡିଛି। ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗରେ ଟିଟିଲାଗଡ଼ ଖଣି ବ୍ୟବସାୟୀ ତୀର୍ଥଙ୍କର ପଟେଲ ଗିରଫ ହୋଇଛନ୍ତି। ରାଜ୍ୟ ଜିଏସଟି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ପୁଲିସ ତୀର୍ଥଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...
ଭୁବନେଶ୍ୱର : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ବସ୍ ସେବା କ୍ଷେତ୍ରରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା। ଭୁବନେଶ୍ୱରକୁ ମିଳିବ ୫୦ଟି ଇଲେକ୍ଟ୍ରି ବସ୍। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍ ଯୋଗାଇ ଦିଆଯିବ। ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ...
ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଆଉ ଏକ ବେଆଇନ ଗୁଟଖା ଫ୍ୟାକ୍ଟ୍ରି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଠାବ କରିଛି । ବଡ଼ବଜାର ଥାନା ନିକଟସ୍ଥ ପାଣିଗ୍ରାହୀ ପେଣ୍ଠ ସାହିରେ ଏକ ଘରର ଉପର ମହଲାରେ ଚାଲିଥିବା ଏହି ଗୁଟଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରି ସେଠାରୁ ୧୧୦ବସ୍ତା ଗୁଟଖା,...
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଗାଁ ନିକଟରେ ବୁଲୁଛି କଲରାପତରିଆ ବାଘ। ଗତ ଦୁଇ ତିନି ଦିନ ହେଲାଣି ଜିଲ୍ଲାର ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ଗାଁ ପାଖରେ ବାଘ ୨ଟିକୁ ଦେଖି...
କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ସୁଖୋଇ ଫ୍ୟାକ୍ଟ୍ରିରେ ଆଜି ଅଘଟଣ ଘଟିଛି। କମ୍ପ୍ରେସର ଫାଟି ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ହାଲ୍ର ମେକାନିକ୍ ହେଡ୍ ସୁଦାମ ମହାନ୍ତି...
ନୂଆଦିଲ୍ଲୀ : ଭାରତ ପାଇଁ ସବୁଠୁ ବଡ଼ ବିପଦ ଏହାର ପଡ଼ୋଶୀ ଦେଶ। ଆଜି ଏପରି କିଛି ବୟାନ ରଖି ପାକିସ୍ତାନକୁ ଇସାରାରେ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନିଜ ବନ୍ଧୁଙ୍କୁ ପରିବର୍ତ୍ତନ କରିପାରିବେ କିନ୍ତୁ ପଡ଼ୋଶୀଙ୍କୁ ନୁହେଁ। ଆଉ ଭାରତର ପଡ଼ୋଶୀ ଯେଭଳି ରହିଛନ୍ତି...
ଭୁବନେଶ୍ୱର : ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ ନୂଆ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଫୋକସ୍। ତା ଛଡ଼ା ଏବେ ବଦଳିବ ରାଜ୍ୟ ପୁଲିସର ତଦନ୍ତର ତରିକା। ଆଉ ପୁରୁଣା ପଦ୍ଧତି ନୁହେଁ, ଅନୁସନ୍ଧାନରେ ନୂଆ ନୂଆ ଟେକ୍ନୋଲୋଜିକୁ ଦିଆଯିବ ଗୁରୁତ୍ୱ। ପୁଲିସ ଡିଜି ଭାବେ...
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ଗତକାଲି ଦିଲ୍ଲୀ ଏମ୍ସଠାରେ ପରଲୋକ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ହୃଦ୍ଘାତ ପରେ ତାଙ୍କୁ ଏମ୍ସ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।...
ଭଦ୍ରକ(ତପନ ସ୍ୱାଇଁ): ପ୍ରେମିକ ପ୍ରବର ଭାଇ ସହିତ ମିଶି ଭଉଣୀ, ତାର ନିଜ ସାଙ୍ଗକୁ ଅପହରଣ କରିବା ପରେ ତାକୁ ମାଡ଼ ମାରି ସାଳନ୍ଦୀ ନଦୀ କୂଳ ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଗଲେ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ...
ନୂଆଦିଲ୍ଲୀ : ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲ କର୍ପୋରେସନର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ, ଇଣ୍ଡିଆନ୍ ଅଏଲର କର୍ପୋରେଟ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରେଟ ଫାଇନାନ୍ସ) ଏବଂ ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ ଗୁପ୍ତା ପୂର୍ବରୁ କର୍ପୋରେଟ...
ଇସ୍ଲାମାବାଦ : ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ମହାଭାରତ ପୋଷ୍ଟରକୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା। ଇସ୍ଲାମାବାଦ୍ର ବିଭିନ୍ନ ସ୍ଥାନରେ ଆଜି ମହାଭାରତ-ଏ ଷ୍ଟେପ୍ ଫରଓ୍ୱାର୍ଡ ଶୀର୍ଷକରେ ଶହ ଶହ ସଂଖ୍ୟାରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଏଏନ୍ଆଇ ଟୁଇଟ୍ କରିଥିବା ରାଜ୍ୟସଭାରେ ଶିବସେନା ସାଂସଦ ସଂଜୟ ରାଉତଙ୍କ...
ଭଦ୍ରକ : ଭୀଷଣ ଭୋକ! ଖାଲି ଇଟା, ବାଲି, ସିମେଣ୍ଟ ନୁହେଁ, କେଉଁଠି କେଉଁଠି ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ଗିଳି ଦେଇଛନ୍ତି ପୁରା ସ୍କୁଲ୍ ଘର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ର ୧୬ରୁ ଅଧିକ ସ୍କୁଲ୍ରେ ଏମିତି ପ୍ରାୟ ୬୦ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ...
ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ବର୍ଷା ଯୋଗୁ ଏହି ମ୍ୟାଚ୍ ପ୍ରାୟ ୧ ଘଣ୍ଟା ବାଧାପ୍ରାପ୍ତ ହୋଇଛି, ଯେଉଁଥିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି।...
ଭୁବନେଶ୍ୱର : ରାଜ୍ୟରେ ମାସ ମାସ ଧରି ଖାଲି ପଡ଼ିଛି ବିଭିନ୍ନ କମିଶନର ଅଧ୍ୟକ୍ଷ ପଦ। ଏଥିରେ ଅଛି ଗୁରୁତ୍ୱପୂର୍ଣ୍ଣ ମହିଳା କମିଶନ, ଭିନ୍ନକ୍ଷମ କମିଶନ ଓ ଖାଦ୍ୟ କମିଶନ। ଫଳରେ ଦୂରଦୂରାନ୍ତରୁ ଗୁହାରି କରିବାକୁ ଆସି ନିରାଶ ହେଉଛନ୍ତି ଅସହାୟ ଲୋକେ। ଚର୍ଚ୍ଚା ହେଉଛି ମହିଳା କମିଶନ...