• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

flood
ସୁଧୁରୁଛି ସ୍ଥିତି: ଲଗାଣ ବର୍ଷା ଓ ବନ୍ୟାରେ ୩ ଲକ୍ଷ ପ୍ରଭାବିତ, ୬୪ହଜାର ଲୋକ ସ୍ଥାନାନ୍ତର

ଭୁବନେଶ୍ୱର : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ବନ୍ୟା ଜଳ ମାଡ଼ିଯିବା ଯୋଗୁ ରାଜ୍ୟର ୧୧ଟି ଜିଲ୍ଲାର ୩୯ଟି ବ୍ଲକ୍ ଓ ୯ଟି ସହରାଞ୍ଚଳର ମୋଟ ୨ଲକ୍ଷ ୯୬ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୬୪,୩୫୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର...

rakhi
ଦେଶବ୍ୟାପୀ ରକ୍ଷାବନ୍ଧନର ଉଲ୍ଲାସ

ଭୁବନେଶ୍ୱର : ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସାହ। ଗାଁରୁ ସହର, ପଲ୍ଲୀଠୁ ଦିଲ୍ଲୀ। ଫୁଲ-ଚନ୍ଦନ, ଧୂପ-ଦୀପ ଦେଇ ପ୍ରଥମେ ବନ୍ଦାପନା। ଆଉ ତା ପରେ ମିଠା-ପିଠା ଖୁଆଇ ଭାଇ ହାତରେ ଅତି ସରାଗରେ ରାକ୍ଷୀ ବାନ୍ଧିଛି ଗେହ୍ଲି ଭଉଣୀ । ସଂପର୍କର ଏ ବନ୍ଧନ ଏଇଠି ଅଟକିନି। ପିଏମ୍ଓରେ...

cm
ଲୋକଙ୍କୁ ଫୋନ୍ କରି ସମସ୍ୟା ବୁଝିବେ ନବୀନ

ଭୁବନେଶ୍ୱର : ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ କରି ଲୋକଙ୍କ ସମସ୍ୟା ବୁଝିବା ସହ ପ୍ରଶାସନର କାର୍ଯ୍ୟକାରିତା ନେଇ ବି ନେବେ ଫିଡ୍‌ବ୍ୟାକ। ଏଥିପାଇଁ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକ ନୂଆ...

student
ପରିବେଶକୁ ସୁରକ୍ଷା ଦେଉଥିବା ଗଛକୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ

କୋଣାର୍କ(ସଂଜୟ ପତି) :  ବାତ୍ୟା ଫୋନିରେ ଧ୍ୱସ୍ତ ବିଧ୍ୱସ୍ତ ସବୁଜିମାକୁ ଫେରାଇ ଆଣିବା ପାଇଁ ବୃକ୍ଷରେ ରାକ୍ଷୀ ବାନ୍ଧିଲେ ବାତ୍ୟା ବିପନ୍ନ ଅଞ୍ଚଳର ଛାତ୍ରୀ। ପବିତ୍ର ରକ୍ଷା ବନ୍ଧନ ଅବସରରେ ପୁରୀ ଜିଲ୍ଲାରେ ଫୋନି କ୍ଷତିଗ୍ରସ୍ତ ନିମାପଡା ଅଞ୍ଚଳରେ ଛାତ୍ରୀ ମାନେ ବୃକ୍ଷରାଜିରେ ରକ୍ଷା ବନ୍ଧନ କରି ପରିବେଶ...

naveen flag
ଯାହାଙ୍କର କଥା କହିବାର ଦକ୍ଷତା ନାହିଁ ସେ ଫୋନ୍‌ରେ କଣ କହିବେ : ବିଜେପି

ଭୁବନେଶ୍ୱର : ଏଣିକି ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜେ ଲୋକଙ୍କୁ ଫୋନ କରି ସେମାନଙ୍କ ସମସ୍ୟା ବୁଝିବେ। ଆଜି ସ୍ୱାଧୀନତା ଦିବସ ସମାରୋହ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ବିରୋଧୀ ସମାଲୋଚନା କରିଛନ୍ତି। ସ୍ୱାଧୀନତା ଦିବସ...

pollice
ବିଦ୍ୟାଳୟରେ ପଶି ଛାତ୍ରୀଙ୍କ ଫଟୋ ଉଠାଉଥିଲା ; ବାରଣ କରିବାରୁ ଶିକ୍ଷକଙ୍କୁ ମାଡ଼ ମାରିଲା ଯୁବକ

ବାସୁଦେବପୁର( କିରୀଟି ଦାସ) : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଢୁଆଁ ଉପେନ୍ଦ୍ର ପ୍ରସାଦ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବିଦ୍ୟାଳୟ ପରିସରରେ ପଶି ଛାତ୍ରୀ ମାନଙ୍କ ଫଟୋ ଉଠାଉଥିବା ବେଳେ, ପ୍ରଧାନ ଶିକ୍ଷକ ବାରଣ...

long flag
ରାଉରକେଲାରେ ୧୭ କି.ମି.ର ତ୍ରିରଙ୍ଗା ପତାକା ପ୍ରଦର୍ଶନ

ରାଉରକେଲା : ସ୍ୱାଧୀନତା ଦିବସ ଅବସରରେ ରାଉରକେଲାରେ ପ୍ରଦର୍ଶନ କରାଯାଇଛି ପ୍ରାୟ ୧୭ କିଲୋମଟରର ତ୍ରିରଙ୍ଗା। ଏଥିପାଇଁ ଏକ ବିରାଟ ଶୋଭାଯାତ୍ରା ମଧ୍ୟ କରାଯାଇଛି। ହନୁମାନ ବାଟିକା ଛକରୁ ଆରମ୍ଭ ହୋଇଥିଲା ଏହି ଶୋଭାଯାତ୍ରା।  ରାଉରକେଲାର ‘ସ୍ମାଇଲ ଫର୍ ଏଭର୍’ ଅନୁଷ୍ଠାନ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ କରାଯାଇଥିଲା।...

naveen
ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ

ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଲିସ, ଅଗ୍ନିଶମ ଓ କାରାଗାର...

snake bite2
ଅନ୍ଧ ବିଶ୍ୱାସର କୁପରିଣତି ; ସାପ କାମୁଡ଼ିବା ପରେ ମେଡିକାଲ୍ ନନେଇ ପୂଜାର୍ଚ୍ଚନା, ଚାଲିଗଲା ଜୀବନ

ଗଞ୍ଜାମ  : ଅନ୍ଧ ବିଶ୍ୱାସର କୁପରିଣତି। ସାପ କାମୁଡ଼ିବା ପରେ ତୁରନ୍ତ ଡାକ୍ତରଖାନା ନନେଇ ଝଡ଼ାଫୁଙ୍କା, ପୂଜାର୍ଚ୍ଚନା କରାଯାଉଛି। ଯାହାକି ବ୍ୟକ୍ତିର ମୃତ୍ୟୁ ଘଟୁଛି। ଏପରି କିଛି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ। ବୁଗୁଡ଼ା ଗୋଲା ସାହିର ଶିବପାତ୍ରଙ୍କୁ ଗତକାଲି ସାପ କାମୁଡ଼ିଥିଲା। ଏହାପରେ ତାଙ୍କୁ...

gale
ତୃତୀୟ ଦିନିକିଆ: ଗେଲ୍ ଝଡ଼ ପରେ ବର୍ଷାର ଆଗମନ

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୨ ଓଭରରେ ୨ ୱିକେଟ୍ ହରାଇ ୧୫୮ ରନ୍ କରିଛି। ଶାଇ ହୋପ୍ ୧୯...

jauna
ପୂର୍ଣ୍ଣିମା ଓ ଜଉନାଙ୍କୁ ପ୍ରତାରଣା!

ଭୁବନେଶ୍ୱର : ରାଜ୍ୟର ଦୁଇ ଅଗ୍ରଣୀ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁଙ୍କୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ପୂର୍ଣ୍ଣିମା ଓ ଜଉନା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶ ପାଇଁ ଅନେକ ସଫଳତା ମଧ୍ୟ ଆଣିଛନ୍ତି।...

pk
ପିଓକେରେ ଆକ୍ରମଣ କରିବାକୁ ଯୋଜନା କରୁଛି ଭାରତ : ପାକ୍‌ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇ ପଡ଼ିଥିବା ପାକିସ୍ତାନ, ଏବେ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିଛି। ଏହି ଅପପ୍ରଚାରର କମାଣ ଖୋଦ୍‌ ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ ଖାନ୍‌ ଧରିଛନ୍ତି। ଆଜି ପାକିସ୍ତାନର ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧନ କରି ଇମ୍ରାନ୍‌ ଖାନ୍‌...

speech
ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ : ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଉଚ୍ଛେଦ କରିଥିବା ଧାରା ୩୭୦ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ଏବଂ ଜମ୍ମୁ-କଶ୍ମୀର ଓ ଲଦାଖ ବିଭାଜନ...

dengu
ଡେଙ୍ଗୁ ବାହକ ସାଜିଛନ୍ତି ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ

ଭୁବନେଶ୍ୱର : ରାଜ୍ୟ ବାହାରୁ ଆସୁଛି ଡେଙ୍ଗୁ ଡର। କାମ ଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକେ ରୋଗ ଧରି ଓଡ଼ିଶା ଫେରିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି।  ଚଳିତ ମାସର ପ୍ରଥମ ୧୩ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୯ ଡେଙ୍ଗୁ ରୋଗୀ।  ରାଜ୍ୟରେ...

bolangiri-4
କାହିଁକି ବୁଡ଼ିଲା ବଲାଙ୍ଗିର ସହର ? ମୂଷଳ ଧାରାର ବର୍ଷା ନା ମନୁଷ୍ୟକୃତ ବିପର୍ଯ୍ୟୟ ?

ବଲାଙ୍ଗିର : ୨୪ ଘଣ୍ଟା ବନ୍ୟାରେ ଘାଣ୍ଟି ସହରରୁ ଜଳପ୍ରଳୟ ଫେରିଯାଇଛି। ଛାରଖାର, ନାରଖାର ହୋଇଯାଇଛି ସବୁ। କେଉଁଠି ପୋଲ ଭାଙ୍ଗି ସହର ଭିତରେ ବିଚ୍ଛିନ୍ନାଞ୍ଚଳ ପାଲଟିଯାଇଛି କିଛି ଅଞ୍ଚଳ, ତ ଆଉ କେଉଁଠି ବିପର୍ଯ୍ୟସ୍ତ ଭିତ୍ତିଭୂମି। ରାଜରାସ୍ତା, ଜାତୀୟ ରାଜପଥ ସବୁଠି ବଡ଼ ବଡ଼ ଘାଇ। ସାହିବସ୍ତି...

MODI
ଯେତେବେଳେ ମୋଦିଙ୍କୁ ସୁଷମା କହିଥିଲେ,‘ଆରେ ଭାଇ ଏମିତି ହୁଏନି’

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତ ସପ୍ତାହର ମଙ୍ଗଳବାର ରାତିରେ ପରଲୋକ ହୋଇଥିଲା। ଗତକାଲି ତାଙ୍କ ସ୍ମୃତିରେ ବିଜେପି ପକ୍ଷରୁ ନୂଆଦିଲ୍ଲୀରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ତାଙ୍କୁ ସମେସ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ସ୍ମୃତିଚାରଣ...

loot bbsr
ରାଜଧାନୀରେ ସକ୍ରିୟ ଲୁଟେରା ; ମାଆ ବେକରୁ ସୁନା ଚେନ୍‌ ଝାମ୍ପି ନେଲାବେଳେ ଧରିଲେ ପୁଅ

ଭୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱରରେ ୫ଟି ଏନକାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ଦିନ ଦି’ପହରରେ ଜଣେ ମହିଳାଙ୍କ ଠାରୁ ଚେନ ଲୁଟ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ ବୁଦ୍ଧି ଯୋଗୁ ଧରାପଡ଼ିଛନ୍ତି ଦୁଇ ଲୁଟେରା। ଏହି ଘଟଣା ମଞ୍ଚେଶ୍ୱର ଥାନା ଭାଗବତ ସଂଧାନ...