• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

class
ଡିଜିଟାଲ୍ କ୍ଲାସରୁମ ସାଙ୍ଗକୁ ଚମକୁଛି ଶୌଚାଳୟ: ଚକାଚକ୍‌ କ୍ୟାମ୍ପସରେ ପଢ଼ୁଛନ୍ତି ଗ୍ରାମାଞ୍ଚଳର ପିଲା

ଧର୍ମଗଡ଼ ( ଇଙ୍ଗିତ ପଣ୍ଡା) : ସବୁଜିମାର ପରିସୀମା ଭିତରେ ଚକାଚକ୍ ସ୍କୁଲ କ୍ୟାମ୍ପସ। ସ୍ୱଚ୍ଛ ପରିବେଶ, ସ୍ୱାସ୍ଥ୍ୟକର ପରିସର। ଚମକୁଛି କ୍ଲାସରୁମ୍, ହାଇଜେନିକ କିଚେନ୍ ସାଙ୍ଗକୁ ସଫାସୁତରା ଶୌଚାଳୟ। କେବଳ ଏତିକି ନୁହେଁ, ଆକର୍ଷଣୀୟ ଲାଇବ୍ରେରୀ ସାଙ୍ଗକୁ ଡିଜିଟାଲ୍ କ୍ଲାସରୁମ୍ ବି ଅଛି ପିଲାଙ୍କ ପାଇଁ ।...

lata-modi
ଲତା ଦିଦି, ପ୍ରଣାମ ! ମୁଁ ନରେନ୍ଦ୍ର ମୋଦି କହୁଛି

ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଗତକାଲି ଥିଲା ତାଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବା ପୂର୍ବରୁ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଯାହା କଥାବାର୍ତ୍ତା ହୋଇଥିଲା, ତାହା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କୀ ବାତ୍‌’ରେ ଶୁଣିବାକୁ...

app
ଏଣିକି ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବ ‘ସହାୟତା ମୋବାଇଲ ଆପ’

ଭୁବନେଶ୍ୱର : ଏଣିକି ପ୍ରତି ରବିବାର ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ସମସ୍ୟା ଶୁଣିବ କମିଶନରେଟ ପୁଲିସ। ଏହି ସମୟ ମଧ୍ୟରେ ପ୍ରତି ଥାନାରେ ଥାନାଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ତା ସହିତ ନିଜ ନିଜ ପ୍ରେମିସେସରେ ସିସିଟିଭି ଲଗାଇବାକୁ ଅନୁରୋଧ କରିଛନ୍ତି ପୁଲିସ କମିଶନର।...

std4
ଶିକ୍ଷକ ବଦଳରେ ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ଜଣେ ସହପାଠୀ

ତେଲକୋଇ (ଚିନ୍ମୟ କୁମାର ସାହୁ) : ଶିକ୍ଷକ ବଦଳରେ ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ଜଣେ ସହପାଠୀ। ଗୋଟିଏ ଶ୍ରେଣୀରେ ନୁହେଁ, ବିଦ୍ୟାଳରେ ଥିବା ୮ଟି ଶ୍ରେଣୀର ଦୃଶ୍ୟ ପ୍ରାୟ ଏକାଭଳି। ତେବେ କାହିଁକି ଏଭଳି ଅବସ୍ଥା ? ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଶିକ୍ଷକରେ...

crcc
ଘୋଡ଼ା ପିଠିରେ ଯାତ୍ରା କରି ସ୍କୁଲ୍‌ର ତଦାରଖ କରୁଛନ୍ତି ସିଆରସିସି

ମାଲକାନଗିରି : ଶିକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ କେତେବେଳେ ଘୋଡ଼ା ପିଠିରେ ଯାତ୍ରା ତ ପୁଣି କେତେବେଳେ ବିପଦପୂର୍ଣ୍ଣ ନୌଯାତ୍ରା। ଏଭଳି ନିଷ୍ଠାପର  କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ମାଲକାନଗିରି ତାପରନେତ୍‌ଲାର ସିଆରସିସି ସାଧନ ସରକାର।  ଜିଲ୍ଲାର ଦୁର୍ଗମ ସ୍ୱାଭିମାନ ଅଞ୍ଚଳକୁ ସେ ଏଭଳି ଢଙ୍ଗରେ ଯାତ୍ରା କରୁଛନ୍ତି।...

labourer
ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଜଗତସିଂହପୁର : ଜଗତସିଂହପୁରରେ ଅଘଟଣ। ସଦର ଥାନା ଅନ୍ତର୍ଗତ ସୁଜଙ୍ଗ ଗାଁରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ସକାଳୁ ସୁଜଙ୍ଗ ଗାଁରେ ଏକ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକ ପ୍ରକାଶ ବାରିକ ଓ ମରିଚାପଡ଼ା ଗାଁର ରାଜୁ ଭୋଇ ଗୁରୁତର...

RAPE
ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା : ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କଲେ ପୀଡ଼ିତା। ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଲା ପୁଲିସ୍। ଗତ ୨୨ ତାରିଖରେ ରାଉରକେଲା ସେକ୍ଟର-୭ ଥାନା ଅଞ୍ଚଳରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଏକ...

d.raja
ମୁଖ୍ୟମନ୍ତ୍ରୀଙ୍କୁ ଡି.ରାଜାଙ୍କ ଟାର୍ଗେଟ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ। କଟକରେ ସେ ଅଭିଯୋଗ କରିଛନ୍ତି, ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ୱର ବଦଳି ଯାଇଛି।  କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା...

diabetics
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ତେବେ ବିଳମ୍ବ କରନ୍ତୁନି....

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍‌ରେ ଆପଣ ଆକ୍ରାନ୍ତ ତ ଚିନ୍ତା ମୁକ୍ତ...

ପପ
ହାଓଡି ବିକାନେର୍‌ କହି ରାଜସ୍ଥାନବାସୀଙ୍କୁ ଓଡ଼ିଶା ନିମନ୍ତ୍ରଣ କଲେ ବୈଜୟନ୍ତ

ବିକାନେର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ରାଷ୍ଟ୍ରୀୟ ଏକତା ଅଭିଯାନ ପାଇଁ ରାଜସ୍ଥାନର ବିକାନେର ଗସ୍ତ କରିଛନ୍ତି। ସେ ଏହି ଅବସରରେ ଆୟୋଜିତ ଏକ ବୈଠକରେ ହାଓଡି ବିକାନେର୍‌ କହି ଜନତାଙ୍କୁ ସମ୍ବୋଧନ କରିବା ସହ ଓଡ଼ିଶା ଆସିବାକୁ ମଧ୍ୟ ରାଜସ୍ଥାନବାସୀଙ୍କୁ...

odisha
ଦାଗୀ, ଦୁର୍ନୀତିଗ୍ରସ୍ତ ଓ ଅଳସୁଆ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର : ରାଜ୍ୟର ଦାଗୀ, ଦୁର୍ନୀତିଗ୍ରସ୍ତ ଓ ଅଳସୁଆ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ସରକାରୀ ଚାକିରିରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ପଡ଼ିପାରେ। ରାଜ୍ୟ ସରକାର ନିଜର ୩୨ ବର୍ଷ ପୁରୁଣା ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ନିୟମିତ...

life
ଶିକୁଳିରେ ବନ୍ଧା ପଡ଼ିଛି ଜୀବନ

ଯାଜପୁର(ଗୁଲାମ ଗସ୍‌): ଜୀର୍ଣ୍ଣଶୀର୍ଣ୍ଣ ଦୁର୍ବଳ ଶରୀର ମୁହଁରେ ଲମ୍ବା ଦାଢି। ଆଉ ହାତ ଗୋଡରେ ପଡ଼ିଛି ବେଡି। ଭଙ୍ଗା ଦଦରା ନୂଆଁଣିଆ ଚାଳଛପର ଘରର ଗୋଟିଏ ଅନ୍ଧାର କୋଠରୀରେ ବସି ବାହାରକୁ ଚାହିଁ ରହିଛନ୍ତି। ଏଭଳି ଅବସ୍ଥାରେ ଗୋଟିଏ କୋଠରୀ ଭିତରେ ଦୀର୍ଘ ୩୦ ବର୍ଷ ହେଲାଣି କଟୁଛି...

bijepur
ବିଜେପୁର ଭୋଟ୍ : ୯ ନେତାଙ୍କୁ ଦାୟିତ୍ୱ ଦେଲା କଂଗ୍ରେସ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ୫ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଏଆଇସିସିକୁ ପଠାଇଥିବା ପ୍ରଦେଶ କଂଗ୍ରେସ କମିଟି ଆଜି ଦଳର ୯ଜଣ ବରିଷ୍ଠ ନେତାଙ୍କୁ ବିଜେପୁରରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ନେତାମାନେ ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ...

dd2
ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଲେ

ବିଶାଖାପାଟନମ୍‌ : ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଲେ ଲୋକେ। ଏମିତି ଏକ ଘଟଣା ଘଟିଛି ଓଡ଼ିଶା ସୀମା ଆନ୍ଧ୍ର ଡୁମୁରିଗୁଡ଼ା ଥାନା ପୋଟଳବନ୍ଧ ଗାଁରେ। ମିଳିଥିବା ସୂଚନା ମୁତାବକ ,ଗୁଣିଗାରେଡ଼ି ସନ୍ଦେହରେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଇଛନ୍ତି ଗାଁ ଲୋକେ।  ମୃତକ ଓଡ଼ିଆ ଭାଷାଭାଷୀ...

sea
ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳସ୍ତର

ଭୁବନେଶ୍ୱର : ହିମାଳୟରୁ ଆରମ୍ଭ କରି ଆଣ୍ଟାର୍କଟିକା ଯାଏଁ ତରଳୁଛି ବରଫ ଭଣ୍ଡାର। ପୂର୍ବ ଆକଳନ ତୁଳନାରେ ଅଧିକ ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳ ସ୍ତର। ଏହାର ପ୍ରଭାବରେ ନିଉ ୟର୍କରୁ ସାଙ୍ଘାଇ ଯାଏଁ ଅନେକ ସହରରେ ହେବ ନିୟମିତ ବନ୍ୟା। ଏବଂ କୋଟିକୋଟି ଲୋକଙ୍କ...

secretariate odisha
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୧୨ଟି ଏଜେଣ୍ଡା ଉପରେ ବିଚାରବିମର୍ଶ ହେବ ବୋଲି ସୂଚନା ମିଳିଛି। ଅର୍ଥ, ସମବାୟ, ପଞ୍ଚାୟତିରାଜ,...