ଭୁବନେଶ୍ୱର : ପରିବା ହାଟରେ ସାପ । ଭୁବନେଶ୍ୱର ଝାରପଡ଼ା ପରିବା ହାଟରେ ଜଣେ ପରିବା ବିକାଳି ପରିବା ରଖିବା ପାଇଁ ଟ୍ରେ ଗୁଡିକୁ ସଜାଡ଼ିବା ବେଳେ ସାପର ଗର୍ଜନ ଶୁଣି ଚମକି ପଡିଥିଲେ। ଟ୍ରେରେ ଏକ ବଡ଼ ନାଗ ସାପ ଫସି ଥିବାର ଦେଖିଥିଲେ । ଏହା...
କେନ୍ଦୁଝର : ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କୁ ଚାପିଦେଲା ଟ୍ରକ୍। କେନ୍ଦୁଝର ସହରର ବାଇପାସ୍ ପାଖରେ ଘଟିଛି ଏହି ଘଟଣା। ଆଜି ସକାଳେ ଟାଉନ ଥାନା ପୋଖରିପାଣି ପୁରୁଣାବଜାର ବାଇପାସରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ପରିବହନ ବିଭାଗ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଆରଟିଓ...
ଡେଲାଙ୍ଗ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ମାଛପଡ଼ା ଗାଁରେ ଭୟାଭୟ ଅଗ୍ନିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୧୧ଟି ପରିବାରର ୨୧ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ...
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୪ଟି ଦୋକନ ସହ ଜନସେବା କେନ୍ଦ୍ରରେ କଳାକନା ବୁଲାଇ ଦେଇଛନ୍ତି। ଲୁଟେରାମାନେ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଚାରୋଟି ଦୋକାନରୁ ଲୁଟ୍ କରିଛନ୍ତି। ସେମାନେ ଝାରବେଡ଼ା ସ୍ଥିତ ଗୋଟିଏ ଦୋକାନରୁ...
ପାଲଲହଡ଼ା (ରବି ନାରାୟଣ ପ୍ରଧାନ) : ଅନୁଗୁଳ ଜିଲ୍ଲା ପାଲଲହଡ଼ା ନାଗିରା ପଞ୍ଚାୟତର ସିବିଡ଼ା ଶିକ୍ଷା ନିକେତନର ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣାର ଆଜି ତଦନ୍ତ କରିବେ ଉପ ଜିଲ୍ଲାପାଳ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଇଛି କଣ ପାଇଁ ଓ କେଉଁ ପରିସ୍ଥିତିରେ ଛାତ୍ରୀମାନେ ହଷ୍ଟେଲ ଛାଡ଼ିଲେ,...
କଟକ : ଆଜିଠୁ କଟକରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶହ ଶହ ସଂଖ୍ୟାରେ ବ୍ୟବସାୟୀ ନିଜର ଦୋକାନ ଖୋଲିଲେଣି।...
କୋରାପୁଟ : କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରରେ ଅଘଟଣ । ସାଙ୍ଗଙ୍କ ସହ ମନ୍ଦିର ବୁଲି ଯାଇଥିବାବେଳେ, କୋଲାବ ନଦୀରେ ଗୋଡ଼ ଖସି ନିଖୋଜ ହୋଇଯାଇଛନ୍ତି ଜଣେ ଛାତ୍ର । ନିଖୋଜ ଛାତ୍ର ହେଲେ ବୈପାରୀଗୁଡ଼ାର ବି. ରୀତିକ ଆଚାରୀ । ସେ ବୈପାରୀଗୁଡ଼ା ଡିଗ୍ରୀ କଲେଜର ଯୁକ୍ତ ୩ର...
ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଡ଼ଙ୍ଗା ଭସାଇବାବେଳେ ଅଘଟଣ । ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ,ସକାଳେ ରାୟଗଡ଼ାର ନାଗାବଳୀ ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଧୋଇବା ସହ ଡ଼ଙ୍ଗା ଭସାଉଥିଲେ ଜଣେ ଛାତ୍ର । ଏତିକି ବେଳେ ଗୋଡ଼...
କଟକ : ନିଆଳି ବ୍ଲକ କାର୍ଯ୍ୟାଳୟ ଭିତରେ ଗଣ୍ଡଗୋଳ। ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ଅଭିଯୋଗ । ନିଆଳି ବ୍ଲକ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଏଭଳି ଘଟଣା ହୋଇଥିବା ନେଇ ଥାନାରେ ଏତଲା ହୋଇଛି। ଗତକାଲି ନିଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ବୈଠକ ଚାଲିଥିବା ବେଳେ ୫ରୁ...
ପୁରୀ : ଆଜି ପୂର୍ଣ୍ଣିମାରେ ପଞ୍ଚକ ଶେଷ ହେବା ସାଙ୍ଗକୁ ସରିଯିବ ଧର୍ମ ମାସ କାର୍ତ୍ତିକ। ଆଜି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ମହୋଦଧି ଓ ପଞ୍ଚତୀର୍ଥରେ ସ୍ନାନପୂର୍ବକ ଧର୍ମଡଙ୍ଗା ଭସାଇ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ । ହବିଷ୍ୟାଳୀଙ୍କ...
ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ତିଥୀ ବା ପୂର୍ଣ୍ଣିମା । ପରମ୍ପରା ଅନୁସାରେ ଆଜି ଓଡ଼ିଶାରେ ପାଳନ ହେଉଛି ବୋଇତ ବନ୍ଦାଣ ଉତ୍ସବ । ବଢ଼ି ଭୋରରୁ ରାଜ୍ୟର ବିଭିନ୍ନ ପୁଷ୍କରିଣୀ, ମହୋଦଧୀ ଏବଂ ଜଳାଶୟରେ ଡଙ୍ଗା ଭସାଉଛନ୍ତି ଲୋକେ । ଆ…କା…ମା..ବୈ, ପାନ...
ମୁମ୍ବାଇ: ସୋମବାର ମହାରାଷ୍ଟ୍ର ରାଜନୀତିରେ ଏକାସାଥୀରେ ଅନେକ ମୋଡ଼ ଆସିଛି। ସଂଖ୍ୟା ଅଭାବରୁ ବିଜେପି ସରକାର ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ନିମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ବୃହତ ଦଳ ଶିବସେନା ଏଥିପାଇଁ ୩ ଦିନ ମାଗିବାରୁ ରାଜ୍ୟପାଳ ଏଥିରେ...
ଭୁବନେଶ୍ୱର : ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ଭିଡକୁ ଦେଖି ପୂର୍ବତଟ...
ନୂଆଦିଲ୍ଲୀ : ଭାରତ ତଥା ବିଶ୍ୱର ଭେଟରାନ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ଙ୍କୁ ବଡ଼ ଝଟ୍କା ଲାଗିଛି। ବିଶ୍ୱର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପେସ୍ ଏବେ ୧୦୧ ତମ ସ୍ଥାନକୁ ଖସି ଯାଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ପେସ୍ଙ୍କ...