• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

2
୧୭ ବର୍ଷ ଧରି ଗୁମ୍ଫାରେ କଟୁଛି ଜୀବନ

ଗଞ୍ଜାମ: ୧୭ ବର୍ଷ ଧରି ଗୁମ୍ଫାରେ କଟୁଛି ଜୀବନ। ଏକାକୀ ଭଗବାନ ଭରସାରେ ରହୁଛନ୍ତି ଜଣେ ବ୍ୟକ୍ତି। ଯେଉଁ ସମୟରେ ବିନା ବିଦ୍ୟୁତ୍ ବିନା କୌଣସି ଆନୁସଙ୍ଗିକ ସୁବିଧାରେ ବଞ୍ଚିବା କଷ୍ଟକର ସେହି ସମୟରେ ଗୁମ୍ଫାରେ ରହୁଛନ୍ତି ବାବାଜୀ। ଗଞ୍ଜାମ ଜଗନ୍ନାଥପ୍ରସାଦ କୋକଳବା ଗାଁ ନିକଟରେ ରହିଛି ଏକ...

learning
ହାଜତ ମୃତ୍ୟୁ ଅଭିଯୋଗ ମାମଲା: ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ ବାଣ

ଭୁବନେଶ୍ୱର: ବିଧାନସଭାରେ ଉଠିଛି ହାଜତ ମୃତ୍ୟୁ ତାତି। ପୁରୀର କେ. ରମେଶ, ବୀରମିତ୍ରପୁରର ତାରିକ୍ ସଲିମଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା କରିଛନ୍ତି। କାହିଁକି ଓ କିଭଳି ଦୁହିଁଙ୍କ ମୃତ୍ୟୁ ହେଲା ? ଦାୟୀ ପୋଲିସଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ...

assembly
ବିଧାନସଭାରେ ଉପସ୍ଥାପିତ ହେଲା ୧୧୨୦୦କୋଟିର ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌।  ବିରୋଧୀଙ୍କ ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ। ଅତିରିକ୍ତ ବଜେଟରେ ୧୧ ହଜାର ୨ଶହ କୋଟିର ବ୍ୟୟ ବରାଦ ପ୍ରସ୍ତାବ ରହିଛି। ଏହା ମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ...

3
ଜୋ ବାଇଡେନଙ୍କ ଘୋଷଣା; ‘ହୁ’ ସହ ପୁଣି ମିଶିବ ଆମେରିକା

ୱାଶିଂଟନ୍‌: ଚୀନ ସମର୍ଥନର ଅଭିଯୋଗ ଆଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଠାରୁ ଅଲଗା ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ରାଷ୍ଟ୍ରପତି ଭାବେ ନର୍ବାଚିତ ହେବା ପରେ ହୁ ସହ ମିଶି କାମ କରିବାକୁ ଘୋଷଣା କରିଛନ୍ତି ନବନିର୍ବାଚିତ ଜୋ ବାଇଡେନ। ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ବାଇଡେନ୍‌...

naba-das
କରୋନା ଟିକା ପାଇଁ ପସ୍ତୁତ ରାଜ୍ୟ ସରକାର; ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଟିକା ଆସିଲେ କେମିତି ଏହାର ବଣ୍ଟନ କରାଯିବ ସେନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ରାଜ୍ୟ ପ୍ରସ୍ତୁତ ଅଛି ଓ ଏଥିପାଇଁ ଡାଟା ବେସ ପ୍ରସ୍ତୁତ କରାଯାଇଛି ବୋଲି ନବ ଦାସ...

odisha-news
ରାଜ୍ୟର ଏହି ଟପ୍‌ ୩ ଖବର ଜାଣିଛନ୍ତି କି ?

ତୈଳ ଓ ଗ୍ୟାସ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ୧. ଓଡ଼ିଶାରେ ତୈଳ ଓ ଗ୍ୟାସ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଛି। ଅନୁସନ୍ଧାନ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୈଳ ଓ ଗ୍ୟାସ ଅନୁସନ୍ଧାନ ପାଇଁ ଅବିଭକ୍ତ ପୁରୀ, କଟକ, ବାଲେଶ୍ୱର ଭଳି ୮ଟି...

night-curfue
୩ ସହରରେ ଲାଗିଲା ରାତ୍ରୀକାଳିନ କର୍ଫ୍ୟୁ

ଅହମଦାବାଦ: କରୋନା ଭାଇରସ ସଂଖ୍ୟା ବଢ଼ିବାରୁ ଗୁଜରାଟ ସରକାର ଗତକାଲି ଅହମଦାବାଦ ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲଗାଇଥିଲେ। ଏବେ ଅହମଦାବାଦ ସହିତ ସୁରତ, ଭଦୋଦରା ଓ ରାଜକୋଟ୍‌ରେ ବି ରାତ୍ରୀକାଳିନ କର୍ଫ୍ୟୁ ଲଗାଇଛନ୍ତି ଗୁଜରାଟ ସରକାର। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଆସନ୍ତାକାଲି ଠାରୁ ଏହି ୩...

remdeivir
ରେମଡେସିଭିରକୁ ଔଷଧ ତାଲିକାରୁ ହଟାଇଲା WHO

ୱାଶିଂଟନ: କରୋନା ଭାଇରସ ଚିକିତ୍ସା ପାଇଁ ଚର୍ଚ୍ଚାରେ ଥିବା ବାଇଟେକ୍ନୋଲୋଜି କମ୍ପାନୀ ଗିଲ୍‌ଡର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିରକୁ ଔଷଧ ତାଲିକାରୁ ହଟାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ତେବେ ଏହା ପୂର୍ବରୁ କରୋନା ରୋଗୀଙ୍କ ପାଇଁ ରେମଡେସିଭିର ବ୍ୟବହାର ନେଇ ମଧ୍ୟ ସତର୍କବାଣୀ ଜାରି କରିଥିଲା ‘ହୁ’। ଅନ୍ତର୍ଜାତୀୟ ଖବର...

svadas-750x430
ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା: ବଦଳିଲେ ଏସ୍‌ପି, ଏସ୍‌ଆଇଙ୍କ ସମେତ ୨ ନିଲମ୍ବିତ

ପୁରୀ: ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟକୁ ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଏସ୍‌ପି ଦାୟିତ୍ୱରେ...

coronvirus
ଦିନକରେ ୧୧୦୧ ଆକ୍ରାନ୍ତ କରୋନାରୁ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୦୧ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୦୩୮୯୭କୁ ବୃଦ୍ଧି ହୋଇଛି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୦୨, ସୁନ୍ଦରଗଡ଼ରୁ ୯୬,...

punjab
ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା ପଞ୍ଜାବ କୃଷକ ସଂଘ

ଅମ୍ରିତସର: ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା କେନ୍ଦ୍ର କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବ କୃଷକ ସଂଘ। ଯଦି ୧୫ ଦିନ ଭିତରେ କେନ୍ଦ୍ର ସରକାର ତାଙ୍କ ସହିତ କୃଷି ବିଲ୍ ସମ୍ପର୍କରେ ଆଲୋଚନା ନକରନ୍ତି, ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚାଷୀ...

coronavirus
ଦେଶର ସୁସ୍ଥ ହାର ୯୩.୬୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୪୬,୨୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ୫୯୮ ହୋଇଛି। ଦିନକରେ ୫୬୪ ଜଣଙ୍କ...

hanmid-ansari
ରାଷ୍ଟ୍ରବାଦକୁ ନେଇ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିବାଦୀୟ ବୟାନର ଜବାବ ଦେଲେ ଶିୟା ଧର୍ମଗୁରୁ

ନୂଆଦିଲ୍ଲୀ: ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଆକ୍ରମଣାତ୍ମକ ରାଷ୍ଟ୍ରବାଦକୁ ଏକ ରୋଗ ବୋଲି କହିଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ‘ଦି ବେଟଲ ଅଫ୍‌ ବିଲଙ୍ଗିଙ୍ଗ୍’ ପୁସ୍ତକ...

bharati-sing
ଶେଷରେ ଗିରଫ ହେଲେ କମେଡି ଷ୍ଟାର୍‌ ଭାରତୀ ସିଂହ

ମୁମ୍ବାଇ: ଶେଷରେ ଗିରଫ ହେଲେ ହିନ୍ଦୀ କମେଡି ତାରକା ଭାରତୀ ସିଂହ। ଏହା ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ଭାରତୀ ସିଂହ ଓ ତାଙ୍କ ପତି ହର୍ଷ ଲିମ୍ବାଚିଆଙ୍କୁ ଅଫିସ୍‌ ଡକାଇ ପଚାରଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ...

masud-ajx=zhar
ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀଙ୍କ ପଛରେ ମାଷ୍ଟରମାଇଣ୍ଡ ଥିଲା ଅବଦୁଲ ଅସ୍‌ଗର

ନୂଆଦିଲ୍ଲୀ: ଗୁରବାର ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ୪ ଜୈଶ-ଇ-ମୋହମ୍ମଦ ଆତଙ୍କବାଦୀଙ୍କୁ ପଛରେ ଥିଲା ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ସେ ଜୈଶ-ଇ-ମୋହମ୍ମଦ ମୁଖ୍ୟ ମାସୁଦ ଅଜହରର ଭିଣୋଇ ହେଉଛି ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀ ପଛରେ ଅସ୍‌ଗର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି। ମୃତ...

covid
ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ରଣନୀତି ଆରମ୍ଭ

ଭୁବନେଶ୍ୱର: ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ଟିକା ଆସିଲେ କିଭଳି ଏହାର ସୁରକ୍ଷିତ ସଂରକ୍ଷଣ କରାଯିବ? ସାଧାରଣରେ କରୋନା ଭାକ୍ସିନ୍ ଉପଲବ୍ଧ ହେବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆରମ୍ଭ ହୋଇଛି ରଣନୀତିର ପ୍ରସ୍ତୁତି ପ୍ରକ୍ରିୟା। କୋଭିଡ୍ ଟିକାର ବିକାଶ...