ଭୁବନେଶ୍ୱର: ଆସନ୍ତା ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଜେଲରେ ଥିବା ମାଓନେତା ସବ୍ୟସାଚୀ ପଣ୍ଡା। ଏହି ସୂଚନା ଦେଇଛନ୍ତି ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। କୌଣସି ଦଳୀୟ ଟିକେଟରେ ନୁହେଁ, ବରଂ ସ୍ୱାଧୀନ ଭାବେ ତାଙ୍କ ସ୍ୱାମୀ ନିର୍ବାଚନରେ ଲଢ଼ିବେ ବୋଲି କହିଛନ୍ତି ଶୁଭଶ୍ରୀ। ସେ କହିଛନ୍ତି ଯେ, ସବ୍ୟସାଚୀ...
ଭୁବନେଶ୍ୱର: ମଧ୍ୟରାତ୍ରିରେ ରାଜଧାନୀରେ ଅଗ୍ନିକାଣ୍ଡ। ଭୁବନେଶ୍ୱର ଖାରବେଳନଗର ଅଞ୍ଚଳସ୍ଥିତ ୟୁନାଇଟେଡ ବ୍ୟାଙ୍କ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟି ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି। କୋଠାର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ନେଇ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ବ୍ୟାଙ୍କର ସିକ୍ୟୁରିଟି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା...
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ କୃତଜ୍ଞତା ଜଣାଇବାକୁ ଆଜି ବିଜେପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁହାର ଭେଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ବରପାଲିରେ ମଞ୍ଚ ପ୍ରସ୍ତୁତ କରାଯାଇଛି। ଉପନିର୍ବାଚନରେ ଜି-ଜାନ୍ ଲଗାଇ କାମ କରିଥିବା ସମସ୍ତ ନେତା ଓ ପ୍ରତି ପଂଚାୟତରୁ...
ଭୁବନେଶ୍ୱର: ଆଜିଠୁ ସାମୁହିକ ଛୁଟିରେ ଯିବେ ରାଜ୍ୟର ୭୦ହଜାର ଶିକ୍ଷା ସହାୟକ। ସାମୁହିକ ଛୁଟିରେ ଯାଇ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ବିଶାଳ ସମାବେଶ କରିବେ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି। ସେହିପରି ଦାବି ପୂରଣ ନହେଲେ ପ୍ରଥମରୁ ଅଷ୍ଟମ...
ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନ ବାଧାପ୍ରାପ୍ତ ହେବା ଆଶଙ୍କା। ଶିକ୍ଷକଙ୍କ ଦାବି ପୂରଣ ନେଇ କଣ୍ଟ ପୂରିବା ପରେ ସମାଧାନର ବାଟ ଏଯାଏ ବାହାରିନି। ଆଉ ଏଥର କିନ୍ତୁ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସରକାରଙ୍କୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରିସାରିଲାଣି। ସରକାର ଦେଇଥିବା ମାର୍ଚ୍ଚ ୯ର ଡେଡ୍...
ଭୁବନେଶ୍ୱର: ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଓ ସତ୍ୟାଗ୍ରହ କରିବେ ଚାଷୀ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଅନଶନରେ ବସିବେ। ଏଥିରେ ରାଜ୍ୟର ୧ ଲକ୍ଷରୁ ଅଧିକ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୩୬...
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ବୈଦେଶିକ ମୁଦ୍ରା ସହ ଲକ୍ଷାଧିକ ଟଙ୍କାର ସୁନା। ଜବତ ସୁନା ଏବଂ ମୁଦ୍ରାର ମୁଲ୍ୟ ୨୨ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏସବୁ ବିଦେଶୀ ସୁନା ଏବଂ ମୁଦ୍ରା ବ୍ୟାଙ୍କକରୁ ଏୟାର ଇଣ୍ଡିଆ...
ନୟାଗଡ଼: ନୟାଗଡ଼ ଜିଲ୍ଲା କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପବିତ୍ର ନାଏକଙ୍କୁ ଖଣ୍ଡପଡା ପୋଲିସ ଗିରଫ କରିବା ସହ ଡାକ୍ତରୀମାଇନା କରାଇଛି। ଭିଡିଓଟି କଣ୍ଟିଲୋ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓରେ ଥିବା ସମ୍ପୃକ୍ତ ଛାତଛାତ୍ରୀ ନୀଳମାଧବ କଲେଜର ...
ଭୁବନେଶ୍ୱର: ଚୋରି ଉଦ୍ୟମ ବେଳେ ଚୋରକୁ ନିର୍ଦ୍ଧୁମ ପିଟିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରୁ ଟ୍ରକ୍ ଚୋରି ଉଦ୍ୟମ ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ରବିବାର। ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକର ଡୋର ଖୋଲିବା...
ନୂଆଦିଲ୍ଲୀ: ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ମେ ୧୨ ସୁଦ୍ଧା ଆବେଦନ କରିପାରିବେ। ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସି ଓ ଏସଟି ଆବେଦନକାରୀଙ୍କ ପାଇଁ ବୟସ ସୀମା...
ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସଂପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଏଭଳି ମନ୍ତବ୍ୟ ଦେବାକୁ ତାଙ୍କୁ କିଏ କ୍ଷମତା ଦେଲା ବୋଲି ଶରତ ପ୍ରଶ୍ନ କରିଛନ୍ତି। ସଭାପତି କିଏ ରହିବେ,...
ଭୁବନେଶ୍ୱର: ତାମିଲନାଡୁରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକମାନେ ହେଲେ ଯାଜପୁର ସଦର ଥାନା ଝାଲପଡା ଗ୍ରାମର ଘନ ମଲିକ, ବରୀ ଥାନା ହଳଦି ବସନ୍ତ ଗ୍ରାମର ପଇ ଦଳେଇ ଓ କେନ୍ଦୁଝର ତେଲକୋଇ ଥାନା ପାଟକେଲିପୁର ଗ୍ରାମର ସନାତନ ମୁଣ୍ଡା। ଏମାନେ ସମସ୍ତେ ତାମିଲନାଡୁ ବଡମୁଦୁରାଇରେ ଥିବା...
କଟକ: ବାଳଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଆଉ ଏମାନେ ଅପରାଧ କରିବେନି। ଏଥିସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। କଟକରେ ଆୟୋଜିତ ଜୁଡିସିଆଲ ଏକାଡେମୀରେ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଧାନ ବିଚାରପତି। ବାଳ...
ଭୁବନେଶ୍ୱର: ସ୍ମାରକୀ ଡାକ ଟିକଟ ପରେ ଏବେ ମୁଦ୍ରାରେ ୧୮୧୭ର ପାଇକ ବିଦ୍ରୋହ ଚିତ୍ର ସ୍ଥାନ ପାଇବ। ଏଥିଲାଗି ପ୍ରସ୍ତୁତି ଡିଜାଇନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚୂଡାନ୍ତ ହେବାପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡିଜାଇନ ପ୍ରସ୍ତୁତ...
ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ପାଇଁ ଆଉ ବେଶୀ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ତଥା ସମୟାନୁବର୍ତ୍ତିତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ଟୁ-ଷ୍ଟେଜର ନୂଆ ଯୋଜନା ଆଣିଛି। ସୂଚନା ଅନୁସାରେ, ରେଲୱେର...
କେନ୍ଦ୍ରାପଡ଼ା: ପୁଣି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭିଡିଓ ଭାଇରାଲ । ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ାରୁ। ଅଭିଯୋଗ ଅନୁସାରେ ଜଣେ ଛାତ୍ରୀଙ୍କ ସହ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଯୁବକ ପ୍ରେମ ସଂପର୍କ ରଖିଥିଲେ। ଏହାପରେ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖି ଭିଡିଓ ରେକର୍ଡ଼ିଂ କରିଥିଲେ। ପରେ ସେହି...
ଭୁବନେଶ୍ୱର: ଦୁବାଇରେ ଫସି ରହିଛନ୍ତି ଓଡ଼ିଆ ଯୁବକ। ଓଡ଼ିଆ ଯୁବକ ଦିବ୍ୟରଂଜନଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେହିପରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ସେ ଚିଠିଲେଖିଛନ୍ତି। ଦିବ୍ୟରଂଜନଙ୍କୁ ମୁକ୍ତ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ପ୍ରତ୍ୟୁଷା।...
କୋରାପୁଟ: କୋରାପୁଟରେ ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସିମିଳିଗୁଡ଼ା ବ୍ଲକ ମାଳିଡୋଳିଆମ୍ବ ଗାଁରେ ଏହି ଗଣ୍ଡଗୋଳ ହୋଇଛି। ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ। ଆହତମାନଙ୍କୁ ସୁନାବେଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ...
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତର-ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସହଯୋଗୀ କର୍ମୀ ମାଡ ମାରିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଛୋଟରାୟପୁରରୁ...
କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ,...