• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

delhi cm
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ଜଣ ବିଧାୟକଙ୍କୁ ସମନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚାରଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଓ ୧୧ଜଣ ବିଧାୟକଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଙ୍ଗବାର ସମନ୍ ଜାରି କରିଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ସମସ୍ତେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

homework
ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମ୍‌ ଟାସ୍କ ଦିଆ ନଯାଉ

ଭୁବନେଶ୍ୱର: ପାଠ ବୋଝରେ ଭାରାକ୍ରାନ୍ତ ନ ହୁଅନ୍ତୁ କୋମଳମତି ଶିଶୁ। ଆଦ୍ୟ ଶୈଶବରେ ଖେଳକୁଦ ଓ ମନୋରଞ୍ଜନ ବଦଳରେ କୁନି କୁନି ପିଲାଙ୍କ ଉପରେ ବୋଝ ନ ହେଉ ସ୍କୁଲ୍‌ ହୋମ୍ଓ୍ୱାର୍କ। କିଛି ଦିନ ତଳେ ମାଡ୍ରାସ ହାଇକୋର୍ଟ ଦେଇଥିବା ଏଭଳି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିଛନ୍ତି ଦିଲ୍ଲୀ...

rain
ପୁଣି ଲଘୁଚାପ, ଆସନ୍ତା ୨୦ ଓ ୨୧ରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ...

court
ରାଜ୍ୟରେ ଆଇନସେବା ସମ୍ପୂର୍ଣ୍ଣ ଅଚଳ, ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଧିକାଂଶ ଜିଲ୍ଲାରେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ନା ଆଇନସେବା ମିଳୁଛି, ନା କୌଣସି ମାମଲାର ବିଚାର ହୋଇପାରୁଛି। ହାଇକୋର୍ଟ ଆଇନଜୀବୀଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ହେଉ କିମ୍ବା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି, ଜିଦ୍‌ରେ...

navbin
ବୈଜୟନ୍ତଙ୍କ ଉପରେ ତରବରିଆ କାର୍ଯ୍ୟାନୁଷ୍ଠାନ କାହିଁକି ?

ଭୁବନେଶ୍ୱର: ସି ପ୍ଲେନ୍ ନା ହେଲିକପ୍ଟର ? ଚିଲିକା ଉପରେ କିଏ ଉଡ଼ିଥିଲା ବା ଓହ୍ଲାଇଥିଲା, ଏପର୍ଯ୍ୟନ୍ତ ତା’ର ତଦନ୍ତ ହୋଇନି। କିନ୍ତୁ ପ୍ରଶାସନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା କରି ତରବରିଆ ଭାବେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ତାଙ୍କ ହାଙ୍ଗରକୁ ସିଜ୍‌ କରିଛି। ଅନ୍ୟପଟେ...

bath
ଗାଧୋଉଥିବା ବେଳେ ଫଟୋ ଉଠାଇବାକୁ ନେଇ ମାରପିଟ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଗୋପୀ କାଙ୍କୁବାଡ଼ି ଗ୍ରାମରେ ଫଟୋ ଉଠାଇକୁ ନେଇ ତୁମୁଳ କାଣ୍ଡ ହୋଇଛି। ନଦୀରେ ଗାଧୋଉଥିବା ବେଳେ ମହିଳାଙ୍କ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ମହିଳା ନଦୀରେ ଗାଧୋଉଥିବା ବେଳେ କିଛି ଯୁବକ ସେମାନଙ୍କ ଫଟୋ...

konarka
କାକଟପୁର ମା’ ମଙ୍ଗଳା ପୀଠରେ ଦୂର ହେଲା ଅଚଳାବସ୍ଥା

ପୁରୀ: ୪୮ ଘଣ୍ଟା ପରେ କୋଣାର୍କ କାକଟପୁର ମା’ ମଙ୍ଗଳା ପୀଠରେ ସେବାୟତଙ୍କ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର କାକଟପୁର ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସେବାୟତଙ୍କ ଦାବି ପୂରଣ ନେଇ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଦୁଇ କନଷ୍ଟେବଲ୍‌ଙ୍କ ବଦଳି...

odishaassembly.nic.in
ଗୃହ ଆରମ୍ଭରୁ ବିଜେଡିକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସମବାୟ ଦୁର୍ନୀତି ପ୍ରସଙ୍ଗରେ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲା। ସେହିଭଳି ଶାସକ ବିଜେଡି ମଧ୍ୟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ଉଡ଼ାଣ...

jay panda
 ହେଲିକପ୍ଟର୍‌ ଉଡ଼ାଣ ନେଇ ଟୁଇଟ୍‌ରେ ପ୍ରତିକ୍ରିୟା ରଖିଲେ ବୈଜୟନ୍ତ

ଭୁବନେଶ୍ୱର: ହେଲିକପ୍ଟର୍‌ ସିଜ୍ ଘଟଣାରେ ଟୁଇଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।  ସେ ଲେଖିଛନ୍ତି, ଶନିବାର ସେ କେନ୍ଦ୍ରାପଡ଼ାର ନରଡ଼ା ଗ୍ରାମରେ ଜଣେ ଶୋକସନ୍ତପ୍ତ ମାତାପିତାଙ୍କ ଦୁଃଖରେ ସହଭାଗୀ ହେବା ପାଇଁ ହେଲିକପ୍ଟର୍‌ ଉଡ଼ାଇଥିଲେ। ଏବଂ ଯେଉଁ ସମୟରେ ଚିଲିକା ହ୍ରଦରେ ଅବତରଣ କରାଯାଇଥିବା...

puri
ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

ପୁରୀ: ଚିଲିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଥାନାରେ ଏତଲା ଦେଇଛି ପୁରୀର ସଚେତନ ନାଗରିକ ମଞ୍ଚ। ଏସ୍‌ପିଙ୍କ ଜରିଆରେ ଅରଖକୁଦା ଥାନାରେ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି। ବୈଜୟନ୍ତଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ପାଇଁ...

cda
ସି-ପ୍ଲେନ୍ ଉଡ଼ାଣ ମାମଲା: ସିଡିଏ କର୍ତ୍ତୃପକ୍ଷ କହିଲେ ଏମିତି

ଭୁବନେଶ୍ୱର: ଚିଲିକା ଉପରେ ସି ପ୍ଲେନ୍‌ ଉଡ଼ାଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ-(ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଚିଲିକା ଉପରେ ଉଡ଼ାଣ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ। ଏନେଇ ଡିଜିସିଏ ସ୍ପଷ୍ଟ କହିପାରିବେ। ଖାଲି ସେତିକି...

vlcsnap-error938
ଥାନା ହାଜତରେ ଯୁବକଙ୍କୁ ମାଡ଼ ଘଟଣାରେ ଦୁଇ ପୁଲିସ୍‌ ନିଲମ୍ବିତ

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ହାଜତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଜଗତ୍‌ସିଂହପୁର ଏସ୍‌ପି। ନିଲମ୍ବିତ ୨ ପୁଲିସ୍‌ କର୍ମଚାରୀ ହେଲେ ASI ରବି ନାରାୟଣ ସେନାପତି ଓ କନ୍‌ଷ୍ଟେବଲ ଶିବ ଜାନି। ସୂଚନାଥାଉ କି, ଗତ ୧୨...

jay panda
ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ କାହାର କ’ଣ ପ୍ରତିକ୍ରିୟା ....

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବିରୋଧୀ ଦଳ ନେତାଙ୍କ ସମେତ ଅନେକ ବରିଷ୍ଠ ନେତା ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ବରିଷ୍ଠ ନେତା ଦାମୋଦର ରାଉତ କ'ଣ କହିଲେ ଶୁଣନ୍ତୁ #Odisha pic.twitter.com/9kcLffZa7M...

11
ସିଭିଲ୍‌ କନଷ୍ଟେବଲ୍‌ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ସମ୍ବଲପୁର: ସମ୍ବଲପୁରରେ ସିଭିଲ କନଷ୍ଟେବଲ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଚୂଡାନ୍ତ ଯୋଗ୍ୟ ତାଲିକାରେ ନାଁ ଥାଇ ମଧ୍ୟ ନିଯୁକ୍ତିରୁ ବାଦ୍‌ ପଡ଼ିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ  ଛାତ୍ରଛାତ୍ରୀମାନେ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ନିଯୁକ୍ତି ପାଇଁ ଶାରୀରିକି ଓ ଲିଖିତ...