• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

niranjana
ତିତ୍‌ଲି ପ୍ରଭାବିତ ଗଞ୍ଜାମରେ ପିସିସି ସଭାପତି

ବ୍ରହ୍ମପୁର: ତିତ୍‌ଲି ପ୍ରଭାବିତ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ୩ ଜଣିଆ ଟିମ୍। ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ନିରଞ୍ଜନ। ଗଞ୍ଜମାର ଆସିକା, ଧରାକୋଟ ଓ ସାନଖେମୁଣ୍ଡି ଅଞ୍ଚଳ...

rajyapala
ମା’ଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଇଛନ୍ତି ରାଜ୍ୟପାଳ ଗଣେଶୀଲାଲ। ଆଜି ମହା ଅଷ୍ଟମୀ ଅବସରରେ ରାଜ୍ୟପାଳ ନୟାପଲ୍ଲୀ ପୂଜା ମଣ୍ଡପକୁ ଯାଇ ମା’ଙ୍କ ପୂଜା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ମହିଳା ଓ ଦୁର୍ଗା ରୂପୀ ଝିଅମାନଙ୍କୁ ସମ୍ମାନ ଦେବାକୁ ସେଠାରେ ଉପସ୍ଥିତ...

naveen patnaik
‘ତିତ୍‌ଲି’ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ସହାୟତା ରାଶି ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ତିତ୍‌ଲି’ ପ୍ରଭାବରେ ପ୍ରାଣ...

aditya prasad padhi
ତିତ୍‌ଲିରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଯୋଗୁ ରାଜ୍ୟରେ ମୋଟ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏହି ସୂଚନା ଦେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ...

Abhijit
ସ୍ପଷ୍ଟ କଲେ ଆୟର- ‘ବୈଜୟନ୍ତଙ୍କ ସହ ମୋର ବନ୍ଧୁତା ନାହିଁ, ତାଙ୍କ ସହ ଯାଇନଥିଲି’

ଭୁବନେଶ୍ୱର: ଓଡ଼ିଶା ସଂପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ପୁଣିଥରେ କ୍ଷମା ମାଗିଛନ୍ତି ଅଭିଜିତ୍‌ ଆୟର ମିତ୍ର। ନ୍ୟୁଜ୍‌ ଏଜେନ୍ସୀ ANIକୁ ସେ କହିଛନ୍ତି, ମୁଁ ଦେଇଥିବା ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି, ଏଥିପାଇଁ କ୍ଷମା ମାଗୁଛି। କାହାକୁ ମାନସିକ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା। ଅଭିଜିତ...

terrorists killed
ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ; ଜଣେ ପୁଲିସ୍‌ କର୍ମଚାରୀ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଫତେହ କଦଲ୍‌ ଅଞ୍ଚଳର ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ଉକ୍ତ ଘରକୁ ଘେରାଉ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାର ଜବାବରେ ସୁରକ୍ଷାକର୍ମୀଙ୍କ...

youtube
ପୂରା ବିଶ୍ୱରେ କିଛି ସମୟ ପାଇଁ ଡାଉନ୍‌ ହେଲା ୟୁଟ୍ୟୁବ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ୱେବ୍‌ସାଇଟ୍‌ ୟୁଟ୍ୟୁବ୍‌ ଆଜି ସକାଳେ କିଛି ସମୟ ପାଇଁ ଅଚାନକ ବନ୍ଦ ହୋଇଯାଇଥିଲା। ୟୁଜର୍ସ ମାନେ ଲଗ୍‌ଇନ୍‌, ଅପଲୋଡ୍‌ କରିବା ସମୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଏପରିକି ୟୁଜର୍ସ କୌଣସି ଭିଡିଓକୁ ଦେଖି ପାରୁନଥିଲେ କି ସେୟାର ମଧ୍ୟ କରି ପାରୁନଥିଲେ।...

durga puja
ଆଜି ମଣ୍ଡପରେ ମହାଷ୍ଟମୀ ପୂଜା

ଭୁବନେଶ୍ୱର: ଧରାପୃଷ୍ଠକୁ ଆସିଛନ୍ତି ମା’। ଜଗତ୍‌ଜନନୀ ମା’ ଦୁର୍ଗାଙ୍କ ଆବାହନ ପାଇଁ ସବୁଠି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି।  ଆଜି ମହାଷ୍ଟମୀରେ ମା’ଙ୍କ ସନ୍ଧିପୂଜା।  ଏଥିପାଇଁ ପୂଜାମଣ୍ଡପ ଗୁଡ଼ିକରେ ବିଶେଷ ପ୍ରସ୍ତୁତି କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ସୁନା ଚାନ୍ଦିରେ ଝଲସୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି।  ମା’ଙ୍କ ଦର୍ଶନ ଓ...

nuapada
ବୋଲେରୋକୁ ପିଟିଲା ଟ୍ରକ୍‌; ୧୦ ତୀର୍ଥଯାତ୍ରୀ ମୃତ

ନୂଆପଡ଼ା: ନୂଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ଏମାନେ ସମସ୍ତେ ବୋଲେରୋରେ ଯାତ୍ରା କରୁଥିବା ବେଳେ ଏକ ଟ୍ରକ୍ ସାମ୍ନା ପଟରୁ ଧକ୍କା ଦେଇଥିଲା। ସମସ୍ତ ମୃତକ ଛତିଶଗଡ଼ର ପିଠୋରା ଅଞ୍ଚଳର...

src
ତିତ୍‌ଲି ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୨୬ଜଣଙ୍କ ମୃତ୍ୟୁ; ୫୭ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା ତିତ୍‌ଲିର ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଏଯାବତ୍‌ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାର ବାରଘରର ୧୫ଜଣ, ଲାବଣ୍ୟଗଡ଼ରେ ୨ଜଣ ଓ ଅନଗାରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ...

representational image
ଦାଦାକୁ ହତ୍ୟା କଲା ପୁତୁରା

ରାୟଗଡ଼ା: ଦାଦାକୁ ହତ୍ୟା କଲା ପୁତୁରା। ରାୟଗଡ଼ା ଜିଲ୍ଲା କୁଲେରିପେଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ଦୁଇ ପୁତୁରା ହତ୍ୟା କରିଛନ୍ତି। ତାଙ୍କ ନାଁ କାତରା ସିକକା। ଦୁଇ ଅଭିଯୁକ୍ତ- ଟଣିଆ ସିକକା ଓ ଲୁକେ ସିକକା ଆତ୍ମସମର୍ପଣ କରିଛନ୍ତି। ପାରିବାରି କଳହକୁ...

kantabanji
ନାବାଳକର ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଜଣେ ନାବାଳକର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ସୁନ୍ଧିମୁଣ୍ଡା ନିକଟରୁ ବାଲିରେ ପୋତା ଯାଇଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ଘନଶ୍ୟାନ ରଣା। ତାଙ୍କୁ ୯ ବର୍ଷ ବୟସ। ଗତ ୧୩ ତାରିଖରୁ ଘନଶ୍ୟାନ ନିଖୋଜ ଥିଲେ। ଏନେଇ...

baijayant panda
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବାତ୍ୟା ମୁକାବିଲାରେ ସେନା ଓ ଓଡ୍ରାଫର ଭୂମିକାକୁ ବୈଜୟନ୍ତ ପଣ୍ଡା ପ୍ରଶଂସା କରିଛନ୍ତି। ପୁଣି ଥରେ ବିନା ମୂଲ୍ୟରେ ପୂର୍ବପରି ତାଙ୍କ...

naveen patnaik
୭୩ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ୭୩ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ, ସେ ତାଙ୍କ ଜନ୍ମଦିନକୁ ପାଳନ କରିବେ ନାହିଁ ବୋଲି କହିଛନ୍ତି। ବାତ୍ୟା ‘ତିତ୍‌ଲି’ ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ । ପ୍ରତିବର୍ଷ ନବୀନ...

representational image
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାର ବେଦବ୍ୟାସ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ନାବାଳିକା ଦୁଇ ଦିନ ହେଲା ନିଖୋଜ ଥିଲେ। ଏକ ସ୍କୁଲ୍‌ ପଛ ବୁଦା ମୂଳରୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହି...

src
‘ତିତ୍‌ଲି’ ମୃତକଙ୍କ ପରିବାରକୁ ୩ ଦିନ ମଧ୍ୟରେ କ୍ଷତି ପୂରଣ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ରେ ମୃତ୍ୟୁବରଣ କରିଥିବା ପରିବାରକୁ ତୁରନ୍ତ ସହାୟତା ରାଶି ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ଭିତରେ କ୍ଷତି ପୂରଣ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସେ ଚିଠି ଲେଖିଛନ୍ତି। ଏଥିସହ ‌ଆର୍‌ଆଇ ଓ ତହସିଲଦାରମାନଙ୍କୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା...

accident
ଦୁଇଟି ଟ୍ରକ୍‌ ମୁହାମୁହିଁ ଧକ୍କା; ୨ ମୃତ, ୨ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ଏନ୍‌ଏଚ୍‌-୧୬ ଛପୁଲିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଛପୁଲିଆ ଛକ ନିକଟରେ ୨ଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା...

lord durga
ଆଜି ମଣ୍ଡପରେ ସପ୍ତମୀ ପୂଜା

ଭୁବନେଶ୍ୱର: ଧରାପୃଷ୍ଠକୁ ଆଗମନ କରିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା।  ଅନ୍ୟାୟ. ଅତ୍ୟାଚାରର ବିନାଶ କରି ସତ୍ୟଧର୍ମ ପ୍ରତିଷ୍ଠା ପାଇଁ ମା’ଙ୍କର ଆବିର୍ଭାବ ହୋଇଛି।  ବିଳମ୍ବିତ ରାତିରେ ରୀତିନୀତି ସହ ମା’ଙ୍କର ଷଷ୍ଠୀ ପୂଜା ହୋଇଥିଲା।  ଏହାପରେ ସୁସଜ୍ଜିତ ବେଶରେ ପୂଜାମଣ୍ଡପରେ ଶୋଭା ପାଉଛନ୍ତି ମା’ ଦୁର୍ଗା। କେଉଁଠି ସୁବର୍ଣ୍ଣ...

sundari
ବଳଦକୁ ‘ସୁନ୍ଦରୀ’ ମାରି ଖାଇଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ରଘୁ ସାୟ ନାମକ ଜଣେ ବ୍ୟକ୍ତିଙ୍କ ବଳଦକୁ ସୁନ୍ଦରୀ ମାରି ଥିବା ଅଭିଯୋଗ ହୋଇଛି। କିଛି ଦିନ ଧରି ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ...

da hike...
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର; ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଉପହାର। ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା ଓ ଟି-ଆଇକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ୨% ମହଙ୍ଗା ଭତ୍ତା ଅଥବା ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମହଙ୍ଗା ଭତ୍ତା ୭% ଥିଲା । ଏବେ...