ଭୁବନେଶ୍ୱର: ଲୁଚି ଲୁଚି ବୁଲୁଛି ବାଘୁଣୀ ‘ସୁନ୍ଦରୀ’। ୩ ଦିନ ଧରି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ ଫେଲ୍ ମାରିବା ପରେ ବନ ବିଭାଗ ଏବେ ମଧ୍ୟପ୍ରଦେଶ ଏକ୍ସପର୍ଟଙ୍କ ସହାୟତା ଲୋଡ଼ିଛି। ଦିନେ ଦୁଇଦିନ ଭିତରେ ମଧ୍ୟପ୍ରଦେଶର ଟିମ୍ ପହଞ୍ଚିବା ପରେ ସୁନ୍ଦରୀ କାବୁ ହେବବୋଲି ଆଶା କରାଯାଉଛି।...
କୋଣାର୍କ: ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ। ବନ୍ଦ ଡାକରା ଯୋଗୁ କୋଣାର୍କରୁ ବାହାରକୁ ଗାଡ଼ି...
ଗଞ୍ଜାମ: ପୁଣି ଗଞ୍ଜାମରେ ଏନ୍କାଉଣ୍ଟର। ଚମାଖଣ୍ଡି ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସାହୁ ଓ ବିଶ୍ୱଜିତ୍ ବାରିକ ଆହତ ହୋଇଛନ୍ତି। ସେମାନଙ୍କ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ୍ ସେମାନଙ୍କଠାରୁ ୨ଟି ମାଉଜର୍, ୪ଟି ଗୁଳି, କାର୍ ସହ ଟଙ୍କା...
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜ୍ୟର କିଛି ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟର ଉପକୂଳ ଓଡ଼ିଶାରେ ବର୍ଷା...
ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ୍ ଆୟାର ମିତ୍ରଙ୍କ ଜାମିନ୍ ଆବେଦନ ପୁଣିଥରେ ଖାରଜ ହୋଇଛି। ଜାମିନ୍ ଆବେଦନ ଖାରଜ ପରେ ଅଭିଜିତ୍ଙ୍କୁ ନିମାପଡ଼ା ସବ୍ଜେଲ୍କୁ ପଠାଇ ଦିଆଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅଭିଜିତ୍ ବିଚାର ବିଭାଗୀୟ ହାଜତରେ ରହିବେ। ଅଭିଜିତ୍ଙ୍କୁ ଅଧିକ ପଚରାଉଚରା...
ବାଲେଶ୍ୱର: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବାଲେଶ୍ୱର ବାର୍ ଆସୋସିଏସନ୍। କଟକରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ବାଲେଶ୍ୱର ବାର୍ ଆସୋସିଏସନ୍ର ଆନ୍ଦୋଳନ ଜାରି ରହିଛି। ଆଇନଜୀବୀଙ୍କୁ ନ୍ୟାୟ ନମିଳିବା ଯାଏ ଓକିଲ ସଂଘର ଏହି ଧାରଣା ଜାରି ରହିବ ବୋଲି କୁହାଯାଇଛି। ଓକିଲଙ୍କ ଆନ୍ଦୋଳନ...
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁରରେ ଋଷିକୂଲ୍ୟା ନଦୀରେ ଭାସିଯାଇଥିବା ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ଶୁଭମ୍। ଆଜି ସକାଳେ ଗାଁ ଠାରୁ କିଛି ଦୂରରେ ଶୁଭମ୍ର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗତକାଲି ଭୀମପୁର ଗାଁର...
ନୂଆଦିଲ୍ଲୀ: ସିବିଆଇରେ ବଢ଼ିଥିବା ବିବାଦ ଥମି ନଥିବା ବେଳେ ପୁଣି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଛୁଟିରେ ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରୁ ୪ଜଣ ବ୍ୟକ୍ତି ଧରା ପଡ଼ିଛନ୍ତି। ଆଲୋକ ବର୍ମାଙ୍କ ଘରେ ଚାରିପଟେ ବୁଲୁଥିବା ଏହି ୪ଜଣଙ୍କୁ ବର୍ମାଙ୍କ...
କଟକ: ସୋଶାଲ୍ ମିଡିଆରେ ଆପତ୍ତିଜନକ ଫଟୋ ସହ ଅଶାଳୀନ ମେସେଜ୍ ଦେବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ବିକାଶ ରଞ୍ଜନ ସିଂ। ତାଙ୍କ ଘର କଟକ ନେମାଳ ଥାନା ଅନ୍ତର୍ଗତ କେରିଲୋ ଗାଁରେ। ସୂଚନା ଅନୁସାରେ, ବିକାଶ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ଯୌତୁକ...
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ ବା ଧର୍ମ ମାସ କାର୍ତ୍ତିକ। ବିଶ୍ୱାସ ରହିଛି ଏହି ମାସରେ ଶ୍ରୀକ୍ଷେତ୍ରରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। ଆଜି ବଡ଼ି ଭୋରରୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରଣୀରେ ସ୍ନାନ କରିଥିଲେ। ଏହାପରେ...
ଅନୁଗୁଳ: ଫାସରେ ଫସୁନି ବାଘୁଣୀ ‘ସୁନ୍ଦରୀ’। ‘ସୁନ୍ଦରୀ’କୁ ଧରିବା ପାଇଁ ତୃତୀୟ ପର୍ଯ୍ୟାୟ ଅଭିଯାନ ବି ଫେଲ୍ ମାରିଛି। ଦୁଇ ଦିନ, ଦୁଇ ରାତି ବିତି ଯାଇଥିଲେ ସୁଦ୍ଧା ଏବେ ଯାଏ ଧରାପଡ଼ିନି ସୁନ୍ଦରୀ। ତମାମ୍ ରାତି ଅପରେସନ୍ ସତ୍ତ୍ୱେ ମଧ୍ୟ କାବୁ ହୋଇପାରିନି ବାଘୁଣୀ। ଅନ୍ୟପଟେ, ମିଶନ...
ଭୁବନେଶ୍ୱର: ଓଡ଼ିଶା ସଂପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ୍ ଆୟର ମିତ୍ର କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭାକୁ ଆସି ଗୃହ କମିଟି ଆଗରେ ହାଜର ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ପଚରାଉଚରା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ବି...
ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ୍କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦିଓ ସର୍ବୋଚ୍ଚ ନ୍ୟାୟଳୟ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏଥିରେ କିଛି ସର୍ତ୍ତ ଲାଗୁ କରିଛନ୍ତି। କୋର୍ଟ ବାଣଫୁଟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ନକରି ନିର୍ଦ୍ଦେଶ ଦେଇଛନ୍ତି, ଯେ ସୀମିତ ଅବଧିରେ, ନିର୍ଦ୍ଦିଷ୍ଟ ଅଞ୍ଚଳରେ...
ଭୁବନେଶ୍ୱର: ଓଲଟି ପଡ଼ିଲା ମିନି ବସ୍। ଫଳରେ ୧୨ଜଣ ଶ୍ରମିକ ଆହତ ହୋଇଛନ୍ତି। ହଂସପାଳ ବାଇପାସ୍ ନିକଟରେ ଅର୍ଥାତ୍ ଶିଶୁପାଳଗଡ଼ଠୁ ହଂସପାଳ ପର୍ଯ୍ୟନ୍ତ ଥିବା ବାଇପାସ୍ ନିକଟରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରମିକମାନଙ୍କୁ ନେଇ ଶିଖରଚଣ୍ଡୀରୁ ପିପିଲି ଅଭିମୁଖେ...
ବରଗଡ଼: ହାତୀ ଆକ୍ରମଣରେ ବରଗଡ଼ ଜିଲ୍ଲା ପଦ୍ମପୁର କନ୍ଦାଡଙ୍ଗର ପଞ୍ଚାୟତ ସମିତି ସଭ୍ୟ ଧୋବା ନାୟକଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ସେ ଧାନ ଖଳାରେ ଜଗିଥିବାବେଳେ ହାତୀ ପଶି ଆସିଥିଲେ। ଘଉଡ଼ାଇବାକୁ ଚେଷ୍ଟା କରିବାରୁ ହାତୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ତାଙ୍କର...
ଭୁବନେଶ୍ୱର: ଦୁବାଇରେ ମୃତ୍ୟୁ ହୋଇଥିବା ଓଡ଼ିଆ ଯୁବକ ସୁଶାନ୍ତ ଜେନାଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଠି ଲେଖିଛନ୍ତି। ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଚିଠି ଲେଖି ନିବେଦନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ମୃତକ ସୁଶାନ୍ତ...
ଗଞ୍ଜାମ: କଲେଜ ଛାତ୍ରୀଙ୍କୁ ହତ୍ୟା। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତର ଏସ୍ ନୂଆଗାଁର ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଭବାନୀ ବେହେରା। ଭବାନୀଙ୍କ ଘର ପୁରୀ ଜିଲ୍ଲାରେ। ସେ ତାଙ୍କ ଅଜା ଘରେ ରହି ପଢୁଥିଲେ। ତେବେ...
କଟକ: ବୁଲା କୁକୁର ମୁହଁରେ ଶିଶୁର ମୁଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ କଟକ ଶିଶୁ ଭବନ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଶିଶୁର ମୁଣ୍ଡକୁ ୩ରୁ ୪ଟି ବୁଲା କୁକୁର ଝୁଣି ଖାଇବା ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଶିଶୁର ମୁଣ୍ଡ କେଉଁଠୁ...
ଭଞ୍ଜନଗର: ତିତ୍ଲି ପ୍ରଭାବରେ ଭଞ୍ଜନଗର ଭୁତପଙ୍କାଳ ଗାଁରେ ଭାସିଯାଇଥିବା ଆଉ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଭାସିଯିବାର ୧୧ଦିନ ପରେ ଗାଜଲବାଡି ଅଡାଙ୍ଗୀ ନଦୀ ବାଲିରେ ମୃତଦେହ ପୋତି ହୋଇ ରହିଛି। ପୂର୍ବରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଆଉ ତିନି ଜଣଙ୍କ ସମ୍ପର୍କରେ...
ଅମୃତସର: ରାବଣ ପୋଡ଼ି ବେଳେ ଟ୍ରେନ ମାଡ଼ିଯିବାରୁ ୬୧ ଜଣଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହି ଘଟଣାକୁ ନେଇ ଟ୍ରେନ୍ ଡ୍ରାଇଭରଙ୍କ ବୟାନକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣା ପରେ ପରେ ଲୋକେ ଟ୍ରେନ୍ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ତେଣୁ ସେ...