• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

fire
ଜଳିଗଲା ବସ୍‌

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିଗଲା ବସ୍‌। ଭୁବନେଶ୍ୱର ଖଣ୍ଡଗିରି ଛକରେ ୨ଟି ବସ୍‌ ଜଳି ଯାଇଛି। ଆଜି ସକାଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରି ଛକ ନିକଟରେ ଥିବା ପ୍ରେଟ୍ରୋଲ ପମ୍ପ ନିକଟରେ ଥିବା...

olive ridley
ଅଣ୍ଡା ଦେବାକୁ ଆସିଲେଣି ଅଲିଭ ରିଡ୍‌ଲେ

କେନ୍ଦ୍ରାପଡ଼ା: ଓଡ଼ିଶା ଉପକୂଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଶହ ଶହ ମାଇଲ୍‌ ସମୁଦ୍ର ପାର ହୋଇ ପହଞ୍ଚି ଗଲେଣି ଅତିଥି। ଆଉ ବଂଶବୃଦ୍ଧି ଲାଗି ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥାରେ କଇଁଛଙ୍କ ଆଗମନ ହୋଇଥିବା ବେଳେ ପୁରୀର...

CPI Maoist banner
ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର୍‌ରେ ବିଧାୟକଙ୍କୁ ମୃତ୍ୟୁ ଧମକ

ଭଞ୍ଜନଗର: ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର୍‌। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଦଦରାଲୁଣ୍ଡା ଗାଁ ଛକରେ ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର୍‌ ଲଗାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ପୁଲିସ୍‌ ଇନ୍‌ଫର୍ମରଙ୍କୁ ମୃତ୍ୟୁ ଦଣ୍ଡ ନେଇ ଲାଲ୍‌ବାହିନୀ ଧମକ ଦେଇଛି। ଏଥିସହ ଗଞ୍ଜାମ ଜିଲ୍ଲାର ୨ ଜଣ ବିଧାୟକଙ୍କୁ ମୃତ୍ୟୁ ଧମକ ମଧ୍ୟ ଦିଆଯାଇଛି।...

farmers
କଟକରେ ନବ ନିର୍ମାଣ କୃଷକ ସଂଗଠନର ପଦଯାତ୍ରା

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହେବାକୁ ଥିବା ବିଶାଳ ଚାଷୀ ସମାବେଶ ପାଇଁ ଚାଲିଥିବା ପଦଯାତ୍ରା କଟକରେ ପହଞ୍ଚିଛି। କାଠଯୋଡ଼ି ନଦୀ ପାଖରେ ଥିବା ପଡ଼ିଆରେ ହଜାର ହଜାର ଚାଷୀ ଖୋଲା ଆକାଶ ତଳେ ରାତ୍ରୀ ଯାପନ କରିଥିବା ସୂଚନା...

tigress sundari
ସୁନ୍ଦରୀକୁ ଧରିବାରେ ସହାୟତା କରିବ ଯଶୋଦା

ଭୁବନେଶ୍ୱର: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ଆଜିଠାରୁ ପୁଣି ଅପରେସନ୍‌ ସୁନ୍ଦରୀ ଆରମ୍ଭ ହେବ। ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାର ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ। ସୁନ୍ଦରୀକୁ ଧରିବାରେ ଚନ୍ଦକାର କୁମ୍‌କୀ ହାତୀ ‘ଯଶୋଦା’ ସାହାଯ୍ୟ କରିବ। ଏଥିପାଇଁ ସାତକୋଶିଆର ପୁରୁଣାକୋଟରେ ଯଶୋଦା ପହଞ୍ଚିଛି। ଚନ୍ଦକା ଗୋଡ଼ିବାରିରୁ...

assam
ଆସାମରେ ୫ ଜଣଙ୍କୁ ହତ୍ୟା ଘଟଣାରେ ତୃଣମୂଳ କଂଗ୍ରେସ, ବଙ୍ଗାଳୀ ସଂଗଠନ ପକ୍ଷରୁ ପ୍ରତିବାଦ

ନୂଆଦିଲ୍ଲୀ: ଆସାମର ତିନ୍‌ସୁକିଆ ଜିଲ୍ଲାରେ ୫ ଜଣ ବଙ୍ଗଳାଭାଷୀ ଲୋକଙ୍କୁ ୟୁନାଇଟେଡ୍‌ ଲିବରେସନ୍‌ ଫ୍ରଣ୍ଟ ଅଫ୍ ଆସାମ୍ (ଉଲ୍‌ଫା) ଉଗ୍ରବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକ ହେଲେ ଶ୍ୟାମଲାଲ ବିଶ୍ୱାସ, ଅନନ୍ତ ବିଶ୍ୱାସ, ଅବିନାଶ ବିଶ୍ୱାସ, ସୁବଲ ବିଶ୍ୱାସ, ଧନଞ୍ଜୟ...

maoists attack
ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମାଓବାଦୀଙ୍କ ଆକ୍ରମଣ ଘଟଣା: ମାଓବାଦୀଙ୍କ ପକ୍ଷରୁ ଚିଠି ଜାରି

ଭୁବନେଶ୍ୱର: ଛତିଶଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମାଓବାଦୀ ଆକ୍ରମଣ ଘଟଣାର ୪ ଦିନ ପରେ ମାଓବାଦୀ ସଂଗଠନ ସଫେଇ ଦେଇଛି। ଏହି ଘଟଣାକୁ ନେଇ ସିପିଆଇ ମାଓବାଦୀ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ପୁଲିସ୍‌ ସହ ଗଣମାଧ୍ୟମ ପ୍ରତିନିଧି ଟିମ୍‌ରେ ଥିଲେ ବୋଲି ଜାଣିପାରି ନଥିବା ଏହି...

malkangiri
ରାତି ଅଧରେ ସମସ୍ୟା ଜଣାଇବାକୁ ଚାଲି ଚାଲି ବାହାରିଥିଲେ

ମାଲକାନଗିରି: ସମସ୍ୟା ଜଣାଇବାକୁ ରାତି ଅଧରେ ଛାତ୍ରମାନେ ଚାଲି ଚାଲି ବାହାରିଥିଲେ ପ୍ରଶାସନ ପାଖକୁ। କାହିଁକି ନା ସେମାନଙ୍କର ଅଭିଯୋଗ ଥିଲା ଯେ, ହଷ୍ଟେଲରେ ନା ଠିକ୍ ଭାବେ ଖାଇବାକୁ ଦିଆଯାଉଛି ନା ବିଜୁଳି କି ପାନୀୟ ଜଳର ବ୍ୟବସ୍ଥା ରହିଛି। ମାଲକାନଗିରି ତାରଲାକୋଟା ଉନ୍ନୀତ ମଧ୍ୟ ଇଂରାଜୀ...

elephant
କୂଅରେ ଖସି ପଡ଼ିଲା ହାତୀ

ଢେଙ୍କାନାଳ: କୂଅରେ ଖସି ପଡ଼ିଲା ଦନ୍ତା ହାତୀ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ମହୀଧରପୁର ଗାଁ ନିକଟସ୍ଥ ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ହାତୀଟି ଖସି ପଡ଼ିଥିବା ଦେଖିବାକୁ ମିଳିଛି। ହାତୀ ପଲ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଏହି ହାତୀଟି କୂଅ ଭିତରେ ଖସି ପଡିଥିବା ଅନୁମାନ...

bjp leader
ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳିକରି ହତ୍ୟା। ଗତକାଲି ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ବିଜେପି ନେତା ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତ୍‌ ପରିହାରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଜମ୍ମୁ ଓ କାଶ୍ମୀରର ବିଜେପି ସମ୍ପାଦକ ଅନୀଲ ପରିହାର ଓ...

naveen swain
ଯାହାଙ୍କ ଘରେ ଅମିତ୍‌ ଶାହ ଭୋଜନ କରିଥିଲେ, ସେ ଆଜି ମିଶିଲେ ବିଜେଡିରେ

ଭୁବନେଶ୍ୱର: ବିଜେପିରୁ ଯାଇ ସିଧା ବିଜେଡି କୋଳରେ। ପ୍ରାୟ ବର୍ଷେ ତଳେ ଯାହାଙ୍କ ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୋଜନ କରିଥିଲେ, ସେ ଏବେ ବିଜେଡି ଶିବିରକୁ ଯାଇ ଶଙ୍ଖ ଫୁଙ୍କୁଛନ୍ତି। ସେ ହେଲେ ଗଂଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବୀନ ସ୍ୱାଇଁ। ୨୦୧୭...

elephant
ରାସ୍ତା ଉପରେ ହାତୀଙ୍କ ରାଜୁତି

ବାଲେଶ୍ୱର: ରାସ୍ତା ଉପରେ ହାତୀଙ୍କ ରାଜୁତି। ଛୁଆଠୁ ବଡ଼ ପର୍ଯ୍ୟନ୍ତ ୩୪ଟି ହାତୀ ରାସ୍ତା ଉପରେ ରାଜ୍‌ କରୁଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ତିନିକୋଶିଆ ଜଙ୍ଗଲ ଭିତର ଦେଇ ଯାଇଥିବା ଭାଲୁକାଶୁଣି-ନରଣପୁର ରାସ୍ତା ଉପରେ ଗତକାଲି ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ହାତୀପଲକୁ ଦେଖି ଭୟରେ ଜଣେ...

doctor resign
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜର ୪ ଡାକ୍ତରଙ୍କ ଇସ୍ତଫା

କୋରାପୁଟ: କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଜଣ ଡାକ୍ତର ସାମୁହିକ ଭାବେ ଇସ୍ତଫା ଦେଇଛନ୍ତି। ଦରମା ବନ୍ଦ କରି ଦେବାରୁ ଏହି ୪ ଡାକ୍ତର ସାମୁହିକ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଇସ୍ତଫା ଦେଇଥିବା ଡାକ୍ତର ମାନେ ଭେଷଜ ବିଭାଗର ବୋଲି ଜଣାପଡ଼ିଛି। ବାଓମେଟ୍ରିକ୍‌...

jharsuguda airport
ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

ନୂଆଦିଲ୍ଲୀ/ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁର ପ୍ରଦାନ କରିଛି। ଝାରସୁଗୁଡ଼ା ବିମାନ ବନ୍ଦର ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ । କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ଟ୍ୱିଟ୍‌ କରି ଏହି...

kharabela swain
ଖାରବେଳ ସ୍ୱାଇଁଙ୍କୁ ପୁଣି ବିଜେଡି କର୍ମୀଙ୍କ ବିରୋଧ

ବାଲେଶ୍ୱର: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ବାଲେଶ୍ୱରରେ ବିରୋଧ। ଏଥର ବି ଖାରବେଳଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ। ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରାରେ ପୁଲିସ୍‌ ଓ ମାଇକ୍‌ ଅନୁମତି ନେଇ ରାସ୍ତାକଡ଼ରେ ଏକ ମିଟିଂ କରୁଥିବା ବେଳେ ସେଠାକାର ବିଜେଡିର ସ୍ଥାନୀୟ ପଞ୍ଚାୟତ...

landmine  exploding
କ୍ୟାମେରାରେ କଏଦ ହେଲା ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣର ଲାଇଭ ଭିଜୁଆଲ

ଭୁବନେଶ୍ୱର: ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣର ଲାଇଭ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଣ୍ଟି ଲ୍ୟାଣ୍ଡ୍‌ ମାଇନ୍‌ ଗାଡ଼ି ପାଖାପାଖି ୧୦୦ ଫୁଟ୍ ଉପରକୁ ଉଠି ଛିଟିକି ହୋଇ ପଡିଥିଲା ବୋଲି ସୂଚନା ମିଳିଛି। ଗତ ୨୭ ତାରିଖରେ ଛତିଶଗଡ଼ ବିଜାପୁରରେ ଲାଲ୍‌ବାହିନୀ...

farmer
ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁ ଘଟଣାକୁ ପୂରିଲା ବର୍ଷେ; ପାଳନ ହୋଇନି ପ୍ରତିଶ୍ରୁତି

ବରଗଡ଼: ବହୁ ଚର୍ଚ୍ଚିତ ବରଗଡ଼ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ଆଜିର ଦିନରେ ଚକଡ଼ା ପୋକ ଦାଉରୁ ଫସଲକୁ ରକ୍ଷା କରିନପାରି ବୃନ୍ଦା ଆତ୍ମହତ୍ୟା କରିଥିଲେ। ରୋଗ ପୋକ ଦାଉରୁ ଫସଲ ବଞ୍ଚାଇ ନପାରି ଶେଷରେ ବୃନ୍ଦା କୀଟନାଶକ ପିଇ ଆତ୍ମହତ୍ୟାକୁ...

similipal
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଆଜି ପ୍ରଥମ ଦିନରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍‌ ଏବଂ ଜଶିପୁର କାଳିଆମି ଗେଟ୍‌ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି। ପ୍ରତିଦିନ ପିଠାବଟା ଦେଇ ୨୫ ଓ କାଳିଆମି ଦେଇ ୩୫ଟି ଗାଡ଼ିକୁ ଅନୁମତି ମିଳିବ...

representational image
ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗଞ୍ଜାମ: ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପୋଲସରାର ବାଲିସାହି ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ଘରୁ ଚୋରି କରିବାକୁ ଯାଇଥିଲେ। ଚୋରମାନେ ଘରେ ଭିତରେ...