ବାଲେଶ୍ୱର: କାଳୀପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏହି ଗଣ୍ଡଗୋଳ ବେଳେ ଜଣେ ନିରୀହ ଡ୍ରାଇଭର ଫସି ଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ନିର୍ଧୁମ ଛେଚିଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନିଧିବଣି ଛକରେ ଗତକାଲି ଏହି ଘଟଣା ଘଟିଛି। ଆହତ ଡ୍ରାଇଭରଙ୍କ ନାଁ ଅଚିନ୍ତ ମହାନ୍ତି।...
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମାତିଛନ୍ତି ଭାଲୁ। ନୀଳଗିରି ଅଞ୍ଚଳର ପୃଥକ ପୃଥକ ସ୍ଥାନରେ ଭାଲୁ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୁମନ ଦାସ ଓ ବାରି ବେସରା। ଚଣ୍ଡୀପୁର ଗାଁର ସୁମନଙ୍କୁ ତାଙ୍କ ଘର ପାଖ ରାସ୍ତାରେ...
ବରଗଡ଼: ଦୀପାବଳି ପାଇଁ ଲଜ୍ ସଫା କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କର୍ମଚାରୀଙ୍କ ମୃତ୍ୟୁ। ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପଦ୍ମପୁରରେ ଥିବା ସୀତାରାମ୍ ଲଜ୍ର କର୍ମଚାରୀ ଦୀପାବଳି ପାଇଁ ଆଜି ସକାଳେ ଲଜ୍ ସଫା କରୁଥିଲେ।...
ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଆଉଟ୍ଡୋର୍ ନିକଟସ୍ଥ ଆଶା ଗୃହରେ ନିଆଁ ଲାଗିଯାଇଥିଲା। ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ସର୍ଟ ସର୍କିଟ୍ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏଥିରେ କେହି ହତାହତ...
ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକ ସହ ଦୀପ ଆଲୁଅରେ ଝଲସିବ ଗାଁଠୁ ସହର। ଏଥିପାଇଁ ଚାରିଆଡ଼େ ଉତ୍ସବମୁଖର। ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପୁରୀ...
ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ଏବେ ତାକୁ ରାଇଗୋଡ଼ା ସ୍ଥିତ ସ୍ୱତନ୍ତ୍ର ଏନ୍କ୍ଲୋଜର୍ରେ ରଖାଯାଇଛି। ବର୍ତ୍ତମାନ ସୁନ୍ଦରୀର ଆଚରଣକୁ ଅନୁଧ୍ୟାନ କରାଯିବ। ଏଥିପାଇଁ ନ୍ୟାସନାଲ୍ ଟାଇଗର କନ୍ଜର୍ଭେସନ୍ ଅଥରିଟି(ଏନ୍ଟିସିଏ) ଓ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ)ର ବିଶେଷଜ୍ଞ ଓ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ...
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିରେ ଅଘଟଣ। ଦୀପାବଳି ପାଳନ ପାଇଁ ସାରା ଦେଶ ଉତ୍ସବମୁଖର ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ଅଘଟଣ ଘଟିଛି। ଭୁବନେଶ୍ୱର ଷ୍ଟେସନ ବଜାର ଛକ ଅଞ୍ଚଳରେ ଥିବା ଏକ ସାନିଟାରୀ ପାଇପ୍ ଫିଟିଙ୍ଗସ୍ର ଷ୍ଟୋର୍ ହାଉସ୍ ଜଳିଯାଇଛି। ଗତକାଲି ରାତିରେ ଏହି ଅଘଟଣ ଘଟିଛି।...
ଲାଞ୍ଜିଗଡ଼: ସମ୍ପର୍କରେ ରକ୍ତର ଛିଟା। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଯାଇଛି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ବିଶ୍ୱନାଥପୁର ଗାଁରେ। ମୃତକ ହେଲେ ନାଥ ମାଝୀ। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ,...
ଭୁବନେଶ୍ୱର: ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି କୋରାପୁଟ ବିଧାୟକ ତଥା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ। ଆଜି ବାଚସ୍ପତିଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ଦେବା ନେଇ ଗତ ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଥିଲେ ସଗରିଆ। ଇସ୍ତଫା ଦେବା ପରେ ...
ନିମାପଡ଼ା: ବୟସ ମାତ୍ର ୨୪ ବର୍ଷ। କାମ କରୁଥିବା ବେଳେ ପଡ଼ିଯାଇ ବେକର ମେରୁଦଣ୍ଡ ଭାଙ୍ଗି ଯିବାରୁ ଏବେ ଶଯ୍ୟାଶାୟୀ। ହାତଗୋଡ଼ କାମ କରୁନାହିଁ। ଚିକିତ୍ସା ପାଇଁ ଯାହା କିଛି ଥିଲା ସବୁ ବିକି ଭାଙ୍ଗି ଦେଇଛନ୍ତି ମାଆ। ଦିନକୁ ଦିନ ଅସହ୍ୟ ହେଉଛି ଯନ୍ତ୍ରଣା। ଏପରି ସ୍ଥିତିରେ...
ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ। ରାଙ୍ଗୀନ ଆଲୋକ ସହ ଦୀପ ଆଲୁଅରେ ସଜେଇ ହେବ ସହରଠାରୁ ଗାଁ। ଏହାସହ ବାଣ ଫୁଠାଇ ଦୀପାବଳୀକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ତେବେ ଦୀପାବଳୀରେ ସୁରକ୍ଷିତ ବାଣ ଫୁଟା ନେଇ କମିଶନରେଟ ପୁଲିସ ନିର୍ଦ୍ଦେଶାବଳୀ ଜାରି କରିଛି।...
ଆଳି: ବିଦେଶକୁ ଚାକିରି ଆଶାରେ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ଅଭାବ ଅନଟନ ଦୂର ହୋଇଯିବ ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଚାକିରି ତ ଗଲା, ଏବେ ଘରକୁ ଫେରିବା ମଧ୍ୟ କଷ୍ଟକର। ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା...
କଟକ: ରାଜ୍ୟର ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ବା ବାଲିଯାତ୍ରାର ମଜା ଏବେ ଅଧିକ ଦିନ ନେଇ ହେବ। ୭ ବଦଳରେ ଚଳିତବର୍ଷଠାରୁ ଏହା ୧୧ ଦିନ ହେବ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ...
ଭୁବନେଶ୍ୱର : ରାଜଧାନୀରେ ସମାବେଶ ପୂର୍ବରୁ ଚାଷୀଙ୍କୁ ପୁଲିସ ବଳପୂର୍ବକ ଅଟକାଇବା ଓ ଚାଷୀଙ୍କ ଦାବି ପୂରଣ ପାଇଁ ଅାନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାର ଚାଷୀଙ୍କୁ ବାରମ୍ବାର ଭଣ୍ଡାଉଛନ୍ତି, ଓ ନାଟକବାଜୀ କରୁଥିବା ବିଜେପି ଅଭିଯୋଗ କରିଥିବାବେଳେ ବିରୋଧୀଦଳ ନେତା...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ ଥିବା ପବ୍ଲିକ୍ ସେକ୍ଟର (ପିଏସ୍ୟୁ)ରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର। ପିଏସ୍ୟୁ ରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରାଜ୍ୟ ସରକାର ବୃଦ୍ଧ କରିଛନ୍ତି। ୨% ମହଙ୍ଗା ଭତ୍ତା ଅଥବା ଡିଏ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ମହଙ୍ଗା ଭତ୍ତା...
ଭୁବନେଶ୍ୱର: ବିଶ୍ୱକପ୍ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଦିନ ୧୦ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ହକି ପ୍ରେମୀମାନେ...
ମାଲକାନଗିରି: ଓଡ଼ିଶା ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେସନ୍ ବେଳେ ୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା କୁହାଯାଉଛି। ମାଲକାନଗିରି ଜିଲ୍ଲା କାଳିମେଳାର ପପୁଲୁରୁରେ ଗତକାଲି ଏହି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏସ୍ଓଜି ଦ୍ୱାରା...
ଗଞ୍ଜାମ: ଜଙ୍ଗଲ ଭିତରେ ଗଞ୍ଜେଇ ମାଫିଅାକୁ ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଆହତ ହୋଇଛି। ମୁନାର ଡାହାଣ ଆଣ୍ଠୁରେ ଗୁଳି ବାଜିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମୁନାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁଲବାଣୀର ବ୍ରାହ୍ମଣୀ ଜଙ୍ଗଲରେ ଗଞ୍ଜେଇ ମାଫିଆ ମୁନା ଥିବା ନେଇ ପୁଲିସ୍ ଖବର...
ଭୁବନେଶ୍ୱର: ଆଜି ଧନ୍ତେରସ୍। ବିଶ୍ୱାସ ରହିଛି ଧନ୍ତେରସ୍ରେ ସୁନା କିଣିଲେ ଘରକୁ ମା’ ଲକ୍ଷ୍ମୀ ଆସନ୍ତି। ପରିବାରରେ ସୁଖଶାନ୍ତି ବଢ଼େ। ସେଥିଲାଗି ଗହଣା କିଣିବା ଲାଗି ବିଭିନ୍ନ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଜମୁଛି। ଚଳିତ ବର୍ଷବ ଗହଣା ସାଙ୍ଗକୁ ଗଣେଶ, ମା’ ଲକ୍ଷ୍ମୀ ମୂର୍ତ୍ତି ସହ କଏନ୍...
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱରରେ ବିଶାଳ ଚାଷୀ ସମାବେଶ ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି। କଟକ ପଟୁ ଆସୁଥିବା ଚାଷୀଙ୍କୁ ହଂସପାଳ ଓ ଖୋର୍ଦ୍ଧା ପଟୁ ଆସୁଥିବା ଚାଷୀଙ୍କୁ ତମାଣ୍ଡୋ ଠାରେ ପୁଲିସ୍ ଅଟକାଇଛି।...