• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ATM
ଏଟିଏମ୍‌ ତାଡ଼ି ନେଇ ପଳେଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁରରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌। ସେଠାରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍‌କୁ କିଛି ଦୁର୍ବୃତ୍ତ ତାଡ଼ି ନେଇ ପଳାଇଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ଏଟିଏମ୍‌କୁ ତାଡ଼ି ନେଇ ପଳାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି...

naxal posters
ନବ ନିର୍ମାଣ କୃଷକ ସଂଗଠନର ଅାନ୍ଦୋଳନକୁ ନକ୍ସଲଙ୍କ ସମର୍ଥନ

କନ୍ଧମାଳ: ପୁଣି ଥରେ କନ୍ଧମାଳରେ ନିଜ ପତିଆରା ଜାହିର କରିଛି ନକ୍ସଲ। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁକୁରୁମା ଏବଂ ଗୁଛାପଡ଼ା ଥାନା...

landmine blast
ଛତିଶଗଡ଼ରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ନକ୍ସଲମାନେ ହିଂସାକାଣ୍ଡ ଘଟାଇବାକୁ ଚେଷ୍ଟା କରିଛନ୍ତି। ଛତିଶଗଡ଼ ଦାନ୍ତେୱାଡ଼ାରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣରେ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନକ୍ସଲମାନେ ସିରିଜ୍ ଲ୍ୟାଣ୍ଡମାଇନ୍ ବିଛାଇଥିବା...

sajjan jindal
ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ

ପୁରୀ: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସାଙ୍ଗରେ ସଜ୍ଜନଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ...

bjd rally
ବିଜେଡି ପଦଯାତ୍ରାକୁ ନଯିବାରୁ ଅାକ୍ରମଣ ଅଭିଯୋଗ

ନୟାଗଡ଼: ବିଜେଡି ପଦଯାତ୍ରାକୁ ନଯିବାରୁ ଦୁଇ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁରେ ଏହି ଘଟଣା ଘଟିଛି। ଆହତଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଶଙ୍ଖେଇ ଗାଁରେ ବିଜେଡିର...

election
ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୋଟ୍‌ରମାନେ ବୁଥ୍ ଆଗରେ ଧାଡ଼ି ଲଗାଇଛନ୍ତି। ୯୦ଟି ଆସନରୁ ୧୮ଟି ଆସନରେ ଆଜି ଭୋଟ୍ ଗ୍ରହଣ କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ...

Ananth Kumar
କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ପରଲୋକ। ବେଶ୍‌ କିଛି ଦିନ ଧରି ଅସୁସ୍ଥ ଥିବା ଅନନ୍ତ କୁମାରଙ୍କ ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ କ୍ୟାନ୍‌ସର୍‌ରେ ପୀଡ଼ିତ...

india
ଚେନ୍ନାଇରେ ଭାରତର ଚମକ ; ୩-୦ରେ ସିରିଜ୍‌ ପୋଛିନେଲା ଭାରତ

ଚେନ୍ନାଇ : ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟି-୨୦ ଜିତିଲା ଭାରତ । ୧୮୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ୬ ୱିକେଟ୍‌ରେ ଚେନ୍ନାଇ ବିଜୟ ସହ ସିରିଜ୍‌ ପୋଛିନେଲା ଇଣ୍ଡିଆ । ଧାୱନଙ୍କ (୯୨ରନ୍‌) ଧୂଆଧାର୍‌ ବ୍ୟାଟିଂରେ ଭାରତ ଏହି ରୋମାଞ୍ଚକର ମ୍ୟାଚକୁ ଜିତିନେଇଛି । ଭାରତ-ୱେଷ୍ଟଇଣ୍ଡିଜ୍...

make-up
ମେକ୍ ଇନ୍ ଓଡିଶା ଅାଳରେ ଛବି ସୁଧାରିବାକୁ ପ୍ରୟାସ କରୁଛି କି ବିଜେଡି ?

ଭୁବନେଶ୍ୱର : ମେକ୍ ଇନ୍ ଓଡିଶା ଅାଳରେ ବ୍ରାଣ୍ଡ ନବୀନକୁ ପ୍ରମୋଟ କରି ଛବି ସୁଧାରିବାକୁ ପ୍ରୟାସ କରୁଛି କି ବିଜେଡି ? ରାଜ୍ୟ ଓ ଜାତୀୟସ୍ତରରେ ନବୀନଙ୍କୁ ବିକାଶ ପୁରୁଷ ଭାବେ ପ୍ରତିପାଦିତ କରିବାକୁ ରାଜ୍ୟ ସରକାରଙ୍କ ଅାଉ ଏକ ଚାଲ୍ ନୁହେଁ ତ ? ମେକ୍...

lopamudra
ପଦ ଛାଡ଼ିଲେ ଦୁଇ କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ରାଜ୍ୟର ଦୁଇ କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଓ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମୀନତି ବେହେରା ଇସ୍ତଫା ଦେଇଛନ୍ତି। ଲୋପାମୁଦ୍ରା ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡ଼ିଛି। କାର୍ଯ୍ୟକାଳ ସମାପ୍ତ ହେବାର ୮/୧୦ ଦିନ ପୂର୍ବରୁ ଲୋପାମୁଦ୍ରା...

woman death
ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଲେ!

ଭୁବନେଶ୍ୱର: ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକୁନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୂ ଘର ଲୋକେ ଝିଅକୁ ନିଆଁରେ ପୋଡ଼ି ମାରି ଦେଇଥିବା ମୃତ ମହିଳାଙ୍କ ପରିବାର ଲୋକେ...

security forces...
ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଠିକ୍‌ ଗୋଟିଏ ଦିନ ପୂର୍ବରୁ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ। ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଏହି ଗୁଳିବିନିମୟ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏସ୍‌ଟିଏଫ୍‌...

gas cylinder
୪୦ ଫୁଟ ତଳକୁ ଖସି ପଡ଼ିଲା ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌

ବୌଦ୍ଧ: ୪୦ ଫୁଟ ତଳକୁ ଖସି ପଡ଼ିଲା ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଏଥିରେ ଡ୍ରାଇଭର, ହେଲ୍‌ପର୍‌ଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

firing
ଯୁବକଙ୍କୁ ଗୁଳିମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ବଳରାମ ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ। ବଳରାମଙ୍କ...

tata magic
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଟାଟା ମ୍ୟାଜିକ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଟାଟା ମ୍ୟାଜିକ୍‌ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ୧୦ ଜଣଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ...

election
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ

ରାୟପୁର: ଆସନ୍ତାକାଲି ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଛତିଶଗଡ଼ର ନକ୍ସଲ ପ୍ରବଣ ସୁକ୍‌ମା, କାଙ୍କେର, ରାଜନନ୍ଦଗାଓଁ, ବସ୍ତର, ଦାନ୍ତେୱାଡ଼ା, ବିଜାପୁର, କୋଣ୍ଡାଗାଁଓ ଏବଂ ନାରାୟଣପୁର ଜିଲ୍ଲାର ୧୮ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୯୦ ଜଣ...

elephant
ମୟୂରଭଞ୍ଜରେ ହାତୀ ଉପଦ୍ରବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ମୟୂରଭଞ୍ଜ-ପଶ୍ଚିମବଙ୍ଗ ସୀମାନ୍ତ ରାସଗୋବିନ୍ଦ ରେଞ୍ଜ ଦେଇ ୬୦ରୁ ଅଧିକ ହାତୀ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଚିତ୍ରଡ଼ା ଜଙ୍ଗଲ ଏବଂ ବ୍ରାହ୍ମଣମରା ଜଙ୍ଗଲରେ ହାତୀପଲ ଦେଖିବାକୁ ମିଳିଛି। ଏଥିସହ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ହାତୀପଲକୁ...

elephant
ସୋଲାର ତାରବାଡ଼ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଛନ୍ତି ହାତୀ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରାସ୍ତାରେ ଯିବା ଆସିବା କରୁଛନ୍ତି। ହାତୀମାନେ ରାସ୍ତା କଡ଼ରେ ଦିଆଯାଇଥିବା ସୋଲାର ତାରବାଡ଼କୁ...

cricket
ମହିଳା ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଚିତ୍ତାକର୍ଷକ ବିଜୟ

ଗୁଏନା: ୱେଷ୍ଟଇଣ୍ଡିଜ୍‌ର ଗୁଏନାଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୯୪ ରନ୍‌ରେ ଇନିଂସ୍‌ ସାରି ରେକର୍ଡର ପାହାଡ଼ ତିଆରି କରିଛି। ଅଧିନାୟକ ହରମନ୍‌ପ୍ରୀତ କୌର ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି। ଯାହାକି ଭାରତୀୟ ମହିଳା ଭାବେ ମଧ୍ୟ ପ୍ରଥମ। ଏତଦ୍‌ବ୍ୟତୀତ...

group clash
୨ ଗୋଷ୍ଠୀ ମୁହାଁମୁହିଁ; ୫ ଗୁରୁତର

ବାଲେଶ୍ୱର: ଜମିରେ ବାଡ଼ ଦେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କୁପୁରା ଗାଁରେ ଏହି ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ...