ଭୁବନେଶ୍ୱର: ସାଉଦି ଆରବରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ନରେନ୍ଦ୍ର ପଲେଇଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିଛି। ଏନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରର ଅନୁରୋଧ କ୍ରମେ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡା ସାଉଦି ଆରବ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ...
ମୁନିଗୁଡା: ମୁନିଗୁଡାର ବିଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ପୋଷ୍ଟର ଲଗାଯାଇଛି। ବସ୍ଷ୍ଟାଣ୍ଡ, ବିଭିନ୍ନ ବସ୍ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ପୋଷ୍ଟର ଲଗାଯାଇଛି। ଗତକାଲି ନକ୍ସଲଙ୍କ ତରଫରୁ ଜାରି କରାଯାଇଥିବା ଅଡିଓ ଟେପ୍କୁ ବିରୋଧ କରି ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ଜିଲ୍ଲା କମିଟି ତରଫରୁ ଏହି ପୋଷ୍ଟର...
ଢେଙ୍କାନାଳ: ମେଡିକାଲ୍ର ଛାତରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ରୋଗୀଙ୍କ ନାଁ ସଞ୍ଜୟ ଭୋଳ। ତାଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ନିକଟସ୍ଥ ହରିଡ଼ାପଶି ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି...
ଭଦ୍ରକ: ଏକ୍ସପାଏରୀ ପୂର୍ବରୁ ପୁଳାପୁଳା ଔଷଧ ଫୋପଡ଼ା ହୋଇଛି। ଭଦ୍ରକ ଜିଲ୍ଲା ଚନ୍ଦନପୁର ଅଙ୍ଗନବାଡ଼ି କେନ୍ଦ୍ର ପଛପାଖ ପୋଖରୀ ହୁଡ଼ାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏଗୁଡ଼ିକ ସରକାର ଯୋଗାଇ ଦେଉଥିବା ଫଲିକ୍ ଏସିଡ ସିରପ୍ ବୋଲି ଜଣାପଡ଼ିଛି। ଏହାର ବୈଧତା ୨୦୧୮ ନଭେମ୍ବର ଯାଏ ରହିଛି। ମାଗଣା...
କେନ୍ଦ୍ରାପଡ଼ା: ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ମଦ ପିଇ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ୩ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନ ପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣକାରୀ ଯୁବକଙ୍କ ନାଁ ହେଲା ବିକ୍ରମ ଦାସ।...
କଟକ: ଦିନକୁ ଦିନ କଟକ ବାଲିଯାତ୍ରା ବିବାଦ ତେଜିବାରେ ଲାଗିଛି। ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ବ୍ୟବସାୟୀ ସଂଘ ଏବେ ବିଧାୟକଙ୍କ ହସ୍ତକ୍ଷେପ ଲୋଡିଛି। କୌଣସି ମତେ ମଧ୍ୟ ଆଉ ପ୍ରଶାସନ ସହ ଆଲୋଚନା କରାଯିବ ନାହିଁ ବୋଲି ବ୍ୟବସାୟୀ ସଂଘ କହିଛି। ଯଦି ବିଧାୟକ...
କୋଲକାତା: ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ସିବିଆଇକୁ ନା। ଏଣିକି ପଶ୍ଚିମବଙ୍ଗରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି ବଳରେ ସିବିଆଇ...
ଢେଙ୍କାନାଳ: ବିୟର ଫ୍ୟାକ୍ଟ୍ରି ପାଇଁ ଚାଲିଛି ଗଛକଟା। ଯାହାକୁ ଜନ ସାଧାରଣ ବିରୋଧ କରିଛନ୍ତି। ଫ୍ୟାକ୍ଟ୍ରି ପାଇଁ ଢେଙ୍କାନାଳ ଜିଲ୍ଲା ଝିଙ୍କରଡିହି ଜଙ୍ଗଲରେ ଗଛକଟା ହେଉଥିବାରୁ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗଛକଟାକୁ ବିରୋଧ କରି ପୁଲିସ୍- ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍କୁ ଠେଙ୍ଗାବାଡି ଦେଖାଇ...
କଟକ: ବିଲ ମଝିରେ ଅସୁସ୍ଥ ଏକ ଦନ୍ତାହାତୀକୁ ଠାବ କରାଯାଇଛି। କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ହଳଦୀବସନ୍ତ ଗାଁ ବିଲରେ ଦନ୍ତା ହାତୀଟି ଅସୁସ୍ଥ ହୋଇ ପଡି ରହିଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ହାତୀଟି ଅସୁସ୍ଥ ଥିବାରୁ ଉଠି ନ ପାରି ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି।...
ଭୁବନେଶ୍ୱର: କାଉଣ୍ଟରରେ ନୁହେଁ, ଅନ୍ଲାଇନ୍ରେ ମିଳିବ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକେଟ୍। ଆସନ୍ତା ସପ୍ତାହରୁ ଏସବୁ ଟିକେଟ୍ ବିକ୍ରି ହେବ। ତେବେ ଟିକେଟ୍ ବିକ୍ରିର ୪୮ ଘଣ୍ଟା ପୂର୍ବରୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଏଫ୍ଆଇଏଚ୍ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଗତକାଲି ଅନୁଷ୍ଠିତ ଜେନେରାଲ୍ ବଡ଼ି...
ଫୁଲବାଣୀ: ତିନି ବର୍ଷ ତଳେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିଲେ। ଆଉ ଗତକାଲି ତାଙ୍କର ବାହାଘର ହୋଇଛି। ତାଙ୍କ ନାଁ ଜ୍ୟୋତି ମାଡ଼କାମୀ। ଜ୍ୟୋତି ଜଣେ କ୍ୟାଡର୍ ନକ୍ସଲ ଥିଲେ। ସେ ପ୍ରାୟ ୧୪ ବର୍ଷ ଧରି ଛତିଶଗଡ଼ର ବିଜାପୁର ଅଞ୍ଚଳରେ ସକ୍ରିୟ ଥିଲେ।...
ସାଲେପୁର: ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, କଟକ ସାଲେପୁରର ଛୋଟି ନଟରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥବା ପାଚିକାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସ୍...
ପୁରୀ: ଘରୁ ଜିନିଷ ଚୋରି ହେଲା। ଅଭିଯୋଗ ପରେ ଚୋରି ଜିନିଷ ତ ଫେରିଲାନି, ଆହୁରି ଗାଁରୁ ବାସନ୍ଦ ହେବାକୁ ପଡ଼ିଲା। ପୁରୀ ଜିଲ୍ଲା ସତ୍ୟବାଦୀ ହାଟପଡା ଗାଁରେ ଏଭଳି ଘଟଣା ଘଟିଛି। ଗାଁ କମିଟିର ନିଷ୍ପତ୍ତିରେ ଅରାଜି ହେବାରୁ ୬ମାସ ହେଲା ନିଆଁପାଣି ବାସନ୍ଦ କରି ଦିଆଯାଇଥିବା...
ନୀଳଗିରି: ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ ମୁହାଁମୁହିଁ। ଗ୍ରାମବାସୀଙ୍କ ଆକ୍ରମଣରେ ରେଞ୍ଜର ଓ ବନ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ନୀଳଗିରି ହାତିମୁଣ୍ଡା ଗାଁରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ କିଛି ଦିନ ଧରି ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି।...
ପୁରୀ: ଆଜି ପବିତ୍ର ଅଁଳା ନବମୀ। ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର। ଅଁଳା ନବମୀରେ ରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାର୍ତ୍ତିକ...
ହାଇଦ୍ରାବାଦ: ସିବିଆଇକୁ ଆନ୍ଧ୍ର ପ୍ରଦେଶ ମନା। ଏଣିକି ସରକାରୀ କାମରେ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି...
ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ହୋ ହାଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି। ଚାଷୀ ସମସ୍ୟା ନେଇ ଆଲୋଚନା କରିବାକୁ କଂଗ୍ରେସ ସଦସ୍ୟ ଦାବି କରି ଗୃହ ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ। ଫଳରେ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ସେପଟେ ବାଚସ୍ପତି...
ଭୁବନେଶ୍ୱର: ଟିଟିଲାଗଡ଼କୁ ଜିଲ୍ଲା ଓ ସିନ୍ଧେକେଲାକୁ ବ୍ଳକ୍ ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ସିନ୍ଧେକେଲା ବନ୍ଦ ଡାକରା ଦିଆଯାଇଛି। ବଣିକ ସଂଘ ତରଫରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଛନ୍ତି। ପରେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। ଦୋକାନ ବଜାର, ସ୍କୁଲ ଓ...
ବାରିପଦା: ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ରଙ୍ଗମାଟିଆ ଡାକ୍ତରଖାନାର ଫାର୍ମାସିଷ୍ଟ ସନ୍ଦୀପ ପତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଦୀର୍ଘ ୮ ବର୍ଷ ଧରି ସେ ଠିକା କର୍ମଚାରୀ ଭାବେ କାମ କରିବା ପରେ ୨ ମାସ ତଳେ ସ୍ଥାୟୀ ନିଯୁକ୍ତି...
ଚେନ୍ନାଇ: ଘୂର୍ଣ୍ଣିଝଡ଼ ‘ଗଜ’ ଆଜି ଭୋର ସମୟରେ ତାମିଲନାଡୁର ନାଗାପାଟ୍ଟିନମ୍ରେ ଉପକୂଳ ଛୁଇଁଛି। ଉପକୂଳ ଛୁଇଁବା ସମୟରେ ଘଣ୍ଟାପ୍ରତି ପବନର ବେଗ ୧୨୦ କି.ମି ଥିଲା। ଗଜକୁ ଦୃଷ୍ଟିରେ ରଖି ତାମିଲନାଡୁ ଉପକୂଳର ୭୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥିସହ ତାମିଲନାଡୁର ୬ଟି ଜିଲ୍ଲାରେ ୩୦୦ରୁ...