ରାଉରକେଲା: ରାଉରକେଲା ଆଇଜିଏଚ୍(Ispat General Hospital)ରେ ପଶିଲା କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଜଣେ ଡାକ୍ତରଙ୍କ ସହ ୬ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପଠାଯାଇଛି । ହସ୍ପିଟାଲ କିଛି ଅଂଶକୁ ଆଇସୋଲେସନ୍ ଘୋଷଣା କରାଯାଇଛି। ସଂପୃକ୍ତ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ହସ୍ପିଟାଲକୁ...
ଭୁବନେଶ୍ୱର: ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ନେଇ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏବେ ଏହି ତାଲିକାରେ ଯୋଡି ହୋଇଛି ଆଉ କିଛି ଜିଲ୍ଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ସଟ୍ଡାଉନ ପାଳନ ପାଇଁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି...
ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ୍ (Saroj Khan) । ୭୨ ବର୍ଷ ବୟସରେ ସରୋଜଙ୍କର ମୁମ୍ବାଇରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି...
ଲକ୍ଷ୍ନୌ: ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏମିତି ଖବର ମିଳିଛି ଉତ୍ତରପ୍ରଦେଶ କାନପୁରରେ । ମୋଷ୍ଟଓ୍ୱାଣ୍ଟେଡ୍ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ସହିଦ ହୋଇଛନ୍ତି । କାନପୁର ଧୌବେପୁର ଥାନା ବେକରୁ ଗାଁ ପାଖରେ ଘଟିଥିଲା ଏହି ଗୁଳି ବିନିମୟ। ଗତକାଲି ମଧ୍ୟରାତ୍ରିରେ କାନପୁର...
ନୂଆଦିଲ୍ଲୀ: କମିଲା ସୁନା ଦର। ଗୁରୁବାର ଘରୋଇ ବଜାରରେ ସୁନାଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସୁନା ଦରରେ ୦.୨୪ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ୍ ୧୧୭ ଟଙ୍କା ହ୍ରାସ ପାଇ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮, ୧୫୦ ଟଙ୍କା ରହିଛି। ସୁନା...
କଟକ: କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ DSPଙ୍କ ପରିବାରର ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। DSPଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ପିରବାର ସଦସ୍ୟଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏଥିସହିତ ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ କରୋନା ପଜିଟିଭ ଚିହ୍ନଟ...
ବାଲେଶ୍ୱର:ଠାକୁର ପୂଜା ବାସି ଫୁଲକୁ ପାଣିରେ ପକାଇବା ପାଇଁ ମା’ଙ୍କ ସାଙ୍ଗରେ ନଦୀକୁ ଯାଇଥିଲା କୁନି ପୁଅ । ହେଲେ ଆଉ ଘରକୁ ଫେରିଲେନି। ନଦୀରେ ଭାସୁଥିବା କୁନି ପୁଅର ଚପଲ ଦେଖି ଡାକ ପକାଇଲେ ମା’। ଗାଁ ଲୋକ ଆସି ବହୁ ଖୋଜାଖୋଜି କଲେ। ହେଲେ ପୁଅ...
ଚେନ୍ନାଇ: ତାମିଲନାଡୁ ତୁଟିକୋରିନରେ ପୋଲିସ ହେପାଜତରେ ବାପ (ପି ଜୟରାଜ )-ପୁଅ (ଫୋନିକ୍ସ) ମୃତ୍ୟୁ ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି। ଏଥିସହିତ ଅନ୍ୟ ତିନି ପୁଲିସ କର୍ମୀଙ୍କ ବିରୋଧରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି। ତାମିଲନାଡୁ କ୍ରାଇମବ୍ରାଞ୍ଚ ସବ୍-ଇନ୍ସପେକ୍ଟର ବାଲ କ୍ରିଷନ୍, କନଷ୍ଟେବଳ...
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହୋଇଛି ଲୋକାଲ କେସ୍। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନରେ ସାଧାରଣ...
ଭୁବନେଶ୍ୱର: କରୋନା ନେଲା ଆଉ ୨ ଜୀବନ। ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଭୁବନେଶ୍ୱର: ଆଜି ରାଜ୍ୟର ୧୯ ଜିଲ୍ଲାରୁ ଆଉ ୨୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୧୯୩ ଜଣ। , ଲୋକାଲ୍ କେସ୍ ୩୬ଜଣ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ...
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଭୟଙ୍କର ରୂପ ନେଲାଣି କରୋନା। ଦ୍ରୁତ ଗତିରେ ବଢି ଚାଲିଛି କରୋନା। ସଂକ୍ରମଣକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଗାଡି ଚଳାଚଳକୁ ମନା କରାଯାଇଛି। ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ କଟକଣା ନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ଏହି...
ନୂଆଦିଲ୍ଲୀ:ଦେଶରେ ବେକାବୁ ସ୍ଥିତିରେ ପହଞ୍ଚିଲାଣି କରୋନା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଲା । ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୪ ଜଣଙ୍କ ମୃତ୍ୟୁ ହୋଇଛି ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪...
କେନ୍ଦ୍ରାପଡ଼ା: ଜମି ନେଲା ଜୀବନ। ଗାଁ ଦାଣ୍ଡରେ ଜଣେ ବୃଦ୍ଧଙ୍କୁ ପିିଟି ପିଟି ହତ୍ୟା କରିଦେଲେ। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ। ମୃତକ ହେଉଛନ୍ତି ଧରଣୀଧର ଦାସ । ସୁରଞ୍ଜନ ମଣ୍ଡଳ ଏବଂ ଧରଣୀଧରଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା। ଗତକାଲି ସଂଧ୍ୟାରେ...
ପୁରୀ: ବଡ଼ ଦେଉଳରେ ବାରମାସରେ ତେର ପର୍ବ। କେତେ ରୂପରେ, କେତେ ବେଶରେ ସଜେଇ ହୁଅନ୍ତି ଠାକୁର। ସବୁ ସେଇ ଭକ୍ତଙ୍କ ପାଇଁ। ଆଜି ରଥ ଉପରେ ତିନି ଠାକୁରଙ୍କ ବେଶ ହେବ ସୁନାରେ। ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ...
ଭୁବନେଶ୍ୱର:ସବୁ ୟୁନିଭର୍ସିଟିରେ ହେବ ଅନ୍ ଲାଇନ୍ କ୍ଲାସ। ତୁରନ୍ତ କ୍ଲାସ ଆରମ୍ଭ କରିବାକୁ ସବୁ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଉଚ୍ଚ ଶିକ୍ଷା ସଚବ। ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।...
ନୂଆଦିଲ୍ଲୀ: UPSC ପରୀକ୍ଷାର୍ଥୀଙ୍କୁ ମିଳିବ ସେଣ୍ଟର ବାଛିବା ସୁଯୋଗ। ଅକ୍ଟୋବର ୪ରେ ହେବାକୁ ଥିବା UPSC ସିଭିଲ୍ ପ୍ରିଲିମନାରୀ , IFS ( ଇଣ୍ଡିଆନ ଫରେଷ୍ଟ ସର୍ଭିସ )ମେନ୍ ପରୀକ୍ଷାରେ ଏଥର ପରୀକ୍ଷାର୍ଥୀଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବାକୁ ସୁଯୋଗ ମିଳିବ । କୋଭିଡ ପରିସ୍ଥିତିକୁ ଦେଖି...
ପୁରୀ:ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ତେବେ କରୋନା ସ୍ଥିତିକୁ ନେଇ ପୁରୀକୁ ଯାଇ ଦର୍ଶନ କରିପାରିବେନି ଭକ୍ତ ।ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା ବେଶ ଦେଖିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା...