ଭୁବନେଶ୍ୱର: କରୋନା ପରିଚାଳନା କ୍ଷେତ୍ରରେ ସରକାର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପଶ୍ଚିମ ଓଡ଼ିଶାର ସ୍ଥିତି ସାଙ୍ଘାତିକ ହେଲାଣି। ଆଗ ଅପେକ୍ଷା ବର୍ତ୍ତମାନ ବହୁ ମାତ୍ରାରେ ସଂକ୍ରମିତ ଏହି ସବୁ ଜିଲ୍ଲାରୁ ଆସୁଛି। ଏଠି କିଛି ବ୍ୟବସ୍ଥା କରାଯାଇନାହିଁ...
ରେଢ଼ାଖୋଲ: କରୋନା କାଳରେ ସାମ୍ନାକୁ ଆସିଲା ଆଉ ଏକ କରୁଣା କହାଣୀ। ରେଢ଼ାଖୋଲ ମେଡିକାଲରେ ଡ୍ରେସର ଭାବେ କାମ କରୁଥିବା ୪୦ ବର୍ଷୀୟ ଅକୃର ସେଠୀଙ୍କୁ ଏବେ ଗଛ ତଳେ ଜୀବନ ବିତାଇବାକୁ ପଡ଼ୁଛି। କାହିଁକିନା ଗାଁ ଭିତରକୁ ପ୍ରବେଶ ଉପରେ କଟକଣା ଲାଗିଛି। ଘରେ ସ୍ତ୍ରୀ, ପିଲାମାନେ...
ପୁରୀ: ଜଗନ୍ନାଥ ବଲ୍ଲଭରେ ରଖାଯିବ ଶ୍ରୀଜିଉଙ୍କ ୩ ରଥ। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ତିନି ରଥକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଜଗନ୍ନାଥ ବଲ୍ଲଭରେ ଉପଯୁକ୍ତ ସ୍ଥାନ ମାପଚୁପ ପରେ ତିନି ରଥକୁ ଖୋଲାଯିବ। ତାହାକୁ କିଭଳି ଢଙ୍ଗରେ କାଢ଼ି ପୁଣି...
ଭୁବନେଶ୍ୱର: କରୋନା ମାଡ଼ରେ ସଂକୁଚିତ ହେବ ପିଲାଙ୍କ ପାଠ୍ୟକ୍ରମ। ପ୍ରଥମରୁ ଦଶମ ଏବଂ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସିଲାବସ୍ କମିବ। ତେବେ ସିଲାବସ୍ କେତେ ପ୍ରତିଶତ କମିବ ତାହା ଶିକ୍ଷାନୁଷ୍ଠାନ ଖୋଲିବା ପରେ ହିଁ ସ୍ପଷ୍ଟ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ...
ସମାଜସେବୀ ଆଦିତ୍ୟ ଦାଶ ରହସ୍ୟଜନକ ମୃତ୍ୟୁ ମାମଲାରେ ନୂଆ ମୋଡ଼। ସାମ୍ନାକୁ ଆସିଛି ଘଟଣା ଦିନର ଏକ ସିସିଟିଭି ଭିଜୁଆଲ। ଯେଉଁଥିରେ ଆଦିତ୍ୟ ଚାଲି ଚାଲି ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଛି। ଜିଆରପି ଏହି ଘଟଣାର ତଦନ୍ତ କରୁଥିଲେ ବି ତାହା ସନ୍ତୋଷଜନକ ନୁହେଁ ବୋଲି କହିଛି ଆଦିତ୍ୟ...
ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୪୪୦ କରୋନା ଆକ୍ରାନ୍ତ। ଖୋର୍ଦ୍ଧାରୁ ୮୩, ଗଂଜାମରୁ ୬୮ଓ ବାଲେଶ୍ୱରରୁ ୪୯ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମାଲକାନଗିରି ୪୦, ଜଗତସିଂହପୁର ୨୩, ଭଦ୍ରକ ୨୧, ମୟୂରଭଂଜରୁ...
ଭୁବନେଶ୍ୱର: ଆଷାଢ଼ ଗଲା, ଶ୍ରାବଣ ବି ସରିବା ସରିବା ହେଲାଣି। ହେଲେ ବର୍ଷାର ଦେଖାନାହିଁ। କାଁ ଭାଁ ଅସରାଏ, ଦିଅସରା ବର୍ଷୁଛି ସିନା ନିୟମିତ ହେଉନି। ଫଳରେ ପଛେଇ ଗଲାଣି ଚାଷକାମ। ଏଣେ କମ୍ ବର୍ଷାକୁ ନେଇ ଚାଷୀ ମନରେ ଦ୍ୱନ୍ଦ୍ୱରେ। ରୁଆରୁଇ କରିବା ନା ନାହିଁ। ଆଗକୁ...
ଭୁବନେଶ୍ୱର: ଖୁବ୍ଶୀଘ୍ର ରାଉରକେଲା ଆଇଜିଏଚ୍ରେ ଆରମ୍ଭ ହେବ ପ୍ଲାଜ୍ମା ଥେରାପି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍ରେ ପ୍ଲାଜମା ଥେରାପି ଦିଆଯିବ। ଏବଂ ସେଠାରେ ପ୍ଲାଜ୍ମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ...
ଭୁବନେଶ୍ୱର: ଥିଲାବାଲାଙ୍କ ପାଖରେ ସଞ୍ଚୟ ଅଛି, ସମ୍ବଳ ଅଛି; ଆଉ କିଛି ନଥିଲା ବାଲାଙ୍କ ପାଇଁ ସରକାର ଅଛି, ଯୋଜନା ଅଛି ହେଲେ ଯେଉଁମାନେ ମଝିରେ ରହିଗଲେ? ସେମାନଙ୍କ କଥା ପଚାରୁଛି କିଏ? ଆମେ କହୁଛୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ କଥା। ସେମାନେ ନା ଏ କୂଳର,...
ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। କରୋନା ପାଇଁ ରାଜସ୍ୱ ଆଦାୟ କମିଥିବାରୁ ବଜେଟର ପୁନର୍ବିନ୍ୟାସ ହେବ। ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ ବିଭାଗର ଅର୍ଥ ଖର୍ଚ୍ଚ ହେଉନଥିବାରୁ ଏହାକୁ କରୋନା ମୁକାବିଲାରେ ଖର୍ଚ୍ଚ କରାଯିବ। ସ୍ୱାସ୍ଥ୍ୟସେବା ଲାଗି ସମସ୍ତ ଖର୍ଚ୍ଚ ବହନ କରିବେ...
ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି କି ଚୀନ? ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେବି ହଟିନି ଚୀନ ସେନା। LAC ନିକଟରେ ଏବେବି ଅନେକ ସ୍ଥାନରେ ଚୀନ ସେନାର ଉପସ୍ଥିତି ନଜର ଆସିଛି। ଗଲୱାନ ଘାଟୀ,...
ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି। ହଷ୍ଟନରେ ଥିବା ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବା ଲାଗି ଚୀନ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା। ଚୀନ୍ର ବାଣିଜ୍ୟିକ ଦୂତାବାସରେ ଅନ୍ଧାରରେ କିଛି କାଗଜପତ୍ର ଜଳାଇ ଦିଆଯାଉଥିବା ଏବଂ ପୁଣି...
ଅନୁଗୁଳ: କରୋନା ସଂକ୍ରମଣ ଭଳି କଠିନ ସମୟରେ ସମାଜରୁ ମରିଯାଉଛି ମାନବିକତା। ମଣିଷ ଭୁଲି ଯାଉଛି ମଣିଷ ପଣିଆ। ଅନୁଗୁଳ ପୌରାଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ଅଭାବନୀୟ ଓ ନିନ୍ଦନୀୟ। ଘରଭଡ଼ା ଦେଇ ନ ପାରିବା ସହ ଗତ କିଛିଦିନ ପୂର୍ବରୁ ମହିଳାଙ୍କ ଏକ ସନ୍ତାନ...
ଭୁବନେଶ୍ୱର: ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ ରହିଛି। ବର୍ଷା ଦିନ ଆସିଥିବାରୁ ସମସ୍ତ ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର ସେହିଭଳି ଢେଙ୍କାନାଳରେ ଥିବା ଦୁର୍ବଳ ନଦୀବନ୍ଧରେ...
ଭୁବନେଶ୍ୱର: କାଶରୁ ଜଣାପଡ଼ିପାରେ କରୋନା। ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି। ନିପି ଓ RMRC ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି ଭୁବନେଶ୍ୱର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି। ନିପି ପକ୍ଷରୁ ଏକ ଆପ୍...
ନୂଆଦିଲ୍ଲୀ: ଏଥର ମହଙ୍ଗା ହେବ ଚା’ କପ୍। କାରଣ ବର୍ଷାରେ ଏଥର ଚା’ ଚାଷକୁ ପ୍ରବଳ କ୍ଷତି ପହଞ୍ଚାଇଛି। ବର୍ଷାରେ ପାଖାପାଖି ୨୦ କୋଟି କିଲୋଗ୍ରାମ ଚା’ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଫଳରେ ନିଲାମି ଭାଉ ବଢ଼ିବାରୁ ବଜାରରେ ଚା’ର ଦାମ୍ କିଲୋପ୍ରତି ୧୦୦ ଟଙ୍କା...