• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

indianexpress
ଢେଙ୍କାନାଳ: ଗଛକଟା ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଢେଙ୍କାନାଳ: ବଳରାମପୁରରେ ବିୟର୍‌ ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କଟାଯିବା ଘଟଣାରେ ତୁରନ୍ତ ଗଛ କାଟିବା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ଆରଡିସିଙ୍କୁ ମଧ୍ୟ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି...

photo
ସହିଦ ସ୍ତମ୍ଭ ଚାରିକଡୁ ମିଳିଲା ୧୦ଟି କଟା ହାତ ପାପୁଲି

ଯାଜପୁର: କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ ସ୍ତମ୍ଭ ଚାରିକଡୁ ୧୦ଟି କଟା ହାତ ପାପୁଲି ଠାବ ହେବା ପରେ ଉତ୍ତେଜନା ଦେଖା ଦେଇଛି। ପାପୁଲି ଫିଙ୍ଗା ଯିବାକୁ ନେଇ ବୀରଭୂମି ପଡ଼ିଆରେ ବିରୋଧୀ ଜନମଞ୍ଚ ସଦସ୍ୟମାନେ ଏକାଠି ହେବା ସହିତ ଘଟଣାର ତଦନ୍ତ ଓ ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି।...

imfa
୧୪ କଳାକାରଙ୍କୁ ‘ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା’ ସମ୍ମାନ

ରାୟଗଡ଼ା: ରାଜ୍ୟର ୧୪ ଜଣ ବିଶିଷ୍ଟ କଳାକାରଙ୍କୁ ‘ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା’ ସମ୍ମାନ ପ୍ରଦାନ କରାଯାଇଛି। ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲସ୍ ପ୍ଳବିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା କ୍ଲବ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର...

sabarimala
କେ. ପି. ଶଶିକଳାଙ୍କ ଗିରଫ ପ୍ରତିବାଦରେ କେରଳ ବନ୍ଦ ଡାକରା

ଥିରୁଭନନ୍ଥପୁରମ: ହିନ୍ଦୁ ନେତ୍ରୀ କେ. ପି. ଶଶିକଳାଙ୍କ ଗିରଫ ପ୍ରତିବାଦରେ ପରମ୍ପରାବାଦୀମାନେ କେରଳ ବନ୍ଦ ଡାକରା ଦେଇଛନ୍ତି। ଫଳରେ ସବରିମାଳାର ପ୍ରବେଶ ପଥ ନିଲକଲ, ପାମ୍ବା ଓ ଅନ୍ୟାନ୍ୟ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପରମ୍ପରାବାଦୀମାନେ ପିକେଟିଂ କରି ଦୋକାନବଜାର ବନ୍ଦ କରିଛନ୍ତି। ମନ୍ଦିରରେ ମହିଳାଙ୍କ ପ୍ରବେଶ...

alqy
ବିଶିଷ୍ଟ ଆଡ୍‌ ଫିଲ୍ମ ନିର୍ମାତା ଏଲିକ୍ ପଦମସୀଙ୍କ ମୃତ୍ୟୁ

ମୁମ୍ବାଇ: ବିଶିଷ୍ଟ ଥିଏଟର୍‌ ଆର୍ଟିଷ୍ଟ ତଥା ଆଡ୍‌ ଫିଲ୍ମ ନିର୍ମାତା ଏଲିକ୍ ପଦମସୀଙ୍କ ଆଜି ୯୦ ବର୍ଷରେ ମୁମ୍ବାଇରେ ମୃତ୍ୟୁ ହୋଇଛି। ୧୯୮୨ରେ ‘ଗାନ୍ଧି’ ଡ୍ରାମାରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ଏହାସହ ପଦମସୀ ବହୁ ଆଡ୍ ଫିଲ୍ମ ମଧ୍ୟ...

fAR
ଉଠା ଜଳସେଚନ ବ୍ୟବସ୍ଥା ଫେଲ୍‌, ପାଣି ଅଭାବରୁ ଉଜୁଡ଼ି ଯାଉଛି ଫସଲ

ରାୟଗଡ଼ା: ଯୋଜନା ଅନେକ ବହୁ କଷ୍ଟରେ ସେହି ଯୋଜନା ଚାଷୀଙ୍କ ପାଖରେ ପହଞ୍ଚିଲେ ମଧ୍ୟ ତଦାରଖ ଅଭାବରୁ ପ୍ରକଳ୍ପ ଅଚଳ ହୋଇ ପଡ଼ି ରହୁଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ବିଷମକଟକ ବ୍ଲକରେ ଉଠା ଜଳସେଚନ ପ୍ରକଳ୍ପ ତ ହେଉଛି ହେଲେ  ବର୍ଷେ ହେଲାଣି ଅଚଳା ଦେଖନ୍ତୁ...

asika
ସଙ୍କଟରେ ଚିନି ଶିଳ୍ପ

ଗଞ୍ଜାମ: ସଙ୍କଟରେ ଚିନି ଶିଳ୍ପ। ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଭିତ୍ତିକ ଚିନି ଶିଳ୍ପରେ ଚଳିତ ବର୍ଷ ଆଖୁପେଡ଼ା ପାଇଁ ଅନିଶ୍ଚିତତା ଦେଖାଦେଇଛି। ବର୍ଷରେ ପାଖାପାଖି ୩ ମାସ ଏଠାରେ ଆଖୁ ପେଡ଼ା ହୋଇଥାଏ। ଏଥିପାଇଁ ଚାଷୀଙ୍କ ସହ ଚୁକ୍ତି ହୋଇଥାଏ। କିନ୍ତୁ ଏବର୍ଷ ‘ତିତ୍‌ଲି’ ବାତ୍ୟାର ପ୍ରଭାବରେ...

atm
୨ ଏଟିଏମ୍‌ରୁ ବ୍ୟାଟେରୀ କାଢ଼ିନେଲେ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରର ୨ଟି ଏଟିଏମ୍‌ରୁ ବ୍ୟାଟେରୀ ଲୁଟ୍ ହୋଇଛି। ୨ ଜଣ ଲୁଟେରା ୟୁକୋ ବ୍ୟାଙ୍କ୍ ଓ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍ ଭିତରେ ପଶି ବ୍ୟାଟେରୀ ଲୁଟ୍‌ କରିନେଇଛନ୍ତି। ଏଟିଏମ୍ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଲୁଟ୍‌ର ଦୃଶ୍ୟ କଏଦ୍‌...

Capture
‘ମିଷ୍ଟର୍‌ ୟୁନିଭର୍ସ’ପ୍ରତିଯୋଗିତାରେ ଭାଗନେବେ ଓଡ଼ିଆ ବଡି ବିଲ୍‌ଡର୍

ଭୁବନେଶ୍ୱର: ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଜର୍ମାନୀ ହାମ୍‌ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ‘ମିଷ୍ଟର୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ଓଡ଼ିଶାର ବଡି ବିଲ୍‌ଡର୍‌ ଜନ୍ମେଜୟ ମହାନ୍ତି ଭାଗନେବେ। ସେ ଏହି ପ୍ରତିଯୋଗିତା ପାଇଁ ‘ଇଣ୍ଡିଆନ୍‌ ବଡି ବିଲ୍‌ଡର୍ସ ଫେଡେରେସନ୍‌’ ପକ୍ଷରୁ ମନୋନୀତ ହୋଇଛନ୍ତି। ଏଥିପାଇଁ ଜନ୍ମେଜୟ ଆସନ୍ତା...

high
ଆତଙ୍କବାଦୀଙ୍କ ପ୍ରବେଶ ପରେ ଦିଲ୍ଲୀ ଓ ପଞ୍ଜାବରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପ୍ରବେଶ ସୂଚନା ମିଳିବା ପରେ ଦିଲ୍ଲୀ ଏବଂ ପଞ୍ଜାବରେ ହାଇ ଆଲର୍ଟ ଜାରି ହୋଇଛି। ସିସିଟିଭି ଫୁଟେଜ୍‌କୁ ନଜରରେ ରଖି ପଞ୍ଜାବ ପୁଲିସ୍‌ ଆକ୍ସନ୍‌ ମୁଡ୍‌ରେ ରହିଛି। ପୁଲିସ୍‌ ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଜାକିର୍‌ ମୁସାର ପୋଷ୍ଟର୍‌ ଲଗାଇଛି। ଏହି ପୋଷ୍ଟର୍‌ରେ ମୁସାର ୪ଟି ଫଟୋକୁ...

train-18
ମୁରାଦାବାଦରେ ପହଞ୍ଚିଲା ଦେଶର ପ୍ରଥମ ଇଞ୍ଜିନ୍ ବିହୀନ ରେଳଗାଡ଼ି ଟ୍ରେନ୍‌-୧୮

ଲକ୍ଷ୍ନୌ: ଦିଲ୍ଲୀ ସଫଦରଜଙ୍ଗରୁ ଟ୍ରାଏଲ୍‌ ରନ୍ ପାଇଁ ଗଡ଼ିଥିବା ଦେଶର ପ୍ରଥମ ଇଞ୍ଜିନ୍ ବିହୀନ ରେଳଗାଡ଼ି ଟ୍ରେନ୍-୧୮ ଉତ୍ତରପ୍ରଦେଶ ମୁରାଦାବାଦ୍‌ରେ ପହଞ୍ଚିଛି। ଆର୍‌ଡିଏସ୍ଓ ଟିମ୍ ମଧ୍ୟ ଟ୍ରେନ୍ ସହ ରହିଛନ୍ତି। ମୁରାଦାବାଦ୍‌ରେ ଟ୍ରେନ୍ ପହଞ୍ଚିବା ପରେ ଏହାକୁ ଟିକ୍‌ନିକ୍ ଯାଞ୍ଚ କରାଯାଇଛି। ଏହାର ଗତି ଏବଂ ଯାନ୍ତ୍ରିକ ପରିସ୍ଥିତିକୁ...

bhisar
ପୁଣି ବିବାଦରେ ଭିମ୍‌ସାର୍‌ ନିର୍ଦ୍ଦେଶକ, ୱାର୍ଡରେ ରୋଗୀଙ୍କୁ କଲେ ଲଣ୍ଡା

ସମ୍ବଲପୁର: ପୁଣି ବିବାଦ ଘେରକୁ ଆସିଛନ୍ତି ଭିମ୍‌ସାର୍ ନିର୍ଦ୍ଦେଶକ ପ୍ରଫେସର୍‌ ଅଶ୍ୱିନୀ ପୂଜାହାରୀ। ମେଡ଼ିକାଲ୍‌ର ଆଉଟ୍‌ଡୋରରେ ପୂଜାହାରୀ ଜଣେ ରୋଗୀଙ୍କ ମୁଣ୍ଡରୁ ଚୁଟି କାଟି ପକାଉଥିବାର ଦେଖିବାକୁ ମିଳିଛି। ନିର୍ଦ୍ଦେଶକଙ୍କ କହିବା କଥା, ସଂପୃକ୍ତ ରୋଗୀ ଜଣକ ଅଭ୍ୟାସଗତ ମଦ୍ୟପ। ତେଣୁ ତାଙ୍କ ମା’ଙ୍କ ଅନୁରୋଧକ୍ରମେ ମଦ ଛାଡ଼ି...

batasi 2
ରାଜପଥ ସଂପ୍ରସାରଣକୁ ନେଇ ଚିନ୍ତାରେ ଚୌଦ୍ୱାର ବ୍ୟବସାୟୀ

କଟକ:  ରାସ୍ତା ଓସାର ହେଲେ ଗାଡ଼ି ଚଳାଚଳରେ ସୁବିଧା ହେବ। ଆଉ ଦିନକୁ ଦିନ ବଢୁଥିବା ଟ୍ରାଫିକ୍‌ ମସସ୍ୟାର ବି ସମାଧାନ ହେବ। ଏଥିପାଇଁ ମଙ୍ଗୁଳି ଛକଠାରୁ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଯାଏ ରାସ୍ତା ସଂପ୍ରସାରଣ ହେଉଛି। କିନ୍ତୁ ରାସ୍ତା ସଂପ୍ରସାରଣର ଖବର ପାଇବା ପରେ...

Bali-Jatra
ତୁଟିନି ଅଡ଼ୁଆ, ଅନିଶ୍ଚିତତା ଭିତରେ କଟକ ବାଲିଯାତ୍ରା

କଟକ: ତୁଟି ପାରୁନି ଅଡ଼ୁଆ କି ବାହାରୁନି ସମାଧାନର ବାଟ। କଟକ ବାଲିଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ପ୍ଲଟ୍‌ ଆବଣ୍ଟନକୁ ନେଇ ମୁହାଁମୁହିଁ ଅବସ୍ଥାରେ ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ। ସଂଘର କହିବା କଥା ହେଉଛି, ପ୍ରଥମେ ପ୍ଲଟ୍‌ ଆବଣ୍ଟନ ପିଛା ଅଧିକ ମୂଲ୍ୟ ନେବାର...

telengiri
ପୁଣି ଅନିଶ୍ଚିତତା ମଧ୍ୟରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ

ଜୟପୁର: ଦୀର୍ଘ ୧୪ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇ ପାରିନି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ। ୨୦୦୩-୦୪ ଆର୍ଥିକ ବର୍ଷରେ ୧୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଏହି ପ୍ରକଳ୍ପର ଖର୍ଚ୍ଚ ଏବେ ୧ ହଜାର କୋଟିରେ ପହଞ୍ଚିଲାଣି। ତେବେ ବିସ୍ଥାପିତ ସମସ୍ୟା ଦେଖା ଦେଇଥିବାରୁ ପୁଣି ଅନିଶ୍ଚିତତା...

elephant
ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ

ସୁନ୍ଦରଗଡ଼: ରାଜଗାଙ୍ଗପୁର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି। ୧୭ଜଣିଆ ହାତୀପଲ ଦିନରେ ଗାଁ ନିକଟ ପାହାଡ଼ରେ ରହୁଥିବାବେଳେ ରାତିରେ ଗାଁ ମୁହାଁ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ହେବ ହାତୀପଲ ରାଜଗାଙ୍ଗପୁର ସହର ନିକଟ ସୁନାଖଣ୍ଡି, ଭାଲୁଦୁମା, ଭିକାପଡ଼ା, ଜହରୁମାଲ, ସିଂଘାପଡ଼ି...

jaga
ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଭେଳିକି

ଭୁବନେଶ୍ୱର: ସହରାଞ୍ଚଳର ବସ୍ତି ବାସିନ୍ଦାକୁ ଭୂମି ଅଧିକାର ଦେବାର ଭେଳିକି। ୬ ମାସ ତଳେ ‘ଜାଗା’ ମିଶନର ଶୁଭାରମ୍ଭ କରି ସରକାରଙ୍କ ହାତରୁ ପଟ୍ଟା ପାଇଥିବା ଲୋକ ଏବେ ଅଧିକାର ପାଇଁ ସଂଘର୍ଷ କରୁଥିବା ବେଳେ ଆଜି ସରକାର ପୁଣି ୬୫୦୦ ଲୋକଙ୍କୁ ପଟ୍ଟା ବାଣ୍ଟିଛନ୍ତି। ବିଶ୍ୱର ସର୍ବବୃହତ...

Symposium
ଭୁବନେଶ୍ୱରରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ। ଭୁବନେଶ୍ୱର ଡେଭଲ୍‌ପମେଣ୍ଟ୍‌ ଅଥରିଟି ଓ ଆନପିକ୍‌ ବା ଆଟିଷ୍ଟ ନେଟ୍‌ଓ୍ୱାର୍କ ପ୍ରମୋଟିଂ ଇଣ୍ଡିଆନ୍‌ କଲ୍‌ଚର୍‌ର ମିଳିତ ସହଯୋଗରେ କଳିଙ୍ଗନଗରଠାରେ ଏହି ପାର୍କ ନିର୍ମାଣ କରାଯାଉଛି। ଆସନ୍ତା ୨୦ ତାରିଖରେ ଏହି ପାର୍କର ଉଦ୍‌ଘାଟନ କରାଯିବ। ରିଡିୟୁସ୍, ରିୟୁଜ୍...

hocky
ହକି ବିଶ୍ୱକପ୍ ଆରମ୍ଭ ନ ହେଉଣୁ ଅବ୍ୟବସ୍ଥା, ଷ୍ଟାଡିୟମ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭରୁ ବିଭ୍ରାଟ ଉପୁଜିଛି। ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକଟ ନ ପାଇ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା କରିଛନ୍ତି ଖେଳପ୍ରେମୀ। ଉତ୍ୟକ୍ତ ଲୋକେ ବ୍ୟାରିକେଡ୍ ଭାଙ୍ଗିବା ସହ ପୋଷ୍ଟର୍ ଓ ବ୍ୟାନର୍‌ ସବୁ ଚିରି ଦେଇଛନ୍ତି। ସ୍ଥିତି ଏତେ ଉଗ୍ର ହୋଇଥିଲା ଯେ, ସେମାନଙ୍କୁ  ତଡ଼ିବା...