• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sarmika
ଲକ୍‌ଡାଉନ୍‌ ଯୋଗୁ ରିୟଲ-ଇଷ୍ଟେଟ୍‌ କାମ ଅଚଳ: ପୁଣି ଆରମ୍ଭ ହେଲେ ଏହିସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ

ଭୁବନେଶ୍ୱର: ଅର୍ଥନୀତିର ଅନ୍ୟତମ ପ୍ରମୁଖ କ୍ଷେତ୍ର ରିୟଲ-ଇଷ୍ଟେଟ୍‌କୁ କରୋନା ଝଟ୍‌କା ଲାଗିଛି। ମାସେରୁ ଅଧିକ ସମୟ ହେଲା ବେପାର ପୂରା ଅଚଳ ହୋଇଯାଇଛି। ଖାଲି ଘର କିଣାବିକା ନୁହେଁ, ନିର୍ମାଣ କାମ ବି ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି।...

patient
ବିଶ୍ୱରେ ସ୍ଥିତି ଗମ୍ଭୀର କଲାଣି କରୋନା: ଆମେରିକାରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ, ୬୧ ହଜାର ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ଭାଇରସ୍। ବର୍ତ୍ତମାନ ୩୨ ଲକ୍ଷ ୩୬ ହଜାରରୁ ଅଧିକ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ରୋଗରେ ଗଲାଣି ୨ ଲକ୍ଷ ୨୮ ହଜାରରୁ ଅଧିକ ଜୀବନ। ଆମେରିକାରେ ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡୁଛି। ଏଠାରେ ହୁ...

corona
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୬ ଶହ ୩୦ଜଣ। ୧୪ ଦିନ ତଳେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୧୪.୦୬ ପ୍ରତିଶତ...

chuni-goswami
ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ

କଲୋକତା: ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ ହୋଇଯାଇଛି। ୧୯୬୨ ମସିହାରେ ହୋଇଥିବା ଏସିଆନ୍‌ ଗେମ୍ସରେ ଭାରତୀୟ ଫୁଟ୍‌ବଲ୍‌ ଦଳର ନେତୃତ୍ୱ ନେଇ ଗୋସ୍ୱାମୀ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ଚୁନି ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ୮୨ ବର୍ଷରେ କୋଲକାତାର...

yonush
ଋଷିଙ୍କ ଦେହାନ୍ତରେ ମର୍ମାହତ ପାକ୍ କ୍ରିକେଟର୍ : ୱକାର କହିଲେ, ହୃଦୟ ଭାଙ୍ଗିଗଲା

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁରଙ୍କର ୬୭ ବର୍ଷରେ ପରଲୋକ ହୋଇଛି। ମୁମ୍ବାଇର ଚନ୍ଦନୱାଡ଼ି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ବୁଧବାର ରାତିରେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ୮.୪୫ରେ ତାଙ୍କର ପରଲୋକ ହୋଇଥିଲା। ଏହାର...

oni
ଗୋଟିଏ ସିଫ୍ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର: ଗୋଟିଏ ସିଫ୍ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର। ଲକ୍ ଡାଉନ୍ ପରେ ଏୟାରପୋର୍ଟ ଦିନକୁ ଗୋଟିଏ ସିଫ୍ଟ ଚାଲିବ। ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ରହିବ ସିଫ୍ଟ। ପୂର୍ବଭଳି ଅଧିକ ବିମାନ ଆସିବନି। ଘଣ୍ଟାକୁ ୨ଟି ବିମାନ ଆସିପାରିବ ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ଭିଭି ରାଓ...

engis
୨୦ ଦିନର ଶିଶୁକୁ କରୋନା

ଥାନେ: ୨୦ ଦିନର ଶିଶୁକୁ କରୋନା ରୋଗ। ଗୁରୁବାର ମହାରାଷ୍ଟ୍ରର ଥାନେ ଜିଲ୍ଲା କଲ୍ୟାଣ ଟାଉନ୍‌ରେ ଜଣେ ୨୦ ଦିନର ଶିଶୁଠାରେ ମାରାତ୍ମକା କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ଏହି କୁନି ଶିଶୁ ସହିତ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଉକ୍ତ ଅଞ୍ଚଳରେ...

rshi
ଏଇଠି ଶେଷ ବିଦାୟ ନେଲେ ଋଷି କପୁର

ମୁମ୍ବାଇ: ମହାନ ବଲିଉଡ୍ ଅଭିନେତା ଋଷି କାପୁରଙ୍କର ଆଜି ସକାଳ ୮.୪୫ରେ ପରଲୋକ ହୋଇଛି। ୬୭ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡ୍‌ର ଏହି ଭର୍ସାଟାଇଲ୍‌ ଆକ୍ଟର। ମୁମ୍ବାଇ ଚନ୍ଦନୱାଡ଼ି ଶଶ୍ମାନରେ ରିଷି କପୁରଙ୍କ ଶେଷକୃତ୍ୟ। ସମ୍ପନ୍ନ ହୋଇଛି।ଗତ ଦୁଇ ବର୍ଷ ଧରି ଲ୍ୟୁକୋମିୟା କ୍ୟାନ୍‌ସରରେ ପୀଡ଼ିତ...

kolkata
କରୋନା ନାହିଁ ବୋଲି କହି ବାପାଙ୍କୁ ଡିସ୍‌ଚାର୍ଜ କରିଥିଲେ, କିନ୍ତୁ ୨୪ ଘଣ୍ଟା ପରେ ଫୋନ୍‌ ଆସିଲା ସେ ପଜିଟିଭ୍

କୋଲକାତା: ରାଜ ଗୁପ୍ତା ନାମକ ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ଡାକ୍ତରଖାନାରୁ ଏକ ଆମ୍ବୁଲାନ୍ସ ଆସିଛି, ତାଙ୍କ ବାପାଙ୍କୁ ନେବା ପାଇଁ। ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ବାପା ଓ ପ୍ରକାଶଙ୍କୁ୨୪ଘଣ୍ଟା ପୂର୍ବରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ତୁମ ବାପା...

bhrugubaxuipat
ପଶ୍ଚିମବଙ୍ଗରୁ କେମିତି ଆସିଲେ କୋରାପୁଟର ପ୍ରଥମ ଆକ୍ରାନ୍ତ, ବିରୋଧୀ କଲେ ପ୍ରଶ୍ନ

କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର। କରୋନା ପାଇଁ ଲକଡାଉନ୍ ଘୋଷଣା ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ପଶ୍ଚିମବଙ୍ଗରୁ କିପରି ଆସିଲେ ସେ ନେଇ ପ୍ରଶ୍ନ କରିଛନ୍ତି।  ଏଥିସହ କୋରାପୁଟରେ...

EW1ThnEXgAAhNAB
ଘରୁ ବାହାରିଲେ ଛତା ଧର

ବ୍ରହ୍ମପୁର: ଗଞ୍ଜାମକୁ ଫେରିବା ପାଇଁ ପ୍ରାୟ ୨ ଲକ୍ଷ ଲୋକ ରେଜିଷ୍ଟ୍ରେସନ୍ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଛି। ପ୍ରତି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ବାହାରୁ ଆସୁଥିବା ଲୋକଙ୍କୁ ରଖାଯିବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେହିପରି ଗଞ୍ଜାମରେ ସାମାଜିକ...

new marraige
ସଉଦା ବଦଳରେ ପୁଅ ଆଣିଲା ଏମିତି ଜିନିଷ, ମା’ ଦେଖି ବେହୋସ

ଗାଜିଆବାଦ: କରୋନା ଭାଇରସକୁ ନେଇ ସମଗ୍ର ଦେଶରେ ଲକଡାଉନ୍ ଜାରି କରାଯାଇଛି। କେହି ଘରୁ ବାହାରୁ ନାହାନ୍ତି।   ଲୋକମାନେ କେବଳ ଆବଶ୍ୟକ ଜିନିଷ ପାଇଁ ବାହାରକୁ ବାହାରୁଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଜଣେ ବ୍ୟକ୍ତି ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିଲେ । କିଛି ସମୟ ପରେ ସେ...

minster
କରୋନା ଆକ୍ରାନ୍ତ ସାମ୍ୱାଦିକଙ୍କ ସଂସ୍ପର୍ଶରେ ଆସି ୪ମନ୍ତ୍ରୀ ହୋମ୍‌ କ୍ୱାରେଣ୍ଟିନରେ

କର୍ଣ୍ଣାଟକ: କର୍ଣ୍ଣାଟକ ସରକାରଙ୍କ ଚାରିଜଣ ମନ୍ତ୍ରୀ ଏବେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି।। ସ୍ଥାନୀୟ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣେ ଭିଡିଓ ସାମ୍ବାଦିକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେଣ୍ଟିନରେ ଖାଯାଇଛି। ସାମ୍ୱଦିକ ଜଣକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ତେଣୁ ଏମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ...

mask555
ମାସ୍କ ନପିନ୍ଧିଲେ ୫୦,୦୦୦ ଜରିମାନା

ଅହମ୍ମଦାବାଦ: ସହରରେ କରୋନା ଭାଇରସ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ  ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଅର୍ଥତଣ୍ଡ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଏକ ନିୟମ ଜାରି କରି ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇଛି, ରାସ୍ତାଘାଟରେ ବିକୁଥିବା...

srikant
ଦୂରଦର୍ଶନରେ ପୁଣିଥରେ ପ୍ରସାରଣ ହେବ ଇର୍‌ଫାନଙ୍କ ଅଭିନୀତ ଟିଭି ଧାରାବାହିକ ‘ଶ୍ରୀକାନ୍ତ’

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରିୟ କଳାକାର ଇର୍‌ଫାନ୍‌ ଆଜି ଆମ ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି। ଇର୍‌ଫାନଙ୍କ ମରଶରୀରକୁ ମୁମ୍ବାଇର ବରସୋଭା କବ୍ରିସ୍ତାନରେ ଇସଲାମ ରୀତିନୀତି ଅନୁଯାୟୀ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ତେବେ ଇର୍‌ଫାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଭିନିତ ଟିଭି ଧାରାବାହିକ ‘ଶ୍ରୀକାନ୍ତ’କୁ ପୁଣିଥରେ ଆରମ୍ଭ...

maribaku
କରୋନା ମୁକାବିଲା: ମେ’ ୪ରୁ ଲାଗୁ ହେବ ନୂଆ ଗାଇଡ୍‌ଲାଇନ୍ସ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ର ଅବଧି ମେ’ ୩ରେ ଶେଷ ହେବ। ତେବେ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ର ଅବଧି ବୃଦ୍ଧି ହେବ ନା ନାହିଁ ତା’ହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏକ ଗୁରୁତ୍ୱପୂର୍ଣ୍ଣ...