• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th September 2023 : ଏହି ରାଶିର ବ୍ୟକ୍ତି‌‌ଙ୍କର ଅଚାନକ ଧନଲାଭର ଯୋଗ ରହିଛି..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଶୁକ୍ରବାର । ଚନ୍ଦ୍ର – ମିଥୁନ ଅହରାତ୍ର । ତିଥି – ୯ମୀ ସନ୍ଧ୍ୟା ୦୫.୩୦ ଗତେ ୧୦ମୀ । ଘାତ ଚନ୍ଦ୍ର - କନ୍ୟା ରାଶିର ଅହରାତ୍ର । ଘାତ ବାର – ବିଛା,ଧନୁ ଓ ମୀନ । ପୁଷ୍କର ଦୋଷ – ନାସ୍ତି ।

Capricorn

ମକର

Friday 08 Sep 2023

ଉ, ଷାଢା- ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ । ବ୍ୟକ୍ତିଙ୍କ ମନଭାବକୁ ଶୀଘ୍ର ବୁଝିନେବେ ।

ଶ୍ରବଣା- କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ ।

ଧନିଷ୍ଠା- ଅଭାବି ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବେ । ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇପାରନ୍ତି । କୌଣସି ଦୂର ସ୍ଥାନକୁ ତୀର୍ଥ ଯାତ୍ରାର ସୁଯୋଗ ପାଇବେ । ଆପଣଙ୍କ ଆୟ ପୂର୍ବ ପରି ରହିବ ।

ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :