ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର - ମକର ରାତ୍ରି ୦୭/୫୧ ଗତେ କୁମ୍ଭ । ତିଥି- ୬ଷ୍ଠୀ ଦିବା ୧୧/୦୪ ଗତେ ୭ମୀ । ଘାତ ଚନ୍ଦ୍ର- ସିଂହ ରାତ୍ରି ୦୭/୫୧ ଗତେ ମିଥୁନ ଓ ମୀନ । ଘାତ ବାର – ମକର । ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୧୧/୦୪ ଗତେ ୨ ପାଦ ।
ବିଶାଖା – ବୃତ୍ତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ମିତ୍ର ଆପଣଙ୍କ ପ୍ରଶଂସା କରିଲେ ମଧ୍ୟ ସାବଧାନ ରୁହନ୍ତୁ । ଖାଦ୍ୟ, ପ୍ରତି ସଜାଗ ରୁହନ୍ତୁ ।
ଅନୁରାଧା – ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ । କର୍ତୁପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ ।
ଜ୍ୟେଷ୍ଠା – ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ଗୃହିଣୀ ମାନେ କର୍ତବ୍ୟପରାୟଣ ରହିବେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯