ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର - ମକର ରାତ୍ରି ୦୭/୫୧ ଗତେ କୁମ୍ଭ । ତିଥି- ୬ଷ୍ଠୀ ଦିବା ୧୧/୦୪ ଗତେ ୭ମୀ । ଘାତ ଚନ୍ଦ୍ର- ସିଂହ ରାତ୍ରି ୦୭/୫୧ ଗତେ ମିଥୁନ ଓ ମୀନ । ଘାତ ବାର – ମକର । ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୧୧/୦୪ ଗତେ ୨ ପାଦ ।
ମୃଗଶିରା - ଭାତୃ ସଂପର୍କରେ ଉନ୍ନତି ଘଟିବ । ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ ।
ଆଦ୍ରା - ରାଜନୀତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥିମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ ।
ପୁନର୍ବସୁ - ମହିଳା ମାନେ କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ ।
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ଖାଇବାକୁ ଦିଅନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫