ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର । ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୫୮ ଗତେ କର୍କଟ, ମକର । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି
ଧନିଷ୍ଠା – ପୁରାତନ ରୋଗରୁ ଉପଶମ ମିଳିବ । ନିଜର ମନ ଅନୁଯାୟୀ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇପାରନ୍ତି । ପିଲାଦିନର ସାଙ୍ଗଙ୍କ ସହିତ ଭେଟ ହୋଇପାରେ ।
ଶତଭିଷା – ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୂଭୂତି ଜାଗ୍ରତ ହେବ । ପିଲାମାନେ ପାଠ ପଢାରେ ଅଗ୍ରସର ହୋଇ ପାରନ୍ତି ।
ପୂ , ଭାଦ୍ରପଦ – ଜମିଜମା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ମହିଳା ମାନେ ଅଧିକ ପରିଶ୍ରମୀ ହେବେ ।
ପ୍ରତିକାର - ମହାମୃତ୍ୟୁଞୟ ମନ୍ତ୍ର ପାଠ କରି ଦିନ ଅରମ୍ଭ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮