ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର । ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୫୮ ଗତେ କର୍କଟ, ମକର । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି
ଅଶ୍ୱନୀ – ଶାରୀରିକ ଅସୁସ୍ଥତା ଦୂର ହୋଇଯିବ । ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ ।
ଦ୍ୱିଜା –ବ୍ୟବସାୟରେ ପୁଞ୍ଜିନିବେଶ କରିବାରେ ସୁଯୋଗ ଆସିବ । ରାଜନୀତି କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସାହାଯ୍ୟ ସହଯୋଗର ସମ୍ଭାବନା ରହିଛି । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇପାରନ୍ତି ।
କୃତିକା – ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ । ମହିଳାମାନେ ପୂଜାର୍ଚ୍ଚନାରେ ମନୋନିବେଶ କରିବେ ।
ପ୍ରତିକାର - ଗାଧୋଇ ସାରି ଗାଈକୁ ଅରୁଆ ଚାଉଳ ଓ ଦୂବ ଘାସ ନିଜ ହାତରେ ଖୁଆଇ ଦିଅନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯