ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର – ମକର ଦିବା ୧୦.୧୮ ଗତେ କୁମ୍ଭ । ତିଥି – ୧୪ଶୀ ଦିବା ୧୦.୫୮ ଗତେ ପୂର୍ଣମା । ଘାତ ଚନ୍ଦ୍ର - ସିଂହ ରାଶି, ଦିବା ୧୦.୧୮ ଗତେ ମିଥୁନ ଓ ମୀନ । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି ।
ଉ , ଷାଢା - ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ପିଲାମାନେ ମଧ୍ୟମ ଧରଣର ଫଳ ପାଇବେ ।
ଶ୍ରବଣା –ଅଫିସ୍ କାର୍ଯ୍ୟରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । ରାଜନୀତିରେ ସତର୍କ ରହି କାର୍ଯ୍ୟ କରନ୍ତୁ । ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ ।
ଧନିଷ୍ଠା – କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଭୂ- ସମ୍ପତ୍ତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ଅଧିକ ପରିଶ୍ରମ କରିବେ ।
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮