• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th September 2023: ଏହି ରାଶିର ବ୍ୟକ୍ତି ଅଯଥା ଖର୍ଚ୍ଚାନ୍ତି ହୋଇପାରନ୍ତି ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର –କୁମ୍ଭ ଅହୋରାତ୍ର । ତିଥି- ୧୩ ଶୀ ରାତ୍ରି ୧୦.୧୯ଗତେ ୧୪ଶୀ । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର –କର୍କଟ ରାଶିର । ପୁଷ୍କର ଦୋଷ –ରାତ୍ରି ୦୪.୨୯ ଗତେ ପୂର୍ବଭାଦ୍ର ୧ ପାଦ କୁଟୁମ୍ବହାନି – ତିଳକାଞ୍ଚନ ଦାନ ।

Virgo

କନ୍ୟା

Wednesday 27 Sep 2023

ଉ- ଫାଲ୍‌ଗୁନୀ- କୌଣସି ବନ୍ଧୁଙ୍କ ଆର୍ଥିକ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମ୍ନା କରିବାକୁ ପଡ଼ିଲେ ମଧ୍ୟ ସଫଳତା ନିଶ୍ଚିତ ମିଳିବ।

ହସ୍ତା- ଆଲୋଚନା କ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ । ବ୍ୟବାସୟକୁ ବିସ୍ତାର କରିବା ପାଇଁ ଯୋଜନା କରିପାରନ୍ତି । ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ ।

ଚିତ୍ରା- ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଚାକିରୀ କରୁଥିବା ଲୋକଙ୍କୁ ଦୂର ଯାତ୍ରା କରିବାକୁ ପଡିପାରେ । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :