• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th September 2023: ଏହି ରାଶିର ବ୍ୟକ୍ତି ଅଯଥା ଖର୍ଚ୍ଚାନ୍ତି ହୋଇପାରନ୍ତି ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର –କୁମ୍ଭ ଅହୋରାତ୍ର । ତିଥି- ୧୩ ଶୀ ରାତ୍ରି ୧୦.୧୯ଗତେ ୧୪ଶୀ । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର –କର୍କଟ ରାଶିର । ପୁଷ୍କର ଦୋଷ –ରାତ୍ରି ୦୪.୨୯ ଗତେ ପୂର୍ବଭାଦ୍ର ୧ ପାଦ କୁଟୁମ୍ବହାନି – ତିଳକାଞ୍ଚନ ଦାନ ।

Leo

ସିଂହ

Wednesday 27 Sep 2023

ମଘା- ସ୍ୱାସ୍ଥ୍ୟ ଭଲ ରହିବା ସହ ବନ୍ଧୁଙ୍କ ସାହାଯ୍ୟରୁ ଅର୍ଥଲାଭ ଓ କାର‌୍ୟ୍ୟସିଦ୍ଧି ଘଟିବ । ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି । ଅନ୍ୟମାନଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇ ସମ୍ମାନିତ ହୋଇପାରନ୍ତି।

ପୂ- ଫାଲ୍‌ଗୁନୀ- ବ୍ୟବସାୟରେ ସଫଳତା ହାସଲ କରିବେ । ପରିସ୍ଥିତି ଗମ୍ଭୀର ରହିଲେ ମଧ୍ୟ କାର‌୍ୟ୍ୟ ସମ୍ପନ୍ନରେ ଅସୁବିଧା ରହିବ ନାହିଁ । ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ହାତକୁ ନେଇଥିବା ଆଜିର କାମଗୁଡ଼ିକ ଡେରିରେ ସମ୍ପନ୍ନ ହେବ ।

ଉ- ଫାଲ୍‌ଗୁନୀ- ସଭାସମିତିରେ ଆପଣ ଯୁକ୍ତିବଳରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇପାରିବେ । ଜମିଜମା କାରବାର କିମ୍ବା ନିର୍ମାଣାଧୀନ କାର‌୍ୟ୍ୟ ସ୍ଥଗିତ ରହିପାରେ । କର୍ମାରମ୍ଭ ତଥା ଲୋକସମ୍ପର୍କ ପାଇଁ ଦିନଟି ଭଲ ।

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :