ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର –କୁମ୍ଭ ଅହୋରାତ୍ର । ତିଥି- ୧୩ ଶୀ ରାତ୍ରି ୧୦.୧୯ଗତେ ୧୪ଶୀ । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର –କର୍କଟ ରାଶିର । ପୁଷ୍କର ଦୋଷ –ରାତ୍ରି ୦୪.୨୯ ଗତେ ପୂର୍ବଭାଦ୍ର ୧ ପାଦ କୁଟୁମ୍ବହାନି – ତିଳକାଞ୍ଚନ ଦାନ ।
ଅଶ୍ୱନୀ- ସ୍ୱାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ପାରିବାରିକ କ୍ଷେତ୍ରରେ ଛୋଟଛୋଟ କଥାରେ ରାଗନ୍ତୁ ନାହିଁ । ଆପଣଙ୍କ ସୁଖ ଅନ୍ୟମାନଙ୍କ ମନରେ ଈର୍ଷା ଉଦ୍ରେକ କରିବ ।
ଦ୍ୱିଜା-ଆଶା କରିଥିବା ଅର୍ଥ ବିଳମ୍ବରେ ପାଇବାରୁ ଯୋଜନା କଷ୍ଟରେ କାର୍ଯ୍ୟକାରୀ ହେବ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ ।
ବନ୍ଧୁଙ୍କ ଆଗମନରେ ଯେତିକି ଖୁସି ହେବେ ତାଙ୍କ ମତିଗତି ଓ କାର୍ଯ୍ୟ କଳାପରେ ସେତିକି ଅସନ୍ତୁଷ୍ଟ ହେବେ ।
କୃତିକା- ଅତୀତ କଥାକୁ ଭାବି ମନଟା ଭଲ ଲାଗିବ ନାହିଁ । ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ସାଧାରଣ କଥାକୁ ଅତିରଞ୍ଜିତ କରି ଆକସ୍ମିକ କଳହଜିତ ଅନ୍ୟମନସ୍କ ରହିପାରନ୍ତି ।
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯