ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର –କୁମ୍ଭ ଅହୋରାତ୍ର । ତିଥି- ୧୩ ଶୀ ରାତ୍ରି ୧୦.୧୯ଗତେ ୧୪ଶୀ । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର –କର୍କଟ ରାଶିର । ପୁଷ୍କର ଦୋଷ –ରାତ୍ରି ୦୪.୨୯ ଗତେ ପୂର୍ବଭାଦ୍ର ୧ ପାଦ କୁଟୁମ୍ବହାନି – ତିଳକାଞ୍ଚନ ଦାନ ।
ଉ, ଷାଢା- ପ୍ରେମୀଯୁଗଳଙ୍କୁ ପରିବାର ଲୋକଙ୍କର ପୂର୍ଣ୍ଣ ସମର୍ଥନ ମିଳିପାରେ । ଘରର ସମସ୍ତ ସହସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ । କୌଣସି ଛୋଟ କଥାକୁ ନେଇ କର୍ମକ୍ଷେତ୍ରରେ ବିବାଦ ଦେଖିବା ପାଇଁ ମିଳିବ ।
ଶ୍ରବଣା- ରାଜନୀତିରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ପରୋପକାରୀ କାର୍ଯ୍ୟକଳାପ ପ୍ରତି ଅଗ୍ରହ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ପାଠକୁ ନେଇ ଚିନ୍ତାରେ ରହିବେ ।
ଧନିଷ୍ଠା- କୋର୍ଟ ସହିତ ଜଡିତ କାର୍ଯ୍ୟରେ ସଫଳତା ପାଇବେ । ଯାତ୍ରା ସମୟରେ ଅସୁବିଧା ହୋଇପାରେ । ଦୁର୍ବଳ ଭାଗ୍ୟ, ବିନା କାରଣରେ ଟଙ୍କା ହରାଇବା ପରି ପରିସ୍ଥିତି ସୃଷ୍ଟି ହୋଇପାରେ ।
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮