• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th July 2024: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିବ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର,ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି- ୨ୟା ନିଶାନ୍ତ ୦୪.୫୯ ଗତେ ୩ୟା,ଘାତଚନ୍ଦ୍ର-ନାସ୍ତି ,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୪.୫୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

Sagittarius

ଧନୁ

Sunday 07 Jul 2024

ମୂଳା- ବ୍ୟବସାୟ ସମ୍ପର୍କିତ ସମସ୍ୟା ମଧ୍ୟାହ୍ନରେ ଦୂର ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଅବଲମ୍ବନ ପୂର୍ବକ କାମ କରିବା ଭଲ ହେବ। ବନ୍ଧୁଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।

ପୂ, ଷାଢା- ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ କିନ୍ତୁ ବ୍ୟସ୍ତତା ବଢ଼ିଯିବ। ଅବହେଳିତ କାମ କିମ୍ବା ଆଳସ୍ୟ ଯୋଗୁ ବନ୍ଧୁ ମହଲରେ ଅପମାନିତ ହୋଇପାରନ୍ତି । ମହିଳା ମାନେ ଉଦାର ସ୍ୱଭାବ ରହିବେ ।

ଉ, ଷାଢା- ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସକାଶେ ବିଶେଷ ଚିନ୍ତା କରିବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଥିବା ଆଶା ମନରେ ଦୁଃଖ ଦେଇପାରେ।

ପ୍ରତିକାର – ଓଁ ହ୍ରୀଂ କ୍ଳୀଂ ହଂ ବୃହସ୍ପତୟେ ନମଃ ମନ୍ତ୍ରକୁ ପାଠ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :