• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th July 2024: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିବ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର,ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି- ୨ୟା ନିଶାନ୍ତ ୦୪.୫୯ ଗତେ ୩ୟା,ଘାତଚନ୍ଦ୍ର-ନାସ୍ତି ,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୪.୫୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

Pisces

ମୀନ

Sunday 07 Jul 2024

ପୂ , ଭାଦ୍ରପଦ - ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର‌୍ୟ୍ୟସିଦ୍ଧି ଘଟିବ । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ପର‌୍ୟ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି ।

ଉ , ଭଦ୍ରପଦ - ବିବାହ ଆଦି ଶୁଭ କାର‌୍ୟ୍ୟରେ ଯୋଗ ଦେଇ ମନ ଖୁସି ରହିବ । ସାମାଜିକ ସ୍ତରରେ ଜନମଙ୍ଗଳ କାମରେ ନିଜକୁ ନିଯୋଜିତ କରିପାରନ୍ତି । ରାଜନିତିରେ ସଭାସମିତିରେ ଆଗ୍ରହୀ ହୋଇପାରନ୍ତି । ଛାତ୍ରମାନେ ପଢାରେ ସାହାର‌୍ୟ୍ୟ ପାଇବେ ।

ରେବତୀ – ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ମହିଳା ମାନଙ୍କର ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗ ଅଭାବ ରହିବ ନାହିଁ । ବାହ୍ୟ ଶତୃ ମାନଙ୍କଠାରୁ ଦୂରେଇ ରହିବା ଭଲ

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :