Advertisment

Mars Human Settlement: ମଙ୍ଗଳ ଗ୍ରହରେ ରହିବେ ମଣିଷ, ପ୍ରଥମ ସହରର ନାଁ କହିଲେ ମସ୍କ

ଦିନକୁ ଦିନ ବଢ଼ୁଥିବା ସୂର୍ଯ୍ୟ ପୃଥିବୀର ସମଗ୍ର ଜୀବଜଗତକୁ ଧ୍ୱଂସ କରିଦେବ ବୋଲି କହିଛନ୍ତି ସ୍ପେସଏକ୍ସ ପ୍ରତିଷ୍ଠାତା ଏଲନ ମସ୍କ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Mars

Mars

ବଢ଼ୁଥିବା ସୂର୍ଯ୍ୟ ପୃଥିବୀର ସମଗ୍ର ଜୀବନକୁ ଧ୍ୱଂସ କରିଦେବ ବୋଲି କହିଛନ୍ତି ସ୍ପେସଏକ୍ସ ପ୍ରତିଷ୍ଠାତା ଏଲନ ମସ୍କମଙ୍ଗଳ ଗ୍ରହରେ ନୂଆ ବସତି ସ୍ଥାପନ ହେଲେ ହିଁ ମାନବଜାତି ଦୀର୍ଘ କାଳ ଧରି ବଞ୍ଚି ରହିପାରିବ । ଏହା ଏକମାତ୍ର ଦୀର୍ଘକାଳୀନ ଋଣନୀତି ହୋଇପାରିବ । ଏକ୍ସରେ ଘୂରି ବୁଲୁଥିବା ଏକ ଭିଡିଓରେ ଏଲନ ମସ୍କ କହୁଥିବାର ଶୁଣିବାକୁ ମିଳିଛି ଯେ, ମସ୍କ ମଙ୍ଗଳ ଗ୍ରହରେ ରହିବାର  ଲାଭ ବିଷୟରେ କହୁଛନ୍ତି । ‘‘ମଣିଷକୁ ସବୁ ଗ୍ରହରେ ନିଜକୁ ଖାପଖୁଆଇବା ଆବଶ୍ୟକ । ଏହି ପ୍ରୟାସ କେବଳ ଅସ୍ଥାୟୀ ଭାବେ ମଙ୍ଗଳ ଗ୍ରହକୁ ଯିବା ପାଇଁ ନୁହେଁ, ବରଂ ବଞ୍ଚିବା  ପାଇଁ ଏକ ସ୍ଥାୟୀ ସମାଧାନ ସୃଷ୍ଟି କରିବା ଦିଗରେ ପଦକ୍ଷେପ । ସେ କହିଛନ୍ତି,  ଧିରେ ଧିରେ ସୂର୍ଯ୍ୟ ସମସ୍ତଙ୍କୁ ଧ୍ୱଂସ କରିଦେବ । ସୂର୍ଯ୍ୟ ଯେଉଁଭଳି ଭାବେ ବିସ୍ତାରିତ ହେଉଛି, ତାହା ସମଗ୍ର ପୃଥିବୀକୁ ଦିନେ ନା ଦିନେ ଜାଳିଦେବ’’ ବୋଲି ମସ୍କ କହିଛନ୍ତି ।

Advertisment

ମସ୍କ ମଙ୍ଗଳ ଗ୍ରହରେ ମଣିଷର ବସତିକୁ ଜୀବନ ବୀମା ବୋଲି କହିଛନ୍ତି । ପୃଥିବୀରେ ଯେତେବେଳେ ଜୀବଜଗତ ଲୋପ ପାଇଯିବ, ମଙ୍ଗଳ ଗ୍ରହରେ ଜୀବନ ବଞ୍ଚି ପାରିବ । ସୌର ଶକ୍ତିକୁ ଏବେ ବି ଶହ ଶହ କୋଟି କୋଟି ବର୍ଷ ବାକି ଅଛି । କିନ୍ତୁ ତା ପୂର୍ବରୁ ଆମକୁ କ୍ଷମତା ଅନୁସାରେ ତୁରନ୍ତ ପଦକ୍ଷେପ ନେବାକୁ ହେବ । ଯଦି ପୃଥିବୀ ୪୫୦ କୋଟି ବର୍ଷ ପର୍ଯ୍ୟନ୍ତ ଘୂରେ, ତାହାଲେ ପୃଥିବୀରେ ମାତ୍ରାଧିକ ଗରମ ହୋଇ ବଞ୍ଚି ରହିବା ଅସମ୍ଭବ ହୋଇଯିବ । ଯାହାଫଳରେ ପୃଥିବୀର ମାତ୍ର ୧୦ ପ୍ରତିଶତ ଜୀବନ ରହିବ । କିନ୍ତୁ ଏହା ହିଁ ସତ ଯେ, ଯଦି ମଙ୍ଗଳ ଗ୍ରହ ଉପରେ ଆତ୍ମନିର୍ଭରଶୀଳତା ବଢେ, ତାହାଲେ ଏହା ସବୁଦିନ ପାଇଁ ଏକ ବାଟ ଫିଟାଇବ । 

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସ ମଙ୍ଗଳ ଗ୍ରହରେ ସ୍ଥାୟୀ ବାସ ସ୍ଥାନ ସୃଷ୍ଟି କରିବା ଦିଗରେ କାମ କରୁଛି । ମଣିଷଙ୍କୁ ଗ୍ରହକୁ ନେଇ ସେଠାରେ ମଣିଷର ଜୀବନଶୈଳୀ ସହ ଖାପଖୁଆଇ ପାରିବା ଭଳି ବସତି ସ୍ଥାପନ କରିବା ପାଇଁ ନାସା ସହିତ ମିଳିତ ଭାବେ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ବିକଶିତ କରିବା ପାଇଁ କାର୍ଯ୍ୟ କରୁଛି । ଯେହେତୁ ସେଠାରେ ପରିବେଶ ଅନୁକୂଳ ନୁହେଁ, ତେଣୁ କମ୍ପାନୀ ଡୋମ୍ ବାସସ୍ଥାନ ଓ ମଙ୍ଗଳ ଗ୍ରହକୁ ଯିବା ପାଇଁ ସ୍ୱତନ୍ତ୍ର ସ୍ପେସସୁଟ୍ ବିକଶିତ କରୁଛି । ମଙ୍ଗଳ ଗ୍ରହରେ ରହିବା ସମୟରେ ଦେଖା ଯିବାକୁ ଥିବା ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛି ସ୍ପେସଏକ୍ସ ଟିମ୍ । ମସ୍କ କହିଛନ୍ତି ଯେ, ମଙ୍ଗଳ ଗ୍ରହରେ ସ୍ଥାପନ ହେବାକୁ ଥିବା ପ୍ରଥମ ମାନବୀୟ ସହରର ନାମ ‘ଟର୍ମିନସ୍‌’ ରହିବ । ଏହା ପରେ ଯେଉଁମାନେ ରହିବେ ସେମାନେ ସେମାନଙ୍କ ନିଜ ହିସାବରେ ସହରର ନାମକରଣ କରିବେ । 

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ହାଫିଜ୍ ଓ ମାସୁଦ ? ମିଳୁନି ପତ୍ତା।

Elon Musk SpaceX Earth Planet
Advertisment
Advertisment